schema:text
| - Fact Check: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ କ୍ରିକେଟ୍ ଖେଳାଳିଙ୍କୁ ପାଣି ଦେଉଥିବାର ଏହି ଚିତ୍ର 2019 ମସିହାର ଅଟେ
ବିଶ୍ୱାସ ନ୍ୟୁଜର ଅନୁସନ୍ଧାନରେ ଏହି ଦାବି ଭ୍ରମାତ୍ମକ ବୋଲି ଜଣାପଡିଛି। ସ୍କଟ୍ ମୋରିସନଙ୍କର ଏହି ଚିତ୍ର 2019 ମସିହାର, ଯେତେବେଳେ ସେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଥିଲେ, ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ପଦରେ ନାହାନ୍ତି |
- By: Pallavi Mishra
- Published: Dec 6, 2024 at 04:13 PM
ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ) ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଅଷ୍ଟ୍ରେଲୀୟ କ୍ରିକେଟ୍ ଖେଳାଳିଙ୍କୁ ପାଣି ଦେଉଥିବାର ଦେଖିବାକୁ ମିଳିଛି | ଏହି ପୋଷ୍ଟରେ ଦାବି କରାଯାଉଛି ଯେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଯିଏ କ୍ରିକେଟ୍ ଖେଳାଳିଙ୍କ ଉତ୍ସାହ ବଢ଼ାଇବା ପାଇଁ ପଡ଼ିଆ ମଧ୍ୟକୁ ପାଣି ନେଇ ଆସିଛନ୍ତି ।
ବିଶ୍ୱାସ ନ୍ୟୁଜର ଅନୁସନ୍ଧାନରେ ଏହି ଦାବି ଭ୍ରମାତ୍ମକ ବୋଲି ଜଣାପଡିଛି। ସ୍କଟ୍ ମୋରିସନଙ୍କର ଏହି ଚିତ୍ର 2019 ମସିହାର, ଯେତେବେଳେ ସେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଥିଲେ, ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ପଦରେ ନାହାନ୍ତି |
ଭାଇରାଲ୍ କ’ଣ ହେଉଛି?
ଫେସବୁକ୍ ୟୁଜର ‘Alessia Gradys’ ଡିସେମ୍ବର 2, 2024 ରେ ଭାଇରାଲ ଚିତ୍ର (ଆର୍କାଇଭ ଲିଙ୍କ) ସେୟାର କରି କରି ଲେଖିଛନ୍ତି, “ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ନିଜେ ଖେଳାଳିମାନଙ୍କୁ ପାଣି ପିଆଇ ଥିଲେ । କ୍ରିକେଟ୍ ପ୍ରତି ଏହି ଭଲ ପାଇବା ପ୍ରଶଂସା ଯୋଗ୍ୟ। ”
ଅନୁସନ୍ଧାନ
ଭାଇରାଲ୍ ଚିତ୍ର ଯାଞ୍ଚ କରିବାକୁ ଯାଇ, ଆମେ ପ୍ରଥମେ ରିଭର୍ସ ଇମେଜ ସର୍ଚ୍ଚ ଆରମ୍ଭ କଲୁ | 2019 ରେ ଅନେକ ସମ୍ବାଦ ରିପୋର୍ଟରେ ଅପଲୋଡ୍ ହୋଇଥିବା ଏହି ଚିତ୍ର ଆମେ ପାଇଲୁ | 25 ଅକ୍ଟୋବର 2019 ତାରିଖ ଦିନ ଦୈନିକ ଜାଗରଣର ଖବର ଅନୁଯାୟୀ, “ଶ୍ରୀଲଙ୍କା ଦଳ ଆଜିକାଲି ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଏଠାରେ ମନୁକର ଓଭାଲ ଗ୍ରାଉଣ୍ଡରେ ଲଙ୍କାନ ଦଳ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ ଭାବରେ ଗୋଟିଏ ମ୍ୟାଚ ଖେଳୁଥିଲା। ଏହି ଟି -20 ମ୍ୟାଚ୍ରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ଙ୍କୁ ୱାଟର ବଏ ଭାବରେ ଦେଖିବାକୁ ମିଳିଥିଲା। ଯେତେବେଳେ ତାଙ୍କ ନିଜ ଦଳର ଖେଳାଳିଙ୍କ ସମେତ ଗ୍ୟାଲେରୀରେ ବସିଥିବା ଲୋକମାନେ ମୋରିସନଙ୍କୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ | ଟିଭି କ୍ୟାମେରା ଏବଂ କ୍ରୀଡା ଉପସ୍ଥାପକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଦେଶର ପ୍ରଧାନମନ୍ତ୍ରୀ ନିଜ ଖେଳାଳି ମାନଙ୍କ ପାଇଁ ପାନୀୟ ନେଇ ପଡ଼ିଆ ମଧ୍ୟକୁ ଦୌଡ଼ି ଦୌଡ଼ି ଆସୁଛନ୍ତି । ”
ଅକ୍ଟୋବର 2019 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନଙ୍କ ଏହି କାର୍ଯ୍ୟ ସମ୍ବନ୍ଧରେ ଅନେକ ପୁରୁଣା ଖବର ପ୍ରକାଶିତ ହୋଇଥିଲା |
ତେବେ, 2022 ମସିହାରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ନିର୍ବାଚନରେ ସ୍କଟ ମୋରିସନ୍ କ୍ଷମତା ହରାଇଲେ ଏବଂ ଆନ୍ଥୋନୀ ଆଲବାନିଜ ନୂତନ ପ୍ରଧାନମନ୍ତ୍ରୀ ହୋଇଥିଲେ।
ଭାଇରାଲ୍ ଚିତ୍ର ବିଷୟରେ ଆମେ ଦୈନିକ ଜାଗରଣର କ୍ରୀଡା ସମ୍ପାଦକ ଅଭିଷେକ ତ୍ରିପାଠୀଙ୍କ ସହ କଥା ହୋଇଥିଲୁ। ସେ କହିଛନ୍ତି, “ଏହା ସତ୍ୟ ଯେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏକ ମ୍ୟାଚ୍ରେ ନିଜ ଦଳ ପାଇଁ ପଡ଼ିଆ ମଧ୍ୟକୁ ପାଣି ନେଇ ଆସିଥିଲେ, କିନ୍ତୁ ଏହା 2019 ମସିହାର ଅଟେ | ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନୁହଁନ୍ତି। ”
ନକଲି ଦାବି ସହିତ ଭାଇରାଲ୍ ପୋଷ୍ଟ ସେୟାର କରିଥିବା ଉପଭୋକ୍ତା Alessia Grady ଙ୍କର 11,000 ରୁ ଅଧିକ ଅନୁସରଣକାରୀ ଅଛନ୍ତି।
ସିଦ୍ଧାନ୍ତ: ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରୁ ଜାଣିପାରିଛି ଯେ ଭାଇରାଲ୍ ଦାବି ଭ୍ରମାତ୍ମକ ଅଟେ । ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳର ଖେଳାଳିଙ୍କୁ ସ୍କଟ୍ ମୋରିସନ୍ ପାଣି ଦେଉଥିବାର ଏହି ଚିତ୍ର 2019 ମସିହାର ଅଟେ ଯେତେବେଳେ ସେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଥିଲେ, ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ପଦରେ ନାହାନ୍ତି ।
- Claim Review : ଇଏ ହେଉଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ, ଯିଏ କ୍ରିକେଟ୍ ଖେଳାଳିଙ୍କ ଉତ୍ସାହ ବଢ଼ାଇବା ପାଇଁ ପଡ଼ିଆ ମଧ୍ୟକୁ ପାଣି ନେଇ ଆସିଛନ୍ତି ।
- Claimed By : Facebook user Alessia Gradys
- Fact Check : False
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
|