About: http://data.cimple.eu/claim-review/dac60d4e22a5cd9ddf2b48fbe33222ef9b034312a951945a5232a97c     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଇଭିଏମ୍ ବିରୋଧରେ ଆନ୍ଦୋଳନ ଭିଡିଓଟିର ମହାରାଷ୍ଟ୍ର ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ ହଁ, ମହାରାଷ୍ଟ୍ରରେ ଇଭିଏମ ବିରୋଧରେ ସ୍ୱର ଉତ୍ତୋଳନ ହୋଇଛି ସତ ହେଲେ , ଭାଇରାଲ ହେଉଥିବା ଭିଡିଓ ସହ ଏହାର କୌଣସି ସମ୍ପର୍କ ନାହିଁ । ଭାଇରାଲ ଭିଡିଓଟି ଇଭିଏମ ବିରୋଧରେ ସ୍ୱରଉତ୍ତୋଳନର ଭିଡିଓ ଯାହାକି ଦିଲ୍ଲୀ ଯନ୍ତର ମନ୍ତ୍ରର ନିକଟରେ ଆୟୋଜିତ ହୋଇଥିଲା । ଯାହାର ମହାରାଷ୍ଟ୍ର ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। Claim :ବିଧାନସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବିରୋଧରେ ଆରମ୍ଭ ହୋଇଛି ଆନ୍ଦୋଳନ Fact :ଭିଡିଓଟି ବହୁ ପୁରୁଣା ଏବଂ ଦିଲ୍ଲୀର, ୨୦୨୪ ମହାରାଷ୍ଟ୍ର ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ ଇଭିଏମ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭୋଟ ଗଣତି ପରେ ଇଭିଏମ ମେସିନରେ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଜିତିଲେ ମେସିନ ଠିକ୍, ଆଉ ହାରିଲେ ମେସିନ ସହ ହେରଫେର କେମିତି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଇଭିଏମକୁ ବାଦ ଦେଇ ବାଲଟ ପେପରରେ ଭୋଟ ଗ୍ରହଣ କରିବାକୁ ନେଇ ହୋଇଥିବା କେଏ. ପଲଙ୍କ ଆବେଦନ ଉପରେ ଶୁଣାଣି କରି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ବେଞ୍ଚ । ଅନ୍ୟପଟେ ପୁଣେର ଜଣେ ପ୍ରତିଷ୍ଠିତ ସାମାଜିକ କର୍ମୀ ବାବା ଆଧଵ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଟଙ୍କା ଏବଂ ସାମଗ୍ରୀ ବଣ୍ଟନ ଉପରେ ଭାରତର ନିର୍ବାଚନ ଆୟୋଗ ଦ୍ୱାରା କୌଣସି ପ୍ରତିବନ୍ଧକ ରହୁନାହିଁ । ଇଭିଏମ ବିରୋଧରେ ସ୍ୱରଉତ୍ତୋଳନ କରି ଆମରଣ ଅନଶନରେ ବସିବେ ବୋଲି କହିଥିବା ବେଳେ ଉଦ୍ଧବ ଠାକରେଙ୍କ ସହ ବହୁ ପ୍ରତିଷ୍ଠିତ ରାଜନେତା ତାଙ୍କ ପାଖରେ ପହଞ୍ଚି ଅନସନ ଭାଙ୍ଗିବାକୁ ଅନୁରୋଧ କରିଥିଲେ । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓକୁ ମହାରାଷ୍ଟ୍ର ନିର୍ବାଚନରେ ଇଭିଏମ ଟାମ୍ପରିଙ୍ଗ ଅଭିଯୋଗ ସହ ଯୋଡି ଏକ ଜନଆନ୍ଦୋଳନ ବୋଲି ଦର୍ଶାଯାଇଛି । ଏହି ୧୬ ସେକେଣ୍ଡର ଭିଡିଓରେ ବହୁମାତ୍ରାରେ ଜନସମାଗମ ହୋଇଥିବା ବେଳେ, ହିନ୍ଦୀରେ ଇଭିଏମ ହଟାଓ ଦେଶ ବଞ୍ଚାଓ ବୋଲି ସ୍ଲୋଗାନ ଦେଉଥିବାର ଶୁଣିବାକୁ ମିଳିଛି । ଉକ୍ତ ଭିଡିଓକୁ ସେୟାର କରି ୟୁଜର୍ସ ଲେଖିଛନ୍ତି, 𝙀𝙑𝙈 के खिलाफ में महाराष्ट्र में जन आंदोलन की शुरुआत हो गई है! । ଯାହାର ଓଡ଼ିଆ ଅନୁବାଦ ହେଉଛି, ଇଭିଏମ ବିରୋଧରେ ମହାରାଷ୍ଟ୍ରରେ ଜନ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଯାହାର ଆର୍କାଇଭ୍ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଉକ୍ତ ଭିଡିଓଟି ଦିଲ୍ଲୀରେ ହୋଇଥିବା ଇଭିଏମ ବିରୋଧ ଆନ୍ଦୋଳନର । ଯାହାକି ମହାରାଷ୍ଟ୍ର ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ । ତଦନ୍ତ କରିବାକୁ ଯାଇ, ଯେତେବେଳେ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିଥିଲୁ ସେତେବେଳେ, ସାମାଜିକ କର୍ମୀ ବାବା ଆଧବଙ୍କ ଇଭିଏମ ବିରୋଧି ଅନଶନର ଖବର AajTak ର YouTube ଚ୍ୟାନେଲରେ ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ । ସେହିପରି ଏହି ଖବରକୁ ବିଭିନ୍ନ ଗଣମାଧ୍ୟମ ପ୍ରସାରିତ କରିଥିବା ବେଳେ କୌଣସି ଭିଡିଓରେ ଆମେ ଭାଇରାଲ ହେଉଥିବା ଭିଡିଓର ଅଂଶ ପାଇ ନଥିଲୁ । ଅଧିକ ଅନୁସନ୍ଧାନ କରିବାକୁଯାଇ ଭାଇରାଲ ଭିଡ଼ିଓର କିଛି ଅଂଶକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ, ୧ ଫେବୃଆରୀ ୨୦୨୪ରେ ଜଣେ ୟୁଜର୍ସ ଏହାକୁ ସେୟାର କରିଛନ୍ତି । ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୯ ହଜାର ଭିୟୁ ମିଳିଥିବା ବେଳେ ୧୭ ହଜାର ୪ସହ ଲାଇକ ଏବଂ ୪୯୪୨ସେୟାର ହୋଇଥିବାର ଦେଖାଯାଇଛି । ଭିଡିଓ ସେୟାର କରି ଉକ୍ତ ୟୁଜର୍ସ ଜଣଙ୍କ ଲେଖିଛନ୍ତି, EVM के विरोध में बामसेफ की कॉल पर लाखों लोगों का महामोर्चा आंदोलन को 10 में से कितने नंबर देंगे आप? ଯାହାର ଓଡ଼ିଆ ଅନୁବାଦ ହେଉଛି, ବାମସେଫ ଦେଇଥିବା ଇଭିଏମ ବିରୋଧୀ ଆନ୍ଦୋଳନକୁ ୧୦ରୁ କେତେ ମାର୍କ ଦେବେ ଆପଣ । ସେହିପରି ଆଉଜଣେ ୟୁଜର୍ସ ୩୧ ଜାନୁଆରୀ ୨୦୨୪ରେ ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖାଦେଇଛି । ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଭାଇରାଲ ଭିଡିଓଟି ବିଗତ ମହାରାଷ୍ଟ୍ର ନିର୍ବାଚନର ବହୁ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଭିଡିଓର ସତ୍ୟତା ଜାଣିବାକୁ ଯାଇ ରିଭର୍ସ ଇମେଜ ସର୍ଚ୍ଚରେ ଭାଇରାଲ ଭିଡିଓର ଆଉକିଛି ଫ୍ରେମକୁ ନେଇ ଅଧିକ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଜଣେ ୟୁଜର୍ସ ସେୟାର କରିଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ଉକ୍ତ ଭିଡିଓ କୁ ୟୁଜର୍ସ ୧୩ଫେବୃଆରୀ ୨୦୨୪ରେ ସେୟାର କରିଥିବା ବେଳେ, ଉକ୍ତ ଭିଡିଓ କୁ ବର୍ତ୍ତମାନ ସୁଦ୍ଧା ୧୦ ହଜାର ରୁ ଉର୍ଦ୍ଧ୍ବ ଭିୟୁ ମିଳିଥିବାର ଦେଖିବାକୁ ମିଳିଛି । ଭିଡିଓ ସେୟାର କରି ୟୁଜର୍ସ ଜଣଙ୍କ ଉଲ୍ଲେଖ କରିଛନ୍ତି, दिल्ली में EVM के खिलाफ बहुत बड़ा आंदोलन चल रहा है । मीडिया इसको बिल्कुल नहीं दिखा रहा है । ଯାହାର ଓଡ଼ିଆ ଅନୁବାଦ ହେଉଛି ଦିଲ୍ଲୀରେ ଇଭିଏମ ବିରୋଧରେ ଏକ ବଡ଼ ଆନ୍ଦୋଳନ ଚାଲୁଅଛି, ଯାହାକୁ ମିଡ଼ିଆ ଦେଖାଉ ନାହିଁ । ଯେତେବେଳେ ଆମେ ଭାଇରାଲ ଭିଡିଓ ସହ ଉକ୍ତ ଭିଡିଓ କୁ ତୁଳନା କରିଥିଲୁ ଏହା ପ୍ରାୟତଃ ସମାନ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ । ଉଭୟ ଭିଡିଓରେ ଧଳାରଙ୍ଗର ସାର୍ଟ ପିନ୍ଧି ଠିଆ ହୋଇଛନ୍ତି ଜଣେ ବ୍ୟକ୍ତି I ଉଭୟ ଭିଡିଓରେ ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିବା ପାଇଁ ହାତ ଉଠାଉଛନ୍ତି ମଞ୍ଚ ଉପରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ଉଭୟ ଭିଡିଓରେ ରେ ଥିବା ଜଣେ ବ୍ୟକ୍ତିଙ୍କ ହାତ ଘଣ୍ଟା ଏଥିରୁ ପ୍ରମାଣିତ ହେଲାଯେ ଉଭୟ ଭିଡିଓ ହେଉଛି ସମାନ ଭିଡିଓ । ଯେହେତୁ ଭିଡିଓ ସେୟାର କରିଥିବା ବ୍ୟକ୍ତି ଜଣଙ୍କ ଦିଲ୍ଲୀରେ ଆୟୋଜିତ ହୋଇଥିବା ଆନ୍ଦୋଳନ ଦର୍ଶାଇଥିଲେ । ଉକ୍ତ ଶବ୍ଦ ଗୁଡିକୁ ନେଇ ଆମେ ଅନୁସନ୍ଧାନ କରିଥିଲୁ । Ulta Chasma ନାମକ ଏକ YouTube ଚ୍ୟାନେଲରେ ଏକ ଭିଡିଓ ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ । ୧ ଫେବୃଆରୀ ୨୦୨୪ରେ ଉକ୍ତ ଭିଡିଓ ଅପଲୋଡ଼ କରି Ulta Chasma ଉଲ୍ଲେଖ କରିଛି, ଇଭିଏମ ବ୍ୟାନ ପାଇଁ ଲକ୍ଷାଧିକ ଆନ୍ଦୋଳନକାରୀଙ୍କ ଦିଲ୍ଲୀ ସ୍ଥିତ ଯନ୍ତରମନ୍ତରରେ ସମାଗମ । ତୁଳନା କରିବାକୁ ଯାଇ ଯେତେବେଳେ ଆମେ ଉଭୟ ଭିଡିଓକୁ ଅନୁଧ୍ୟାନ କରିଥିଲୁ, ଉଭୟ ଭିଡିଓ ପଛପଟେ ଏକ ଅଫିସ୍ ସମ୍ମୁଖରେ ସମାନ ସବୁଜରଙ୍ଗର ବୋର୍ଡ ଥିବାଦେଖିବାକୁ ପାଇଥିଲୁ I ସେହିପରି ଉକ୍ତ ଘଟଣା କୁ ନେଇ Jagaran ମିଡ଼ିଆ ପ୍ରସାରିତ କରି ଉଲ୍ଲେଖ କରିଛି, ईवीएम के विरोध में जंतर-मंतर पर प्रदर्शन ଏଥିରୁ ଜଣାଯାଏ ଯେ, ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ । ହଁ, ମହାରାଷ୍ଟ୍ରରେ ଇଭିଏମ ବିରୋଧରେ ସ୍ୱର ଉତ୍ତୋଳନ ହୋଇଛି ସତ ହେଲେ , ଭାଇରାଲ ହେଉଥିବା ଭିଡିଓ ସହ ଏହାର କୌଣସି ସମ୍ପର୍କ ନାହିଁ । ଭାଇରାଲ ଭିଡିଓଟି ଇଭିଏମ ବିରୋଧରେ ସ୍ୱରଉତ୍ତୋଳନର ଭିଡିଓ ଯାହାକି ଦିଲ୍ଲୀ ଯନ୍ତରମନ୍ତର ନିକଟରେ ଆୟୋଜିତ ହୋଇଥିଲା । ଯାହାର ମହାରାଷ୍ଟ୍ର ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ఇప్పుడు Desh Telugu Keyboard యాప్ సహాయంతో మీ ప్రియమైన వారికి తెలుగులో సులభంగా మెసేజ్ చెయ్యండి. Download The App Now
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software