About: http://data.cimple.eu/claim-review/ea70de21a7e0140c29af923a3bf3b58bc675d8458ea96785730cf3b0     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଜାରି ରହିଛି ନବୀନ ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ବିଏସକେୱାଇ କାର୍ଡ ୧୫ ଅଗଷ୍ଟ ୨୦୧୮ ମସିହାରେ ସେ ସମୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ଙ୍କ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ବିଏସକେୱାଇ କାର୍ଡର ଶୁଭାରମ୍ଭ କରିଥିଲେ । Claim :ସରକାର ପରିବର୍ତ୍ତନ ପରେ ପୁର୍ବ ସରକାର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିଏସକେୱାଇ କାର୍ଡ କୁ ଗ୍ରହଣ କରୁନାହାଁନ୍ତି ଘରୋଇ ମେଡିକାଲ Fact :ସ୍ୱାସ୍ଥ୍ୟସେବା ପାଇଁ ପୁର୍ବ ସରକାର ପ୍ରଦାନ କରିଥିବା ବିଏସକେୱାଇ କାର୍ଡ ବର୍ତ୍ତମାନ ସୁଦ୍ଧା ବୈଦ୍ଧ ଅଛି ୧୫ ଅଗଷ୍ଟ ୨୦୧୮ ମସିହାରେ ସେ ସମୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ଙ୍କ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ବିଏସକେୱାଇ କାର୍ଡର ଶୁଭାରମ୍ଭ କରିଥିଲେ । ଆର୍ଥିକ ଅନଗ୍ରସର ପରିବାର ଏହି କାର୍ଡ ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ତ ସେବା ପାଇ ପରିବା ଏହି ଯୋଜନାର ମୂଳ ଲକ୍ଷ ଥିଲା । ଚଳିତ ବର୍ଷ ନିର୍ବାଚନରେ ପରାଜିତ ହେବାପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ସରକାର ବଦଳିବାର କିଛି ଦିନ ବ୍ୟବଧାନ ରେ ବିଏକେୱାଇ କାର୍ଡ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେଇଛି । କିଛି ବେସରକାରୀ ମେଡିକାଲ ଏହି କାର୍ଡ କାମ କରୁନଥିବା କହି ରୋଗୀଙ୍କୁ ଶୋଷଣ କରୁଥିବା ତାଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ମଧ୍ୟ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି, ସରକାର ବଦଳିବା ପରେ ଏଭଳି ଅସୁବିଧା ଲୋକଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ସୋସିଆଲ ମିଡିଆରେ ଲେଖି ମତାମତ ରଖିଛନ୍ତି ୟୁଜର୍ସ । ସୋସିଆଲ ମିଡିଆରେ ଏହି ଅପପ୍ରଚାର ପରେ କିଛି ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରସାରିତ ହୋଇଥିଲା । Some Private Hospitals Not Accepting BSKY Card, Complaints Surface : Kalinga Tv ସତ୍ୟାସତ୍ୟ: ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ଦାବିରେ କୌଣସି ସତ୍ୟାସତ୍ୟ ନାହିଁ ଭ୍ରମାତ୍ମକ ବାର୍ତ୍ତା ସହ ଏହି ପୋଷ୍ଟ ଗୁଡିକ ସେୟାର କରାଯାଇଥିବାର ଜଣାଯାଇଛି । ବିଏସକେୱାଇ କାର୍ଡ ନେଇ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ , ବିଏସକେୱାଇ କାର୍ଡ ଖବର ନେଇ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ତଦନ୍ତ କରିବା ସହ ରାଜ୍ୟବାସୀ କିଭଳି କୌଣସି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନହୁଅନ୍ତୁ ଏନେଇ ଅଧିକାରୀ ଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବା ସହ ଲୋକଙ୍କୁ ଭ୍ରମିତ କରିଥିବା ବେସରକାରୀ ମେଡିକାଲ ଵିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସେହିଦିନ ଏନେଇ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ ଜେନା ଏକ ଭିଡିଓ ବାର୍ତ୍ତା ଯୋଗେ ସ୍ପଷ୍ଟୀକରଣ ରଖିଥିବାର, ଆମେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ସୋସିଆଲ ମିଡିଆରେ ଦେଖିବାକୁ ପାଇଥିଲୁ । ସେଥିରେ ଉଲ୍ଲେଖ ଥିଲା କି , ବିଏସକେୱାଇ କାର୍ଡ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚାଲୁ ରହିଛି, ଯଦି କୌଣସି ମେଡିକାଲ ଚିକିତ୍ସା ପାଇଁ ମନାକରନ୍ତି ତେବେ ସମ୍ପୃକ୍ତ ମେଡିକାଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀଯୁକ୍ତ ଜେନା ସ୍ପଷ୍ଟୀକରଣ ରଖିଥିଲେ । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ରେ ଏନେଇ ଏକ ପୋଷ୍ଟ ମଧ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ଉଲ୍ଲେଖ ରହିଛି , "ରାଜ୍ୟରେ ଜାରି ରହିଛି ବିଏସକେୱାଇ କାର୍ଡ ସେବା" । ଅଧିକ ଅନୁସନ୍ଧାନରୁ ଜାଣିବାକୁ ପାଇଲୁ , ବିଜେପି ଓଡ଼ିଶାର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ମନମୋହନ ସାମଲ ଏନେଇ ଏକ ପୋଷ୍ଟ ନିଜ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି " ସାଧାରଣ ନିର୍ବାଚନ - ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟର କିଛି ଘରୋଇ ଡାକ୍ତରଖାନା ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ । ରୋଗୀ ଓ ରୋଗର କୌଣସି ଜାତି, ଧର୍ମ ଓ ଦଳ ନାହିଁ । ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା । ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଞ୍ଚିତ ରଖାଯିବା ହେଉଛି ଏକ ସାମାଜିକ ଏବଂ ବୈଧାନିକ ଅପରାଧ" । ସେହିପରି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦୀପକ କୁମାର ଗୋଚ୍ଛାୟତ ଜଣାଇଛନ୍ତି " ଓଡ଼ିଶାରେ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ପାଇଁ BSKY କାର୍ଡ ବନ୍ଦ କରି ନାହାଁନ୍ତି । କୈାଣସି ବେସରକାରୀ ଚିକିତ୍ସାଳୟ ଏହାକୁ ବନ୍ଦ ହୋଇ ଯାଇଛି କହି ଲୋକଙ୍କୁ ସେବା ଯୋଗାଇଦେବାକୁ ମନା କରୁଥିବେ ଏହା ନିଶ୍ଚିତ ଭାବରେ ଅପରାଧ । ଦେଖିବାକୁ ମିଳୁଛି କିଛି ମନ୍ଦ ଉଦ୍ଦେଶ୍ୟର ରାଜନୈତିକ ଦଳ ସରକାରକୁ ବଦନାମ କରିବା ନିମନ୍ତେ ଅପପ୍ରଚାର କରୁଛି "। ତେଣୁ ଏହା ପ୍ରମାଣିତ ହେଲା ଯେ ଏହି ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ , ସରକାର ପରିବର୍ତ୍ତନ ହୋଇଛି ସତ ହେଲେ ପୂର୍ବ ସରକାର ଜାରି କରିଥିବା ବିଏକେୱାଇ କାର୍ଡ ଏପର୍ଯ୍ୟନ୍ତ ଜାରି ରହିଛି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software