About: http://data.cimple.eu/claim-review/ee63b75d7fd670edf7bf62d462bc4e926958b3396df05e5e6f3b69ec     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ: ମୁରଲୀ ମନୋହର ଯୋଶୀଙ୍କ ଝିଅ ନୁହଁନ୍ତି ଶାହାନବାଜ ହୁସେନଙ୍କ ପତ୍ନୀ, ଅଶୋକ ସିଂଘଲଙ୍କ ଝିଅ ମଧ୍ୟ ନୁହଁନ୍ତି ନକବିଙ୍କ ପତ୍ନୀ, ନକଲି ଦାବି ହେଉଛି ଭାଇରାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର ଆବ୍ବାସ ନକବି, ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ଶାହାନବାଜ ହୁସେନ ଏବଂ ମୁରଲୀ ମନୋହର ଯୋଶୀ, ବାଲ୍ ଠାକରେ ଓ ଅଶୋକ ସିଂଘଲଙ୍କ ବିଷୟରେ କରାଯାଇଥିବା ଦାବି ନକଲି ଅଟେ । ମୁଖତାର ଆବ୍ବାସ ନକବିଙ୍କ ପତ୍ନୀ ବିଏଚ୍ ପି ନେତା ଅଶୋକ ସିଂଘଲଙ୍କ ଝିଅ ନୁହଁନ୍ତି । ଏଥିସହ ମୁରଲୀ ମନୋହର ଯୋଶୀଙ୍କ ଝିଅ ଶାହାନବାଜ ହୁସେନଙ୍କ ପତ୍ନୀ ନୁହଁନ୍ତି । - By: Sharad Prakash Asthana - Published: Dec 31, 2021 at 04:50 PM ନୂଆ ଦିଲ୍ଲୀ (ବିଶ୍ବାସ ନ୍ୟୁଜ୍)। ସୋସିଆଲ୍ ମିଡିଆରେ ଗୋଟିଏ ନ୍ୟୁଜ୍ ପେପର୍ କଟିଂ ଭାଇରାଲ୍ ହେଉଛି । ଏଥିରେ ଶୀର୍ଷକ ରହିଛି, ଭୋଟ୍ ପାଇଁ କାହିଁକି ସମ୍ପର୍କ ଲୁଚାଉଛନ୍ତି … ମୋଦିଙ୍କ ଭାଣିଜୀଙ୍କ ସ୍ବାମୀ ମୁସଲମାନ ଅଟନ୍ତି ବିଜେପିର ଶାହାନବାଜ ହୁସେନଙ୍କ ପତ୍ନୀ ମୁରଲୀ ମନୋହର ଯୋଶୀଙ୍କ ଝିଅ ଅଟନ୍ତି ବିଜେପିର ମୁଖତାର୍ ଅବ୍ବାସ୍ ନକବିଙ୍କ ପତ୍ନୀ ବି.ଏଚ୍.ପି ର ଅଶୋକ ସିଂଘଲଙ୍କ ଝିଅ ଅଟନ୍ତି ଲାଲକୃଷ୍ଣ ଆଡଭାନୀଙ୍କ ଝିଅ ଜଣେ ମୁସଲିମଙ୍କ ସହ ଦ୍ବିତୀୟ ବିବାହ କରିଛନ୍ତି ଶିବସେନା ବାଲ୍ ଠାକରେଙ୍କ ନାତୁଣୀ ଜଣେ ମୁସଲମାନଙ୍କୁ ବିବାହ କରିଛନ୍ତି ନକବି ଏବଂ ଶାହାନବାଜ ପ୍ରବକ୍ତା ହେବାର ରହସ୍ୟ ମଧ୍ୟ ଏଠାରୁ ପ୍ରକଶିତ ହେଉଛି । ଏହି କଟିଂ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖତାର୍ ଆବ୍ବାସ ନକବି, ମୁରଲୀ ମନୋହର ଯୋଶୀ, ଲାଲ୍ କୃଷ୍ଣ ଆଡଭାନୀ, ବାଲ୍ ଠାକରେ ଏବଂ ଅଶୋକ ସିଂଘଲଙ୍କ ଫଟୋ ମଧ୍ୟ ଛପାଯାଇଛି । =ବିଶ୍ବାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଏହି ନ୍ୟୁଜ୍ ପେପର କଟିଂକୁ ନକଲି ବୋଲି ଜାଣି ପାଇଲା । ଶାହାନବାଜ ହୁସେନଙ୍କ ପତ୍ନୀ ମୁରଲୀ ମନୋହର ଯୋଶୀଙ୍କ ଝିଅ ନୁହଁନ୍ତି, ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଣିଜୀଙ୍କ ବିବାହ ମଧ୍ୟ ନିଜ ସମାଜରେ ହୋଇଛି । ଅଶୋକ ସିଂଘଲଙ୍କ ବିବାହ ହିଁ ହୋଇନାହିଁ ଏବଂ ବାଲ୍ ଠାକରେଙ୍କ ନାତୁଣୀଙ୍କ ସ୍ବାମୀଙ୍କ ନାମ ଡାକ୍ତର. ମନନ ଠକ୍କର । ଭାଇରାଲ୍ ପୋଷ୍ଟରେ କଣ ଅଛି ଫେସବୁକ୍ ପେଜ୍ Pandit Surendra Sharma ରେ 11 ଡିସେମ୍ବରରେ ଏହି କଟିଂକୁ ପୋଷ୍ଟ କରାଯାଇ ଲେଖାଯାଇଛି ଯେ, ଦୁନିଆକୁ ଦେଖାଇବା ପାଇଁ ହିନ୍ଦୁ- ମୁସଲମାନ ବିବାଦ ଏବଂ ନିଜର ସେଠି ସମ୍ପର୍କ ଗଢ଼ା ହୋଇଛି । ଫେସବୁକରେ ଆହୁରି କେତେକ ୟୁଜର୍ ଏପରି ସମାନ ଦାବି କରୁଥିବା ଖବରକାଗଜ କଟିଂ ସେୟାର୍ କରିଛନ୍ତି । ଅନୁସନ୍ଧାନ ଖବରକାଗଜ କଟିଂକୁ ଧ୍ୟାନ ଦେବାରୁ ଆମେ ଜାଣି ପାରିଲୁ ଯେ, ଏହା ଏଡିଟ୍ ହୋଇଛି । ଏଠାରେ ସମ୍ପୂର୍ଣ୍ଣ ଖବରରେ କୌଣସି ସ୍ଥାନରେ ବିରାମ ଚିହ୍ନ ବା କମା ନାହିଁ । ଏଥିସହ ମୁଖତାର ଆବ୍ବାସ ନକବିଙ୍କର ଫଟୋ ଦୁଇଟି ସ୍ଥାନରେ ବ୍ୟବହାର ହୋଇଛି । କିଛି ସ୍ଥାନରେ ବାକ୍ୟ ସଂଯୋଜନା ଭୁଲ ଅଛି । ଶୀର୍ଷକରେ ମଧ୍ୟ ‘ଭୋଟ୍’ ସ୍ଥାନରେ ‘ବୋଟ୍’ ଏବଂ ‘ସମ୍ପର୍କୀୟ’ ବନାନ ମଧ୍ୟ ଠିକ୍ ଲେଖା ନାହିଁ । ଏଥିରେ ହୋଇଥିବା ସମସ୍ତ ଦାବିକୁ ଆମେ ପୃଥକ ଭାବେ ଅନୁସନ୍ଧାନ କରିଥିଲୁ । ପ୍ରଥମେ ଦାବି କରାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଣିଜୀ ଜଣେ ମୁସଲମାନଙ୍କୁ ବିବାହ କରିଛନ୍ତି । ଖୋଳତାଡ଼ ବେଳେ ଆମକୁ 12 ଅକ୍ଟୋବ 2019ରେ ଅମର ଉଜାଲା ରେ ପ୍ରକାଶିତ ଖବର ମିଳିଥିଲା । ଏହା ଅନୁୟାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଣିଜି ଦମୟନ୍ତୀଙ୍କର ପର୍ସ ଛଡ଼େଇ ନିଆଯାଇଥିଲା । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଭାଇ ପ୍ରହଲ୍ଲାଦ ମୋଦିଙ୍କ ଝିଅ । ତାଙ୍କ ସ୍ବାମୀଙ୍କ ନାମ ବିକାଶ ମୋଦି । ଭାସ୍କର ରେ ପାଞ୍ଚ ବର୍ଷ ତଳେ ପ୍ରକାଶିତ ଏକ ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଣିଜି ନିକୁଞ୍ଜବେନ୍ ଙ୍କ ଦେହାନ୍ତ ହୋଇଛି । ସେ ତାଙ୍କ ବଡ ଭାଇ ପ୍ରହଲ୍ଲାଦ ମୋଦୀଙ୍କ ଝିଅ ଥିଲେ । ସେ ଟ୍ୟୁସନ ପଢ଼ାଥିଲେ ଏବଂ ତାଙ୍କ ସ୍ବାମୀ ଜଗଦୀଶ କୁମାର ଗୋଟିଏ ଘରୋଇ କମ୍ପାନୀରେ କାମ କରନ୍ତି । ଏହି ପ୍ରସଙ୍ଗରେ ଗୁଜୁରାଟ ଦୈନିକ ଜାଗରଣର ମୁଖ୍ୟ ପତ୍ରକାର ଶତ୍ରୁଘ୍ନଙ୍କ କହିବା କଥା ହେଉଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ କୌଣସି ଭାଣିଜି ମୁସଲମାନଙ୍କ ସହ ବିବାହ କରି ନାହାଁନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇଙ୍କ ସନ୍ତାନମାନଙ୍କ ବିବାହ ନିଜ ସମାଜରେ ହିଁ ହୋଇଛି । ଦାବି- ବିଜେପି ନେତା ଶାହାନବାଜ ହୁସେନଙ୍କ ପତ୍ନୀ ମୁରଲୀ ମନୋହର ଯୋଶୀଙ୍କ ଝିଅ ଅଟନ୍ତି । 28 ଅକ୍ଟୋବର 2020 ରେ ଜନସତ୍ତାରେ ଶାହାନବାଜ ହୁସେନ୍ ଏବଂ ତାଙ୍କ ତାଙ୍କ ପତ୍ନୀ ରେଣୁଙ୍କ ପ୍ରେମ କାହାଣୀ ଉପରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏଥିରେ କୁହାଯାଇଛି ଯେ ଶାହାନବାଜଙ୍କ ପତ୍ନୀଙ୍କ ନାମ ରେଣୁ ଏବଂ ସେ ଜଣେ ବିଦ୍ୟାଳୟ ଶିକ୍ଷକ । ଯେବେକି, ମୁରଲୀ ମନୋହର ଯୋଶୀଙ୍କ ଝିଅଙ୍କ ନାମ ପ୍ରିୟମ୍ବଦା ଯୋଶୀ ଏବଂ ନିବେଦିତା ଯୋଶୀ ଅଟେ । ଦାବି- ମୁଖତାର୍ ଆବ୍ବାସ ନକବିଙ୍କ ପତ୍ନୀ ବିଏଚ୍ ପି (ବିଶ୍ବ ହିନ୍ଦୁ ପରିଷଦ) ର ଅଶୋକ ସିଂଘଲଙ୍କ ଝିଅ ଅଟନ୍ତି । 17 ନଭେମ୍ବର 2015ରେ ଟାଇମସ୍ ଅଫ୍ ଇଣ୍ଡିଆ ରେ ବିଏଚପିର ଫାୟାରବ୍ରାଣ୍ଡ୍ ନେତା ଅଶୋକ ସିଂଘଲଙ୍କ ବିଷୟରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହା ଅନୁଯାୟୀ, ଅଶୋକ ସିଂଘଲ୍ ଏବଂ ତାଙ୍କ ଭଉଣୀ ବିବାହ କରି ନାହାଁନ୍ତି । ମୁଖତାର ଆବ୍ବାସ ନକବିଙ୍କ ପତ୍ନୀଙ୍କ ନାମ ସୀମା ନକବି ଅଟେ। ଦାବି – ଲାଲ୍ କୃଷ୍ଣ ଆଡଭାନୀଙ୍କ ଝିଅ ଜଣେ ମୁସଲମାନଙ୍କୁ ଦ୍ବିତୀୟ ବିବାହ କରିଛନ୍ତି । ପ୍ରତିଭା ଆଡଭାନୀ ହୋଟେଲ୍ ଏକ୍ଜକ୍ୟୁଟିଭ୍ କୈଳାଶ ଥଡ଼ାନୀଙ୍କ ସହ ବିବାହ କରିଥିଲେ । କିଛି ବର୍ଷ ପରେ ଉଭୟ ଅଲଗା ହୋଇ ଯାଇଥିଲେ । ଦାବି- ସୁବ୍ରମଣ୍ୟମ ସ୍ବାମୀଙ୍କ ଝିଅ ସୁହାସିନି ଜଣେ ମୁସଲମାନଙ୍କୁ ବିବାହ କରିଛନ୍ତି । ଜନସତ୍ତା ରେ 18 ଜୁଲାଇ 2021ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୁବ୍ରମଣ୍ୟମ୍ ସ୍ବାମୀଙ୍କ ଜ୍ବାଇଁ ମୁସଲିମ ଅଟନ୍ତି । ତାଙ୍କ ଝିଅ ସୁହାସିନି ହାଇଦର ନଦୀମ ହାଇଦରଙ୍କ ସହ ବିବାହ କରିଛନ୍ତି । ଦାବି- ବାଲ୍ ଠାକରେଙ୍କ ନାତୁଣୀ ଜଣେ ମୁସଲମାନଙ୍କୁ ବିବାହ କରିଛନ୍ତି । ବାଲ୍ ଠାକରେଙ୍କ ନାତୁଣୀ ଏବଂ ଉଦ୍ଧବ ଠାକରେଙ୍କ ଭାଣିଜି ନେହାଙ୍କ ବିବାହ ଖବର 29 ନଭେମ୍ବର 2019ରେ ନ୍ୟୁଜ୍ 18 ରେ ପ୍ରକାଶିତ ହୋଇଛି । ଏଥିରେ ଲେଖା ଯାଇଛି ଯେ, ଏ ପ୍ରକାରର ଗୁଜବ ଉଡ଼ାଯାଇଥିଲା । ଗହଣା ଡିଜାଇନର୍ ନେହା ଠାକରେଙ୍କ ପିତାଙ୍କ ନାମ ବିନ୍ଦୁ ମାଧବ ଅଟେ । ତାଙ୍କ ବିବାହ ମନନ ଠକ୍କରଙ୍କ ସହ ହୋଇଥିଲା । ଡକ୍ଟର. ମନନ୍ ଠକ୍କର୍ ଗୁଜରାଟୀ ଅଟନ୍ତି । ଏ ପ୍ରସଙ୍ଗରେ ଆମେ କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର୍ ଆବ୍ବାସ ନକବିଙ୍କ ସହ ସଂପର୍କ କରିଥିଲୁ । ତାଙ୍କ କହିବା କଥା, ଏହା ସମ୍ପୂର୍ଣ୍ଣ ଭୁଲ୍ ଏବଂ ନକଲି । ଏ ନେଇ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ବିଜୟ ସୋନକର ଶାସ୍ତ୍ରୀ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଅସତ୍ୟ ଅଟେ । ଏହା ସମ୍ପୂର୍ଣ୍ଣ ମିଛ ଏବଂ କେହି ଖରାପ ମଜା କରିଛନ୍ତି । ଅଶୋକ ସିଂଘଲ ଅବିବାହିତ ଥିଲେ, ଯୋଶୀଙ୍କ ଝିଅ ହିନ୍ଦୁ ବ୍ୟକ୍ତିଙ୍କ ସହ ବିବାହ କରିଥିଲେ । ଆଡଭାନୀଙ୍କ ଗୋଟିଏ ଝିଅ ଅଛି । ଖବରକାଗଜର ନକଲି କଟିଂ ସେୟାର କରିଥିବା ଫେସବୁକ୍ ପେଜ୍ Pandit Surendra Sharma ଙ୍କର ଆମେ ପ୍ରୋଫାଇଲ୍ ସ୍କାନ୍ କରିଥିଲୁ । ସେ ଏକ ରାଜନୈତିକ ଦଳ ସହ ଜଡ଼ିତ । ଏହି ପେଜ୍ କୁ 78 ହଜାର ବ୍ୟକ୍ତି ଲାଇକ୍ କରିଛନ୍ତି । निष्कर्ष: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର ଆବ୍ବାସ ନକବି, ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ଶାହାନବାଜ ହୁସେନ ଏବଂ ମୁରଲୀ ମନୋହର ଯୋଶୀ, ବାଲ୍ ଠାକରେ ଓ ଅଶୋକ ସିଂଘଲଙ୍କ ବିଷୟରେ କରାଯାଇଥିବା ଦାବି ନକଲି ଅଟେ । ମୁଖତାର ଆବ୍ବାସ ନକବିଙ୍କ ପତ୍ନୀ ବିଏଚ୍ ପି ନେତା ଅଶୋକ ସିଂଘଲଙ୍କ ଝିଅ ନୁହଁନ୍ତି । ଏଥିସହ ମୁରଲୀ ମନୋହର ଯୋଶୀଙ୍କ ଝିଅ ଶାହାନବାଜ ହୁସେନଙ୍କ ପତ୍ନୀ ନୁହଁନ୍ତି । - Claim Review : ٰମୁରଲୀ ମନୋହର ଯୋଶୀଙ୍କ ଝିଅ ଶାହାନବାଜ ହୁସେନଙ୍କ ପତ୍ନୀ ଏବଂ ଅଶୋକ ସିଂଘଲଙ୍କ ଝିଅ ମୁଖତାର ଆବ୍ବାସ ନକବିଙ୍କ ପତ୍ନୀ ଅଟନ୍ତି । - Claimed By : ଏଫ୍ ବି ୟୁଜର୍ – ପଣ୍ଡିତ ସୁରେନ୍ଦ୍ର ଶର୍ମା - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software