About: http://data.cimple.eu/claim-review/f84cc07209808df18cd146b9fa6bfc1ec2b6959b59240a706ff6f6d8     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check : ଭିନ୍ନଭିନ୍ନ ଦାବିସହ, ରେଳଷ୍ଟେସନ ଅଗ୍ନିକାଣ୍ଡର ଭିଡିଓ ହେଉଛି ଭାଇରାଲ Claim :ମିରାରୋଡ଼ ଷ୍ଟେସନରେ ଅଗ୍ନିକାଣ୍ଡ, ଦିଲ୍ଲୀରେ ଘଟିଛି ଆଉ ଏକ ଅଘଟଣ Fact :ଭିଡିଓ ଟି ବହୁ ପୁରୁଣା ପଶ୍ଚିମବଙ୍ଗରେ ଥିବା ସନ୍ତୋଷପୁର ରେଳ ଷ୍ଟେସନର ମୁମ୍ବାଇ ଟାଇମ୍ସ ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମହାରାଷ୍ଟ୍ର ମୁମ୍ବାଇ ଲୋୟର ପରେଲ ଅଞ୍ଚଳରେ ଥିବା ଉକ୍ତ ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସାତ ମୋହଲା କୋଠାରେ ଅଚାନକ ନିଆଁ ଲାଗିଯାଇଥିଲା, ନିଆଁଟି ଏତେ ଭୟାବହ ଥିଲା ଯେ କିଛି ସମୟ ପାଇଁ ଚାରିଆଡେ ଧୂଆଁ ମୟ ହୋଇଯାଇଥିଲା । ପରେ ଖବର ପାଇ ୯ଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବହୁ ସମୟ ପରେ ଅଗ୍ନିଶମ ବାହିନୀର ସଙ୍ଘର୍ଷ ଫଳରେ ନିଆଁକୁ ଆୟତ କରାଯାଇଥିଲା। ନିଆଁର ମାତ୍ର ଏତେ ଅଧିକ ଥିଲା ଯେ, ଅଗ୍ନିଶମ ବିଭାଗ ଏହାକୁ ଲିଭେଲ ୨ ଅଗ୍ନିକାଣ୍ଡ ବୋଲି ଘୋଷଣା କରିଛି। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଇତିମଧ୍ୟରେ ଅଗ୍ନିକାଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନଟି ରେଳଷ୍ଟେସନ ପରି ଦେଖାଯାଉଥିବା ବେଳେ, ୟୁଜର୍ସ ଏହାକୁ ମୁମ୍ବାଇ ସ୍ଥିତ ମିରାରୋଡ଼ ରେଳଷ୍ଟେସନର ଘଟଣା ବୋଲି ଦାବି କରିଛନ୍ତି । ଅନ୍ୟପଟେ ଆଉକିଛି ୟୁଜର୍ସ ଏହାକୁ ଦିଲ୍ଲୀରେ ଘଟିଥିବା ଏକ ଅଘଟଣ ବୋଲି ଦାବି କରିଛନ୍ତି । ୟୁଜର୍ସ ହିନ୍ଦୀରେ " मीरा रोड मुम्बई महाराष्ट्र में कर्फ्यू लगा गया है। घर में रहे सुरक्षित रहें....." ଲେଖି ଉକ୍ତ ଭିଡିଓ କୁ ସେୟାର କରିଥିବାର ଦେଖାଯାଇଛି । ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ ," ମିରାରୋଡ଼ ରେ କର୍ଫ୍ୟୁ ଲାଗିଛି, ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ" । ସେହିପରି ଆଉଜଣେ ୟୁଜର୍ସ ଉକ୍ତ ଭିଡିଓଟିକୁ ୟୁଟ୍ୟୁବରେ ଅପଲୋଡ କରି "ଦିଲ୍ଲୀରେ ଆଉ ଏକ ଅଘଟଣ ଘଟିଗଲା " ଦର୍ଶାଇ ସେୟାର କରିଛନ୍ତି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ବହୁ ପୁରୁଣା । କଲିକତାର ସନ୍ତୋଷପୁର ରେଳ ଷ୍ଟେସନର । ଅନୁସନ୍ଧାନ କରିବାକୁ ଯାଇ ମିରାରୋଡ଼ ଏବଂ ଦିଲ୍ଲୀ ରେଳଷ୍ଟେସନରେ ଅଗ୍ନିକାଣ୍ଡ ସର୍ଚ୍ଚ କରିଥିଲୁ। ହେଲେ ଏନେଇ ନିକଟରେ କୌଣସି ଗଣମାଧ୍ୟମ କୌଣସି ଖବର ପ୍ରକାଶ କରିନଥିବା ଦେଖାଯାଇଛି । ପରେପରେ ଉକ୍ତ ଭାଇରାଲ ଭିଡିଓର କିଛି ଅଂଶକୁ ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ୭ ଅପ୍ରେଲ ୨୦୨୩ରେ Sarparsat News Live ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଉକ୍ତ ଭିଡିଓ କୁ ନିଜ ଚ୍ୟାନେଲ ରେ ଅପଲୋଡ କରିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓ ର ଶୀର୍ଷକ " Massive Fire at Santoshpur Railway Station breaks out l Fire on Railway station" ରହିଛି ଯାହାର ଓଡ଼ିଆ ଅନୁବାଦ ହେଉଛି "ସାନ୍ତୋଶପୁର ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ" । ଇଂରାଜୀରେ "Massive Fire Santoshpur Railway Station " ଅନୁସନ୍ଧାନ କରିଥିଲୁ । ୬ ଅପ୍ରେଲ ୨୦୨୩ ରେ ଉକ୍ତ ଭିଡିଓଟି ଆଜତକ ର ୟୁଟ୍ୟୁବ ଚ୍ୟାନେଲ ରେ ଅପଲୋଡ ହୋଇଥିବାର ଦେଖିବାକୁ ମିଳିଛି । ଯାହାକୁ ବର୍ତ୍ତମାନ ସୁଦ୍ଧା, ୯୧୮୦ ଜଣ ଦେଖିଥିବା ବେଳେ ୧୩୧ଟି ଲାଇକ ମିଳିଛି । ସେହିପରି, ୬ ଅପ୍ରେଲ ୨୦୨୩ ରେ ଟାଇମ୍ସ ଅଫ୍ ଇଣ୍ଡିଆ ଏ ନେଇ ଏକ ଖବର ପ୍ରସାରିତ କରିଥିଲା । ପ୍ରସାରିତ ଖବରରେ ଭାଇରାଲ ଭିଡିଓ ର ଏକ ଅଂଶ ମଧ୍ୟ ସ୍ଥାନ ପାଇଥିବାର ଦେଖାଯାଇଛି। ଖବର ପ୍ରସାରଣ କରି ଟାଇମ୍ସ ଅଫ୍ ଇଣ୍ଡିଆ ଉଲ୍ଲେଖ କରିଛି " Massive fire breaks out at Santoshpur railway station in West Bengal". ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ " ସାନ୍ତୋଶପୁର ରେଳଷ୍ଟେସନ ଯାହାକି ପଶ୍ଚିମବଙ୍ଗରେ ଅବସ୍ଥିତ, ସେଠାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି" । ୬ ଅପ୍ରେଲ ୨୦୨୩ରେ ଉକ୍ତ ଖବରକୁ ପ୍ରସାରିତ କରିବାକୁ ଯାଇ 'ଦ-ପ୍ରିଣ୍ଟ' ଲେଖା ପ୍ରକାଶିତ କରିଛି " ପଶ୍ଚିମବଙ୍ଗର ଦକ୍ଷିଣ-୨୪ ପରଗାନା ଜିଲ୍ଲାର ସାନ୍ତୋଶପୁର ରେଳ ଷ୍ଟେସନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ପୂର୍ବ ରେଳବାଇ ସିଲଡା ବିଭାଗରେ ଟ୍ରେନ୍ ସେବାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ରେଳ ଷ୍ଟେସନରେ ପ୍ରାୟ ୫.୩୦ ସମୟରେ ଯାତ୍ରୀଙ୍କ ଭିଡ଼ ଲାଗିରହିଥାଏ ସେ ସମୟରେ ଏଭଳି ଅଘଟଣ ଘଟିଥିଲା । ହେଲେ ଭାଗ୍ୟ ବଶତଃ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ୬ ଅପ୍ରେଲ ୨୦୨୩ରେ ଇଣ୍ଡିଆଟୁଡେ ଖବର ପ୍ରସାରଣ କରି ଉଲ୍ଲେଖ କରିଛି " କୋଲକାତାର ସନ୍ତୋଷପୁର ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଏହି ଘଟଣା ଘଟିଛି । ଅଗ୍ନିକାଣ୍ଡ ଘଟିବା ବେଳେ ସେହି ପ୍ଲାଟଫର୍ମରେ ଥିବା ସମସ୍ତ ଦୋକାନ ଗୁଡିକରେ ମଧ୍ୟ ଅଗ୍ନିକାଣ୍ଡ ବ୍ୟାପି ଯାଇଥିଲା । ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ୮ଟି ଅଗ୍ନିଶମ ଗାଡି ମୁତୟନ ଥିଲେ, ଉକ୍ତ ମାର୍ଗରେ ଟ୍ରେନର ଚଳାଚଳ ସ୍ଥଗିତ ରହିଛି । ତେଣୁ, ଦିଲ୍ଲୀ ଅଘଟଣ କିମ୍ବା ମିରାବାଇ ରେଳଷ୍ଟେସନ ରେ ଅଗ୍ନିକାଣ୍ଡ ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ, ଭାଇରାଲ ଭିଡିଓ ଟି ବହୁ ପୁରୁଣା ପଶ୍ଚିମବଙ୍ଗର ସାନ୍ତୋଶପୁର ରେଳ ଷ୍ଟେସନରେ ଘଟିଥିବା ଅଗ୍ନିକାଣ୍ଡ ର ଦୃଶ୍ୟ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software