About: http://data.cimple.eu/claim-review/00694e1a57f630fd4e378bbc9bcd88ec95e598218601990ae3985a99     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • କୃଷକ ଆନ୍ଦୋଳନରେ ଯୋଗଦେଲେ ରାହୁଲ ଗାନ୍ଧୀ, ପୁରୁଣା ଫଟୋ ହେଲା ସୋସିଆଲ ମିଡିଆରେ ଭାଇରାଲ ଦାବି ପୁରୁଣ ପରେ ନିଜ ଜିଦ ରେ ଅଟଳ ଚାଷୀ, ପରଣୟନ ହୋଇଥିବା କୃଷକ ଆଇନ ସହ, ଚାଷ ପାଇଁ ସର୍ଵନିମ୍ନ ଏମଏସପି ଦାବି ଭଳି କେନ୍ଦ୍ର ସରକାର ଙ୍କ ଵିରୋଧରେ ଦିଲ୍ଲୀ ରେ ଚାଲୁ ରହିଛି କୃଷକ ଆନ୍ଦୋଳନ । Claim :ଝାଡଖଣ୍ଡ ରେ ଆୟୋଜିତ ନ୍ୟାୟ ଯାତ୍ରାକୁ ବାତିଲ କରି, କୃଷକ ଆନ୍ଦୋଳନ ରେ ଯୋଗଦେଲେ ରାହୁଲ ଗାନ୍ଧୀ Fact :ଭାଇରାଲ ହେଉଥିବା ଫଟୋଟି ଚଳିତ ବର୍ଷର ନୁହେଁ ଏହା ଏକ ପୁରୁଣା ଫଟୋ ଯେବେ ରାହୁଲ ଟ୍ରାକ୍ଟର ଚଲାଇ ସଂସଦ ଭବନରେ ପହଞ୍ଚିଥିଲେ ଦାବି ପୁରୁଣ ପରେ ନିଜ ଜିଦ ରେ ଅଟଳ ଚାଷୀ, ପରଣୟନ ହୋଇଥିବା କୃଷକ ଆଇନ ସହ, ଚାଷ ପାଇଁ ସର୍ଵନିମ୍ନ ଏମଏସପି ଦାବି ଭଳି କେନ୍ଦ୍ର ସରକାର ଙ୍କ ଵିରୋଧରେ ଦିଲ୍ଲୀ ରେ ଚାଲୁ ରହିଛି କୃଷକ ଆନ୍ଦୋଳନ । ୨୦୨୧ ମସିହାରେ ଏନେଇ କେନ୍ଦ୍ର ର ପ୍ରତିଶ୍ରୁତି ପରେ କିଛି ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ହୋଇନଥିବାରୁ କୃଷକ ଆନ୍ଦୋଳନ ତୀବ୍ର ରୂପ ନେଉଛି । ଏଭଳି ସମୟରେ କୃଷକଙ୍କ ସହ କାନ୍ଦ ମିଳାଇଛନ୍ତି ରାହୁଲ, ଏ ଆଇନ କୁ ନେଇ ଏତେ ସିଥିଳତା କାହିଁକି ବୋଲି କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ଇତି ମଧ୍ୟରେ ରାହୁଲ ଙ୍କ ସହ ଆଉକିଛି ବ୍ୟକ୍ତି ଟ୍ରାକ୍ଟର ରେ ବସି ଯାଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଝାରଖଣ୍ଡ ରେ ଆୟୋଜିତ ନ୍ୟାୟ ଯାତ୍ରାକୁ ବାତିଲ କରି ରାହୁଲ କୃଷକ ଆନ୍ଦୋଳନ ରେ ଯୋଗଦେଉଛନ୍ତି ବୋଲି ଫଟୋ ଟି ସେୟାର କରୁଥିବା ବ୍ୟକ୍ତି ଲେଖିଛନ୍ତି । ସତ୍ୟାସତ୍ୟ : ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଖବର ଏବଂ ଆମର ଅନୁସନ୍ଧାନ ରୁ ଜଣାଯାଏ ଯେ ଦାବିରେ ନାହିଁ କୌଣସି ସତ୍ୟତା । ଫଟୋଟିକୁ ତର୍ଜମା କରି ଦେଖିଲେ ଜଣାଯାଏ ଯେ ରାହୁଲଙ୍କ ସମେତ ଅନ୍ୟ ବ୍ୟକ୍ତି ମାନେ ମାସ୍କ ପିନ୍ଧିଛନ୍ତି ଯାହାକି କୋଭିଡ କିମ୍ବା ସେ ପାଖାପାଖି ସମୟର ଫଟୋ ବୋଲି ଜଣାଯାଉଛି । ତେଣୁ ଫଟୋଟି ଏବେ ଉତ୍ତୋଳିତ ହୋଇଥିବାର ସ୍ପଷ୍ଟୀକରଣ ମିଳିପାରୁନାହିଁ । ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରୁ ଜଣାଯାଏ ଯେ ଫଟୋଟି ନିଜେ ରାହୁଲ ଗାନ୍ଧୀ ନିଜ ସୋସିଆଲ ମିଡିଆରେ ୨୬ ଜୁଲାଇ ୨୦୨୧ ଦିନ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି , " अगर खेत बेचने पर मजबूर करोगे, तो ट्रैक्टर संसद में चलेगा- सत्य की फ़सल उगाकर रहेंगे ! कृषि-विरोधी क़ानून वापस लो।" ଏହାକୁ ଓଡ଼ିଆ ରେ ଅନୁବାଦ କରି ଜଣାଯାଏ ଯେ ," ଯଦି ଖେତ ବିକିବା ପାଇଁ ବାଧ୍ୟ କରାଯିବ ତେବେ ଟ୍ରାକ୍ଟର ସଂସଦ ରେ ହିଁ ଦେଖିବାକୁ ମିଳିବ, ସତ୍ୟର ଫସଲ ଅମଳ କରିକି ହିଁ ରହିବୁ। କୃଷି ବିରୋଧୀ ଆଇନ ଫେରାଇ ନିଅନ୍ତୁ । #FarmerProtest ତେବେ ଏଭଳି ଲେଖାକୁ ଇଣ୍ଟରନେଟ ରେ ଅନୁସନ୍ଧାନ କରିବାରୁ ଜଣାଯାଏ ଏଭଳି ଲେଖା ୨୦୨୧ ମସିହାରେ ଆହୁରି ଅନେକ ପୋଷ୍ଟ ସହ ଦେଖିବାକୁ ମିଳିଛି । ରାହୁଲ ଗୁପ୍ତା ଯିଏକି ଜଣେ ଅମେଠି କଂଗ୍ରେସର କାର୍ୟ୍ଯକାରି ଅଧ୍ୟକ୍ଷ ନିଜ ସୋସିଆଲ ମିଡିଆରେ ରେ ଏହି ଘଟଣା ର ଭିଡ଼ିଓ ଟିକୁ ସେୟାର କରି ଲେଖିଛନ୍ତି " जब कृषि सुधार बिलों का विरोध करते हुए टैक्टर चलाकर संसद पहुंचे श्री @RahulGandhi , "अगर खेत बेचने पर मजबूर करोगे, तो ट्रैक्टर संसद में चलेगा- सत्य की फ़सल उगाकर रहेंगे! कृषि-विरोधी क़ानून वापस लो - राहुल गांधी जी ପାଲଗଡ଼ କିଷାନ କଂଗ୍ରେସ ମଧ୍ୟ ନିଜର ଅଫିସିଆଲ ଏକ୍ସ ଆକାଉଣ୍ଟ ରେ ଏହି ପୋଷ୍ଟ କୁ ସେୟାର କରିଥିବା ଦେଖା ଦେଇଛି । ଯେତେବେଳେ ଆମେ Rahul Gandhi on Tractor ଅନୁସନ୍ଧାନ କଲୁ , କିଛି ଗଣମାଧ୍ୟମର ଖବର ପ୍ରସାରଣ ଦେଖିବାକୁ ପାଇଲୁ । ଟାଇମ୍ସ ଅଫ ଇଣ୍ଡିଆ ର ପ୍ରସାରିତ ଖବର ଅନୁଯାୟୀ ," କୃଷି ନିୟମ କୁ ବିରୋଧ କରି ଟ୍ରାକ୍ଟର ଚଲାଇ ସଂସଦ ରେ ପହଞ୍ଚିଲେ ରାହୁଲ " । ଦୈନିକ ନବଜ୍ୟୋତି ଅନୁଯାୟୀ , " ଟ୍ରାକ୍ଟର ଚଲାଇ ସଂସଦ ରେ ପହଞ୍ଚିଲେ ରାହୁଲ ଗାନ୍ଧୀ , କୃଷି ଆଇନ କୁ ବିରୋଧ କରି ଗିରଫ ହେଲେ ନେତା " । ତେବେ ଉପରୋକ୍ତ ଅନୁସନ୍ଧାନ ଏବଂ ବିଭିନ୍ନ ଗଣମାଧ୍ୟମ ର ଖବର ପ୍ରସାରଣ ଅନୁଯାୟୀ , ଏହା ଜଣାଯାଏ ଯେ ,ଏହି ଫଟୋ ଟି ବହୁ ବର୍ଷ ପୁରୁଣା ଏବଂ ଚାଲୁ ରହିଥିବା କୃଷକ ଆନ୍ଦୋଳନ ସହ ଏହାର କୌଣସି ସମ୍ପର୍କ ନାହିଁ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software