About: http://data.cimple.eu/claim-review/0202d4628d56bb68f52920c8afc22f43af3adf8264f5a89634b62932     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ:ଫିଲ୍ମ ଉଦ୍ୟୋଗ ସହ ଜଡ଼ିତ ବ୍ୟକ୍ତିଙ୍କର 2018ର କୋଲାଜ ଏଡିଟ କରି ଭାଇରାଲ୍ ହୋଇଛି ବିଶ୍ବାସ ନ୍ୟୁଜ୍ ର ଅନୁସନ୍ଧାନରେ ଭାଇରାଲ୍ ଦାବି ନକଲି ବୋଲି ଜଣା ପଡ଼ିଥିଲା । ସୋସଲିଆଲ୍ ମିଡିଆରେ ବଲିଉଡ୍ ଅଭିନେତା ଏବଂ ଗାୟକମାନଙ୍କର ଭାଇରାଲ୍ ହେଉଥିବା କୋଲାଜ୍ ଏଡିଟ୍ ହୋଇଛି, ଏଥିରେ ବୟକଟ୍ ପବ୍ଲିକ୍ ଲେଖା ହୋଇ ଭାଇକାଲ୍ କରାଯାଉଛି । - By: Jyoti Kumari - Published: Aug 29, 2022 at 10:56 AM - Updated: Aug 31, 2022 at 04:58 PM ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ବଲିଉଡ୍ ସିନେମାକୁ ନେଇ ବୟକଟ୍ ଅଭିଯାନ ମଧ୍ୟରେ ଏବେ ସୋସିଆଲ୍ ମିଡିଆରେ ଗୋଟିଏ କୋଲାଜ ଭାଇରାଲ୍ ହେଉଛି । ଏଥିରେ ସିନେମା ଜଗତର କିଛି ଲୋକ ଏକ ପୋଷ୍ଟର ଧରିଥିବା ଦେଖା ଯାଇ ପାରିବ । ଏଥିରେ ଲେଖା ହୋଇଛି ବୟକଟ୍ ପିପୁଲ୍ । ସୋସିଆଲ୍ ମିଡିଆ ୟୁଜର୍ସ ଏହି କୋଲାଜକୁ ସତ ଭାବି ଭାଇରାଲ୍ କରିବାରେ ଲାଗିଛନ୍ତି ।ଏହା ପୂର୍ବରୁ ଆମିର ଖାନ୍, ଶାହରୁଖ ଖାନ୍ ଏବଂ ସନ୍ନି ଦେଓଲଙ୍କୁ ନେଇ ମଧ୍ୟ ଅନେକ ପ୍ରକାରର ମିଛ କଥା ଭାଇରାଲ୍ ହୋଇ ସାରିଛି । ବିଶ୍ବାସ ନ୍ୟୁଜ୍ ଭାଇରାଲ୍ କୋଲାଜର ଯାଞ୍ଚ କରିଥିଲା । ଏହି ଦାବି ନକଲି ବାହାରିଲା । ଭାଇରାଲ୍ କୋଲାଜ୍ ଏଡିଟ୍ ହୋଇଛି । ଅସଲ ଚିତ୍ର 2018ର ଅଟେ, ଯେତେବେଳେ ଅଭିନେତା ଏବଂ ଗାୟକମାନେ ଜମ୍ମୁ-କାଶ୍ମୀର କଠୁଆ ଗଣଧର୍ଷଣ ବିରୋଧରେ ଏହିପରି ଶୈଳୀରେ ନିଜର ବିରୋଧ ପ୍ରଦର୍ଶନ କରିଥିଲେ । ପୁରୁଣା ଫଟୋକୁ ଏଡିଡ୍ କରି ଭୁଲ୍ ଦାବି ସହ ଭାଇରାଲ୍ କରାଯାଉଛି । ଭାଇରାଲ୍ ପୋଷ୍ଟରେ କଣ ଅଛି ଫେସବୁକ୍ ପେଜ୍ “Nurendar Medi ” 20 ଅଗଷ୍ଟରେ ଫଟୋ ପୋଷ୍ଟ କରି ଲେଖାଯାଇଛି,”ବଲିଉଜ୍ ଷ୍ଟ୍ରାଇକ୍ ବ୍ୟାକ୍ ।ଫ୍ରେଣ୍ଡସ୍ “ ଏହିଭଳି ଟ୍ବିଟର୍ ୟୁଜର୍ ଭବ୍ୟା 17 ଅଗଷ୍ଟରେ ଏହି କୋଲାଜ ସେୟାର କରି ଲେଖିଛନ୍ତି, ” In protest of #BoycottBollywood Campaign #Bollywood strikes back after appeal by superstar #ArjunKapoor !! #Urduwood has decided to boycott people. Now they will make films but will not release them.” In protest of #BoycottBollywood— Bhavya (Modi Ka Parivar) (@bhavya1705) August 17, 2022 Campaign #Bollywood strikes back after appeal by superstar #ArjunKapoor !! #Urduwood has decided to boycott people. Now they will make films but will not release them.@arjunk26 @karanjohar @iHrithik @BeingSalmanKhan #BoycottbollywoodCompletely pic.twitter.com/8Su9ASVz7F ସୋସିଆଲ୍ ମିଡିଆରେ ଅନେକ ୟୁଜର୍ ଏହି ପୋଷ୍ଟ ସହ ସମାନ ଭଳି ଦାବି ଉଲ୍ଲେଖ କରି ସେୟାର୍ କରିଥିଲେ । ପୋଷ୍ଟର ଆର୍କାଇଭ୍ ଏଠାରେ ଦେଖନ୍ତୁ । ଅନୁସନ୍ଧାନ ଭାଇରାଲ୍ ଫଟୋର ଅନୁସନ୍ଧାନ ପାଇଁ ଆମେ ଗୁଗଲ୍ ରିଭର୍ସ୍ ଇମେଜରେ ଏହାକୁ ଖୋଜିଥିଲୁ । ଆମକୁ ଏହା ସହ ମେଳଖାଉଥିବା ଏକ ଫଟୋ ସହ ଅନେକ ୟୁଜର୍ସଙ୍କର ଫେସବୁକ୍ ପୋଷ୍ଟ ମିଳିଥିଲା । ଇଣ୍ଡିଆଅ ଫାର୍ଷ୍ଟ ନାମକ ଏକ ଫେସବୁକ ପେଜ୍ ରେ 29 ଅକ୍ଟୋବର 2020ରେ ଫଟୋ ସେୟାର୍ କରାଯାଇଥିଲା, ଯାହା ଭାଇରାଲ୍ ପୋଷ୍ଟ ସହ ମେଳଖାଉଥିଲା । ଅଶ୍ବନୀ ଗୁପ୍ତା ନାମକ ଜଣେ ଫେସବୁକ୍ ୟୁଜର୍ 8 ଜୁନ୍ 2019ରେ ଭାଇରାଲ୍ ଫଟୋକୁ ସେୟାର୍ କରିଥିଲେ । ସେହି ଫଟୋରେ ସେହି ସମାନ କଳାକାରମାନେ ଥିଲେ ଯେଉଁମାନେ ଭାଇରାଲ୍ ପୋଷ୍ଟରେ ନଜର ଆସୁଛନ୍ତି । ତେବେ ଏଠାରେ ଫଟୋରେ ସେମାନଙ୍କ ହାତରେ ପପ୍ଲିକ୍ ବୟକଟ୍ ପୋଷ୍ଟର ନଥିଲା । ଏମାନେ ସମସ୍ତେ ଜାମ୍ମୁ –କାଶ୍ମୀର କାଠୁଆ ଜିଲ୍ଲାରେ ହୋଇଥିବା ଗଣଧର୍ଷଣ ବିରୋଧରେ ନିଜର ବିରୋଧ ପ୍ରଦର୍ଶନ କରିଥିଲେ । ବର୍ତ୍ତମାନେ ସେହି ଫଟୋକୁ ଏଡିଡ୍ କରାଯାଇ ଭାଇରାଲ୍ କରାଯାଉଛି । କି ୱାର୍ଡ ଦେଇ ଗୁଗଲରେ ଖୋଜିବାରୁ ଆମକୁ କେତେକ ନ୍ୟୁଜ୍ ୱେବସାଇଟ୍ ରେ ଏହି ସହ ସାମଞ୍ଜସ୍ୟ ଥିଲା ଫଟୋ ମିଳିଥିଲା, ଯାହାକୁ 15 ଏପ୍ରିଲ 2018ରେ ପ୍ରକାଶିତ କରାଯାଇଥିଲା । ନିମ୍ନରେ ଆପଣ ଅସଲି ଏବଂ ଏଡିଟ୍ ହୋଇଥିବା କୋଲାଜ ଦେଖି ପାରିବେ । ଦୈନିକ ଜାଗରଣ ମୁମ୍ବାଇରେ ମନୋରଞ୍ଜନ ବିଭାଗ ଦେଖୁଥିବା ବରିଷ୍ଠ ସାମ୍ବାଦିକ ସ୍ମିତା ଶ୍ରୀବାସ୍ତବଙ୍କ ସହ ବିଶ୍ବାସ ନ୍ୟୁଜ୍ ଯୋଗାଯୋଗ କରିଥିଲା । ତାଙ୍କ ସହ ଭାଇରାଲ୍ ପୋଷ୍ଟର ଲିଙ୍କ ମଧ୍ୟ ସେୟାର୍ କରିଥିଲା । ସେ ଆମକୁ କହିଥିଲେ ଯେ ଏହି ଭାଇରାଲ୍ ଦାବି ଭୁଲ୍ ଅଟେ । ଫଟୋଟି ଏଡିଟ୍ କରାଯାଇଛି । ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନର ଅନ୍ତିମ ପର୍ଯ୍ୟାୟରେ ଏହି ପୋଷ୍ଟକୁ ସେୟାର କରିଥିଲା ପେଜ୍ ର ସୋସିଆଲ୍ ସ୍କାନିଂ କରିଥିଲା । ଏଥିରୁ ଜଣା ପଡ଼ିଥିଲା ଯେ ଏହି ପେଜ୍ କୁ 366 ଜଣ ବ୍ୟକ୍ତି ଫଲୋ କରନ୍ତି । ଫେସବୁକ୍ ରେ ଏହି ପେଜକୁ 10 ଜୁନ୍ 2021ରେ ଖୋଲାଯାଇଛି । निष्कर्ष: ବିଶ୍ବାସ ନ୍ୟୁଜ୍ ର ଅନୁସନ୍ଧାନରେ ଭାଇରାଲ୍ ଦାବି ନକଲି ବୋଲି ଜଣା ପଡ଼ିଥିଲା । ସୋସଲିଆଲ୍ ମିଡିଆରେ ବଲିଉଡ୍ ଅଭିନେତା ଏବଂ ଗାୟକମାନଙ୍କର ଭାଇରାଲ୍ ହେଉଥିବା କୋଲାଜ୍ ଏଡିଟ୍ ହୋଇଛି, ଏଥିରେ ବୟକଟ୍ ପବ୍ଲିକ୍ ଲେଖା ହୋଇ ଭାଇକାଲ୍ କରାଯାଉଛି । - Claim Review : ବଲିଉଡ୍ କଳାକାର କରିଲେ ପବ୍ଲିକ୍ ବୟକଟ୍ - Claimed By : Nurendar Medi - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software