Facets (new session)
Description
Metadata
Settings
owl:sameAs
Inference Rule:
asEquivalent
b3s
b3sifp
facets
http://www.w3.org/2002/07/owl#
ldp
oplweb
skos-trans
virtrdf-label
virtrdf-url
None
About:
http://data.cimple.eu/claim-review/08da422e9ceaea883e0f63fec36089d9f6cc76dace439f88b881b06a
Goto
Sponge
NotDistinct
Permalink
An Entity of Type :
schema:ClaimReview
, within Data Space :
data.cimple.eu
associated with source
document(s)
Type:
schema:ClaimReview
New Facet based on Instances of this Class
Attributes
Values
rdf:type
schema:ClaimReview
http://data.cimple...lizedReviewRating
not credible
schema:url
http://odia.factcrescendo.com/misleading/old-incident-of-2023-shared-as-last-video-of-ratan-tata-moments-before-his-demise-619412/
schema:text
ବର୍ତ୍ତମାନ ସାରା ଦେଶ ରତନ ଟାଟାଙ୍କ ବିୟୋଗରେ ଶୋକ ପାଳନ କରୁଛି। ବିଗତ କିଛି ଦିନରୁ ଅସୁସ୍ଥ ଥିବାରୁ ତାଙ୍କ ଚିକିତ୍ସା ଚାଲିଥିଲା କିନ୍ତୁ ୯ ଅକ୍ଟୋବର ରେ ସେ ଏହି ଦୁନିଆ ଛାଡି଼ ଚାଲି ଯାଇଛନ୍ତି। ଏହି ସମୟରେ ରତନ ଟାଟାଙ୍କ ଗୋଟିଏ ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହା ତାଙ୍କର ଦେହାନ୍ତର କିଛି ସମୟ ପୁର୍ବର ଭିଡିଓ ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିଊ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ୨୦୨୩ ମସିହାର ଭିଡିଓ ଅଟେ ଯେତେବେଳେ ତାଙ୍କୁ ମହାରାଷ୍ଟ୍ର ସରକାର ଉଦ୍ଯୋଗ ରତ୍ନ ପୁରସ୍କାର ସହିତ ସମ୍ମାନିତ କରିଥିଲା। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକରି ଲେଖିଛନ୍ତି, “ମୁଁ ସାରା ବିଶ୍ଵରେ ଅନେକ ଶିଳ୍ପପତି ଙ୍କ ବିଷୟରେ ଜାଣିଛି କିନ୍ତୁ ରତନ ଟାଟାଙ୍କ ସହ କେହି ତୁଳନାଯୋଗ୍ୟ ନୁହେଁ। ବିଶ୍ଵର ରତ୍ନ ରତନ ଟାଟା।“ ଆମ ଅନୁସନ୍ଧାନ: ଆମ ନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୯ ଅଗଷ୍ଟ ୨୦୨୩ ରେ ଦି ଟ୍ରାଇବ୍ଯୁନ ର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନରେ ଲେଖା ଯାଇଛି, “ମହାରାଷ୍ଟ୍ର ସରକାର ଶିଳ୍ପପତି ରତନ ଟାଟାଙ୍କୁ ‘ଉଦୟ ରତ୍ନ ପୁରସ୍କାର’ ପ୍ରଦାନ କରିଛନ୍ତି।” ମହାରାଷ୍ଟ୍ର ସରକାର ୧୯ ଅଗଷ୍ଟ ୨୦୨୩ ରେ ଶିଳ୍ପପତି ରତନ ଟାଟାଙ୍କୁ ସମ୍ମାନଜନକ ‘ଉଦ୍ଯୋଗ ରତ୍ନା ପୁରସ୍କାର’ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାରଙ୍କ ଉପସ୍ଥିତିରେ ରତନ ଟାଟାଙ୍କୁ ତାଙ୍କ ବାସଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ଗ୍ରହଣ କରିଥିବାରୁ ସେ ସିଏମ ସିନ୍ଦେଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୧୯ ଅଗଷ୍ଟ ୨୦୨୩ ର ଏନଡ଼ିଟିଭି ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପ୍ର ଚେୟାରମ୍ୟାନ୍ ରତନ ଟାଟାଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମୁମ୍ବାଇରେ ଥିବା ତାଙ୍କ ଘରେ ଉଦ୍ଯୋଗ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ମହାରାଷ୍ଟ୍ର ସରକାରଙ୍କ ଦ୍ଵାରା ପ୍ରବର୍ତ୍ତିତ ଏହି ପୁରସ୍କାର ଟାଟାଙ୍କୁ ଦେଶରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଥମ ପ୍ରାପ୍ତକର୍ତ୍ତା ଭାବରେ ପ୍ରଦାନ କରାଯାଇଥିଲା। ଅସୁସ୍ଥତା ହେତୁ ଯୋଜନା ହୋଇଥିବା ସରକାରୀ ସମାରୋହ ପୂର୍ବରୁ ଟାଟା ଶନିବାର ଦିନ ଏହି ପୁରସ୍କାର ଗ୍ରହଣ କରିଥିଲେ। କ’ଣ ଏହା ରତନ ଟାଟାଙ୍କର ଶେଷ ଭିଡିଓ ଥିଲା? ଅଧିକ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ୨୦ ମଇ ୨୦୨୪ ରେ ରତନ ଟାଟା ମୁମ୍ବାଇର କୋଲାବା ଅଞ୍ଚଳରେ ଲୋକସଭା ନିର୍ବାଚନ ସମୟରେ ନିଜ ଭୋଟ୍ ଦେବାକୁ ଆସିଥିଲେ। ନିମ୍ନରେ ଆପଣ ମାନେ ତାହା ଦେଖି ପାରିବେ। ସିଦ୍ଧାନ୍ତ: ଆମ ନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ହେଉଥିବା ଭିଡିଓ ୨୦୨୩ ମସିହାର ଅଟେ ଯେତେବେଳେ ରତନ ଟାଟାଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡ୍ନାବିସ ଉଦ୍ଯୋଗ ରତ୍ନ ପୁରସ୍କାର ସହିତ ସମ୍ମାନିତ କରିଥିଲେ। Title:୨୦୨୩ ର ପୁରୁଣା ଭିଡିଓକୁ ରତନ ଟାଟାଙ୍କ ବିୟୋଗର କିଛି ଦିନ ପୂର୍ବ ଭିଡିଓ ଦାବି ସହିତ ସେଯାର କରା ଯାଉଛି।Fact Check By: Siddharth Sahu Result: Misleading
schema:mentions
Sidharth Bharathan
schema:reviewRating
FALSE
schema:author
factcrescendo
schema:datePublished
2024-10-12
(
xsd:date
)
schema:inLanguage
English
schema:itemReviewed
http://data.cimple.eu/claim/577e9000fd9dc22bdbcf82158a1792aaf166ef7aeb81dc1bdb56ba2b
Faceted Search & Find service v1.16.123 as of May 22 2025
Alternative Linked Data Documents:
ODE
Content Formats:
RDF
ODATA
Microdata
About
OpenLink Virtuoso
version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software