About: http://data.cimple.eu/claim-review/0d5d5e78f113ae0bf66376b31966b1295d2b6e0d4b71cdf0ba8ffabe     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଭିଡିଓ ଏଡିଟ କରାଯାଇ ମିଛ ସୂଚନା ସହ କରାଯାଉଛି ଭାଇରାଲ, ହିନ୍ଦୁ ପ୍ରତିମା କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ରାହୁଲ ଭାରତ ଯୋଡ଼ ନ୍ୟାୟ ୟାତ୍ରାରେ ମହାରାଷ୍ଟ୍ର ର ନାସିକରେ ଆୟୋଜିତ ହୋଇଥିବା ଜନ ସମାଗମରେ ଉଦବୋଧନ ଦେଉଛନ୍ତି ରାହୁଲ ଗାନ୍ଧୀ । Claim :ହିନ୍ଦୁ ପ୍ରତିମା କୁ ପ୍ରତ୍ୟାଖ୍ୟାନ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ Fact :ମଞ୍ଚ ଉପରେ ପ୍ରତିମାକୁ ଗ୍ରହଣ କରୁଛନ୍ତି ରାହୁଲ ଗାନ୍ଧୀ ଏବଂ ଫଟୋ ଉଠାଇବା ପାଇଁ ପୋଜ୍ ମଧ୍ୟ ଦେଉଛନ୍ତି ଭାରତ ଯୋଡ଼ ନ୍ୟାୟ ୟାତ୍ରାରେ ମହାରାଷ୍ଟ୍ର ର ନାସିକରେ ଆୟୋଜିତ ହୋଇଥିବା ଜନ ସମାଗମରେ ଉଦବୋଧନ ଦେଉଛନ୍ତି ରାହୁଲ ଗାନ୍ଧୀ । ଏହି ସଭାରେ ଜଣେ ବ୍ୟକ୍ତି ରାହୁଲ ଙ୍କୁ ଭଗବାନ ବିଠଲ ଙ୍କ ଏକ ପ୍ରତିମୂର୍ତ୍ତି ପ୍ରଦାନ କରିଛନ୍ତି । ଭିଡିଓ ସେୟାର କରୁଥିବା ବ୍ୟକ୍ତି ଲେଖିଛନ୍ତି କି , ଏହା ଏକ ହିନ୍ଦୁ ବିରୋଧୀ ବାର୍ତା ଦେଖନ୍ତୁ କଂଗ୍ରେସ ନେତା କିଭଳି ଜଣେ ହିନ୍ଦୁ ଭଗବାନ ଙ୍କ ମୂର୍ତ୍ତି ଗ୍ରହଣ କରିବାକୁ ମନା କରୁଛନ୍ତି । ଏହି ଭିଡିଓ କୁ ବିଭିନ୍ନ ମତ ସହ ସେୟାର କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ ଏବଂ କିଛି ଆଇଟି ସେଲ ପ୍ରମୁଖ । ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରେ ଅନୁସନ୍ଧାନକରିବାରୁ ଜଣାଯାଏ ଯେ ,ଏହି ଭିଡିଓ ଟିକୁ ରାହୁଲ ଗାନ୍ଧୀ ନିଜ ୟୁଟ୍ୟୁବ ଚ୍ୟାନେଲ ରେ ୧୪ ମାର୍ଚ୍ଚ.୨୦୨୪ ରେ ଅପଲୋଡ଼ କରିଛନ୍ତି । ୧୭ ମିନିଟ୧୫ ସେକେଣ୍ଡ ରେ ଜଣାପଡିଛି ରାହୁଲ ହିନ୍ଦୁ ପ୍ରତିମାଙ୍କୁ ଗ୍ରହଣ କରୁଛନ୍ତି ଏବଂ ଫଟୋ ଉଠାଇବା ପାଇଁ ଠିଆ ମଧ୍ୟ ହୋଇଛନ୍ତି । ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏଯେ ନାନା ପାଟୋଲେ, ଯିଏ ହେଉଛନ୍ତି ମହାରାଷ୍ଟ୍ର କଂଗ୍ରେସ କମିଟିର ସଭାପତି । ଏହି ଭିଡିଓ ଟିକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖଛନ୍ତି କି , "ରାହୁଲ ହିନ୍ଦୁ ବିରୋଧୀ ନୁହନ୍ତି, ହିନ୍ଦୁ ପ୍ରତିମା କୁ ରାହୁଲ ଗ୍ରହଣ କରୁଛନ୍ତି ଏହି ଭିଡିଓ ଦେଖିଲେ ଜଣାପଡୁଛି । ଏକ ନିର୍ଦ୍ଦିଷ୍ଟ ଦଳର ଆଇଟିସେଲ ଏହି ଭିଡିଓ କୁ ଏଡିଟ କରି ରାହୁଲ ଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି" । ବରିଷ୍ଠ କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ ଯିଏକି ଓଡ଼ିଆ ଆଇରନ ମ୍ୟାନ ଭାବେ ପରିଚିତ ଏହି ପୋଷ୍ଟ କୁ ନେଇ ସୋସିଆଲ ମିଡିଆରେ ମତାମତ ରଖିଛନ୍ତି । ଭିଡିଓ ରେ ଜଣାପଡୁଛି ରାହୁଲ ଗାନ୍ଧୀ ହିନ୍ଦୁ ପ୍ରତିମା କୁ ଗ୍ରହଣ କରୁଛନ୍ତି, ଗୋଦି ମିଡ଼ିଆ ଦ୍ୱାରା ସେୟାର କରାଯାଉଥିବା ମିଛ ଖବର ଠାରୁ ଦୂରେଇ ରୁହନ୍ତୁ " । ହିନ୍ଦୁ ପ୍ରତିମାକୁ ନେଇ ରାହୁଲ ଙ୍କୁ କରାଯାଇଛି ବଦନାମ ବୋଲି ଖବର ପ୍ରସାରଣ କରିଛି ଇନସର୍ଟ ଭିଡିଓ କୁ ଭଲଭାବେ ଦେଖିଲେ ଜଣାପଡିବ ଯେ ରାହୁଲ ହିନ୍ଦୁ ପ୍ରତିମା ଙ୍କୁ ଗ୍ରହଣ କରୁଛନ୍ତି ବୋଲି ପ୍ରସାରଣ କରିଛି ସଟରବଗ୍। ତେଣୁ ଦାବିରେ ନାହିଁ କୌଣସି ସତ୍ୟାସତ୍ୟ, ଭାଇରାଲ କରାଯାଇଥିବା ଭିଡିଓ ଟି ଏଡିଟ କରାଯାଇଛି ।
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software