About: http://data.cimple.eu/claim-review/0fd9ebfd3a587e8663b11d5c3ca20e99e107a080855b816ec39c5d29     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓ ସହ ପଶ୍ଚିମବଙ୍ଗ ରାଜନୀତିର ନାହିଁ କୌଣସି ସମ୍ପର୍କ ସହ Claim : ନୂଆ ସରକାର ଆସିବା ପରେ ବିଜେପି ଓ ଟିଏମସି ନେତାଙ୍କ ମଧ୍ୟରେ ବିଶୃଙ୍ଖଳାFact : ଦାବିରେ ନାହିଁ କୌଣସି ସତ୍ୟତା, ଉକ୍ତ ଭିଡିଓ ସହ ନାହିଁ ପଶ୍ଚିମବଙ୍ଗ କିମ୍ବା ଭାରତ ସହ କୌଣସି ସମ୍ପର୍କପଶ୍ଚିମବଙ୍ଗ ରାଜନୀତିରେ ଏକ ସୁବର୍ଣ୍ଣ ତାରିଖ ପାଲଟିଛି ୯ ମେ’ ୨୦୨୬। ଶୁଭେନ୍ଦୁ ଅଧିକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏକ ନୂତନ ଯୁଗର ଆରମ୍ଭ ହୋଇଛି। ତୃଣମୂଳ କଂଗ୍ରେସର ପନ୍ଦର ବର୍ଷର ଶାସନ ଆନୁଷ୍ଠାନିକ ଭାବରେ ଶେଷ ହୋଇଛି, ଏବଂ ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କରିଛି। ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ପାଇଁ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ସମଗ୍ର ଦେଶର ନଜର କୋଲକାତାର ଏହି ପ୍ରସିଦ୍ଧ ଷ୍ଟାଡିୟମ ଉପରେ ନିବଦ୍ଧ ଥିଲା। ଏହି ମୁହୂର୍ତ୍ତକୁ ଦେଖିବା ପାଇଁ ସାଧାରଣ ଜନତାଙ୍କ ସହିତ ଅନେକ ପ୍ରମୁଖ ରାଜନେତା ଏବଂ ଶିଳ୍ପପତି ଉପସ୍ଥିତ ଥିଲେ। ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଗୋଟିଏ ଓଭର ବ୍ରିଜ ଉପରୁ ସୁଟିଙ୍ଗ କରାଯାଇଥିବା ବେଳେ ତଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ବିଶୃଙ୍ଖଳା ଦେଖାଯାଇଛି । ନାହିଁଥିବା ଜନ ସମୁଦ୍ର ଭିତରେ ପ୍ରବଳ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିବାର ଦେଖାଯାଇଛି । ଅନ୍ୟପଟେ ଉକ୍ତ ଗଣ୍ଡଗୋଳକୁ ଦେଖିବାକୁ ଓଭର ବ୍ରିଜ ଉପରେ ନାହିଁନଥିବା ଭିଡ଼ ଜମିଛି । ତେବେ ଉକ୍ତ ଘଟଣାଟି ପଶ୍ଚିମବଙ୍ଗର ବୋଲି ଦାବି ହୋଇଛି । ଉକ୍ତ ଭିଡିଓରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର ଦାବି କରିଛନ୍ତି ୟୁଜର୍ସ । ଉକ୍ତ ଭିଡିଓ ବହୁମାତ୍ରାରେ ଭାଇରଲ ହେବାପରେ ୟୁଜର୍ସ ଜଣଙ୍କ ଭିଡିଓଟିକୁ ଡିଲିଟ କରିଦେଇଥିବା ବେଳ ଏହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି I ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓ ସହ ପଶ୍ଚିମବଙ୍ଗ ରାଜନୀତି କିମ୍ବା ଭାରତ ସହ ନାହିଁ କୌଣସି ସମ୍ପର୍କ । ଦାବିର ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିଥିଲୁ । ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଘଟିଥିବାର ଦେଖିବାକୁ ପାଇଥିଲୁ । ହେଲେ କୌଣସି ଖବର ପ୍ରସାରଣରେ ଭାଇରାଲ ଭିଡିଓର ଦୃଶ୍ୟ ଦେଖିବାକୁ ପାଇନଥିଲୁ । ଯଦି ଏତେ ବଡ଼ ଧରଣର ଗଣ୍ଡଗୋଳ ହୋଇଥାନ୍ତା ନିଶ୍ଚିତ ଭାବେ ପ୍ରାୟ ସମସ୍ତ ଗଣମାଧ୍ୟମର ପ୍ରମୁଖ ଖବର ପାଲଟିଥାନ୍ତା । ଅଧିକ ଅନୁସନ୍ଧାନ କରିବାକୁ ଯାଇ, ପଶ୍ଚିମବଙ୍ଗରେ କାର୍ଯ୍ୟରତ ସାମ୍ବାଦିକ ଅଗ୍ନିଶ୍ଵର ସର୍ଦ୍ଦାରଙ୍କୁ ଯୋଗାଯୋଗ କରିଥିଲୁ । ଉକ୍ତ ଭିଡିଓଟି ପଶ୍ଚିମବଙ୍ଗ ର ନୁହେଁ ବକି ସିଧାସଳଖ ସୂଚନା ଦେଇଥିଲେ ଅଗ୍ନିଶ୍ଵର । ଯଦି ଏତେ ବଡ଼ ଧରଣର ଗଣ୍ଡଗୋଳ ନିକଟ ଦିନରେ ଘଟିଥାନ୍ତା ଏହାକୁ ନିଶ୍ଚିତ ଭାବେ ଆମେ ପ୍ରସାରିତ କରିଥାନ୍ତୁ ବୋଲି କହିଥିଲେ । ଭିଡିଓଟି ବହୁ ପୁରୁଣା କିମ୍ବା ପଶ୍ଚିମବଙ୍ଗର ନ ହୋଇଥାଇ ପାରେ ବୋଲି ଜଣାଇଛନ୍ତି ଅଗ୍ନିଶ୍ଵର । ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ଜଣେ ଡିଜିଟାଲ କ୍ରିଏଟର ଉକ୍ତ ଭିଡିଓକୁ ୨୬ ଅପ୍ରେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ପାଇଥିଲୁ । ଉକ୍ତ କ୍ରିଏଟର ଜଣଙ୍କ ଜଣେ ବାଂଲାଦେଶୀ ବାସିନ୍ଦା ବୋଲି ନିଜ ପ୍ରୋଫାଇଲରେ ଉଲ୍ଲେଖ କରିଛନ୍ତି । ତାଙ୍କ ପ୍ରୋଫାଇଲରେ ମଧ୍ୟ ବାଂଲାଦେଶର ବିଭିନ୍ନ ସ୍ଥାନ ଏବଂ ଘଟଣାର ଭିଡିଓ ଅପଲୋଡ଼ କରିଥିଵାର ଦେଖାଯାଇଛି । ଯେଉଁଥିରଉଲ୍ଲେଖ ରହିଛି ବାଂଲାଦେଶରେ ପ୍ରକୃତରେ ଘଟୁଛି କଣ ? ତେବେ ସିଏ ସେୟାର କରିଥିବା ଭିଡିଓଟି ଭାଇରାଲ ଭିଡିଓ ସହ ତାଳମେଳ ଖାଉଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ସ୍ଥାନର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ । ରାସ୍ତାରେ ବଙ୍ଗଳା ଭାଷାରେ ଲେଖା ଦେଖିବାକୁ ମିଳିଛି । ଭିଡିଓର ୧ମିନିଟ ୫୫ସେକେଣ୍ଡରେ ଜଣେ ବାଂଲାଦେଶ ଜାତୀୟ ପତାକା ଧରି ବୁଲୁଥିବାର ଦେଖାଯାଏ । ଭିଡିଓର ୩ମିନିଟ ୩୩ସେକେଣ୍ଡରେ ଗୋଟିଏ ବାଇକର ନମ୍ବର ପ୍ଲେଟ ସ୍ପଷ୍ଟ ଭାବେ ଦେଖାଯାଇଛି । ଯାହାକି ପଶ୍ଚିମବଙ୍ଗ ର ନୁହେଁ ବରଂ ବାଂଲାଦେଶର ରେଜିଷ୍ଟ୍ରେସନ ବୋଲି ଜଣାଯାଏ । ତେବେ ଉକ୍ତ ଘଟଣାକୁ ନେଇ ପ୍ରସାରିତ କୌଣସି ଖବର ଆମର ହସ୍ତଗତ ହୋଇନାହିଁ । ହେଲେ ଭିଡିଓରୁ ଯେତିକି ସୂଚନା ମିଳିଛି ତାହା ପଶ୍ଚିମବଙ୍ଗର ନୁହେଁ ବାଂଲାଦେଶର ଅଟେ । ତେଣୁ ଏହା ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ପଶ୍ଚିମବଙ୍ଗର ନୁହେଁ ବାଂଲାଦେଶର ଅଟେ । ତେଣୁ ପଶ୍ଚିମବଙ୍ଗ କିମ୍ବା ପଶ୍ଚିମବଙ୍ଗ ରାଜନୀତି ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 10 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software