About: http://data.cimple.eu/claim-review/137c1efdf6accf5f9642cb958adc9145871a5f75fb729cd10e58dbe5     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ହେଉଥିଲା ଦୀପାବଳି ପାଳନ, ନୁହେଁ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ଏହା ବୁର୍ଲା ଭୀମସାର ର ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଦୀପାବଳିର ଦୃଶ୍ୟ, ଏଥିରେ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ନାହିଁ । Claim :ଦୀପାବଳିରେ ହିନ୍ଦୁ ଛାତ୍ର ମାନେ ଜବାବ ଦେବାକୁ ଯାଇ ମୁସଲମାନ ଛାତ୍ରମାନଙ୍କୁ କିଛି ଏଭଳିକଲେ ଆକ୍ରମଣ Fact :ଦୁଇ ଛାତ୍ର ଗୋଷ୍ଠୀମଧ୍ୟରେ ହେଉଥିଲା ଦୀପାବଳି ପାଳନ, ନୁହେଁ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳିରେ ଉତ୍ସବମୁଖର ହୋଇଥିଲା ସାରା ଦେଶ । ତେବେ ହରିୟାଣାର ସିରସା ଜିଲ୍ଲାରେ ପାକିସ୍ତାନ ସାସଂଦ ଅବଦୁଲ ରେହମାନଙ୍କୁ ଦୀପାବଳି ପାଳନ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଭାରତ ପାକିସ୍ତାନ ସମ୍ପର୍କ ଆଗକୁ ସୁଦୃଢ ହେବ ବୋଲି ଚର୍ଚ୍ଚା ବଢିଛି । ଇଣ୍ଡିଆନ ନ୍ୟାସନାଲ ଲୋକଦଳ ପକ୍ଷରୁ ଆଦିତ୍ୟ ଦେବୀଲାଲ ଚୌଟାଲା ଏବଂ ଅର୍ଜୁନ ଚୌଟାଲାଙ୍କ ସ୍ବାଗତ ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାକିସ୍ତାନ ସାଂସଦ ଅବଦୁଲ ରେହମାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅର୍ଜୁନ ଚୌଟାଲା ଏବଂ ଆଦିତ୍ୟ ଚୌଟାଲାଙ୍କ ନିମନ୍ତ୍ରଣ ରକ୍ଷା କରି ମୁଁ ଆସିଛି' ବୋଲି ପ୍ରତିକ୍ରିୟା ରଖିଥିଲେ ସାଂସଦ ଅବଦୁଲ ରେହମାନ । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ଯୁବକ ଦୀପାବଳି ରେ ବାଣ ଫୁଟାଉଥିବାର ଦେଖା ଯାଇଛି । ଉକ୍ତ ଭିଡିଓରେ ଥିବା ଯୁବକ ଦୁଇଗୋଷ୍ଠୀ ର ଥିବା ବେଳେ । ଉଭୟ ପକ୍ଷରୁ ଉଭୟ ପକ୍ଷକୁ ବାଣ ଫୁଟାଇ ଫିଙ୍ଗୁଥିବା ବେଳେ ଜଣେ ଯୁବକ ହେଲମେଟ ପିନ୍ଧି ଅପରପକ୍ଷକୁ ରକେଟ ବାଣ ମାରୁଥିବାର ଦେଖାଯାଇଛି । ଉକ୍ତ ଭିଡିଓଟିକି ଏକ ସାମ୍ପ୍ରଦାୟିକ ରୂପ ଦେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ୟୁଜର୍ସ ଏହାକୁ ହିନ୍ଦୀ ଲେଖା ସହ ସେୟାର କରୁଥିବାର ଦେଖାଯାଇଛି । ଭିଡିଓ ସେୟାର କରି କିଛି ୟୁଜର୍ସ ଲେଖିଛନ୍ତି, ऐसा ओडिशा में भी हुआ है, मुसलमानों ने दिवाली मना रहे हिंदुओं पर हमला किया, लेकिन उड़िया हिंदुओं ने इस तरह जवाबी कार्रवाई की , सर्जिकल स्ट्राइक स्टाइल : देखने में मज़ा! टर्मिनेटर मोड ଯାହାର ଓଡ଼ିଆ ଅର୍ଥ ହେଉଛି, ଏହି ଦୃଶ୍ୟଟି ଓଡ଼ିଶାର, ଦୀପାବଳି ପାଳନ କରିବାକୁ ଯାଇ ମୁସଲମାନ ମାନେ ହିନ୍ଦଙ୍କ ଉପରକୁ ଆକ୍ରମଣ କଲେ । କିନ୍ତୁ ଓଡ଼ିଆ ଯୁବକ ମାନେ ଜବାବ ଦେବାକୁଯାଇ କିଛି ଏଭଳି ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା । ଉକ୍ତ ଘଟଣାଟି ବୁର୍ଲା ଭୀମସାରର ଡାକ୍ତରୀ ଛାତ୍ରଙ୍କ ଦୀପାବଳି ପାଳନର ଦୃଶ୍ୟ, କୌଣସି ସାମ୍ପ୍ରଦାୟିକ ସ୍ଥିତିର ନୁହେଁ । ତଦନ୍ତ କରିବାକୁ ଯାଇ ଉକ୍ତ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ଆମେ ରିଭର୍ସ ଇମେଜ ସର୍ଚ୍ଚ କରିବାରୁ ଓଟିଭି ରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ଉକ୍ତ ଭିଡିଓକୁ ସେୟାର କରି ଓଟିଭି ଉଲ୍ଲେଖ କରିଛି, ଦାପାବଳିରେ ବୁର୍ଲା ଭୀମସାରର ଡାକ୍ତରୀ ଛାତ୍ରଙ୍କ ବିଶୃଙ୍ଖଳା । ଅତି ବିପଜ୍ଜନକ ଭାବେ ବାଣ ଫୁଟାଉଥିବାର ଭିଡିଓ ଭାଇରାଲ ହୋଇଛି । MBBS, UG ଛାତ୍ରମାନେ ବୟଜ୍ ହଷ୍ଟେଲ ପରିସରରେ ବିପଜ୍ଜନକ ଭାବେ ବାଣ ଫୁଟାଇଥିଲେ । କନକ ନିୟୁଜ ଉକ୍ତ ଭିଡିଓକୁ ୨ ନଭେମ୍ବର ୨୦୨୪ରେ ନିଜ ୟୁଟ୍ୟୁବ ଚ୍ୟାନେଲ ରେ ଅପଲୋଡ଼ କରି ଉଲ୍ଲେଖ କରିଛି, Burla VIMSAR Students At Boys Hostel Launch Skyrockets At Each Other On Diwali. ଯାହାର ଓଡ଼ିଆ ଅନୁବାଦ ହେଉଛି, ବାଳକ ହଷ୍ଟେଲରେ ବୁର୍ଲା ଭିମସାର ଛାତ୍ରମାନେ ଦିୱାଲିରେ ପରସ୍ପର ଉପରେ ରକେଟ ମାଡ଼ କରୁଥିବାର ଦୃଶ୍ୟ । ଯେତେବେଳେ ଆମେ ଉକ୍ତ କିୱାର୍ଡ ଗୁଡିକ ନେଇ ଅନୁସନ୍ଧାନ କରିଥିଲୁ, ୨ ନଭେମ୍ବର୨୦୨୪ରେ ସମାଜ ପ୍ରସାରିତ କରିଥିବା ଏକ ଖବର ଦେଖିବାକୁ ପାଇଥିଲୁ । ଖବର ପ୍ରସାରିର କରି ସମାଜ ଶୀର୍ଷକରେ ଉଲ୍ଲେଖ କରିଛି, ବୁର୍ଲା ଭିମସାର: ଫିଲ୍ମି ଷ୍ଟାଇଲରେ ଛାତ୍ରାବାସ ମଧ୍ୟରେ ବାଣ ଫୋଟକା ମାଡ । ଉକ୍ତ ଖବରରେ ସମାଜ ଏହା ମଧ୍ୟ ଉଲ୍ଲେଖ କରିଛି, ଭିମ୍ସାର ର କିଛି ଏମ୍ବିବିଏସ୍ ଛାତ୍ରମାନେ ଏକ ଭିନ୍ନ ଢଙ୍ଗରେ ଦୀପାବଳୀ ପାଳନ କରିଥିବା ଦେଖିବାକୁ ମିଳିଛି । ଏପରିକି ଗୋଟିଏ ଛାତ୍ରାବାସରୁ ଆଉ ଗୋଟିଏ ଛାତ୍ରାବାସକୁ ବାଣ ଫୋଟକା ମାଡ କରିଥିବା ଦେଖିବାକୁ ମିଳିଥିଲା ଯାହାକୁ ଛାତ୍ରମାନେ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା। ଏପରିକି ଏକ କୌତୁକ ପୂର୍ଣ୍ଣ ଯୁଦ୍ଧର ମହୋଲ ପାରି ଅଭିଭୂତ ହୋଇଥିଲା। ଯାହାକି ଦେଖିବାକୁ ଗଲେ ବିପଦପୂର୍ଣ୍ଣ ମଧ୍ୟ ଏବଂ ଏପରିକି ବାଣ ମାଡ କରୁଥିବା ଛାତ୍ର ଏକ ହେଲମେଟ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହି ବାଣ ଫୋଟକା ମାଡ ପରସ୍ପର ମଧ୍ୟରେ ମୋବାବର୍ଷା ହୁଏ ସେଭଳି ଢଙ୍ଗରେ ଏଠାରେ ଦୁଇଟି ଛାତ୍ରାବାସ ମଧ୍ୟରେ ପରସ୍ପର ମଧ୍ୟରେ ବଜାରରେ ମିଳୁଥିବା ରକେଟ୍ ଲଂଚର୍ ବୋମା ଛାତ୍ରାବାସ ମଧ୍ୟକୁ ଟାର୍ଗେଟ୍ କରାଯାଇ ଛଡାଯାଉଥିବା ଦୃଶ୍ୟର ଭିଡିଓ ଭାଇରାଲ୍ ହୋଇଛି । ଯାହାକି ବିପଦପୂର୍ଣ୍ଣ ମଧ୍ୟ ସାମାନ୍ୟ ଅସାବଧାନତା କୌଣସି ବଡ ଧରଣର ଅଘଟଣ ର କାରଣ ସାଜିପାରେ । ଅଧିକ ଅନୁସନ୍ଧାନ କରିବାରୁ ୨ନଭେମ୍ବର ୨୦୨୪ରେ ପ୍ରମେୟ ଉକ୍ତ ଘଟଣାକୁ ଖବର କାଗଜରେ ପ୍ରକାଶିତ କରି ଶୀର୍ଷକରେ ଉଲ୍ଲେଖ କରିଛି, ଭିମ୍ସାର୍ ଛାତ୍ରଙ୍କ ବିପଜ୍ଜନକ ଓ୍ବାର୍ ଦୀପାବଳି । ତେବେ ଉକ୍ତ ପ୍ରକାଶିତ ଖବରକୁ ଅନୁଧ୍ୟାନ କରିବାରୁ ଏଥିରେ କୌଣସି ପ୍ରକାରର ସାମ୍ପ୍ରଦାୟିକ ପରିସ୍ଥିତି ନେଇ ଉଲ୍ଲେଖ ନଥିଲା । ଅନୁସନ୍ଧାନ ରୁ ଏଭଳି ଘଟଣା ବୁର୍ଲା ଭିମସାର୍ ରେ ୨୦୨୨ ମସିହାରେ ମଧ୍ୟ ଘଟିଥିବାର ଏକ ୟୁଟ୍ୟୁବ ଚ୍ୟାନେଲ ରୁ ଦେଖିବାକୁ ମିଳିଛି । ସେହିପରି ଏନେଇ ଆମେ ସମ୍ବଲପୁରର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯୋଗାଯୋଗ କରିବାରୁ ସିଏ ସୂଚନା ଦେଇଥିଲେ, ଏହା ବୁର୍ଲା ଭିମସାରର ଘଟଣା । ହଷ୍ଟେଲର ଦୁଇ ଛାତ୍ର ଗୋଷ୍ଠୀ ଏଭଳି ଦୀପାବଳି ପାଳନ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ବର୍ଷ ହେବ ଦୀପାବଳି ଦିନ ଏଭଳିଘଟଣା ଦେଖିବାକୁ ମିଳୁଛି, ଚଳିତ ବର୍ଷ ମଧ୍ୟ ଏଭଳି ଘଟଣା ଘଟିଛି । ତେବେ ଏନେଇ କର୍ତ୍ତୃପକ୍ଷ ଏଭଳି ଘଟଣା ଯେପରି ଆଗକୁ ନ ହୁଏ ସେନେଇ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ଦେଇଛନ୍ତି । ଏବଂ ଏଥିରେ କୌଣସି ସାମ୍ପ୍ରଦାୟିକ ସ୍ଥିତି ନାହିଁ । ତେଣୁ ଏଥିରୁ ଜଣାଯାଏଯେ ଏହା ବୁର୍ଲା ଭୀମସାର ର ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଦୀପାବଳିର ଦୃଶ୍ୟ, ଏଥିରେ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ନାହିଁ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software