About: http://data.cimple.eu/claim-review/1a043395b7d87432ee0ef40c5086bc5e47d727c2a716ee0937d53232     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏଡିଟ୍ ହୋଇଥିବା ଫଟୋ ହେଉଛି ଭାଇରାଲ Claim :ଫଟୋଟି ହେଉଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷ ବୟସର ଫଟୋ Fact :ଫଟୋଟି ଏଡିଟ୍ କରାଯାଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବିଲ ଆଗତ କରିଛନ୍ତି। ଏହା ମାଧ୍ୟମରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଟିଏମସି ସରକାର ବିଧାନସଭାରେ ‘ଅପରାଜିତା ମହିଳା ଏବଂ ଶିଶୁ ବିଲ’ ପ୍ରଣୟନ କରିଛନ୍ତି। ଏହି ବିଲ ଅନୁଯାୟୀ, ବଳାତ୍କାର ପୀଡିତାଙ୍କ ମୃତ୍ୟୁ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି । ଅନ୍ୟଅଟେ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ, ବିଗତ ଦିନରେ ମମତା ଲେଖିଥିବା ଚିଠିର ପ୍ରତି ଉତ୍ତର ରଖିଥିଲା କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ । ଉକ୍ତ ଚିଠିରେ ତାଙ୍କ ପ୍ରସଙ୍ଗକୁ ଗୁରୁତର ସହ ନିଆ ନଯାଇଥିବା ଅନୁଭବ କରିବାରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ସିଏ ଦ୍ଵିତୀୟ ଚିଠି ଲେଖିଛନ୍ତି । ତେବେ ମିଳିଥିବା ଖବର ଅନୁଯାୟୀ ଦୁଷ୍କର୍ମ ଓ ମହିଳା ନିର୍ଯାତନା ନେଇ, କଠୋର ଆଇନ ଆଣିବା ସହ ଉଦାହରଣୀୟ ଦଣ୍ଡ ଦେବା ଲାଗି ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖିଥିଲେ ମମତା । ହେଲେ କୌଣସି ଉତ୍ତର ନପାଇବାରୁ, ପୁଣି ଥରେ ମମତା ଚିଠି ଲେଖି ଧ୍ୟାନ ଆକର୍ଷଣ କରିଛନ୍ତି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ଫଟୋରେ ଥିବା ଯୁବତୀ ଜଣଙ୍କ ନୁହଁନ୍ତି ମମତା ବାନାର୍ଜୀ । ଫଟୋଟିର ସତ୍ୟତା ଜାଣିବାକୁ ଯାଇ ଫେକ୍ ଇମେଜ ଡିଟେକ୍ଟର ଦ୍ୱାରା ଉକ୍ତ ଫଟୋଟିକୁ ପରୀକ୍ଷା କରାଯାଇଥିଲା । ଅନୁସନ୍ଧାନ କରି ଉକ୍ତ ଫଟୋଟି କମ୍ପୁଟରରେ ତିଆରି କିମ୍ବା ଏଡିଟ୍ ହୋଇଥିବାର ପରୀକ୍ଷଣ ରିପୋର୍ଟ ପ୍ରକାଶ କରିଛି ଡିଟେକ୍ଟର । ଅଧିକ ଅନୁସନ୍ଧାନ କରିବାକୁଯାଇ, ଉକ୍ତ ଭାଇରାଲ ଫଟୋଟିକୁ ଗୁଗୁଲ ରିଭର୍ସ ଇମେଜ ଦ୍ୱାରା ଅନୁସନ୍ଧାନ କରାଯାଇଥିଲା । ଅନୁସନ୍ଧାନରୁ Jannat Closet ନାମକ ଏକ ଫେସବୁକ ପେଜ୍ ରେ ଉକ୍ତ ଫଟୋର ଏକ ଅଂଶ ମିଳିଥିଲା । Jannat Closet ନିଜ ବିଷୟରେ ସୂଚନା ଦେବାକୁ ଯାଇ ଉଲ୍ଲେଖ କରିଥିଲା ଯେ, "ଏହି ପେଜ୍ ଟି ସେହି ସମସ୍ତ ମହିଳାଙ୍କ ପାଇଁ, ଯେଉଁମାନେ ଶାଢ଼ୀ ପିନ୍ଧିବାକୁ ପସନ୍ଦ କରିଥାନ୍ତି " । ୪ ସେପ୍ଟେମ୍ବର ୨୦୨୪ରେ ଉକ୍ତ ପେଜ୍ ଆଡ଼ମିନ କିଛି କଲର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଭାଇରାଲ ଫଟୋର କିଛି ଅଂଶ ଦେଖିବାକୁ ମିଳିଛି । ଯେତେବେଳେ ଆମେ ସେହି ଫଟୋଟିକୁ ଡାଉନଲୋଡ଼ କରି କଳାଧଳାରେ ପରିଣତ କଲୁ, ଉଭୟ ଫଟୋ ପ୍ରାୟ ସମାନଥିବାର ଦେଖିବାକୁ ପାଇଥିଲୁ । ଉଭୟ ଫଟୋରେ ଥିବା ସମାନତା ଯାଞ୍ଚ କରିବାରୁ, କେବଳ ମୁହଁ ଛାଡ଼ିଦେଲେ ବାକି ସମସ୍ତ ଅଂଶ ପ୍ରାୟ ସମାନ ଥିବାର ପାଇଥିଲୁ । ୧- ପଛପଟେ ଭାସୁଥିବା ସେହି ଡଙ୍ଗା ଏବଂ ସେଥିରେ ଥିବା ୩ ନାଉରୀ ୨ - ଉଭୟଙ୍କ କେଶଶଯ୍ୟା ମଧ୍ୟ ପ୍ରାୟ ସମାନ ରହିଛି ୩ - ପଛପଟେ ସମୁଦ୍ରରେ ଉଠିଥିବା, ଲୁଣାଘାସ ମଧ୍ୟ ସମାନ ସ୍ଥାନରେ ରହିଛି ୪ - ପଛପଟେ ସମୁଦ୍ରରେ ଉଠିଥିବା, ଘାସ ମଧ୍ୟ ସମାନ ସ୍ଥାନରେ ରହିଛି ୫ - ଝିଅଟି ବସିଥିବା ଡ଼ଙ୍ଗା ମଧ୍ୟ ଦୁଇଟି ଫଟୋରେ ସମାନ ରହିଛି ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଫଟୋଟିର ମୂଳ ଫଟୋ ହେଉଛି ଉକ୍ତ ଫଟୋ I ତେଣୁ ଦାବିରେ କୌଣସି ସତ୍ୟତା ନଥିବା ଜଣାଯାଇଛି । ମୂଳ ଫଟୋରେ ଏକ ମଡେଲ ଶାଢ଼ୀ ପ୍ରଦର୍ଶନ କରୁଥିବା ବେଳେ, ସେହି ଫଟୋରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମୁହଁକୁ ଯୋଡ଼ାଯାଇଛି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software