About: http://data.cimple.eu/claim-review/1e34d7def4e33da8496fac9f72f9d9344ba22bdfbe7400e64d4f2ca5     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ: 2017ରେ ୟୁକ୍ରେନର ସେନା ଡିପୋରେ ହୋଇଥିବା ବିସ୍ଫୋରଣର ଭିଡିଓ ରୁଷ୍ ଆକ୍ରମଣ ଦାବିରେ ଭାଇରାଲ୍ ମଧ୍ୟ ୟୁକ୍ରେନର ସୈନ୍ୟ ବେସ୍ ରେ ଥିବା ଅସ୍ତ୍ରଶସ୍ତ୍ର ଡିପୋରେ 2017ରେ ହୋଇଥିବା ବିସ୍ଫୋରଣକୁ ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ ସହ ଯୋଡ଼ି ଭ୍ରମାତ୍ମକ ଦାବିରେ ଭାଇରାଲ୍ କରାଯାଉଛି । - By: Abhishek Parashar - Published: Mar 11, 2022 at 08:13 PM ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ସୈନ୍ୟ ସଂଘର୍ଷ ତୀବ୍ର ହେବା ଭିତରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ବଡ଼ ବିସ୍ଫୋରଣ ହେଉଥିବା ଦେଖାଯାଇ ପାରିବ । ଦାବି କରାଯାଉଛି ଯେ, ଏହା ରୁଷ୍ ଆକ୍ରମଣ ପରେ ୟୁକ୍ରେନ୍ ରେ ହୋଇଥିବା ବିସ୍ଫୋରଣର ଭିଡିଓ । ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ଏହି ଖବର ଭ୍ରମାତ୍ମକ ବୋଲି ଜଣା ପଡ଼ିଲା । ଭାଇରାଲ୍ ହେଉଥିବା ଏହି ଭିଡିଓ ରୁଷ୍ ଏବଂ ୟୁକ୍ରେନ୍ ସୈନ୍ୟ ସଂଘର୍ଷ ସମ୍ବନ୍ଧୀୟ ନୁହେଁ । ଏହା ହେଉଛି 2017ରେ ମଧ୍ୟ ୟୁକ୍ରେନ୍ ରେ ଏକ ସୈନ୍ୟ ଡିପୋରେ ହୋଇଥିବା ବିସ୍ଫୋରଣର ଭିଡିଓ । ଏହି ପୁରୁଣା ଭିଡିଓକୁ ରୁଷ୍- ୟୁକ୍ରେନ୍ ଯୁଦ୍ଧସହ ଯୋଡ଼ି ଭାଇରାଲ୍ କରାଯାଉଛି । କଣ ହେଉଛି ଭାଇରାଲ୍ ? ଫେସବୁକ୍ ୟୁଜର ‘News of Kashmir’ ଭାଇରାଲ୍ ଭିଡିଓ (ଆର୍କାଇଭ୍ ଲିଙ୍କ୍) କୁ ସେୟାର୍ କରି ଲେଖିଛନ୍ତି,” Massive explosion at Ukraine #RussiaUkraineConflict 😥🙏।” (”ୟୁକ୍ରେନରେ ଭୟାନକ ବିସ୍ଫୋରଣ#RussiaUkraineConflict”) ସୋସିଆଲ୍ ମିଡିଆରେ ଆହୁରି ଅନେକ ୟୁଜର୍ ମଧ୍ୟ ଏହି ଭିଡିଓକୁ ସମାନ ଦାବି ସହ ସେୟାର୍ କରିଛନ୍ତି । ଅନୁସନ୍ଧାନ ଭାଇରାଲ୍ ଭିଡିଓରେ ଏକ ଦୂର ସ୍ଥାନରେ ବଡ଼ ବିସ୍ଫୋରଣ ହେଉଥିବା ଦେଖାଯାଇ ପାରିବ । ଭିଡିଓର କି- ଫ୍ରେମ୍ ଗୁଡ଼ିକୁ ରିଭର୍ସ ଇମେଜ୍ ସର୍ଚ୍ଚ କରିବାରୁ irishtimes.com ୱେବସାଇଟ୍ ରେ 27 ସେପ୍ଟେମ୍ବର 2017ରେ ପ୍ରକାଶିତ ଏକ ରିପୋର୍ଟ ମିଳିଥିଲା । ଏଥିରେ ୟୁକ୍ରେନ୍ ର ସୈନ୍ୟ ରହୁଥିବା ସ୍ଥାନରେ ବଡ଼ ବିସ୍ଫୋରଣ ବିଷୟରେ କୁହାଯାଇଥିଲା । ଏହି ବିସ୍ଫୋରଣ ଯୋଗୁଁ ପ୍ରାୟ 30,000 ଲୋକଙ୍କୁ ସେହି ଅଞ୍ଚଳରୁ ବାହାରକୁ ନେବାକୁ ପଡ଼ିଥିଲା । ଏହି ରିପୋର୍ଟରେ ବ୍ୟବହାର କରାଯାଇଥିବା ଭିଡିଓ ସେହି ଭିଡିଓ ଅଟେ । ଯାହାକୁ ବର୍ତ୍ତମାନର ରୁଷ୍ ଏବଂ ୟୁକ୍ରେନ୍ ସୈନ୍ୟ ସଂଘର୍ଷ ବେଳେ ହୋଇଥିବା ବିସ୍ଫୋରଣ ଦାବିରେ ଭାଇରାଲ୍ କରାଯାଉଛି । ଏହି ୱେବସାଇଟର ଅନ୍ୟ ରିପୋର୍ଟ ରେ ମଧ୍ୟ ସେହି ଘଟଣାର ବିବରଣୀ ରହିଛି । ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ‘ମଧ୍ୟ ୟୁକ୍ରେନ୍ ରେ ଥିବା ସାମରିକ ସ୍ଥଳରେ 27 ସେପ୍ଟେମ୍ବର ସକାଳେ ବଡ଼ ବିସ୍ଫୋରଣ ହୋଇଥିଲା । ୟୁକ୍ରେନ୍ ପ୍ରଧାନମନ୍ତ୍ରୀ ଭ୍ଲାଦିମିର୍ ଗ୍ରୋସମେନ୍ ଏହି ବିସ୍ଫୋରଣ ପାଇଁ ବାହ୍ୟ ଶକ୍ତିକୁ ଦାୟୀ ବୋଲି କହିଥିଲେ । ’ ଅନ୍ୟ ନ୍ୟୁଜ୍ ରିପୋର୍ଟରେ ମଧ୍ୟ ଏହି ଘଟଣାର ପୁଷ୍ଟି ହେଉଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସର 28 ସେପ୍ଟେମ୍ବର 2017 ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍ ର ସାମରିକ ବେସ୍ ରେ ଥିବା ଅସ୍ତ୍ରଶସ୍ତ୍ରର ଦୁଇଟି ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଥିବା, ଯାହାଦ୍ବାରା ଦେଶର ଯୁଦ୍ଧ କ୍ଷମତାକୁ ପ୍ରଭାବିତ ହୋଇଛି । ଏହା ପୂର୍ବରୁ ମଧ୍ୟ ସୋସିଆଲ୍ ମିଡିଆରେ ରୁଷ୍ – ୟୁକ୍ରେନ୍ ଯୁଦ୍ଧ ସହ ସମ୍ବନ୍ଧୀୟ ଏହିଭଳି ଫଟୋ ଏବଂ ଭିଡିଓ ସେୟାର୍ କରାଯାଇଛି, ଯାହା ପୁରୁଣା ଘଟଣା ସମ୍ବନ୍ଧୀୟ ଅଟେ । ବିଶ୍ବାସ ନ୍ୟୁଜ୍ ରେ ରୁଷ୍- ୟୁକ୍ରେନ୍ ଯୁଦ୍ଧ ସହ ସମ୍ବନ୍ଧୀୟ ସମସ୍ତ ଫ୍ୟାକ୍ ଚେକ୍ କଭରେଜ୍ ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ । ଭାଇରାଲ୍ ଭିଡିଓକୁ ଭ୍ରମାତ୍ମକ ଦାବି ସହ ସେୟାର୍ କରିଥିବା ୟୁଜର୍ ଙ୍କୁ ଫେସବୁକ୍ ରେ ପ୍ରାୟ 13 ହଜାର ବ୍ୟକ୍ତି ଫଲୋ କରୁଛନ୍ତି । ଅଧିକ ପୁଷ୍ଟି ପାଇଁ ବିଶ୍ବାସ ନ୍ୟୁଜ୍ ଏହି ମାମଲାକୁ ନେଇ ୟୁକ୍ରେନର ଫ୍ୟାକ୍ଟ ଚେକର୍ସଙ୍କୁ ଇମେଲ୍ କରିଛି । ଉତ୍ତର ଆସିଲେ ଏହି ମାମଲାର ଅପଡେଟ୍ କରାଯିବ । ଗତ ଗୁରୁବାର ରୁଷ୍- ୟୁକ୍ରେନ୍ ଯୁଦ୍ଧର ଆରମ୍ଭ ହୋଇଥିଲା ଏବଂ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ 136 ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । निष्कर्ष: ମଧ୍ୟ ୟୁକ୍ରେନର ସୈନ୍ୟ ବେସ୍ ରେ ଥିବା ଅସ୍ତ୍ରଶସ୍ତ୍ର ଡିପୋରେ 2017ରେ ହୋଇଥିବା ବିସ୍ଫୋରଣକୁ ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ ସହ ଯୋଡ଼ି ଭ୍ରମାତ୍ମକ ଦାବିରେ ଭାଇରାଲ୍ କରାଯାଉଛି । - Claim Review : ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣର ଭିଡିଓ - Claimed By : News of Kashmir - Fact Check : Misleading Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software