Facets (new session)
Description
Metadata
Settings
owl:sameAs
Inference Rule:
asEquivalent
b3s
b3sifp
facets
http://www.w3.org/2002/07/owl#
ldp
oplweb
skos-trans
virtrdf-label
virtrdf-url
None
About:
http://data.cimple.eu/claim-review/1efcf96c3e09a22030616b461905cc8e24fd77b9d29ecbee81984cb2
Goto
Sponge
NotDistinct
Permalink
An Entity of Type :
schema:ClaimReview
, within Data Space :
data.cimple.eu
associated with source
document(s)
Type:
schema:ClaimReview
New Facet based on Instances of this Class
Attributes
Values
rdf:type
schema:ClaimReview
http://data.cimple...lizedReviewRating
not credible
schema:url
http://odia.factcrescendo.com/false/muslims-in-karnataka-selling-fish-with-medicines-to-damage-kidney-is-false-619372/
schema:text
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ପୋଲିସ ମାଛ ଦୋକାନରେ ଛାପା ମାରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ କରନାଟକାରେ କେତେକ ମୁସଲମାନ ମତ୍ସ୍ୟ ବିକ୍ରେତା ମାଛରେ କିଡନୀ-କ୍ଷତିକାରକ ବଟିକା ପୁରାଇ ବିକ୍ରି କରୁଥିଲେ। ପୋଲିସ ଏହା ଜାଣିବା ମାତ୍ରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କେରଳର ଘଟଣା ଅଟେ। ସେଠାରେ ମତ୍ସ୍ୟ ବିକ୍ରେତା ମାନେ ବାସୀ ମାଛ ବିକୁଥିବା ଜାଣିବା ପରେ ପୋଲିସ ଛାପା ମାରିଥିଲା। ଏହା ଏକ ସାମ୍ପ୍ରଦାୟିକ ଘଟଣା ହେଇଥିବା ଦାବି ମିଥ୍ୟା ଅଟେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ରୋଗ ଜେହାଦ – ମାଛ ପେଟରେ କିଡନି ଖରାପ କରିବାର ଔଷଧ ପୁରାଇ ବିକ୍ରି କରୁଥିଲା“ ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ବ୍ରେଭ୍ ଇଣ୍ଡିଆ ନାମକ ୟୁଟ୍ୟୁବ ଚ୍ୟାନାଲରେ ୨୫ ଜୁଲାଇ ୨୦୨୪ ରେ ପ୍ରସାରିତ ହେଇଥିବା ମିଳିଲା। ସାଥିରେ ଥିବା କ୍ୟାପ୍ସନରେ ଲେଖା ଯାଇଛି, “ହେ ଭଗବାନ, ଆମେ ଏହାକୁ ଖାଉଛୁ। ବ୍ରେଭ୍ ଇଣ୍ଡିଆ ଏକ୍ସକ୍ଲୁସିଭ୍।” ଭିଡିଓର ବର୍ଣ୍ଣନାରେ ଆହୁରି କୁହାଯାଇଛି ଯେ “କେରଳର କୋଚି ସହରରେ ବିଭିନ୍ନ ବଜାରରୁ ଧରାଯାଇଛି କୀଟ-ସଂକ୍ରମିତ ମାଛ।” ପ୍ରାପ୍ତ ସୂଚନା ବ୍ୟବହାର କରି ଅଧିକ ଅନୁସନ୍ଧାନ ପରେ, ଆମେ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ପାଇଲୁ। ୨୫ ଜୁଲାଇ ରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, କୀଟ ସଂକ୍ରମିତ ଏବଂ ବସି ମାଛ ବିକ୍ରିକୁ ସୁନିଶ୍ଚିତ କରିବା ପାଇଁ ପଲ୍ଲୁରୁଥି କୋଚି ନିଗମ ପ୍ରାୟ 200 କିଲୋଗ୍ରାମ ବାସୀ ମାଛ ଜବତ କରିଥିଲା। ପୋଲିସ ଖାଦ୍ୟ ପରୀକ୍ଷା ଏକକ ସହିତ ୫ ଟି ଦୋକାନରେ ଛାପା ମାରିଥିଲା। ଅଧିକ ସୂଚନା ପାଇଁ ଆମେ ପଲ୍ଲୁରୁଥି ସର୍କଲ୍ ସ୍ୱାସ୍ଥ୍ୟ ଇନ୍ସପେକ୍ଟର ଆର.ସେ ମଧୁଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ନିଶ୍ଚିତ କରିଛନ୍ତି ଯେ, “ପଲ୍ଲୁରୁଥି ଅଞ୍ଚଳରେ ରାସାୟନିକ ଦୂଷିତ, ନଷ୍ଟ ହୋଇଥିବା ମାଛ ଏବଂ ମାଂସ ବିକ୍ରିକୁ ରୋକିବା ପାଇଁ ଆମେ ପର୍ଯ୍ୟାୟକ୍ରମେ ଯାଞ୍ଚ କରୁଛୁ। ଆମେ ନିକଟରେ ଥୋପ୍ପୁମ୍ପଦୀ ଏବଂ ପଲ୍ଲୁରୁଥି ଅଞ୍ଚଳରେ ଥିବା ମାଛ ଦୋକାନଗୁଡ଼ିକୁ ଯାଞ୍ଚ କରିଥିଲୁ। ସେହି ସମୟରେ, ଆମେ ଅପରିଷ୍କାର ଢଙ୍ଗରେ ବିକ୍ରି ହୋଇଥିବା ୬୫୦ କିଲୋଗ୍ରାମ ପଚା ମାଛ ଜବତ କରିଥିଲୁ। ତେଣୁ ଭାଇରାଲ୍ ଦାବି ମିଥ୍ୟା ଅଟେ। ମାଛ ଭିତରେ ମୁସଲମାନମାନେ କିଡନୀ ଖରାପ କରିବା ବଟିକା ପ୍ୟାକ୍ କରି ବିକ୍ରୟ କରୁଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ।“ ଏହା ବ୍ୟତୀତ ଆମେ ପଲ୍ଲୁରୁଥି ପୋଲିସ ଷ୍ଟେସନ ସହିତ ଯୋଗାଯୋଗ କରିଥିଲୁ। ସିନିୟର କନଷ୍ଟେବଳ ଅରୁଣ କହିଛନ୍ତି, “ଏହା ଏକ ନିତ୍ୟ ପରୀକ୍ଷଣ କାର୍ଯ୍ୟ। ଏହି ପରୀକ୍ଷଣରେ କେବଳ ନଷ୍ଟ ହୋଇଥିବା ଏବଂ ବାସୀ ମାଛ ଜବତ କରାଯାଇଛି। ବିକ୍ରେତାମାନେ ମାଛରେ କୌଣସି କିଡନୀ-କ୍ଷତିକାରକ ବଟିକା ପୁରାଇ ମାଛ ବିକ୍ରୟ କରୁନଥିଲେ। ସିଦ୍ଧାନ୍ତ: ଆମ ଅନୁସନ୍ଧାନରେ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କେରଳରେ ପଚା ଏବଂ ବାସୀ ମାଛ ବିକ୍ରୟଙ୍କ ଦୋକାନରେ ପୋଲିସର ଛାପା କାର୍ଜ୍ଯନୁଷ୍ଠାନକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। ଏହି ଘଟଣା ମୁସଲମାନ ମାନେ କିଡନୀ ଖରାପ ବଟିକା ମାଛରେ ପୁରାଇ ବିକ୍ରି କରୁନଥିଲେ। Title:କର୍ଣ୍ଣାଟକରେ ମୁସ୍ଲିମ ମାଛ ପେଟରେ କିଡନି ଖରାପ କରିବା ବଟିକା ପୁରାଇ ବିକୁଥିବା ଦାବି ମିଥ୍ୟା ଅଟେ।Fact Check By: Siddharth Sahu Result: False
schema:mentions
Sidharth Bharathan
schema:reviewRating
FALSE
schema:author
factcrescendo
schema:datePublished
2024-10-10
(
xsd:date
)
schema:inLanguage
English
schema:itemReviewed
http://data.cimple.eu/claim/83cd8bbe97b620f3cb36e2d5470d278eec4b421f588144bd31c540e2
Faceted Search & Find service v1.16.123 as of May 22 2025
Alternative Linked Data Documents:
ODE
Content Formats:
RDF
ODATA
Microdata
About
OpenLink Virtuoso
version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software