About: http://data.cimple.eu/claim-review/2e6351c012700a07ed2e891ab960a208d6f3e51f2602e9014bf82dff     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ରୋବର୍ଟ ଦ୍ୱାରା ଏଲନ ମସ୍କ କେଶ କଟାଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ରୋବର୍ଟ ଦ୍ୱାରା ଏଲନ ମସ୍କ କେଶ କଟାଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ Claim :ରୋବର୍ଟ ଦ୍ୱାରା କେଶ କଟାଉଛନ୍ତି ଏଲନ ମସ୍କ Fact :ରୋବର୍ଟ ଦ୍ୱାରା ଏଲନ ମସ୍କ କେଶ କଟାଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ରୋବର୍ଟ ପରସୁଛି ଖାଦ୍ୟ ଏଭଳି ଏକ ଭିଡିଓ ଏକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଉକ୍ତ ରେଷ୍ଟୁରାଣ୍ଟରେ ଜମିଥିଲା ଗ୍ରାହକଙ୍କ ଭିଡ଼ । ରେଷ୍ଟୁରାଣ୍ଟଟି ଗୁଜରାଟର ସୁରଟରେ ଥୁବାର ଉକ୍ତ ଗଣମାଧ୍ୟମରେ ସୂଚନା ରହିଛି । ଏଭଳି ଏକ ଡିଜିଟାଲ ଉପାୟ ଅବଲମ୍ବନ କରି ସ୍ୱଚ୍ଛତା ଅନୁସରଣ କରିପାରୁଥିବା ବେଳେ କାମର ଗତି ଟିକିଏ ସ୍ପୀଡ଼ ହୋଇଥିବାର ରେଷ୍ଟୁରାଣ୍ଟର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଉଜଣେ ଗ୍ରାହକ ଉକ୍ତ ଟେକ୍ନୋଲୋଜି ଦେଖି ବହୁ ଖୁସି ମନେକରିଛନ୍ତି । ଉକ୍ତ ଗ୍ରାହକ ଜଣଙ୍କ ସୂଚନା ଦେଇ କହିଛନ୍ତି, ଏହା ଡିଜିଟାଲ ଇଣ୍ଡିଆରେ ବହୁତ ଭଲ ପଦକ୍ଷେପ । ଏହା ଆଗକୁ ବହୁ ଲାଭପ୍ରଦାନ କରିବା ସହ ଏହା ଦ୍ୱାରା ବହୁ ସୁବିଧା ମିଳିପାରିବ । ଖାଦ୍ୟ ପରସିବା ପାଇଁ ଯଦି କୌଣସି ବ୍ୟକ୍ତି ନଥିଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଇଛି । ଭିଡିଓରେ ଜଣେ ବ୍ୟକ୍ତିଙ୍କ କେଶ ଏକ ରୋବର୍ଟ କାଟୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓ ସେୟାର କରି ଦାବି କରିଛନ୍ତି । ଏଲନ ମସ୍କଙ୍କ ଜୀବନଶୈଳୀରେ ନୂଆ ଅଧ୍ୟାୟ । ଏବେ ରୋବର୍ଟ ଦ୍ୱାରା କେଶ କାଟୁଛନ୍ତି ଏଲନ । ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, By getting his hair cut by a robot, Elon Musk has given this message to the world... that in the coming times, the businesses of many professionals are going to be in danger due to this technology...!! ଯାହାର ଓଡ଼ିଆ ଅନୁବାଦ ହେଉଛି, ରୋବଟ୍ ଦ୍ୱାରା ଚୁଲ କଟାଇ, ଏଲନ୍ ମସ୍କ୍ ଦୁନିଆକୁ ଏହି ସନ୍ଦେଶ ଦେଇଛନ୍ତି... ଯେ, ଆସନ୍ତା ସମୟରେ ଏହି ପ୍ରଯୁକ୍ତିକାରଣରୁ ଅନେକ ପେଶାଜୀବୀଙ୍କ ବ୍ୟବସାୟ ଜୋଖିମରେ ପଡ଼ିବ...!! ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ରୋବର୍ଟ ଦ୍ୱାରା ଏଲନ ମସ୍କ କେଶ କଟାଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ । ଏନେଇ ତଦନ୍ତ କରିବାରୁ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରକାସିତ ହୋଇଥିବାର ଦେଖିବାକୁ ପାଇନଥିଲୁ । ସେହିଭଳି ଏ ନେଇ ଏଲନ ମସ୍କଙ୍କ ସୋସିଆଲ ମିଡିଆରେ ମଧ୍ୟ କୌଣସି ଫଟୋ କିମ୍ବା ଭିଡିଓ ସେୟାର ହୋଇନଥିବାର ଦେଖାଯାଇଛି । ଭିଡିଓକୁ ଯଦି ତର୍ଜମା କରି ଅନୁସନ୍ଧାନ କରାଯାଏ ରୋବର୍ଟଟି ଏଲନଙ୍କ ଚୁଟି କାଟୁଥିବା ବେଳେ ତାଙ୍କର କୌଣସି ମଧ୍ୟ ଚୁଟି କଟୁନଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ସେହିପରି ଯେତେବେଳେ ଏଲନ ତାଙ୍କ ହାତ ହଲାଉଛନ୍ତି ତାଙ୍କର ଆଙ୍ଗୁଠି ଗୁଡିକ ଅତି ଅପ୍ରାକୃତିକ ଦେଖାଯାଉଛି । ଏହି ଭାଇରାଲ୍ ଭିଡିଓ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ, ଆମେ ଏହାର କିଛି ମୁଖ୍ୟ ଫ୍ରେମକୁ ବ୍ୟବହାର କରି ଇଣ୍ଟରନେଟରେ ଏକ ରିଭର୍ସ ଇମେଜ୍ ସର୍ଚ୍ଚ କରିଥିଲୁ । ଏହି ସର୍ଚ୍ଚରୁ ଆମକୁ ଏକ ଇନଷ୍ଟାଗ୍ରାମ ପୋଷ୍ଟ ହସ୍ତଗତ ହୋଇଥିଲା । ଉକ୍ତ ପୋଷ୍ଟରେ ଭାଇରାଲ ଭିଡିଓଟି ଥିଲା । ଉକ୍ତ ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୨୯.୯ ମିଲିୟନ ଭିୟୁ ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ୨୦୨୪ ଡିସେମ୍ବର ୧୭ ତାରିଖରେ ‘aismartzone’ ନାମକ ଏକ ଇନଷ୍ଟାଗ୍ରାମ ଅପଲୋଡ୍ କରିଛି । ଏହି ପୋଷ୍ଟରେ ଉଲ୍ଲେଖ ହୋଇଛି ଯେ ଏହି ଭିଡିଓଟି ପ୍ରକୃତ ନୁହେଁ ଏବଂ ଏହାକୁ ଏଆଇ ଟୁଲ୍ ସାହାଯ୍ୟରେ ନିର୍ମାଣ କରାଯାଇଥିବା ସୃଷ୍ଟିତ ଏକ ସିଜିଆଇ ଭିଡିଓ। ତାପରେ ଆମେ ‘aismartzone’ ପୃଷ୍ଠାରେ ଅନେକ AI ନିର୍ମିତ ବହୁ ଭିଡିଓ ମଧ୍ୟ ପାଇଥିଲୁ, ଯାହା ସ୍ପଷ୍ଟ କରେଯେ, ସୋସିଆଲ୍ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓକୁ ହିଁ ଭୁଲ୍ ତଥ୍ୟ ସହ ସେୟାର କରିଛନ୍ତି । ଅଧିକ ଅନୁସନ୍ଧାନ କରିବାକୁଯାଇ ଉକ୍ତ ଭିଡିଓକୁ ଟ୍ରୁ ମିଡ଼ିଆ ରେ ଅନୁସନ୍ଧାନ କରିବାରୁ ଉକ୍ତ ଭିଡିଓଟି ଅପ୍ରାକୃତିକ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ତେଣୁ ଏଥିରୁ ଜଣାଯାଏଯେ ଦାବିରେ ନାହିଁ କୌଣସି ସତ୍ୟତା, ଉକ୍ତ ଭିଡିଓଟି ସମ୍ପୂର୍ଣ୍ଣ ଅପ୍ରାକୃତିକ । ରୋବର୍ଟ ଦ୍ୱାରା ଏଲନ ମସ୍କ କେଶ କଟାଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software