About: http://data.cimple.eu/claim-review/327886206aaf2428dfa9c5d60062e6eac74389442cd1bfc28e485b0e     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ ମାନେ କିଛି ଯୁବକଙ୍କୁ ରାସ୍ତା ମଝିରେ ଏକ ଖୁଣ୍ଟରେ ବାନ୍ଧି ବାଡ଼ିରେ ମାରୁଛନ୍ତି। ସେ ଯୁବକ ମାନେ ପୋଲିସକୁ କ୍ଷମା ମାଗୁଥିବା ମଧ୍ୟ ଶୁଣିବାକୁ ମିଳିଛି। ଦାବି କରା ଯାଉଛି ଯେ ଗୁଜରାତର ଖେଡ଼ା ସହରରେ ମହିଳା ମାନେ ଗର୍ବା ନୃତ୍ୟ କରୁଥିବା ବେଳେ ମୁସ୍ଲିମ ସମ୍ପ୍ରଦାୟର କିଛି ଯୁବକ ତାଙ୍କ ଉପରେ ପଥର ଫିଙ୍ଗିଥିଲେ। ଏହି ଘଟଣାରେ ଅନେକ ହିନ୍ଦୁ ମହିଳା ଆଘାତ ହୋଇଥିଲେ ବୋଲି ମଧ୍ୟ ଦାବି କରା ଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଥିବା ପାଇଲା। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଗୁଜୁରାଟର ଏକ ଛୋଟ ସହର, ଖେଡା । ଯେଉଁଠି ନବରାତ୍ର ପାଇଁ, ହିନ୍ଦୁ ମହିଳାମାନଙ୍କ ଦ୍ୱାରା ହେଉଥିବା ଗଡୱା ନୃତ୍ୟ ଉପରକୁ, କିଛି ସିକୁଲାର୍ ସମ୍ପ୍ରଦାୟର ଲୋକ ପଥର ଫିଙ୍ଗିଥିଲେ । ଫଳରେ ଅନେକ ହିନ୍ଦୁ ମହିଳା ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଏହି ଖବର ପାଇ ଗୁଜୁରାଟ ପୁଲିସ , ସଙ୍ଗେ ସଙ୍ଗେ ଅପରାଧୀଙ୍କୁ ଧରି , ଗଡୱାନୃତ୍ୟ ହେଉଥିବା ଛକରେ, ସାଉଦିଆରବର, ସରୀଆ ଆଇନ୍ ଅନ୍ତର୍ଗତ , ଦଣ୍ଡ ଦେଉଥିବା ଦୃଶ୍ୟ ।“ ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୨୦୨୨ ରେ NDTV ର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଗୁଜରାତର ଖେଡ଼ା ସହରରେ କିଛି ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପୋଲିସ ମାଡ଼ ମାରିଥିଲା। ଏହି ଯୁବକମାନେ ଗର୍ବା ନୃତ୍ୟ ସମୟରେ ଉତ୍ସବ ପାଳନ କରୁଥିବା ଲୋକଙ୍କ ଉପରେ ପଥର ଫିଙ୍ଗିଥିଲେ। ପୋଲିସ ସେ ମାନଙ୍କୁ ମାଡ଼ ମାରୁଥିବା ବେଳେ ସ୍ଥାନୀୟ ଲୋକମାନେ ସେହି ସ୍ଥାନରେ ଆସି ଖୁସିରେ ତାଳି ମାରିଥିଲେ। ଘଟଣା ସମୟରେ କିଛି ନରା ମଧ୍ୟ ଦିଆ ଯାଇଥିଲା ବୋଲି ସୂଚନା ଦିଆ ଯାଇଛି। ୪୩ ଲୋକଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରା ଯାଇଥିଲା। ଏହି ଘଟଣାରେ ୬ ଟି ଲୋକ ଆଘାତ ହୋଇଥିଲେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଗୁଜୁରାଟର ଖେଡା ଜିଲ୍ଲାରେ ଗର୍ବା ସମୟରେ ପଥର ଫିଙ୍ଗିବା ଅଭିଯୋଗରେ ୯ ଜଣଙ୍କୁ ପୋଲିସ ମାଡ ମାରିଥିଲା। ଉନ୍ଧେଲା ଗ୍ରାମରେ ନବରାତ୍ରୀ ଉତ୍ସବ ସମୟରେ ପଥର ଫିଙ୍ଗିବା ପରେ ଏହି ଘଟଣାରେ ୬ ଜଣ ଆହତ ହୋଇଥିଲେ। ପୋଲିସକୁ ସମର୍ଥନ କରି ଗ୍ରାମବାସୀ ମାନେ ଖୁସି ପ୍ରକାଶ କରୁଥିଲେ। ଏକ ମନ୍ଦିର ଏବଂ ମସଜିଦ ନିକଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ସମ୍ପ୍ରଦାୟର ଏକ ଗୋଷ୍ଠୀ ଆପତ୍ତି ଉଠାଇବା ବେଳେ ଏହି ପଥର ଫିଙ୍ଗିବା ଘଟଣା ଘଟିଥିବା ଜଣାଯାଇଥିଲା। ଅଭିଯୁକ୍ତମାନଙ୍କୁ ଜନସାଧାରଣଙ୍କ ସମ୍ମୁଖରେ ଅଣାଯାଇ ପୂର୍ଣ୍ଣ ଦୃଷ୍ଟିରେ ଦଣ୍ଡିତ କରାଯାଇଥିଲା। ୪ ନଭେମ୍ବର ୨୦୨୨ ର ଦି ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଖେଡା ଜିଲ୍ଲାର ଉନ୍ଧେଲା ଗ୍ରାମରେ ନବରାତ୍ରୀ ସମୟରେ ଗର୍ବା ଉତ୍ସବରେ ପଥର ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇଥିବା ୨୮ ଜଣ ମୁସଲମାନ ଲୋକଙ୍କୁ ଖେଡା ସ୍ଥିତ ଜିଲ୍ଲା ଓ ଅଧିବେଶନ କୋର୍ଟରୁ ଜାମିନ ମିଳିଥିଲା। କିନ୍ତୁ କୋର୍ଟ ସର୍ତ୍ତ ରଖିଥିଲା ଯେ ଅଭିଯୁକ୍ତ ଅଦାଲତର ପୂର୍ବ ଅନୁମତି ବିନା ରାଜ୍ୟ ସୀମା ଛାଡି ପାରିବେ ନାହିଁ ଏବଂ ସମ୍ପୃକ୍ତ ପୋଲିସ ଷ୍ଟେସନରେ ଉପସ୍ଥିତି ଚିହ୍ନଟ କରିବା କିମ୍ବା ପ୍ରମାଣ ରେକର୍ଡିଂ ବ୍ୟତୀତ ମାତାର ତାଲୁକା (ବ୍ଲକ) ରେ ପ୍ରବେଶ କରିବେ ନାହିଁ। ସିଦ୍ଧାନ୍ତ: ଆମ ଅନୁସନ୍ଧାନ ପ୍ରମାଣିତ ହେଲା ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ୨୦୨୨ ରେ ଗୁଜରାତର ଖେଡା ସହରରେ ଘଟିଥିବା ଏକ ପୁରୁଣା ଘଟଣା ଅଟେ ଯାହାକୁ ସମ୍ପ୍ରତ୍ତି ସମୟର ହୋଇଥିବା ଦାବି ସହିତ ସେୟାର କରା ଯାଉଛି। Title:ଗୁଜରାତର ଖେଡା ସହରରେ ଗର୍ବା ଉତ୍ସବ ବେଳେ ପଥର ଫିଙ୍ଗା ଅଭିଯୁକ୍ତଙ୍କୁ ପୋଲିସ ମାରୁଥିବା ଭିଡିଓ ୨୦୨୨ ମସିହାର ଅଟେ।Fact Check By: Siddharth Sahu Result: Missing Context
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 10 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software