Facets (new session)
Description
Metadata
Settings
owl:sameAs
Inference Rule:
asEquivalent
b3s
b3sifp
facets
http://www.w3.org/2002/07/owl#
ldp
oplweb
skos-trans
virtrdf-label
virtrdf-url
None
About:
http://data.cimple.eu/claim-review/4b8ae555985b55e1b9ca89b5e52a7927e8c84afdf379fa4e636f313a
Goto
Sponge
NotDistinct
Permalink
An Entity of Type :
schema:ClaimReview
, within Data Space :
data.cimple.eu
associated with source
document(s)
Type:
schema:ClaimReview
New Facet based on Instances of this Class
Attributes
Values
rdf:type
schema:ClaimReview
http://data.cimple...lizedReviewRating
mostly credible
schema:url
http://odia.factcrescendo.com/false/old-video-of-workers-vandalizing-solar-panel-in-maharashta-viral-with-false-claim-618840/
schema:text
ଦରମା ନଦେଇଥବାରୁ ମହାରାଷ୍ଟ୍ରର ସୋଲାର ପ୍ୟାନାଲ୍ ଭଙ୍ଗାରୁଜା ପୁରୁଣା ଭିଡିଓକୁ ରାଜସ୍ଥାନର ଘଟଣା କହି ସେୟାର କରା ଯାଉଛି। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାହିଛି ଯେଉଁଥିରେ କିଛି ଲୋକମାନେ ହାତୁଡ଼ାରେ ସୋଲାର ପ୍ୟାନେଲ୍ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି। ଏଥିରେ କିଛି ମହିଳା ମାନେ ମଧ୍ୟ ଯୋଗଦାନ ଦେଇଛନ୍ତି। ଦାବି କରା ଯାଉଛି ଯେ ଏହା ରାଜସ୍ଥାନର ଘଟଣା। ସୋଲାର ପ୍ୟାନେଲ୍ କାରଣରୁ ସୂର୍ଯ୍ୟ ଦେବତାଙ୍କୁ ଅସୁବିଧା ହେଉଛି ବୋଲି ଜଣେ ବାବା କହିବା ପରେ ସ୍ଥାନୀୟ ଲୋକମାନେ ଏପରି ଭଙ୍ଗାରୁଜା ଆରମ୍ଭ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ଏହା ମହାରାଷ୍ଟ୍ରର ଏକ ପୁରୁଣା ଘଟଣା। ଶ୍ରମିକଙ୍କୁ ଦରମା ମିଳିନଥିବାରୁ ସେମାନେ ସୋଲାର ପ୍ୟାନେଲ୍ ଭାଙ୍ଗି ବିରୋଧ କରିଥିଲେ। କ'ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ଦାବି କରା ଯାଇଛି ଯେ, "ରାଜସ୍ଥାନରେ ଜଣେ ପଣ୍ଡିତଙ୍କ କହିବା ପରେ ସୋଲାର ପ୍ୟାନେଲ୍ ଭଙ୍ଗାରୁଜ ଆରମ୍ଭ ହୋଇଛି। ପଣ୍ଡିତଙ୍କ କହିବା ଅନୁଯାୟୀ, ସୋଲାର ର ଶକ୍ତିରୁ ସୂର୍ଯ୍ୟ ଦେବତାଙ୍କୁ ଅସୁବିଧା ହୁଏ।" ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୫ ଫେବ୍ରୁଆରି ୨୦୧୮ ରେ କ୍ଲାଇମେଟ୍ ସମୁରାଇ ନାମକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଏହା ସହିତ କ୍ୟାପ୍ସନରେ ଲେଖା ଯାଇଛି ଯେ ମଜଦୁରି ନଦେବା କାରଣରୁ ମହାରାଷ୍ଟ୍ରରେ ୧୦୦ ମେଗାୱାଟ୍ ର ସୋଲାର ପ୍ୟାନାଲ୍ କୁ ଲୋକମାନେ ନଷ୍ଟ କରି ଦେଇଛନ୍ତି। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭିଡିଓ ୬ ବର୍ଷ ପୁରୁଣା ଅଟେ। ଏହା ପରେ ଆମେ ୧୫ ଫେବୃଆରୀ ୨୦୧୮ ରେ କ୍ଲାଇମେଟ୍ ସମୁରାଇ ୱେବସାଇଟରେ ପ୍ରକାଶିତ ଘଟଣା ସହ ଜଡିତ ରିପୋର୍ଟ ଦେଖିଲୁ। ମହାରାଷ୍ଟ୍ରର ଚାଲିସଗାଓଁରେ ଅବସ୍ଥିତ ଏକ ସୋଲାର କାରଖାନାରେ ଏହି ଘଟଣା ଘଟିଥିବା କୁହାଯାଇଛି। ଯେଉଁଠାରେ ଶ୍ରମିକ ମାନେ ମଜୁରୀ ନପାଇବା କାରଣରୁ ୧୦୦ ମେଗାୱାଟ ସୋଲାର ପ୍ୟାନେଲ୍ ଭାଙ୍ଗିଥିଲେ। ଏହା ଏକ ମାମଲା ସହିତ ଜଡିତ ଥିଲା ଯେଉଁଥିରେ ଭାରତର ଏକ ସୋଲାର ପ୍ୟାନେଲ କାରଖାନା ରେ ମଜୁରୀ ପ୍ରଦାନ ନକରିବା କାରଣରୁ କେଉଁପରି କ୍ଷତି ହେଇଥିଲା। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ଚାଲିସଗାଓଁରେ ୧୦୦ ମେଗାୱାଟ୍ ସୋଲାର ପ୍ଳାଣ୍ଟକୁ ସେଠାରେ କାମ କରୁଥିବା ଶ୍ରମିକ ମାନେ ନଷ୍ଟ କରିଥିଲେ। ଅନେକ ଦିନ ଧରି ବିନା ଦରମା ଦେଇ ଶ୍ରମିକଙ୍କ ଠାରୁ କାମ କରା ଯାଉଥିଲା ଯାହା କାରଣରୁ ଶ୍ରମିକ ମାନେ ରାଗି ଭଙ୍ଗାରୁଜା କରିଥିଲେ। ସିଦ୍ଧାନ୍ତ: ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ସୋଲାର ପ୍ୟାନେଲ୍ ଭଙ୍ଗାରୁଜା ହେଉଥିବା ଏହି ଭିଡିଓ ମହାରାଷ୍ଟ୍ରର ପୁରୁଣା ଘଟଣା ଅଟେ। ସେଠାରେ କାମ କରୁଥିବା ଶ୍ରମିକଙ୍କୁ ଦରମା ଦିଆ ନଯାଇଥିବାରୁ ସେମାନେ ଏପରି ଭଙ୍ଗାରୁଜା କରିଥିଲେ। ଏହା ଘଟନା ରାଜସ୍ଥାନ କିମ୍ବା କୌଣସି ବାବା ସହିତ ଜଡ଼ିତ ନୁହେଁ।
schema:reviewRating
-
schema:author
factcrescendo
schema:datePublished
2024-09-14
(
xsd:date
)
schema:inLanguage
English
schema:itemReviewed
http://data.cimple.eu/claim/4c7124a5eb01edf4b92665351cff244fe73d0e0fcf5cd1c104c8486e
Faceted Search & Find service v1.16.115 as of Oct 09 2023
Alternative Linked Data Documents:
ODE
Content Formats:
RDF
ODATA
Microdata
About
OpenLink Virtuoso
version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software