Facets (new session)
Description
Metadata
Settings
owl:sameAs
Inference Rule:
asEquivalent
b3s
b3sifp
facets
http://www.w3.org/2002/07/owl#
ldp
oplweb
skos-trans
virtrdf-label
virtrdf-url
None
About:
http://data.cimple.eu/claim-review/5cb792fc57e73931bbcf09c6338d62c318b19bb5177f7a1e3c77cc1b
Goto
Sponge
NotDistinct
Permalink
An Entity of Type :
schema:ClaimReview
, within Data Space :
data.cimple.eu
associated with source
document(s)
Type:
schema:ClaimReview
New Facet based on Instances of this Class
Attributes
Values
rdf:type
schema:ClaimReview
http://data.cimple...lizedReviewRating
not credible
schema:url
http://odia.factcrescendo.com/false/a-pakistan-based-company-was-supplying-ghee-to-tirupati-temple-is-false-619097/
schema:text
ପାକିସ୍ତାନ ଅବସ୍ଥିତ ଏକ କମ୍ପାନୀ ତିରୁପତି ମନ୍ଦିରକୁ ଘିଅ ଯୋଗାଣ କରୁଥିଲା। ସୋସିଆଲ ମିଡିଆରେ ତିରୁପତି ମନ୍ଦିର ପ୍ରସାଦ ବିବାଦ ସହ ଯୋଡିଥିବା କମ୍ପାନୀର କର୍ମଚାରୀଙ୍କ ନାମର ଏକ ସ୍କ୍ରିନସଟ ଭାଇରାଲ ହେଉଛି। ସ୍କ୍ରିନସଟ ସେୟାର କରି ଦାବି କରା ଯାଉଛି ଯେ ତିରୁପତି ମନ୍ଦିର ପାଇଁ ପ୍ରସାଦ ତିଆରି କରିବାକୁ ଏହି କମ୍ପାନୀର ଚୁକ୍ତି କରା ଯାଇଥିଲା। ସ୍କ୍ରିନସଟରେ A.R.Foods (Pvt) ଲିମିଟେଡର କିଛି କର୍ମଚାରୀଙ୍କ ନାମ ଦର୍ଶାଯାଇଛି ଯାହା ପାକିସ୍ତାନର କମ୍ପାନୀ ବୋଲି କୁହା ଯାଉଛି। ଦାବି କରା ଯାଉଛି ଯେ ତିରୁପତି ବାଲାଜୀ ମନ୍ଦିରକୁ ଘିଅ ଯୋଗାଇବା ପାଇଁ ଠିକା ନେଇଥିବା କମ୍ପାନୀର କର୍ମଚାରୀ ମାନେ ପାକିସ୍ତାନର ଅଟନ୍ତି ଏବଂ ଏହା ପାକିସ୍ତାନର ଏକ କମ୍ପାନୀ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଇଥୟା ବୋଲି ପାଇଲା। AR Foods କମ୍ପାନୀ ଯାହାର କର୍ମଚାରୀ ମାନଙ୍କର ପ୍ରୋଫାଇଲ୍ ସେୟାର କରା ଯାଉଛି ତାହା ପାକିସ୍ତାନର କମ୍ପାନୀ। କିନ୍ତୁ ତିରୁପତି ମନ୍ଦିରକୁ ଘିଅ ଯୋଗାଣ କରୁଥିବା କମ୍ପାନୀର ନାମ ହେଉଛି AR Dairy Food Pvt Ltd ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଦାବି ବିଷୟରେ ସର୍ଚ୍ଚ କରିଲୁ। ୨୦ ସେପ୍ଟେମ୍ବର ୨୦୨୪ ର ନ୍ୟୁଜ୍ ୧୮ ରିପୋର୍ଟ ଅନୁଯାୟୀ, ଆନ୍ଧ୍ରାର ତିରୁପତି ମନ୍ଦିର କୁ ଘିଅ ଯୋଗାଣ କରୁଥିବା କମ୍ପାନୀର ନାମ ହେଉଛି 'Raaj Milk- AR Dairy Food Pvt Ltd' ଯାହା ତାମିଲନାଡ଼ୁ ର ଡିଣ୍ଡିଗୁଲ ସହରରେ ଅବସ୍ଥିତ। ଏହି କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ ନାମ ହେଉଛି ରାଜାସେକରଣ ରାଜୁ। ଏହା ପରେ ଆମେ Raaj Milk- AR Dairy Food Pvt Ltd ୱେବସାଇଟରେ ଯାଇ କମ୍ପାନୀ ବିଷୟରେ ତଥ୍ୟ ସର୍ଚ୍ଚ କରିଲୁ। ୱେବସାଇଟ ଅନୁଯାୟୀ, କମ୍ପାନୀର ନିର୍ଦ୍ଦେଶକଙ୍କ ନାମ ହେଉଛି- ରାଜସେକରନ୍ ରାଜୁ, ସୁରିଆ ପ୍ରଭା ଆର ଏବଂ ଶ୍ରୀନିବାସନ୍ ଏସ୍ ଆର। ଏହି କମ୍ପାନୀ 1995 ରେ ପ୍ରତିଷ୍ଠିତ ହୋଇଥିଲା। ୨୩ ସେପ୍ଟେମ୍ବର ୨୦୨୪ ରେ ଏଏନଆଇ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, FSSAI ତିରୁପତି ପ୍ରସାଦ ତିଆରି କରିବା ପାଇଁ ଘିଅ ଯୋଗାଣକାରୀଙ୍କ ମଧ୍ୟରୁ ଏଆର୍ ଡାଏରୀ ଫୁଡ୍ ପ୍ରାଇଭେଟ ଲିମିଟେଡ୍ କୁ ଏକ ନୋଟିସ୍ ଜାରି କରିଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ଏଆର୍ ଡାଏରୀ ଦ୍ଵାରା ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ପାରାମିଟରଗୁଡିକ ପୂରଣ କରିବାରେ ବିଫଳ ହୋଇଛି।" ଭାଇରାଲ୍ ସ୍କ୍ରିନସଟରେ ଲିଖିତ ନାମ A.R.Foods (Pvt) Ltd ପାଇଁ ଆମେ ଗୁଗୁଲ ରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏକ ଲିଙ୍କେଡଇନ୍ ପ୍ରୋଫାଇଲ୍ ମିଳିଲା ଯାହା ଅନୁଯାୟୀ ଏହି କମ୍ପାନୀ ପାକିସ୍ତାନର ଇସଲାମାବାଦରେ ଅବସ୍ଥିତ। କମ୍ପାନୀ ୧୯୭୦ ରେ ପ୍ରତିଷ୍ଠିତ ହୋଇଥିଲା। ଆମେ ଏହି କମ୍ପାନୀର କର୍ମଚାରୀଙ୍କ ନାମ ସର୍ଚ୍ଚ କରିଲୁ। ରକେଟ୍ ସର୍ଚ୍ଚ ନାମକ ୱେବସାଇଟରେ ଆମକୁ କମ୍ପାନୀର କର୍ମଚାରୀ ମାନଙ୍କର ପ୍ରୋଫାଇଲ୍ ମିଳିଲା। ଏହି ୱେବସାଇଟ ଅନୁଯାୟୀ, କମ୍ପାନୀ ପାକିସ୍ତାନର ଇସଲାମାବାଦ ସହରରେ ଅବସ୍ଥିତ। A.R. Foods (Pvt) Limited ର ଅଫିସିଆଲ ୱେବସାଇଟ ଆପଣ ମାନେ ଏଠାରେ ଦେଖି ପାରିବେ। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ A.R. Foods (Pvt) Limited ଏବଂ ତିରୁପତି ମନ୍ଦିର କୁ ଘିଅ ଯୋଗାଣ କରୁଥିବା କମ୍ପାନୀ A R Dairy Food Private Limited ଦୁଇଟି ଭିନ୍ନ କମ୍ପାନୀ ଅଟେ। ସିଦ୍ଧାନ୍ତ: ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ତିରୁପତି ମନ୍ଦିରକୁ ଘିଅ ଯୋଗାଣ କରୁଥିବା କମ୍ପାନୀ ନାମ ହେଉଛି A R Dairy Food Private Limited ଯାହା ତାମିଲନାଡ଼ୁ ରେ ଅବସ୍ଥିତ। ଭାଇରାଲ ହେଉଥିବା ଫୋଟୋ ହେଉଛି A.R. Foods (Pvt) Limited ଯାହା ପାକିସ୍ତାନର ଏକ କମ୍ପାନୀ। A.R. Foods (Pvt) Limited ଏବଂ ତିରୁପତି ମନ୍ଦିର କୁ ଘିଅ ଯୋଗାଣ କରୁଥିବା କମ୍ପାନୀ A R Dairy Food Private Limited ଦୁଇଟି ଭିନ୍ନ କମ୍ପାନୀ।
schema:reviewRating
FALSE
schema:author
factcrescendo
schema:datePublished
2024-09-27
(
xsd:date
)
schema:inLanguage
English
schema:itemReviewed
http://data.cimple.eu/claim/487f75f927513f90d01f75efd10f0ef185e914eabb8e9e94207c65fa
Faceted Search & Find service v1.16.115 as of Oct 09 2023
Alternative Linked Data Documents:
ODE
Content Formats:
RDF
ODATA
Microdata
About
OpenLink Virtuoso
version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software