About: http://data.cimple.eu/claim-review/5e06995ee31085ab2bddc43ef284a2c1aac4bab45d93a0b0f33848bd     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଫ୍ୟାକ୍ଟ ଚେକ୍: ଓଡ଼ିଶାର ଋଷିକୂଲ୍ୟା ନଦୀରେ କଇଁଛଙ୍କ ଅଣ୍ଡା ଦେବାର ଭିଡିଓକୁ ବିଭିନ୍ନ ବିଭ୍ରାନ୍ତିକରକ ଦାବି ସହ କରାଯାଉଛି ସେୟାର ଭିଡିଓଟି ଓଡ଼ିଶାର ଋଷିକୂଲ୍ୟା ମୁହାଣ ଯେଉଁଠି ଲକ୍ଷାଧିକ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେଉଛନ୍ତି । ବିହାର କିମ୍ବା ଉତ୍ତର ପ୍ରଦେଶ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ Claim : ବାଲିରୁ ବାହାରୁଛନ୍ତି ଅସଂଖ୍ୟ କଇଁଛ, ଭିଡିଓଟି ଉତ୍ତର ପ୍ରଦେଶ ଏଵଂ ବିହାର ଅଞ୍ଚଳରFact : ଭିଡିଓଟି ଓଡ଼ିଶାର ଋଷିକୁଲ୍ୟା ମୁହାଣ ସ୍ଥିତ ବାଲୁକାଶଯ୍ୟାରେ ଅଲିଭ୍ ରିଡ୍ଲେଙ୍କ ଗଣ ଅଣ୍ଡାଦାନର ଭିଡିଓବିଶ୍ବର ସର୍ବବୃହତ୍ ଗଣଅଣ୍ଡାଦାନ ସ୍ଥଳୀର ମାନ୍ୟତା ପାଇଥିବା ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଅଲିଭ୍ ରିଡ୍ଲେଙ୍କ ଗଣ ଅଣ୍ଡାଦାନ ସରିଛି । ଚଳିତବର୍ଷ ଅଲିଭ୍ ରିଡ୍ଲେ ସର୍ବକାଳୀନ ରେକର୍ଡ କରିଛନ୍ତି । ଏବର୍ଷ ମୋଟ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପୂର୍ବରୁ କେବେ ଏତେସଂଖ୍ୟକ କଇଁଛ ଓଡ଼ିଶା ଉପକୂଳରେ ଅଣ୍ଡାଦାନ କରି ନଥିଲେ। ୨୦୨୨-୨୩ରେ ୬ ଲକ୍ଷ ୩୭ ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ଏହି ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ଅଣ୍ଡାଦାନ ପାଇଁ ପାଗ ଅନୁକୂଳ ରହିଥିଲା। ଏଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ୧୬ତାରିଖରୁ ଏହା ଆରମ୍ଭ ହୋଇଥିଲା। ଗୋଖରକୁଦାଠାରୁ ବଟେଶ୍ବର ପର୍ଯ୍ୟନ୍ତ ରହିଥିବା ବେଳାଭୂମିରେ କଇଁଛ ଅଣ୍ଡାଦାନ କରିଛନ୍ତି। ଏହାସହିତ ୮ଦିନ ଧରି ଏହି ପ୍ରକ୍ରିୟା ଚାଲିଥିଲା। ଅଲିଭ୍ ରିଡ୍ଲେଙ୍କ ସଙ୍ଗମ ସରିବା ପରେ ଯେଉଁ ସ୍ଥାନକୁ ସେମାନେ ସୁରକ୍ଷିତ ମନେ କରିବେ ସେଠାରେ ଅଣ୍ଡାଦାନ କରିଥାନ୍ତି। ମାଈ କଇଁଛ ସମୁଦ୍ରକୂଳକୁ ଆସି ନିଜର ସୁରକ୍ଷିତ ସ୍ଥାନ ବାଛି ଅଣ୍ଡା ଦେଇଥାଏ। ଗୋଟିଏ ମାଈ ଅଲିଭ୍ ରିଡ୍ଲେ ୮୦ରୁ ୧୬୦ଟି ଅଣ୍ଡା ଦେଇଥାଏ। ଗୋଟିଏ ବସା (ନେଷ୍ଟ୍)ର ଆକାର ୧ ଫୁଟ୍ ଗୋଲେଇ ଓ ଦେଢ଼ ଫୁଟ୍ ଗଭୀର ହୋଇଥାଏ। ଗଣଅଣ୍ଡାଦାନ ସରିବାର ପ୍ରାୟ ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିଥାନ୍ତି। ଏହି ସମୟରେ ବନ ବିଭାଗ ତରଫରୁ ଋଷିକୁଲ୍ୟା ମୁହାଣ ବେଳାଭୂମି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ କରାଯାଇଥାଏ । ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଭିଡିଓରେ ବହୁ ସଂଖ୍ୟକ କଇଁଛ ବାଲିରେ ବୁଲୁଥିବାର ଦେଖିବାକୁ ମିଳିଥିବା ବେଳେ ଉକ୍ତ ଭିଡିଓଟି ବିହାର ଏବଂ ଉତ୍ତର ପ୍ରଦେଶର ବୋଲି ଦାବି ହୋଇଛି । ଜଣେ ୟୁଜର୍ସ ଉକ୍ତ ଭିଡିଓକୁ ଅପଲୋଡ଼ କରି ସୂଚନା ଦେଇଛନ୍ତି, ଉକ୍ତ ଭିଡିଓଟି ବିହାରର । ବିହାର ବାସୀନ୍ଦା ଜାଣିବାକୁ ପାଇଛି ଯେ, ଏଠାରେ ବିପୁଳ ସଂଖ୍ୟକ କଇଁଛ ଆସିଛନ୍ତି, ଯାହାକୁ ଦେଖିବାକୁ ବିପୁଳ ଜନସମାଗମ ହୋଇଛି । ଉକ୍ତ ସ୍ଥାନରେ ପୋଲିସ୍ ମଧ୍ୟ ଉପସ୍ଥିତ ରହିଛି । ଭିଡିଓରେ ବର୍ଣ୍ଣନା କରୁଥିବା ଜଣେ ମହିଳା କହିଛନ୍ତି, ଉକ୍ତ ସ୍ଥାନରେ ଯଦି ମାଛ ବାହାରି ଥାଆନ୍ତେ ତେବେ ଲୋକଙ୍କ ଲଟ୍ରି ଲାଗନ୍ତାଣି । କଣ ଆପଣ ମାନେ ଏହି ଦୃଶ୍ୟ ଦେଖିଛନ୍ତି ? ତେବେ ଭିଡିଓକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ । ସେହିପରି ଆଉଜଣେ ୟୁଜର୍ସ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରି କହିଛନ୍ତି, ଉକ୍ତ ଭିଡିଓଟି ଉତ୍ତର ପ୍ରଦେଶର ଯେଉଁଠି ଝାଂସି ଏବଂ ହମିଦପୁର ଜିଲ୍ଲା ମଝିରେ ଦୁଇଟି ନଦୀ ମିସିଛନ୍ତି ଜଣଙ୍କ ନାଁ ହେଉଛି, ଧସାନ ଏବଂ ଅନ୍ୟ ନଦୀଟି ହେଉଛି ବେତୁଆଁ । ଉକ୍ତ ସ୍ଥାନରେ ନଦୀର ବାଲିରୁ ଏତେ ସଂଖ୍ୟକ କଇଁଛ ବାହାରୁଛନ୍ତି ଯେ, ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଆପଣ ନିଜେ ଦେଖନ୍ତୁ ଏବଂ ସେୟାର କରି ଅନ୍ୟମାନଙ୍କୁ ମଧ୍ୟ ଦେଖିବାର ସୁଯୋଗ ଦିଅନ୍ତୁ । ଯାହାର ଆର୍କାଇଭ୍ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ହେଉଥିବା ଭିଡିଓଟି ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣର । ଯେଉଁଠାରେ ବହୁ ସଂଖ୍ୟକ ଅଲିଭ୍ ରିଡ୍ଲେ ଅଣ୍ଡାଦାନ ପାଇଁ ପହଁଞ୍ଚିଛନ୍ତି । ଭାଇରାଲ ହେଉଥିବା ଭିଡିଓଟିକୁ ଅନୁଧ୍ୟାନ କରି ଦେଖିଲେ ସେଠାରେ ଏକ ବୋର୍ଡ ଲାଗିଥିବାର ଦେଖିବାକୁ ମିଳିଛି । ଉକ୍ତ ବୋର୍ଡ଼ରେ ଉଲ୍ଲେଖ ରହିଛି, ଓଡ଼ିଶା ସରକାର, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ । ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ଶିବିର, ଖଲିକୋଟ ବନାଞ୍ଚଳ, ବ୍ରହ୍ମପୁର ବନଖଣ୍ଡ । ତେଣୁ ଏଥିରୁ ଜଣାଯାଏ ଯେ ଭାଇରାଲ ଭିଡିଓଟି ଓଡ଼ିଶାର ହୋଇଥାଇ ପାରେ । ଯେତେବେଳେ ଆମେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ସୋସିଆଲ ମିଡ଼ିଆ ଦେଖିଥିଲୁ ସେଠାରେ ମଧ୍ୟ ବହୁ ସଂଖ୍ୟକ ଅଲିଭ୍ ରିଡ୍ଲେ ଅଣ୍ଡାଦାନ କରୁଥିବା ଭିଡିଓ ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ । ଯେତେବେଳେ ଆମେ ଉକ୍ତ ଵନଖଣ୍ଡର ଜଣେ ବନ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲୁ ସିଏ କହିଥିଲେ, ଭାଇରାଲ ହେଉଥିବା ଏହି ଭିଡିଓଟି ବିହାର କିମ୍ବା ଉତ୍ତର ପ୍ରଦେଶର ନୁହେଁ ବରଂ ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣର । ଉକ୍ତ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ୨୫ ଫେବୃଆରୀ ୨୦୨୫ରେ ଦ ବେଟର ଇଣ୍ଡିଆ ଉକ୍ତ ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଭିଡିଓର ଶୀର୍ଷକ Thousands of Olive Ridley sea turtles return to Odisha's shores! ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୭୬.୫୯୪ ଭିୟୁ ମିଳିପାରିଛି । ୱେଦର ଆଣ୍ଡ ରାଡାର ଇଣ୍ଡିଆ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଏହା ଓଡ଼ିଶାର ବ୍ରହ୍ମପୁର ବନଖଣ୍ଡ ଋଷିକୂଲ୍ୟା ନଦୀର ବୋଲି ଉଲ୍ଲେଖ କରିଛି । ସେହିପରି ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ,ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶିତ ହୋଇଥିବାର ଦେଖିବାକୁ ମିଳିଛି। ଖବର ପ୍ରସାରଣ କରି ଓଡ଼ିଶା ସମ୍ବାଦ ଉଲ୍ଲେଖ କରିଛି, ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି ବିରଳ ପ୍ରଜାତିର ଅଲିଭରିଡେଲ କଇଁଛ । ଗତ ୩ରୁ ୪ ଦିନ ହେବ ଜାରି ରହିଥିବା ଏହି ଗଣଅଣ୍ଡାଦାନ ପ୍ରକ୍ରିୟାରେ ବର୍ତ୍ତମାନ ୬ ଲକ୍ଷ ୪୧ ହଜାର ଅଲିଭରିଡ୍ଲେ ଅଣ୍ଡାଦାନ କରିସାରିଛନ୍ତି । ଏହା ଅତୀତରେ ହୋଇଥିବା ଅଣ୍ଡାଦାନର ସମସ୍ତ ରେକର୍ଡ ଭଙ୍ଗ କରିଛି । ଇ ଟିଭି ଭାରତରେ ପ୍ରସାରିତ ଖବର ଅନୁଯାୟୀ, ଅଲିଭ ରିଡଲେ କଇଁଛଙ୍କୁ ସୁରକ୍ଷା ଏବଂ ନିରାପଦ ଅଣ୍ଡାଦାନକୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। କଇଁଛ ମାନଙ୍କର ସୁରକ୍ଷା କରିବା ପାଇଁ ଏକାଧିକ ବିଭାଗର କର୍ମଚାରୀଙ୍କୁ ନେଇ କଡାକଡି ଭାବରେ ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଛି । ଋଷିକୂଲ୍ୟା ମୁହାଣରେ ଅଣ୍ଡା ଦେଉଛନ୍ତି ଅଲିଭ୍ ରିଡଲେ କଇଁଛ, ଲେଖି ଖବର ପ୍ରକାଶ କରିଛି ନନ୍ଧିଘୋଷ ଟିଭି । ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ । ଭାଇରାଲ ହେଉଥିବା ଭିଡିଓଟି ଓଡ଼ିଶାର ଋଷିକୂଲ୍ୟା ମୁହାଣ, ଯେଉଁଠି ଲକ୍ଷାଧିକ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେଉଛନ୍ତି । ବିହାର କିମ୍ବା ଉତ୍ତର ପ୍ରଦେଶ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software