About: http://data.cimple.eu/claim-review/62532a161c84c6509e0ba297067bbf3c81ab19bc36c526dff57f83d4     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଜୋ ବାଇଡେନ୍ ଡିପ୍ ଫେକ୍ ଭିଡିଓ ହେଲା ଭାଇରାଲ, ଭିଡିଓ ରେ ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି ବାଇଡେନ୍ Claim :ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବକ୍ତବ୍ୟ ଦେବା ସମୟରେ ଅଶାଳୀନ ଭାଷା ବ୍ୟବହାର କରିଥିଲେ Fact :ଭାଇରାଲ୍ ଭିଡିଓ ଏକ ଡିପ୍ ଫେକ୍ ଦ୍ୱାରା ନିର୍ମିତ, ସେହି ନିର୍ଦ୍ଦିଷ୍ଟ ବକ୍ତବ୍ୟ ଦେବା ସମୟରେ ବାଇଡେନ୍ କୌଣସି ମଧ୍ୟ ଅପମାନଜନକ ଭାଷା ବ୍ୟବହାର କରିନଥିଲେ ରାଷ୍ଟ୍ରପତି ଦୌଡରୁ ଓହରିଯିବାକୁ ନିଷ୍ପତ୍ତି ଘୋଷଣା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ "ବ୍ୟକ୍ତିଗତ ଅଭିଳାଷ ଅପେକ୍ଷା ଗଣତନ୍ତ୍ର ଅଧିକ ଗୁରୁତ୍ୱ ବହନ କରୁଛି" । ଗଣତନ୍ତ୍ରର ସଂରକ୍ଷଣ ତାଙ୍କ ଦଳକୁ ଏକଜୁଟ କରିବା ଆବଶ୍ୟକ ବୋଲି କହିବା ସହ, ବିଡେନ ତାଙ୍କ ଉପ-ରାଷ୍ଟ୍ରପତି ତଥା ବର୍ତ୍ତମାନ ସମ୍ଭାବ୍ୟ ଗଣତାନ୍ତ୍ରିକ ପ୍ରାର୍ଥୀ କମଲା ହ୍ୟାରିସ୍ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ସେ ଅଫିସରେ ତାଙ୍କର ସଫଳତା ଉପରେ ପ୍ରତିଫଳିତ ହୋଇଥିଲେ ଏବଂ କାର୍ଯ୍ୟକାଳର ଅବଶିଷ୍ଟ କିଛି ମାସ ପାଇଁ ତାଙ୍କର ପ୍ରାଥମିକତା ବର୍ଣ୍ଣନା କରିଥିଲେ। ଏଥିସହ, ସେ ଆମେରିକାର ନାଗରିକଙ୍କ ପାଇଁ ଆଗାମୀ ନିର୍ବାଚନକୁ ଏକ ଗୁରୁତ୍ୱପୂର୍ଣ୍ଣ ପସନ୍ଦ ଭାବରେ ଗଠନ କରି ଦେଶର ଭବିଷ୍ୟତ ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ୨୧ ସେକେଣ୍ଡର ଭିଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି । ଜନ ସାଧାରଣ ଙ୍କୁ ସମ୍ଭୋଧନ ଦେବା ସମୟରେ ରାଷ୍ଟ୍ରପତି ଜୋ ବାଇଡେନ୍ ଅଶାଳୀନ ଭାଷା ବ୍ୟବହାର କରିଥିବାର ଦାବି ହୋଇଛି । ଭିଡିଓଟିରେ ପିବିଏସ୍ ନ୍ୟୁଜ୍ ଲୋଗୋ ଏବଂ ଏକ ୱାଟରମାର୍କ @midnightmitch ଥିବାର ଦେଖାଦେଇଛି । ସୋସିଆଲ ମିଡିଆ ୟୁଜର୍ସ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି " ଜୋ ବାଇଡେନ୍ ରାଷ୍ଟ୍ରପତି ଦୌଡରୁ ଓହରିଯିବା ପରେ ତାଙ୍କର ପ୍ରଥମ ଭିଡିଓ ଏଭଳି ଭାବେ ଜାରି କରିଛନ୍ତି " I ଫ୍ୟାକ୍ଟ ଚେକ୍: ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାଯାଇଥିବା ବେଳେ ଭିଡିଓ ଟି ଡିପ୍ ଫେକ୍ ଦ୍ୱାରା ଏଡିଟ୍ କରାଯାଇଥିବାର କେତେକାଂଶ ରେ ପ୍ରମାଣିତ ହୋଇଛି । ଭାଇରାଲ୍ ଭିଡିଓରୁ ଏକ ପ୍ରମୁଖ ଫ୍ରେମ ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ଦ୍ୱାରା ଅନୁସନ୍ଧାନ କରିବାରୁ ଜଣାଯାଏ ଯେ, ରାଷ୍ଟ୍ରପତି ଭବନ ର ୟୁଟ୍ୟୁବ ଚ୍ୟାନେଲ ରେ ଏହି ଭିଡିଓ ଅପଲୋଡ଼ ହୋଇଥିବାର ଦେଖାଯାଇଛି । ଯେହେତୁ ଭାଇରାଲ୍ ଭିଡିଓରେ ପିବିଏସ୍ ନ୍ୟୁଜ୍ ଲୋଗୋ ରହିଛି, ଆମେ ଏନେଇ ଅନୁସନ୍ଧାନ କରିବାରୁ PBS NewsHour ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓ ଟି ଅପଲୋଡ ହୋଇରହିଚି। ୨.୪୧ ଟାଇମଷ୍ଟାମ୍ପ ରେ ଭାଇରାଲ ଭିଡିଓ ର ଆନୁମାନିକ ଫ୍ରେମ୍ ପାଇଥିଲୁ । ଭାଇରାଲ୍ ଭିଡିଓର କିଛି ଅଂଶ ଅପ୍ରାକୃତିକ ଭାବରେ ଦେଖାଯିବାରୁ, ଆମେ ଏହାକୁ AI ଚିହ୍ନଟ ଟୁଲ୍ “HIVE ମୋଡରେସନ” ଦ୍ୱାରା ପରୀକ୍ଷଣ କରିବାରୁ ଏହା ୯୯.୮% ଏଆଇ ଦ୍ୱାରା ନିର୍ମିତ କିମ୍ବା ଡିପ୍ ଫେକ୍ ଦ୍ୱାରା ଏଡିଟ୍ ବୋଲି ଫଳାଫଳ ପାଇଥିଲୁ । ଭାଇରାଲ ଭିଡିଓ ର ଅଡିଓ ପରୀକ୍ଷା କରିବାରୁ ଏହା ମଧ୍ୟ କିଛି ଅଂଶରେ ଏଡିଟ୍ ହୋଇଛି ବୋଲି ଜଣାପଡିଛି । ଯେତେବେଳେ ଆମେ @midnightmitch ସନ୍ଧାନ କଲୁ, ଆମେ ଏହି ନାମରେ ଏକ ଏକ୍ସ ଆକାଉଣ୍ଟ ପାଇଥିଲୁ ଯେଉଁଥିରେ ଏଭଳିବହୁ ଭିଡିଓ ଏଡିଟ୍ ହୋଇ ଅପଲୋଡ ହୋଇଥିବାର କିମ୍ବା ସେୟାର ହୋଇଥିବାର ପାଇଥିଲୁ । ପିବିଏସ୍ ନ୍ୟୁଜ୍ ମଧ୍ୟ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ସ୍ପଷ୍ଟୀକରଣ ଲେଖି ପୋଷ୍ଟ କରିଥିବାର ଦେଖାଯାଇଛି । ତେଣୁ, ଦାବିଟି ମିଥ୍ୟା ବୋଲି ଜାଣିବାକୁ ପାଇଥିଲୁ, ମୂଳ ଭିଡିଓ ରେ ବାଇଡେନ କୌଣସି ଆପତ୍ତିଜନକ ମନ୍ତବ୍ୟ ଦେଇନଥିବା ବେଳେ ଭାଇରାଲ୍ ଭିଡିଓ ଟି ଏକ ଡିପ୍ ଫେକ୍ ହୋଇଥିବା ଜଣାଯାଇଛି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software