About: http://data.cimple.eu/claim-review/6a751ea8ca77bd1648b6af827794b82890fd8697ced27591ec49677d     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଜାତୀୟ ପତାକାରେ ଟେବୁଲ୍ ସଫା କରୁଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ଅନନ୍ତପୁରର ଡେପୁଟି ରେଜିଷ୍ଟ୍ରାର ଭାଇରାଲ ଭିଡିଓଟି ବହୁ ପୁରୁଣା ଯାହାକି ଓଡ଼ିଶା, ପୁରୀ ଜିଲ୍ଲାର ଅଟେ । ଉକ୍ତ ଘଟଣା ସହ ଅନନ୍ତପୁରର ଡେପୁଟି ରେଜିଷ୍ଟ୍ରାରଙ୍କ ଏବଂ ଆନ୍ଧ୍ରପ୍ରଦେଶର କୌଣସି ସମ୍ପର୍କ ନାହିଁ । Claim :ଆନ୍ଧ୍ରପ୍ରଦେଶ, ଅନନ୍ତପୁରର ଡେପୁଟି ରେଜିଷ୍ଟ୍ରାର ଜାତୀୟ ପତାକାରେ ଟେବୁଲ ସଫା କରୁଛନ୍ତି Fact :ଜାତୀୟ ପତାକାକୁ ଅସମ୍ମାନ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି, ଓଡ଼ିଶାର ଜଣେ ପଞ୍ଚାୟତ ବିଭାଗର ଜଣେ କର୍ମଚାରୀ । ଉକ୍ତ ଘଟଣା ପାଇଁ ତାଙ୍କୁ ଦଣ୍ଡବିଧାନ ମଧ୍ୟ ହୋଇ ସାରିଛି । ଦେଶ ପାଳିବ ୭୬ ତମ ସାଧାରଣତନ୍ତ୍ର ଦିବସ ଉତ୍ସବ, ଦିଲ୍ଲୀଠୁ ପଲ୍ଲୀ ଉତ୍ସବମୁଖର । ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବ ଲାଗି ବ୍ୟାପକ ଆୟୋଜନ ହୋଇଛି । କର୍ତ୍ତବ୍ୟପଥରେ ଏହି ପରେଡ୍ ପ୍ରଦର୍ଶିତ ହେବ । ପ୍ରଜ୍ଞାପନ ମେଢ଼ ସହ ୩ ସେନା, ଅର୍ଦ୍ଧସାମରିକ ବାହିନୀ, ଏନସିସି ସହ ଅନ୍ୟ ଦଳକୁ ନେଇ ପରେଡ୍ ପ୍ରଦର୍ଶିତ ହେବ। ସୁରକ୍ଷା ଦୃଷ୍ଟିରୁ କର୍ତ୍ତବ୍ୟପଥରେ ହଜାର ହଜାର ପୋଲିସ କର୍ମୀ ମୁତୟନ ରହିବେ । ଦିଲ୍ଲୀ ସହର ମଧ୍ୟକୁ ଭାରିଯାନ ଏବଂ ହାଲୁକା ମାଲବାହୀ ଯାନ ପ୍ରବେଶ ଉପରେ କଟକଣା ହେବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ପ୍ରଜ୍ଞାପନ ମେଢ଼ କର୍ତ୍ତବ୍ୟପଥରେ ସାମିଲ ହେବାକୁ ଥିବା ବେଳେ, ପ୍ରଜ୍ଞାପନ ମେଢ଼ର ଚଳିତ ବର୍ଷର ଥିମ୍ ରହିଛି ଏଟିକୋପ୍ପାକା ଖେଳନା । ଏହି ଖେଳନା ଗୁଡିକ ପରିବେଶ ଅନୁକୂଳ ହୋଇଥିବା ବେଳେ ବିଦେଶକୁ ମଧ୍ୟ ରପ୍ତାନି ହୁଏ ହୋଇଥାଏ । ଏଟିକୋପ୍ପାକା ଖେଳନାଗୁଡ଼ିକର ଅନନ୍ୟ କାରିଗରୀ ଏବଂ ସାଂସ୍କୃତିକ ମହତ୍ତ୍ୱ ହେତୁ ଜିଆଇ ଟ୍ୟାଗ୍ ମଧ୍ୟ ଅର୍ଜନ କରିଛି, ଯାହା ସେମାନଙ୍କର ଉତ୍ପତ୍ତି ଏବଂ ସତ୍ୟତାକୁ ପରିଚୟ ସୃଷ୍ଟି କରିଥାଏ । ଇତିମଧ୍ୟରେ ଏକ ୨୪ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତି ଜାତୀୟ ପାତାକାରେ ଟେବୁଲ ଏବଂ ଚୌକି ପୋଛୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓ ସେୟାର କରିଥିବା ୟୁଜର୍ସ ଉକ୍ତ ବ୍ୟକ୍ତିଙ୍କୁ ଆନ୍ଧ୍ରପ୍ରଦେଶ ସ୍ଥିତ ଅନନ୍ତପୁରର ଡେପୁଟି ରେଜିଷ୍ଟ୍ରାର ବୋଲି ଦାବି କରିଛନ୍ତି । ଭିଡିଓ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି, ये अनंतपुर डिप्टी रजिस्ट्रार हैं... शेयर करो जब तक इसकी अकड़ कम न हो जाए, देखो कैसे राष्ट्रीय ध्वज का अपमान कर रहा है।यह अनंतपुर सम्भवतः आंध्रप्रदेश का है। एक अधिकारी द्वारा राष्ट्रीय ध्वज का इस तरह अपमान चिंताजनक है । ଯାହାର ଓଡ଼ିଆ ଅନୁବାଦ ହେଉଛି, ଏହା ହେଉଛନ୍ତି ଅନନ୍ତପୁର ଡେପୁଟି ରେଜିଷ୍ଟ୍ରାର । ତାଙ୍କର ଅହଙ୍କାର କମିଯିବା ପର୍ଯ୍ୟନ୍ତ ଉକ୍ତ ଭିଡିଓକୁ ସେୟାର କରୁଥାନ୍ତୁ । ଦେଖନ୍ତୁ ସେ କିପରି ଜାତୀୟ ପତାକାକୁ ଅସମ୍ମାନ କରୁଛନ୍ତି । ଜଣେ ଅଧିକାରୀ ହୋଇ ଜାତୀୟ ପତାକା ପ୍ରତି ଏଭଳି ଅସମ୍ମାନ ଚିନ୍ତାଜନକ ଅଟେ। ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଥିବା ବେଳେ, ଏହାକୁ ଏକ ଗଣମାଧ୍ୟମ ମଧ୍ୟ ପ୍ରସାରିତ କରିଥିବା ବେଳେ ତାହାର ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ଭିଡିଓରେ ଜାତୀୟ ପତାକାକୁ ଅସମ୍ମାନ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି, ଓଡ଼ିଶାର ଜଣେ ପଞ୍ଚାୟତି ବିଭାଗର କର୍ମଚାରୀ । ଏଭଳି ନିନ୍ଦନୀୟ ଘଟଣା ପାଇଁ ତାଙ୍କୁ ଦଣ୍ଡ ବିଧାନ ମଧ୍ୟ ହୋଇ ସାରିଛି । ଉକ୍ତ ଘଟଣା ସହ ଅନନ୍ତପୁରର ଡେପୁଟି ରେଜିଷ୍ଟ୍ରାରଙ୍କ ଏବଂ ଆନ୍ଧ୍ରପ୍ରଦେଶର କୌଣସି ସମ୍ପର୍କ ନାହିଁ । ତଦନ୍ତ କାରିବାକୁ ଯାଇ ଉକ୍ତ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ୨୪ ଜାନୁଆରୀ ୨୦୨୩ରେ ଏକ ୟୁଟ୍ୟୁବ ଚ୍ୟାନେଲ ଉକ୍ତ ଭିଡିଓକୁ ଅପଲୋଡ କରିଥିଵାର ଦେଖିବାକୁ ପାଇଥିଲୁ । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଭିଡିଓଟି ବହୁ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ସେହିପରି ଉକ୍ତ ଭିଡିଓ କୁ ଅପଲୋଡ କରି ଉକ୍ତ ୟୁଟ୍ୟୁବ ଚ୍ୟାନେଲ ଉଲ୍ଲେଖ କରିଛି, Disrespect to National Flag by Panchayat executive officer in Odisha, arrested. ଯାହାର ଓଡ଼ିଆ ଅନୁବାଦ ହେଉଛି, ଜାତୀୟ ପତାକାକୁ ଅସମ୍ମାନ ଜଣାଇ, ଗିରଫ ହେଲେ ଓଡ଼ିଶାରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଅଧିକ ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ଗୁଡ଼ିକୁ ନେଇ ଅନୁସନ୍ଧାନ କରିବାରୁ ଓଡ଼ିଶା ରିପୋର୍ଟର ଏନେଇ ଏକ ବିସ୍ତୃତ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଥିଲା । ୧୨ ଜାନୁଆରୀ ୨୦୨୩ ରେ ଖବର ପ୍ରସାରଣ କରି ଓଡ଼ିଶା ରିପୋର୍ଟ ଉଲ୍ଲେଖ କରିଛି, ଜାତୀୟ ପତାକାକୁ ଅସମ୍ମାନ କରି ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପ୍ରଶାନ୍ତ କୁମାର ସ୍ୱାଇଁ । ସେ ଜାତୀୟ ପତାକାରେ ଅଫିସ୍ର ଟେବୁଲ, ଚୌକି ସହିତ ମୋବାଇଲ ପୋଛି ଥିଲେ। ଏପରିକି ଅଫିସ୍ କାନ୍ଥରେ ଲାଗିଥିବା ଅଳନ୍ଧୁକୁ ସେ ଜାତୀୟ ପତାକାରେ ଝାଡ଼ି ଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ପରେ ସେ ଦେଶବାସୀଙ୍କୁ ଭୁଲ୍ ମାଗିଥିଲେ। ଅନ୍ୟମନସ୍କରେ ସେ ଏମିତି କରି ଦେଇଥିବା ଗଣମାଧ୍ୟମ ଆଗରେ କହିଥିଲେ। ଜୀବନରେ ଆଉ କେବେ ଏମିତି ଭୁଲ୍ କରିବେ ନାହିଁ ବୋଲି କହିଥିଲେ । ଅନ୍ୟପକ୍ଷରେ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଏଭଳି ଘୃଣ୍ୟ କାର୍ଯ୍ୟ ବିରୋଧରେ ସିମିଳି ପଞ୍ଚାୟତ ସମିତି ସଭ୍ୟ ଥାନାରେ ଏତଲା ଦେଇଥିଲେ । ତାଙ୍କ ଏତଲା ପାଇବା ପରେ ପୁଲିସ୍ ମାମଲା ରୁଜୁ କରି ପ୍ରଶାନ୍ତଙ୍କୁ ଗିରଫ କରିଛି। ସେହିଭଳି ଉକ୍ତ ଘଟଣାକୁ ନେଇ ପୂର୍ବରୁ ଟାଇମ୍ସ ଅଫ ଇଣ୍ଡିଆ ଏବଂ ଓଡିଶା ବାଇଟ ଭଳି କିଛି ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଦେଖାଯାଇଛି । ସେହିଭଳି ସୂଚନା ଥାଉକି ଏହି ଭିଡିଓ ପୂର୍ବରୁ ଭାଇରାଲ ହୋଇଥିବା ବେଳେ ତେଲୁଗୁପୋଷ୍ଟ ଏହାର ଅନୁସନ୍ଧାନ କରି ଏକ ଖବର ପ୍ରସାରିତ କରିଥିଲା । ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଦାବିଟି ବିଭ୍ରାନ୍ତିକରକ । ଭାଇରାଲ ଭିଡିଓଟି ବହୁ ପୁରୁଣା ଯାହାକି ଓଡ଼ିଶା, ପୁରୀ ଜିଲ୍ଲାର ଅଟେ । ଉକ୍ତ ଘଟଣା ସହ ଅନନ୍ତପୁରର ଡେପୁଟି ରେଜିଷ୍ଟ୍ରାରଙ୍କ ଏବଂ ଆନ୍ଧ୍ରପ୍ରଦେଶର କୌଣସି ସମ୍ପର୍କ ନାହିଁ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 10 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software