About: http://data.cimple.eu/claim-review/6ccbcaeee86baaa7e4ea9d98e26801bcc2698a1322f18d8b997c0c02     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଫ୍ୟାକ୍ଟ ଚେକ୍: ଦୁନିଆର ସବୁଠାରୁ ବୟସ୍କ ମହିଳା ପାକିସ୍ତାନର ନୁହଁନ୍ତି, ଜାପାନର ଅଟନ୍ତି ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନ ପରେ ପୋଷ୍ଟଟି ବିଭ୍ରାନ୍ତିକର ବୋଲି ଜଣା ପଡ଼ିଛି। ପୋଷ୍ଟରେ ଥିବା ଚିତ୍ରଗୁଡ଼ିକ ଜଣେ ବ୍ୟକ୍ତିଙ୍କର ନୁହେଁ। ଦୁନିଆର ସବୁଠାରୁ ବୟସ୍କ ଜୀବନ୍ତ ମହିଳା ପାକିସ୍ତାନ ନୁହଁନ୍ତି ଜାପାନର। - By: Urvashi Kapoor - Published: Oct 8, 2021 at 12:59 PM ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍): ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧା ମହିଳାଙ୍କର ତିନୋଟି ଚିତ୍ର ଦେଖିବାକୁ ମିଳୁଛି। ଦାବି ଅନୁଯାୟୀ, ଚିତ୍ରରେ ଥିବା ମହିଳା ହେଉଛନ୍ତି ଦୁନିଆର ସବୁଠାରୁ ବୟସ୍କା ମହିଳା ଏବଂ ସେ ପାକିସ୍ତାନର। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନ କରି ପୋଷ୍ଟକୁ ବିଭ୍ରାନ୍ତିକର ବୋଲି ଜାଣିବାକୁ ପାଇଲା। ପୋଷ୍ଟରେ ଥିବା ତିନୋଟି ଚିତ୍ର ଭିନ୍ନ ଭିନ୍ନ ବ୍ୟକ୍ତିଙ୍କର ଅଟେ। ଦୁନିଆର ସବୁଠାରୁ ବୟସ୍କ ଜୀବନ୍ତ ମହିଳା ଜାପାନରେ ରହୁଛନ୍ତି, ପାକିସ୍ତାନରେ ନୁହେଁ। ଭାଇରାଲ୍ ପୋଷ୍ଟରେ କ’ଣ ଅଛି? ଜଣେ ବୃଦ୍ଧ ମହିଳାଙ୍କର ତିନୋଟି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟ ସହିତ ଥିବା କ୍ୟାପସନରେ ଲେଖାଅଛି: “ପାକିସ୍ଥାନରେ ଥିବା ପୃଥିବୀର ସବୁଠାରୁ ବୟସ୍କା ମହିଳା ଭଗବାନଙ୍କ କୃପାରୁ ଆଜି ତାଙ୍କର 217 ତମ ଜନ୍ମଦିନ ପାଳନ କରୁଛନ୍ତି। “ ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖାଯାଇପାରିବ। ଅନୁସନ୍ଧାନ ଗୋଟିଏ ପରେ ଗୋଟିଏ ସମସ୍ତ ଚିତ୍ର ଯାଞ୍ଚ କରି ଆମେ ଆମର ଅନୁସନ୍ଧାନ ଆରମ୍ଭ କଲୁ। ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ବ୍ୟବହାର କରି ଆମେ ଉପରୋକ୍ତ ଚିତ୍ର ଖୋଜିଲୁ। ୟୁଟ୍ୟୁବ୍ରେ ଗୋଟିଏ ଭିଡିଓରେ ଆମେ ଏହି ଚିତ୍ର ପାଇଲୁ। ଦାବି ଅନୁଯାୟୀ, ଏହି ମହିଳା ପାକିସ୍ତାନର ବାସିନ୍ଦା ଏବଂ ତାଙ୍କର ବୟସ 217 ବର୍ଷ। କିନ୍ତୁ, ଭିଡିଓ କ୍ୟାପସନ୍ରେ ଦାବି କରାଯାଇଛି ଯେ ମହିଳାଙ୍କ ବୟସ 217 ବର୍ଷ ନୁହେଁ, 300 ବର୍ଷ ଅଟେ । ବିଶ୍ୱାସ ନ୍ୟୁଜ୍ ସ୍ୱତନ୍ତ୍ର ଭାବରେ ୟୁଟ୍ୟୁବ୍ ଭିଡିଓ କିମ୍ବା ଭିଡିଓରେ ମହିଳାଙ୍କ ବୟସର ସତ୍ୟାସତ୍ୟ ଦର୍ଶାଇ ପାରିବ ନାହିଁ। କିନ୍ତୁ, ଭିନ୍ନ ଭିନ୍ନ ବୟସ ଲେଖାଯାଇ ଭିଡିଓରେ ଗୋଟିଏ ଚିତ୍ର ବ୍ୟବହାର କରାଯାଇଛି। ଆମେ ଦ୍ୱିତୀୟ ଫଟୋ ଯାଞ୍ଚ କରି ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କଲୁ। ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ବ୍ୟବହାର କରି, ଆମେ ଦେଖିଲୁ ଯେ ଭିଡିଓଟି ଅନେକ ମିଡିଆ ଆଉଟଲେଟ୍ର ରିପୋର୍ଟରେ ରହିଛି। ଏକ ରିପୋର୍ଟ ଅନୁଯାୟୀ, ଉପରୋକ୍ତ ଚିତ୍ର ହେଉଛି ଚାଇନାର ହର୍ବାଲିଷ୍ଟ ତଥା ମାର୍ଶଲ ଆର୍ଟ କଳାକାର ଲି ଚି ୟୁଏନ୍ଙ୍କର ଅଟେ। ସେ 1677 ମସିହାରେ ଜନ୍ମ ହୋଇଥିଲେ ଏବଂ 6 ମଇ 1933 ରେ 256 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଏଥିରୁ ପ୍ରମାଣ ହେଉଛି ଯେ ଭାଇରାଲ୍ ହେଉଥିବା ତିନୋଟି ଚିତ୍ର ଜଣେ ବ୍ୟକ୍ତିଙ୍କର ନୁହେଁ। ଏବେ ଆମେ ତୃତୀୟ ଫଟୋ ଖୋଜିଲୁ। ଫଟୋ : 3 ଆମେ ପୋଷ୍ଟରେ ତୃତୀୟ ଚିତ୍ରର ସଠିକ୍ ଉତ୍ସ ଖୋଜି ବାହାର କରିପାରିଲୁ ନାହିଁ କିନ୍ତୁ ଏହା ସ୍ପଷ୍ଟ ଯେ ଏହି ଦାବିର ସତ୍ୟତା ଉପରେ ଅନେକ ସନ୍ଦେହ ଅଛି। ଦୁନିଆର ସବୁଠାରୁ ବୟସ୍କ ଜୀବିତ ମହିଳା ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ଜାପାନର ଫୁକୁଓକାର କେନ୍ ତାନାକା ସରକାରୀ ଭାବରେ ସବୁଠାରୁ ବୟସ୍କ ମହିଳା ଯିଏକି 9 ମାର୍ଚ୍ଚ 2019 ସୁଦ୍ଧା 116 ବର୍ଷ 66 ଦିନ ବଞ୍ଚିଛନ୍ତି। ଦୁନିଆର ସବୁଠାରୁ ବୟସ୍କ ଜୀବିତ ବ୍ୟକ୍ତି ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ସେପ୍ଟେମ୍ବର 10, 2021 ରେ ସ୍ପେନ୍ର ସୈଟନିର୍ନୋ ଡେ ଲା ଫୁଏନ୍ତେ ଗାର୍ସିଆ 112 ବର୍ଷ 211 ଦିନର ଅବିଶ୍ୱସନୀୟ ବୟସରେ ସବୁଠାରୁ ବୟସ୍କ ବ୍ୟକ୍ତି (ପୁରୁଷ) ହୋଇପାରିଛନ୍ତି। ବିଶ୍ୱାସ ନ୍ୟୁଜ୍ ଡନ୍ ନ୍ୟୁଜ୍ ପାକିସ୍ତାନର କମିଶନିଂ ଏଡିଟର୍ ଆଦିଲ ଜାଫ୍ରିଙ୍କ ସହ ଯୋଗାଯୋଗ କରିଥିଲା। ସେ କହିଛନ୍ତି: “ସବୁଠାରୁ ବୟସ୍କ ଜୀବିତ ମହିଳା ପାକିସ୍ତାନର ନୁହଁନ୍ତି। ତେବେ ଭାଇରାଲ ପୋଷ୍ଟରେ ଥିବା ମହିଳା କିଏ ତାହା ମୁଁ ଯାଞ୍ଚ କରିପାରିଲି ନାହିଁ। ଯଦି ଏହା ସତ ହୋଇଥାନ୍ତା, ତେବେ ଏହା ପାକିସ୍ତାନରେ ଖବର ହୋଇଥାନ୍ତା। ” ଆଫ୍ରିକାନ୍ ହିଷ୍ଟ୍ରି ନାମକ ଏକ ପେଜ୍ ଫେସବୁକ୍ରେ ଏହି ପୋଷ୍ଟ ସେୟାର କରିଛି। ଯେତେବେଳେ ଆମେ ପେଜ୍ ସ୍କାନ୍ କଲୁ, ଦେଖିଲୁ ଯେ ପେଜ୍ରେ 7796 ଜଣ୍ ଫଲୋଅର୍ସ ଅଛନ୍ତି। निष्कर्ष: ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନ ପରେ ପୋଷ୍ଟଟି ବିଭ୍ରାନ୍ତିକର ବୋଲି ଜଣା ପଡ଼ିଛି। ପୋଷ୍ଟରେ ଥିବା ଚିତ୍ରଗୁଡ଼ିକ ଜଣେ ବ୍ୟକ୍ତିଙ୍କର ନୁହେଁ। ଦୁନିଆର ସବୁଠାରୁ ବୟସ୍କ ଜୀବନ୍ତ ମହିଳା ପାକିସ୍ତାନ ନୁହଁନ୍ତି ଜାପାନର। - Claim Review : The oldest woman on Earth from Pakistan celebrate her 217th years birthday today. To God be the glory. - Claimed By : African History - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software