About: http://data.cimple.eu/claim-review/71e8bb8807faf0a43cffd91e38bfe7ca6677e8c587b7026118e21b03     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଫ୍ୟାକ୍ଟ ଚେକ୍: ଇଫତାରରେ ଯୋଗଦେଲେ କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ, ପୁରୁଣା ଫଟୋକୁ କରାଯାଇଛି ଭାଇରାଲ ଇଫତାର ପାର୍ଟିରେ କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ଯୋଗଦେଇଥିବା ଫଟୋଟି ଅନ୍ୟୁନ୍ୟ ୨୦୦୬ ମସିହାର ବୋଲି ଜଣାପଡିଛି । ଭାଇରାଲ ହେଉଥିବା ଦାବି ସହ ଉକ୍ତ ଫଟୋର ମଧ୍ୟ କୌଣସି ସାମଞ୍ଜସ୍ୟ ନାହିଁ । Claim : ଇଫତାର ପାର୍ଟି ମନାଉଛନ୍ତି କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେFact : ଭାଇରାଲ ହେଉଥିବା ଫଟୋଟି ଅନ୍ୟୁନ୍ୟ ୨୦୦୬ ମସିହାରଡାଟା ପ୍ରୋଟେକ୍ସନ ବିଲକୁ ନେଇ ବର୍ଷିଲେ କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ । ଓଡ଼ିଶା ସମ୍ବାଦରେ ପ୍ରସାରିତ ଖବର ଅନୁଯାୟୀ, ଖଡଗେ କହିଛନ୍ତି, ଗୋଟିଏ ପଟେ ଭାରତ ଗତ କିଛି ବର୍ଷ ଧରି ଭୁଲ ସୂଚନା ଏବଂ ବିକୃତ ସୂଚନାରେ ଶୀର୍ଷରେ ରହିଆସୁଛି । ଆଉ ଅନ୍ୟପଟେ, ମୋଦି ସରକାର ଡାଟା ପ୍ରୋଟେକ୍ସନ୍ ଆଇନ ଆଣି କଂଗ୍ରେସ-ୟୁପିଏ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ସୂଚନା ଅଧିକାର (ଆରଟିଆଇ) ଆଇନକୁ ଦୁର୍ବଳ କରିବାକୁ ଲାଗିଛନ୍ତି । ରାସନ କାର୍ଡ ତାଲିକା, ମନରେଗାର ହିତାଧିକାରୀ ଶ୍ରମିକ, ଜନ କଲ୍ୟାଣ ଯୋଜନାରେ ସାମିଲ ଲୋକଙ୍କ ନାମ, ନିର୍ବାଚନରେ ଭୋଟର ତାଲିକା, କିମ୍ବା ସରକାରୀ ବ୍ୟାଙ୍କରୁ ଋଣ ନେଇ ବିଦେଶ ପଳାୟନ କରୁଥିବା ଠକ କୋଟିପତିଙ୍କ ନାମ ଭଳି ସାର୍ବଜନୀନ କ୍ଷେତ୍ର ସହ ଜଡିତ ସୂଚନା, ଏସବୁର ନାମ ଲୋକଙ୍କ ପାଇଁ ସାର୍ବଜନୀନ ଡୋମେନରେ ଉପଲବ୍ଧ ହେବା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ମୋଦି ସରକାର ଡାଟା ପ୍ରୋଟେକ୍ସନ୍ ନାଁରେ ଏବେ ଆରଟିଆଇକୁ ଦୁର୍ବଳ କରୁଛନ୍ତି । ଫଳରେ ,ଭଳି ଡୋମେନ୍ ଥିବା ନାଁ ଆଉ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଅଭିଯୋଗ କରିଛନ୍ତି ଖଡଗେ । ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ମଲ୍ଲିକାର୍ଜୁନ ଖଡଗେ ମୁସଲମାନ ଟୋପି ପିନ୍ଧି ବସିଥିବାର ଦେଖିବାକୁ ମିଳିଛି । ଖଡଗେଙ୍କ ପଛପଟେ ମଧ୍ୟ ଆଉକିଛି ଯୁବକ ବସିଥିବାର ଦେଖାଯାଇଛି ।ସମସ୍ତଙ୍କ ସାମ୍ନାରେ କିଛି ଖାଦ୍ୟ ପରସା ଯାଇଥିବା ବେଳେ, ଖଡଗେ ମଧ୍ୟ କିଛି ଖାଦ୍ୟ ଗ୍ରହଣ କରୁଥିବା ଅନୁମାନ କରାଯାଉଛି । ଉକ୍ତ ଫଟୋଟି ବର୍ତ୍ତମାନର ଏକ ଇଫତାର ପାର୍ଟିର ବୋଲି ଦାବି ହୋଇଛି । ଫଟୋ ଭାଇରାଲ କରି ୟୁଜର୍ସ ହିନ୍ଦୀରେ ଉଲ୍ଲେଖ କରିଛନ୍ତି, भारत देश की गरीबों के हक का माल खाने से गरीबी तो नहीं लेकिन गरीबों को जड़ से खत्म करने के लिए दृढ़ संकल्पित । ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ, ଭାରତ ଦେଶର ଗରିବଙ୍କ ହକ୍ ର ଜିନିଷ ଖାଇଲେ ଗରିବିତ ନୁହେଁ କିନ୍ତୁ ଗରିବ ମାନେ ମୂଳରୁ ଓପାଡ଼ି ହୋଇଯିବେ ଯାହାର ଦୃଢ଼ ସଂକଳ୍ପ ନେଇଛନ୍ତି । ଯାହାର ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଫଟୋଟି ବିଭ୍ରାନ୍ତିକରକ ଦାବି ସହ ସେୟାର କରାଯାଇଛି । ଫଟୋଟି ବର୍ତ୍ତମାନ ଦିନର ନୁହେଁ, ବରଂ ଅନ୍ୟୁନ୍ୟ ୨୦୦୬ ମସିହାର ବୋଲି ଜଣାପଡିଛି । ଉକ୍ତ ଦାବିଟିର ଅନୁସନ୍ଧାନ କରିବାକୁ ଯାଇ ଗୁଗୁଲରେ ସର୍ଚ୍ଚ କରିବାରୁ ଏନେଇ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବାର ପାଇ ନଥିଲୁ । ଯଦି କଂଗ୍ରେସ ମୁଖ୍ୟ ଏଭଳି କୌଣସି କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ନିଶ୍ଚିତ ଖବର ପ୍ରସାରିତ ହୋଇଥାନ୍ତା । ସେହିପରି ଏନେଇ ଖଡଗେଙ୍କ ସୋସିଆଲ ମିଡିଆରେ ଅନୁସନ୍ଧାନ କରିବାରୁ ଏନେଇ କୌଣସି ପୋଷ୍ଟ ହସ୍ତଗତ ହୋଇ ନଥିଲା। ତେବେ ଭାଇରାଲ ଫଟୋକୁ ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଦ ହିନ୍ଦୁ ଇମେଜେସର ଏକ ପୋଷ୍ଟ ହସ୍ତଗତ ହୋଇଥିଲା । ଉକ୍ତ ପୋଷ୍ଟରେ ଏକ ଫଟୋ ପ୍ରକାସିତ ହୋଇଥିବା ବେଳେ, ଫଟୋ ଉପରେ ଇଂରାଜୀରେ ଉଲ୍ଲେଖ ରହିଛି, IFTAR PARTY, Image ID: 9982901. Caption: The KPCC President M Mallikarjuna Kharge (right) along with other leaders at an Iftar party, in Bangalore on October 23, 2006. Photo: K Murali Kumar. ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ, ଏହା ଏକ ଇଫତାର ପାର୍ଟିର ଫଟୋ, ତାସହ ଫଟୋର ଏକ ଆଇଡି ବା ନମ୍ବର ଉଲ୍ଲେଖ ରହିଛି । ତାସହ ଏକ ଉକ୍ତି ସହ ଉଲ୍ଲେଖ ରହିଛି, କେପିସିସି ପ୍ରେସିଡେଣ୍ଟ, ଏମ. ମଲ୍ଲିକାର୍ଜୁନ ଖଡଗେ ଆଉ କିଛି ନେତାଙ୍କ ସହ ଇଫତାର ପାର୍ଟିରେ ଯୋଗ ଦେଇଛନ୍ତି । ଯାହାକି ୨୦୦୬ ଅକ୍ଟୋବର ମାସର ୨୩ତାରିଖର ବାଙ୍ଗାଲୁରୁରେ ଆୟୋଜିତ ହୋଇଛି । ଉକ୍ତ ଫଟୋଟି ଭାଇରାଲ ଫଟୋ ସଦୃଶ ହୋଇଥିବା ବେଳେ, ଉଭୟ ଫଟୋକୁ ତୁଳନା କରିଥିଲୁ । ତୁଳନାରୁ ପ୍ରମାଣିତ ହେଲା ଯେ, ଉଭୟ ଫଟୋ ସମାନ ତେଣୁ ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋଟି ୨୦୦୬ ମସିହାର ଅଟେ । ଉକ୍ତ ଫଟୋଟି କେ ମୁରଲୀ କୁମାର ଉତ୍ତୋଳନ କରିଥିବା ଦ ହିନ୍ଦୁ ଉଲ୍ଲେଖ କରିଥିବା ବେଳେ, ଆମେ ତାଙ୍କୁ ସୋସିଆଲ ମିଡିଆରେ ଯୋଗାଯୋଗ କରିଥିଲୁ । ତେବେ ଆଗକୁ ତାଙ୍କଠାରୁ କୌଣସି ଉତ୍ତର ଆସିଲେ ଆମେ ନିଶ୍ଚିତ ଏନେଇ ଅବଗତ କରାଇବୁ । ଅନ୍ୟପଟେ ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିବାରୁ କୌଣସି ଗଣମାଧ୍ୟମରେ ପ୍ରସାରିତ ଖବର ଆମର ହସ୍ତଗତ ହୋଇ ନଥିଲା । ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ। ଇଫତାର ପାର୍ଟିରେ କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ଯୋଗଦେଇଥିବା ଫଟୋଟି ଅନ୍ୟୁନ୍ୟ ୨୦୦୬ ମସିହାର ବୋଲି ଜଣାପଡିଛି । ଭାଇରାଲ ହେଉଥିବା ଦାବି ସହ ଉକ୍ତ ଫଟୋର ମଧ୍ୟ କୌଣସି ସାମଞ୍ଜସ୍ୟ ନାହିଁ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software