About: http://data.cimple.eu/claim-review/88d1b2127d30d079ab61c89b63bfe16dd0d271f9f50c96c2cc660d62     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ସତ୍ୟତା ଯାଞ୍ଚ: ତ୍ରିପୁରାରେ ଘଟିଥିବା ସଂଘର୍ଷ ଏବଂ ବହୁ ବର୍ଷ ତଳର ପୁରୁଣା ଭିଡିଓକୁ ତାମିଲ ବନାମ ହିନ୍ଦୀ ଭାଷାଭାଷୀ ଲୋକଙ୍କ ମଧ୍ୟରେ ସଂଘର୍ଷ ଦର୍ଶାଇ ମିଥ୍ୟା ଦାବି ସହିତ ଭାଇରାଲ କରାଯାଉଛି - By: Abhishek Parashar - Published: Mar 30, 2023 at 04:49 PM ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) ତାମିଲନାଡୁରୁ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ଦେଶ ଛାଡିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ତାମିଲନାଡୁରେ ଘଟିଥିବା ଏପରି କୌଣସି ଘଟଣା ସହ ସମ୍ପର୍କ ନାହିଁ, ଏହି ଗୁଜବ ପ୍ରଚାରିତ ହେବା ଦ୍ଵାରା ପ୍ରବାସୀ ଶ୍ରମିକଙ୍କ ରାଜ୍ୟ ଛାଡିବା ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ,ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଦାବି କରାଯାଇଛି ଯେ ଏହା ତାମିଲନାଡୁର ସ୍ଥାନୀୟ ଲୋକ ଏବଂ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ସଂଘର୍ଷର ଭିଡିଓ । ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରୁ ଏହି ଦାବି ଭ୍ରମାତ୍ମକ ବୋଲି ଜଣାପଡିଛି। ସମ୍ପ୍ରତି ତାମିଲନାଡୁର ପ୍ରବାସୀ ଶ୍ରମିକଙ୍କ ପଳାୟନ ସହ ଜଡିତ ଥିବା ତାମିଲ ବନାମ ବିହାର ଲୋକଙ୍କ ମଧ୍ୟରେ ବିବାଦ ନାମରେ ଏହି ଭାଇରାଲ ଭିଡିଓ ପୁରୁଣା ଅଟେ। ଭାଇରାଲ୍ କ’ଣ ହେଉଛି? ଫେସବୁକ ୟୁଜର ‘Tiger CJ gaming‘ ଭାଇରାଲ୍ ଭିଡିଓ (ଆର୍କାଇଭ୍ ଲିଙ୍କ୍) ସେୟାର୍ କରିଥିଲେ ଏବଂ ଏହାକୁ ତାମିଲ୍ ଏବଂ ବିହାରର ଲୋକଙ୍କ ମଧ୍ୟରେ ଝଗଡା ବୋଲି ଦର୍ଶାଇଥିଲେ। ସମାନ ପୃଷ୍ଠାରୁ ଅନ୍ୟ ଏକ ଭିଡିଓ (ଆର୍କାଇଭ୍ ଲିଙ୍କ୍) ତାମିଲ ଏବଂ ବିହାରୀ ପ୍ରବାସୀମାନଙ୍କ ମଧ୍ୟରେ ସଂଘର୍ଷ ଦର୍ଶାଇ ସେୟାର କରାଯାଉଛି | ଅନୁସନ୍ଧାନ ପ୍ରଥମ ଭାଇରାଲ୍ ଭିଡିଓରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ଭାଇରାଲ୍ ଭିଡିଓର କି ଫ୍ରେମର ରିଭର୍ସ ଇମେଜିଂ ସନ୍ଧାନରେ, ଏହି ଭିଡିଓଟି ‘Viraj Jariv’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମିଳିଥିଲା, ଯାହା ପାଞ୍ଚ ବର୍ଷ ପୂର୍ବେ 27 ଅକ୍ଟୋବର 2017 ରେ ଅପଲୋଡ୍ ହୋଇଥିଲା। ସୂଚନାଯୋଗ୍ୟ ଯେ ମାର୍ଚ୍ଚ 2 ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ୱିଟ୍ କରି କହିଥିଲେ ଯେ ତାମିଲନାଡୁରେ କାର୍ଯ୍ୟ କରୁଥିବା ବିହାର ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣ ଖବର ବିଷୟରେ ଖବରକାଗଜ ମାଧ୍ୟମରେ ସେ ସୂଚନା ପାଇଥିଲେ, ଏହା ପରେ ସେ ବିହାରର ମୁଖ୍ୟ ସଚିବ ତଥା ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର, ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ନିକଟରେ ଦକ୍ଷିଣ ଭାରତରେ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ସହ ଟ୍ରେନରେ ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଥିଲା ଏବଂ ପୋଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିଥିଲା। ଅନେକ ସୋସିଆଲ ମିଡିଆ ୟୁଜର ଏହି ଭିଡିଓକୁ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ମଜାଳିଆ ଝଗଡା ଭାବରେ ସେୟାର କରିଛନ୍ତି | ଏହା ସ୍ପଷ୍ଟ ଯେ ଭାଇରାଲ ହେଉଥିବା ଭିଡିଓର ବର୍ତ୍ତମାନର ପ୍ରବାସୀ ମାନଙ୍କର ପଳାୟନ ସହିତ କୌଣସି ସମ୍ପର୍କ ନାହିଁ। ବିଶ୍ୱାସ ନ୍ୟୁଜ୍ ଏହି ଭିଡିଓର ଅବସ୍ଥାନ ଏବଂ ସମୟ ଯାଞ୍ଚ ବାବଦରେ ନିଶ୍ଚିତ କରିପାରିବ ନାହିଁ, କିନ୍ତୁ ଆମେ ନିଶ୍ଚିତ କରିପାରୁ ଯେ ଏହି ଭିଡିଓ ବର୍ତ୍ତମାନର ତାମିଲନାଡୁର ପ୍ରବାସୀ ଶ୍ରମିକଙ୍କ ପଳାୟନ ଘଟଣା ସହିତ ଜଡିତ ନୁହେଁ। ଦ୍ୱିତୀୟ ଭିଡିଓରେ ମଧ୍ୟ ଲୋକ ମାନଙ୍କ ଭିତରେ ସଂଘର୍ଷ ହେଉଥିବାର ଦେଖିପାରିବେ | ତାମିଲନାଡୁର ତାମିଲ ଲୋକ ବନାମ ବିହାରୀ ପ୍ରବାସୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ବିଷୟ ଏହି ଭିଡିଓରେ ଦାବି କରାଯାଉଛି। ଭାଇରାଲ୍ ଭିଡିଓର କି ଫ୍ରେମର ରିଭର୍ଶ ଇମେଜ୍ ସନ୍ଧାନରେ, ଏହି ଭିଡିଓଟି ‘CHAKMA ALL NEWS CHANNEL’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମିଳିଥିଲା, ଯେଉଁଥିରେ ଏହା ତ୍ରିପୁରାରୁ ଆସିଛି ବୋଲି କୁହାଯାଇଛି | ଅନ୍ୟ ଜଣେ ୟୁଜର ଏହି ଭିଡିଓକୁ ଚ୍ୟଲେଙ୍ଗଟା ଏସଡିଏଫ କାର୍ଯ୍ୟାଳୟ ବାହାରେ ତିପରା ମୋହତା ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ବୋଲି ସେୟାର କରିଛନ୍ତି। ତେବେ, ଉଭୟ ଭିଡିଓରେ, ସମାନ ଘଟଣାର ଦୁଇଟି ଭିନ୍ନ ଭିଜୁଆଲ୍ ଦୃଶ୍ୟମାନ ହେଉଛି | ତେଣୁ ଆମେ କୀୱାର୍ଡ ସନ୍ଧାନର ସାହାଯ୍ୟ ନେଇଛୁ | ସନ୍ଧାନରେ, ଆମେ ଚାରି ଦିନ ପୂର୍ବେ ‘BOROK NOW’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ବୁଲେଟିନ୍ ପାଇଲୁ, ଯେଉଁଥିରେ ଭାଇରାଲ୍ ଭିଡିଓର ଭିଜୁଆଲ୍ ଦେଖିବାକୁ ମିଳି ପାରିବ | ଚାରି ଦିନ ପୂର୍ବରୁ ଅପଲୋଡ୍ ହୋଇଥିବା ଭିଡିଓ ସହିତ ଦିଆଯାଇଥିବା ବର୍ଣ୍ଣନା ଅନୁଯାୟୀ ଏହି ଭିଡିଓଟି ହେଉଛି “ଚ୍ୟାଲେଙ୍ଗେଟାର ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ତିପରା ମୋହତାଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷର ଭିଡ଼ିଓ”। ଆମର ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ ତାମିଲନାଡୁର କୌଣସି ଘଟଣା ସହିତ ଉଭୟ ଭିଡିଓର କୌଣସି ସମ୍ପର୍କ ନାହିଁ। ଭାଇରାଲ ଭିଡିଓ ବିଷୟରେ ଆମେ ଚେନ୍ନାଇର ଟିଭି ସାମ୍ବାଦିକ ସାମ ଡାନିଏଲଙ୍କ ସହ ଯୋଗାଯୋଗ କଲୁ। ସେ କହିଛନ୍ତି ଯେ ସୋସିଆଲ ମିଡିଆରେ ଅନେକ ନକଲି ଭିଡିଓ ସେୟାର ହେତୁ ଏଠାରେ ଉତ୍ତର ଭାରତୀୟ ଶ୍ରମିକଙ୍କ ମଧ୍ୟରେ ଭୟର ପରିସ୍ଥିତି ଦେଖାଦେଇଛି। ସୂଚନାଯୋଗ୍ୟ ଯେ ତାମିଲନାଡୁରେ ଉତ୍ତର ଭାରତୀୟ ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କିତ ଭାଇରାଲ ଭିଡିଓକୁ ତାମିଲନାଡୁର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଅସ୍ୱୀକାର କରିଛନ୍ତି। ଏଥି ସହିତ, ଏହି ମାମଲାରେ ବିହାର ପୋଲିସ ମିଥ୍ୟା ତଥା ବିଭ୍ରାନ୍ତିକର ଦାବି ସହ ଉନ୍ମାଦ ବିସ୍ତାର କରୁଥିବା ଭିଡିଓ ଅନୁସନ୍ଧାନ କରି ଆଇପିସିର ବିଭିନ୍ନ ବିଭାଗ ଅଧୀନରେ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ନିକଟରେ ଦକ୍ଷିଣ ଭାରତରେ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ସହ ଟ୍ରେନରେ ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଥିଲା ଏବଂ ପୋଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ, ତାମିଲନାଡୁରେ ହିନ୍ଦୀ ଭାଷାଭାଷୀ ଶ୍ରମିକଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ବିଭ୍ରାନ୍ତିକର ତଥା ମିଥ୍ୟା ଦାବି ସହ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋଗ୍ରାଫ୍ ସେୟାର କରାଯାଇଥିଲା, ଯାହା ଫଳରେ ଅନେକ ପ୍ରବାସୀ ଶ୍ରମିକ ରାଜ୍ୟ ଛାଡି ଚାଲିଯାଇଥିଲେ। ବିଶ୍ୱାସ ନ୍ୟୁଜ୍ ୱେବସାଇଟରେ ଏହା ସହ ଜଡିତ ଫ୍ୟାକ୍ଟ ଚେକ୍ ରିପୋର୍ଟ ଏଠାରେ ପଢ଼ା ଯାଇପାରିବ | ସିଦ୍ଧାନ୍ତ: ତ୍ରିପୁରାରେ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଏବଂ ସୋସିଆଲ ମିଡିଆରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରସାରିତ ହେବାର ଅନ୍ୟାନ୍ୟ ଭିଡିଓକୁ ତାମିଲନାଡୁର ସ୍ଥାନୀୟ ଲୋକ ତଥା ପ୍ରବାସୀ ହିନ୍ଦୀ ଭାଷାଭାଷୀ ଶ୍ରମିକଙ୍କ ମଧ୍ୟରେ ସଂଘର୍ଷ ଦର୍ଶାଇ ମିଥ୍ୟା ଦାବି ସହ ଭାଇରାଲ କରାଯାଉଛି। - Claim Review : ତାମିଲନାଡୁର ପ୍ରବାସୀ ହିନ୍ଦୀ ଭାଷାଭାଷୀ ଏବଂ ତାମିଲ ଲୋକଙ୍କ ମଧ୍ୟରେ ସଂଘର୍ଷ - Claimed By : FB user-Tiger CJ gaming - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software