About: http://data.cimple.eu/claim-review/8bbef56cfd395843e33911c574e9274058ea4f326d2c336c032538ab     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଏଆଇ ଦ୍ୱାରା ନିର୍ମିତ ଫଟୋ ହେଉଛି ଭାଇରାଲ, ରାଜମହଲ ଭିତରେ ମୋଦି ରଖିଛନ୍ତି ଦାମୀ ଘଣ୍ଟା ଏବଂ ବିଳାସପୂର୍ଣ୍ଣ ଅଳଙ୍କାର ମୋଦିଙ୍କ ଦାମୀ ଘଣ୍ଟା ଏବଂ ବିଳାସପୂର୍ଣ୍ଣ ଅଳଙ୍କାର ସହ ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ ହୋଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ସୂଚନା ଅନୁଯାୟୀ ଫେବୃଆରୀ ୫ରେ ଭୋଟଗ୍ରହଣ ଓ ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଅନ୍ୟପଟେ ଦିଲ୍ଲୀରେ ଶାସକ ଆମ୍ ଆଦମୀ ପାର୍ଟି ଓ ବିରୋଧୀ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ପୋଷ୍ଟର ୱାର୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଟାକ୍ଷ କରି ଏକ ପୋଷ୍ଟର ଜାରି କରିଛି ଆମ୍ ଆଦମି ପାର୍ଟି । ଏଥିରେ ଶାହଙ୍କୁ 'ଚୁନାବୀ ମୁସଲମାନ' (ନିର୍ବାଚନୀ ମୁସଲମାନ) ଭାବେ ଦର୍ଶାଯାଇଛି । ଆପ୍ ପକ୍ଷରୁ ଜାରି କରାଯାଇଥିବା ବ୍ୟଙ୍ଗାତ୍ମକ ପୋଷ୍ଟରରେ ଶାହ କାଶ୍ମୀରୀ ଟୋପି ପିନ୍ଧିଥିବାର ଦେଖାଯାଇଛି, ପଛପଟରେ ଜାମା ମସଜିଦ ଅଛି । ଏହି ପୋଷ୍ଟରରେ ଶାହଙ୍କୁ ଫିଲ୍ମର ନିର୍ଦ୍ଦେଶକ ବୋଲି ଲେଖାଯାଇଛି । କିଛିଦିନ ତଳେ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କ ପାଇଁ ମାସିକ ଦରମା ଯୋଜନା ଘୋଷଣା କରିଥିଲା ଆପ୍ । ଯାହାକୁ ନେଇ କେଜ୍ରିୱାଲଙ୍କୁ 'ଚୁନାବି ହିନ୍ଦୁ' (ନିର୍ବାଚନୀ ହିନ୍ଦୁ) ବୋଲି କଟାକ୍ଷ କରି ଏକ ପୋଷ୍ଟର ଜାରି କରିଥିଲା ବିଜେପି । ଏହାପରେ ଅନ୍ୟ ଏକ ପୋଷ୍ଟରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ, ସାଂସଦ ରାଘବ ଚଢା ଓ ସଂଜୟ ସିଂହଙ୍କ ଫଟୋ ଲଗାଇ ଏମାନଙ୍କୁ ଗୁଣ୍ଡା ବୋଲି କହିଥିଲା ବିଜେପି । ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଦିଶୁଥିବାର ଜଣେ ବ୍ୟକ୍ତି ଏକ କଳାରଙ୍ଗର ପୋଷାକ ପିନ୍ଧି ଏକ ଦାମି ଘଣ୍ଟା ପିନ୍ଧୁଥିବାର ଦେଖା ଯାଇଛି । ତାଙ୍କ ପଛପଟେ ଏକ କାଚର ସୋକେସ୍ ରହିଥିବା ବେଳେ, ତା ଭିତରେ ଆହୁରି କିଛି ଦାମୀ ଘଣ୍ଟା ଏବଂ ଅଳଙ୍କାର ଥିବାର ଦେଖିବାକୁ ମିଳିଛି । ଉକ୍ତ ଫଟୋକୁ ୟୁଜର୍ସ ସୋସିଆଲ ମିଡିଆରେ ଭାଇରାଲ କରି, ଏହା ମୋଦିଙ୍କ ରାଜମହଲ ଏବଂ ତା ଭିତରେ ମୋଦି ଏଭଳି ବିଳାସ ପୂର୍ଣ୍ଣ ସାମଗ୍ରୀ ଏବଂ ଅଳଙ୍କାର ରଖିଛନ୍ତି ବୋଲି ଦାବି କରିଛନ୍ତି । ସେହିପରି କିଛି ଆପ୍ କର୍ମୀ ମଧ୍ୟ ଉକ୍ତ ଫଟୋକୁ ସେୟାର କରିଛନ୍ତି । ଉକ୍ତ ଫଟୋକୁ ସେୟାର କରି ୟୁଜର୍ସ ଲେଖିଛନ୍ତି, Leaked photo of Modi's Raj Mahal room. Shocking: watch and share. Leaked photo of Modi's raj Mahal room which stores jewellery like chain and bracelet. Even 30 costly watches, total worth 72 crores in room for modi's fashion. ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ, ମୋଦିଙ୍କ ରାଜ ମହଲ ରୁମର ଫଟୋ ଲିକ୍ ହୋଇଯାଇଛି । ଆଶ୍ଚର୍ଯ୍ୟଜନକ: ଦେଖନ୍ତୁ ଏବଂ ସେୟାର କରନ୍ତୁ । ମୋଦିଙ୍କ ରାଜ ମହଲ ରୁମର ଫଟୋ, ଯେଉଁଥିରେ ଚେନ୍ ଏବଂ ବ୍ରେସଲେଟ୍ ଭଳି ଅଳଙ୍କାର ରହିଛି । ଏପରିକି ୩୦ଟି ଦାମୀ ଘଣ୍ଟା, ମୋଦିଙ୍କ ଫ୍ୟାଶନ୍ ପାଇଁ ରୁମର ମୂଲ୍ୟ ୭୨ କୋଟି । ଯାହାର ଆର୍କାଇଭ୍ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବୀରେ ନାହିଁ କୌଣସି ସତ୍ୟତା, ଉକ୍ତ ଫଟୋଟି ଏଆଇ ଦ୍ୱାରା ନିର୍ମିତ । ଫଟୋକୁ ଯଦି ତର୍ଜମା କରି ଦେଖାଯାଏ ତେବେ ମୋଦୀଙ୍କ ଚଷମାର ଫ୍ରେମ ଯାହା କାନ ମଧ୍ୟରେ ଥାଏ ତାହା ମଧ୍ୟ ଭାଗରେ ନଥିବାର ଦେଖିବାକୁ ମିଳିଛି । ସେହିପରି ଫଟୋରେ ତଳ ଭାଗରେ କିଛି ଲେଖା ହୋଇଥିବାର ଦେଖିବାକୁ ପାଇଥିଲୁ । ଉକ୍ତ ଫଟୋକୁ ଜୁମ୍ କରି ଦେଖିବାରୁ ତାହା ଇଂରାଜୀରେ ଗ୍ରୁକ ଲେଖା ହୋଇଛି ଏବଂ ଏକ ଲୋଗୋ ମଧ୍ୟ ରହିଛି । ଯେତେବେଳେ ଆମେ ଗୁଗୁଲରେ ଗ୍ରୁକ ବୋଲି ସର୍ଚ୍ଚ କରିଥିଲୁ, ଏହା ଏକ ଏଆଇ ଫଟୋ ନିର୍ମାଣ କରିବାର ୱେବସାଇଟ ବୋଲି ଜାଣିବାକୁ ପାଇଥିଲୁ । ଗ୍ରୁକ ଲୋଗୋ ଏବଂ ଭାଇରାଲ ଫଟୋରେ ଯେଉଁ ଲୋଗୋ ଥିଲା ତାକୁ ତୁଳନା କରିବାରୁ ଉଭୟ ଲୋଗୋ ସମାନ ବୋଲି ଜାଣିବାକୁ ପାଇଥିଲୁ । ଅଧିକ ଅନୁସନ୍ଧାନ କରିବାକୁ ଯାଇ, ଭାଇରାଲ ଫଟୋଟିକୁ ହାଇଭ ମଡରେସନ ରେ ଅନୁସନ୍ଧାନ କରିବାରୁ ଏହା ୭୯.୨% ଏଆଇ ଦ୍ୱାରା ନିର୍ମିତ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଥିଲା । ସେହିପରି ଟ୍ରୁ ମିଡ଼ିଆ ଉକ୍ତ ଭାଇରାଲ ଫଟୋକୁ ପରୀକ୍ଷା କରି ଏହା ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରଦାନ କରିଥିଲା । ଯାହାର ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି । ବିଜେପି ଢେଙ୍କାନାଳ ଜିଲ୍ଲାର ସାଧାରଣ ସମ୍ପାଦକ ସୁନିଲ କୁମାର ଶର୍ମା କହିଛନ୍ତି, ଦିଲ୍ଲୀରେ ଆପ୍ ଭୟବିତ ଅବସ୍ଥା ଦେଇ ଗତି କରୁଛି । ତେଣୁ ଏଭଳି ଫଟୋ ନିର୍ମାଣ କରି ଲୋକଙ୍କୁ ଭ୍ରମିତ କରାଉଛି । ଭ୍ରଷ୍ଟାଚାର ବିରୋଧ ପାଇଁ ଆପ୍ ଦଳ ଗଠନ ହୋଇଥିଲା ବୋଲି ନେତୃବୁନ୍ଦ କହୁଥିଲେ, ତେଣୁ ଦିଲ୍ଲୀ ବାସୀ ବହୁ ବିଶ୍ୱାସରେ ତାଙ୍କୁ ଭୋଟ୍ ମଧ୍ୟ ଦେଇଥିଲେ । ହେଲେ ଏବେ ଭ୍ରଷ୍ଟାଚାରର ସବୁ ସୀମା ଟପିଯାଇଛନ୍ତି ତେଣୁ, ଏଭଳି ଫଟୋ ତିଆରି କରି ନିର୍ବାଚନ ଜିତିବାର ସ୍ୱପ୍ନ ଦେଖୁଛନ୍ତି । ଜଣେ ମନସ୍ତତ୍ୱବିତ୍ ଙ୍କ କହିବା ଅନୁଯାୟୀ, ଭ୍ରମିତ କରୁଥିବା ସୂଚନା ଲୋକଙ୍କର ପକ୍ଷପାତକୁ ଦୃଢ କରି, ତାଙ୍କର ପୁନଃ ନିର୍ଧାରିତ ଧାରଣାକୁ ଜୋର ଦେଇଥାଏ । ଯେତେବେଳେ ଭୁଲ ଭିଜୁଆଲ୍ କିମ୍ବା କାହାଣୀଗୁଡ଼ିକୁ ଲଗାତାର ସେୟାର କରାଯାଇଥାଏ, ବେଳେବେଳେ ଭୁଲ୍ ବଶତଃ ହେଉପଛେ ତାହା ବେଳେବେଳେ ଠିକ୍ ବୋଲି ପ୍ରମାଣିତ ହୋଇଥାଏ । ଯାହା ଠିକ୍ ଏବଂ ଭୁଲ୍ କୁ ଏକ କରିଦେଇଥାଏ । ଏହି ଲଗାତାର ପ୍ରକ୍ରିୟା ଲୋକମାନଙ୍କୁ ଭୁଲ୍ କୁ ଠିକ୍ ଭାବେ ଗ୍ରହଣ କରିବାକୁ ବାଧ୍ୟ କରିଦେଇଥାଏ । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିରେ ନାହିଁ କୌଣସି ସତ୍ୟତା । ମୋଦିଙ୍କ ଦାମୀ ଘଣ୍ଟା ଏବଂ ବିଳାସପୂର୍ଣ୍ଣ ଅଳଙ୍କାର ସହ ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ ହୋଇଛି । ଏଭଳି ଏଆଇ ଦ୍ୱାରା ନିର୍ମିତ ଫଟୋ ବାରମ୍ବାର ଭାଇରାଲ କରାଯାଉଥିବାର ଦେଖାଯାଇଛି I ପୂର୍ବରୁ ଏହା ଅନ୍ୟକ୍ଷେତ୍ରରେ ବ୍ୟବହୃତ ହେଉଥିବା ବେଳେ ଏହା ଏବେ ବିଭିର୍ନ ଦଳର ଅଫିସିଆଲ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ସେୟାର କରାଯାଉଛି I ନେତା ଓ କର୍ମୀଙ୍କ ବିଶ୍ୱାସ ଏଭଳି ଫଟୋ ନିର୍ଵାଚନ ପୁଲିଂ ସମୟରେ ନିଶ୍ଚିତ ପ୍ରଭାବ ପକାଇବ I
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software