About: http://data.cimple.eu/claim-review/8e303cb1b50885ec8492affb4a6d439b115912a2465676740e67a9c2     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଆଇସି ୮୧୪ ସିରିଜ୍ ରେ ଅପହରଣକାରୀଙ୍କ ନାମ ପରିବର୍ତ୍ତନ ବିଷୟରେ ଦାବି ବିଭ୍ରାନ୍ତିକର | ୨୯ ଅଗଷ୍ଟ ରେ ନେଟଫ୍ଲିକ୍ସ ରେ ଆଇସି ୮୧୪: ଦି କାନ୍ଧାର ହାଇଜେକ୍ ୱେବ ସିରିଜ ରିଲିଜ୍ ହେଇଛି। ଅନୁଭବ ସିନ୍ହା ଦ୍ୱାରା ନିର୍ଦେଶନ ଏହି ୱେବ ସିରିଜ ୧୯୯୯ ର ଏକ ବାସ୍ତବିକ ଘଟଣା ଉପରେ ଆଧାରିତ। ରିଲିଜ୍ ହେବା ପରେ ଏହି ସିରିଜ୍ ବିବାଦ ରେ ଘେରି ଗଲା ଜେତେବେଳେ ସେଥିରେ ହାଇଜେକରଙ୍କ ନାମ ପାଇଁ ହିନ୍ଦୁ ନାମ ବ୍ୟବହାର କରା ଯାଇଥିବା ଜଣା ପଡିଲା। ସୋସିଆଲ ମିଡିଆ ବ୍ୟବହାରକାରି ମାନେ ଦାବି କରୁଛନ୍ତି ଯେ ଅନୁଭବ ସିନ୍ହା ମୁସ୍ଲିମ ଆତଙ୍କବାଦିଙ୍କର ପରିଚୟ ଲୁଚାଇବା ପାଇଁ ଦୁଇଟି ଆତଙ୍କବାଦିଙ୍କ ହିନ୍ଦୁ ନାମ ରଖିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରି ବୋଲି ଜାଣିବାକୁ ପାଇଲା। ଏହି ସିରିଜ୍ ରେ ହାଇଜେକ୍ ସମୟରେ ବାସ୍ତବରେ ଅପହରଣକାରୀଙ୍କ ଦ୍ଵାରା ବ୍ୟବହାର କରା ଯାଇଥିବା ଶଙ୍କର ଏବଂ ଭୋଲା ନାମ ଦର୍ଶାଅ ଯାଇଛି। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରି ଲେଖିଛନ୍ତି, "ୱେବ ସିରିଜ ନାମ ରେ ଏତେ ବଡ଼ ମିଛ ? କାନ୍ଧାହାର ବିମାନ ହାଇଜାକ କରିଥିବା ଲୋକଙ୍କ ନାମ: ଇବ୍ରାହିମ ଅଖତର, ଶାହୀଦ ଅଖତର, ସନ୍ନି ଅହମଦ, ଜହର ମିରନ୍ନି, ଶାକୀର। ଅନୁଭବ ସିନ୍ହା ୱେବ ସିରିଜ IC 814 ରେ ହାଇଜାକର ଙ୍କ ନାମ କହିଛନ୍ତି ଭୋଲା ଏବଂ ଶଙ୍କର। ନୂତନ ଭବିଷ୍ୟତ କୁ କଣ ଜଣେଇବାକୁ ଚାହୁଁଛନ୍ତି ଏଇ ବଲିଉଡ଼ ( ବଲିଦାଉଦ ) ଵାଲା ?" ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ୧୯୯୯ ରେ ହେଇଥିବା ହାଇଜେକ ବିସୟରେ ତଥ୍ୟ ଏକତ୍ର କରିଲୁ। ଫଳସ୍ୱରୂପ, ଆମେ ୬ ଜାନୁଆରୀ ୨୦୦୦ ରେ ହାଇଜାକ୍ ସମ୍ବନ୍ଧରେ ତତ୍କାଳୀନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତି ପାଇଲୁ। ଜେଉଁ ଅପହରଣକାରୀମାନେ ଚିହ୍ନଟ ହୋଇଥିଲେ ତାଙ୍କ ନାମ ଥିଲା: ଇବ୍ରାହିମ ଅଥାର, ସହିଦ ଅଖତର ସଇଦ, ଗୁଲଶନ ଇକବାଲ, ସନି ଅହମ୍ମଦ କାଜୀ, ମିଷ୍ଟ୍ରି ଜାହୋର ଇବ୍ରାହିମ୍ ଏବଂ ସୁକ୍କୁର ସହର ଶାକିର ବୋଲି ଉଲ୍ଲେଖ କରାଯାଇଛି। ଏଠାରେ ସୂଚନା ମଧ୍ୟ ଉପଲବ୍ଧ ଅଛି ଯେ ଏହି ଅପହରଣ ଆଇଏସଆଇର ଏକ ଅପରେସନ୍ ଥିଲା, ଯାହା ଆତଙ୍କବାଦୀ ସଂଗଠନ ହର୍କତ-ଉଲ-ଅନସାର ସହାୟତାରେ କରାଯାଇଥିଲା। ଏଥିରେ ସମସ୍ତ ପାଞ୍ଚ ଜଣ ଅପହରଣକାରୀ ପାକିସ୍ତାନୀ ଥିଲେ। ଏହି ବିବୃତ୍ତିରେ ଆହୁରି କୁହାଯାଇଛି ଯେ ଅପହରଣକାରୀମାନେ ଯାତ୍ରିଙ୍କ ସାମନା ରେ ନିଜ ନାମ (1) ଚିଫ୍ (2) ଡାକ୍ତର (3) ବର୍ଗର (4) ଭୋଲା ଏବଂ (5) ଶଙ୍କର ଭାବରେ ବ୍ୟବହାର କରିଥିଲେ। ଅପହରଣକାରୀମାନେ ସର୍ବଦା ଏହି ନାମରେ ପରସ୍ପରକୁ ସମ୍ବୋଧିତ କରୁଥିଲେ।” ଏହା ପରେ, ଜାନୁଆରୀ ୨, ୨୦୦୦ ର ଲସ୍ ଆଞ୍ଜେଲେସ୍ ଟାଇମ୍ସ ଦ୍ଵାରା ପ୍ରକାଶିତ ରିପୋର୍ଟରୁ ଆମେ ସୂଚନା ପାଇଲୁ ଯେ ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ୮୧୪ ର ପାଞ୍ଚ ଜଣ ଅପହରଣକାରୀଙ୍କ କୋଡ୍ ନାମ ଚିଫ୍, ଭୋଲା, ଶଙ୍କର, ଡାକ୍ତର ଏବଂ ବର୍ଗର ଥିଲା। ଟିକିଏ ଆଗକୁ ଖୋଳିବା ପରେ, ଆମେ ଅଗଷ୍ଟ ୩୧, ୨୦୨୪ ରେ ସାମ୍ବାଦିକ ତଥା "୧୭୩ ଆୱାର୍ସ ଅଫ୍ କ୍ୟାପ୍ଟିଭୀଟି: ଆଇସି 814 ର ଅପହରଣ” ର ଲେଖକ ନୀଲେଶ ମିଶ୍ରାଙ୍କ ଏକ ପୋଷ୍ଟ ପାଇଲୁ, ଯେଉଁଥିରେ ସେ କହିଥିଲେ ଯେ ସମସ୍ତ ଅପହରଣକାରୀ ନିଜକୁ (ଶଙ୍କର, ଭୋଲା, ବର୍ଗର, ଡାକ୍ତର ଏବଂ ଚିଫ୍) ଭଳି ମିଥ୍ୟା ନାମ ଦେଇଥିଲେ। ଅପହରଣ ସମୟରେ ସେମାନେ ଏହି ନାମରେ ପରସ୍ପରକୁ ସମ୍ବୋଧିତ କରୁଥିଲେ ଏବଂ ଯାତ୍ରୀମାନେ ମଧ୍ୟ ସମାନ ନାମରେ ସେମାନଙ୍କୁ ସମ୍ବୋଧିତ କରୁଥିଲେ। ଶେଷରେ ଆମକୁ କିଛି ମିଡିଆ ରିପୋର୍ଟ ମଧ୍ୟ ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ୱେବ୍ ସିରିଜ୍ ବିବାଦରେ ଆସିଲା ପରେ କାଷ୍ଟିଙ୍ଗ ନିର୍ଦେଶକ ମୁକେଶ ଛାବ୍ଡ଼ା ସ୍ପଷ୍ଟ କରିଛନ୍ତି କି ହାଇଜେକ୍ ସମୟରେ ଆତଙ୍କବାଦୀ ମାନେ ପରସ୍ପରକୁ ନକଲି ନାମରେ ସମ୍ବୋଧିତ କରୁଥିଲେ। ଏଠାରେ, ଏଠାରେ ଏବଂ ଏଠାରେ ଆପଣ ମାନେ ରିପୋର୍ଟ ପଢୀ ପାରିବେ। ସିଦ୍ଧାନ୍ତ: ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହି ୱେବ୍ ସିରିଜ୍ ରେ ଆତଙ୍କବଦୀ ମାନଙ୍କର ଦ୍ଵାରା ବ୍ୟବହାର କରା ଯାଇଥିବା ନାମ ଭୋଳା ଏବଂ ଶଙ୍କର ବାସ୍ତବରେ ହୋଇଥିଲା। ବିମାନ ହାଇଜେକ୍ ସମୟରେ ଆତଙ୍କବାଦୀ ମାନେ ନିଜ ଅସଲି ପରିଚୟ ଲୁଚାଇବା ପାଇଁ ଏହି ନକଲି ନାମର ବ୍ୟବହାର କରିଥିଲେ।
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software