About: http://data.cimple.eu/claim-review/9b9a58028afefaa644063da917643e1389f02655a58cb86a01cfd42e     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ହ୍ୟାଣ୍ଡେଲକୁ ଟ୍ବିଟର୍ ଆକ୍ଟିଭ୍ କରି ନାହିଁ, ଭାଇରାଲ୍ ସ୍କ୍ରିନ୍ ସଟ୍ ନକଲି - By: Pragya Shukla - Published: Nov 7, 2022 at 05:35 PM ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) । ସୋସିଆଲ୍ ମିଡିଆରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କଥିତ ଟ୍ବିଟ୍ ର ଏକ ସ୍କ୍ରିନସଟ୍ ଭାଇରାଲ୍ ହେବାରେ ଲାଗିଛି । ସ୍କ୍ରିନ୍ ସଟ୍ ସେୟାର୍ କରି ଦାବି କରାଯାଉଛି ଯେ, ଏଲନ୍ ମସ୍କ ଟ୍ବିଟର୍ କିଣିବା ପରେ, କଙ୍ଗନା ରଣାୱତଙ୍କ ଏକାଉଣ୍ଟକୁ ପୁଣି ଥରେ ସକ୍ରିୟ କରିଦିଆଯାଇଛି । ସ୍କ୍ରିନ୍ ସଟ୍ ରେ ଲେଖାଯାଇଛି ଯେ, ଧନ୍ୟବାଦ ଏଲନ୍ ମସ୍କ, ଟ୍ବିଟରକୁ ଫେରି ମୋତେ ବହୁତ ଖୁସି ଅନୁଭବ ହେଉଛି । ବିଶ୍ବାସ ନ୍ୟୁଜ୍ ଭାଇରାଲ୍ ସ୍କ୍ରିନ୍ ସଟ୍ ର ଯାଞ୍ଚ କରିଥିଲା । ଅନୁସନ୍ଧାନରେ ଏହି ଭାଇରାଲ୍ ଦାବି ଭୁଲ୍ ଜଣା ପଡିଥିଲା । କଙ୍ଗନା ରଣାୱତଙ୍କ ଟ୍ବିଟର୍ ଏକାଉଣ୍ଟ ଏବେ ମଧ୍ୟ ରଦ୍ଦ ଅଛି । ତାଙ୍କ ନାମରେ ଟ୍ବିଟରେ ଅନେକ ଏକାଉଣ୍ଟ ରହିଛି, କିନ୍ତୁ କୌଣସି ଏକାଉଣ୍ଟ ଭେରିଫାଏଡ୍ ନୁହେଁ । କଣ ଅଛି ଭାଇରାଲ୍ ପୋଷ୍ଟରେ ? ଫେସବୁକ୍ ୟୁଜର୍ Zabih Ullah Khan Khattak ଭାଇରାଲ୍ ସ୍କ୍ରିନ୍ ସଟ୍ ସେୟାର୍ କରି ଶୀର୍ଷକ ଲେଖିଛନ୍ତି, “ ଏଲନ୍ ମସ୍କ ସବୁଠାରୁ ବିବାଦୀୟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଟ୍ବିଟର୍ ଏକାଉଣ୍ଟ ପୁଣି ଚାଲୁ କରାଇଲେ !” ଏହି ପୋଷ୍ଟକ ଆର୍କାଇଭ୍ ଭର୍ସନ୍ ଏଠାରେ କ୍ଲିକ୍ କରି ଦେଖାଯାଇ ପାରିବ । ସୋସିଆଲ୍ ମିଡିଆରେ ଅନେକ ୟୁଜର୍ ଏହିଭଳି ଦାବି ସେୟାର୍ କରୁଛନ୍ତି । ଅନୁସନ୍ଧାନ ବିଶ୍ବାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟର ସତ୍ୟତା ଜାଣିବା ପାଇଁ ପ୍ରଥମେ ଟ୍ବିଟରରେ ରଦ୍ଦ ହୋଇଥିବା କଙ୍ଗନା ରଣାୱତଙ୍କ ଏକାଉଣ୍ଟ ଯାଞ୍ଚ କରିଥିଲା । ଜଣାପଡ଼ିଥିଲା ଯେ କଙ୍ଗନା ରଣାୱତଙ୍କ ଟ୍ବିଟର୍ ଏକାଉଣ୍ଟ ଏବେ ମଧ୍ୟ ରଦ୍ଦ ଅଛି । କଙ୍ଗନାଙ୍କ ଏକାଉଣ୍ଟକୁ ସକ୍ରିୟ କରାଯାଇ ନାହିଁ । ଅଧିକ ଅନୁସନ୍ଧାନ କରିଆମେ ସ୍କ୍ରିନ୍ ସଟ୍ କୁ ଧ୍ୟାନରେ ଦେଖିଥିଲୁ । ଜଣା ପଡ଼ିଥିଲା ଯେ ସ୍କ୍ରିନ୍ ସଟ୍ ରେ ଟ୍ବିଟର୍ ହ୍ୟାଣ୍ଡେଲର ନାମ ‘@TheKangnaRanut‘ ଲେଖାଯାଇଛି । ଆମେ ଏହି ୟୁଜରଙ୍କ ଆଇଡି ନେଇ ସର୍ଚ୍ଚ କରିବା ଆରମ୍ଭ କରିଥିଲୁ । ଆମେ ଜାଣିବାକୁ ପାଇଲୁ ଯେ ଏହି ଟ୍ବିଟର୍ ହ୍ୟାଣ୍ଡେଲ୍ ଭେରିଫାଏଡ୍ ନୁହେଁ ଏବଂ ଏହାକୁ ଅକ୍ଟୋବର 2022ରେ ତିଆରି କରାଯାଇଛି । ଅନୁସନ୍ଧାନବେଳେ ଆମକୁ କଙ୍ଗନା ରଣାୱତଙ୍କ ନାମରେ ତିଆରି ଅନେକ ଏକାଉଣ୍ଟ ମିଳିଥିଲା, କିନ୍ତୁ କୌଣସି ଏକାଉଣ୍ଟ ଭେରିଫାଏଡ୍ ନୁହେଁ । ଅଧିକ ଅନୁସନ୍ଧାନ କରି ଆମେ ଗୁଗଲ୍ ରେ କେତେକ ସମ୍ବନ୍ଧୀୟ କିୱାର୍ଡ ଦେଇ ସର୍ଚ୍ଚ କରିବା ଆରମ୍ଭ କରିଥିଲୁ । ଆମକୁ ପଞ୍ଜାବ କେସରୀ ୱେବସାଇଟ୍ ରେ 30 ଅକ୍ଟୋବର 2022ରେ ପ୍ରକାଶିତ ଏକ ରିପୋର୍ଟ ମିଳିଥିଲା । ଏହି ରିପୋର୍ଟ ଅନୁଯାୟୀ, ହିମାଚଳ ପ୍ରଦେଶରେ ‘ଆଜତକ୍ ର ଏକ କାର୍ଯ୍ୟକ୍ରମ ବେଳେ କଙ୍ଗନା କହିଥିଲେ ଯେ, ଟ୍ବିଟର୍ ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ପ୍ଲାଟଫର୍ମରେ ରଖି ପାରିଲା ନାହିଁ । ‘ଯଦି ମୁଁ ଟ୍ବିଟରକୁ ଫେରିବି, ତାହାଲେ ଲୋକଙ୍କ ଜୀବନ ସମ୍ବେଦଶୀଳ ହୋଇଯିବ । ଏବଂ ମୋ ଜୀବନ ସମସ୍ୟା ବଢ଼ିଯିବ । କାରଣ ମୋ ବିରୋଧରେ ଭିନ୍ନ ଭିନ୍ନ ରାଜ୍ୟରେ ମାମଲା ଦାଏପ୍ ହୋଇଛି । ମୁଁ ଟ୍ବିଟରରେ ନାହିଁ ବୋଲି ମୁଁ ଖୁସି । କିନ୍ତୁ ଯଦି ମୋର ଟ୍ବିଟର ସକ୍ରିୟ ହୁଏ, ତାହାଲେ ମୁଁ ନିଶ୍ଚିତ ଭାବେ …ଆପଣଙ୍କୁ ବହୁତ ମସଲା ମିଳିବ । ଅନ୍ୟ କେତେକ ନ୍ୟୁଜ୍ ୱେବସାଇଟରେ ମଧ୍ୟ ଏ ଖବରକୁ ପ୍ରକାଶିତ କରିଛନ୍ତି । ଆଜତକରେ 29 ଅକ୍ଟୋବର 2022ରେ ପ୍ରକାଶିତ ରିପୋର୍ଟ ଅନୁୟାୟୀ, ଏଲନ୍ ମସ୍କ କହିଛନ୍ତି ଯେ, ଟ୍ବିଟର ପାଇଁ ଖୁବ ଶୀଘ୍ର ଏକ କଣ୍ଟେଣ୍ଟ ମଡରେସନ୍ କାଉନସିଲ୍ ଗଠନ କରାଯିବ । ଏହି କାଉନସିଲ୍ କଣ୍ଟେଣ୍ଟ ମଡରେସନ୍ ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି ନେବ । ରଦ୍ଦ କରାଯାଇଥିବା ଏକାଉଣ୍ଟ ପୁଣି ସକ୍ରିୟ କରାଯିବ କି ନାହିଁ ତାହା ଏହି କାଉନସିଲ୍ ହିଁ ନିଷ୍ପତି ନେବ । ଅଧିକ ସୂଚନା ପାଇଁ ଆମେ ମୁମ୍ବାଇର ବରିଷ୍ଠ ମନୋରଞ୍ଜନ ସାମ୍ବାଦିକ ପରାଗ ଛାପେକରଙ୍କ ସହ ସମ୍ପର୍କ କରିଥିଲୁ । ସେ ଆମକୁ ଭାଇରାଲ୍ ଦାବି ଭୁଲ୍ ବୋଲି କହିଥିଲେ । ବର୍ତ୍ତମାନ କଙ୍ଗନା ରନାମତ୍ ଟ୍ବିଟରରେ ନାହାଁନ୍ତି । ସମ୍ପୂର୍ଣ୍ଣ ପୁଷ୍ଟି କରିବା ପାଇଁ ଆମେ କଙ୍ଗନା ରନାୱତ୍ ଙ୍କ ପିଆର୍ ଦଳ ସହ ସମ୍ପର୍କ କରିଥିଲୁ । ସେ ଆମକୁ ଭାଇରାଲ୍ ଦାବି ଭୁଲ୍ ବୋଲି କହିଥିଲେ । କଙ୍ଗନା ରନାୱତ୍ ଟ୍ବିଟରରେ ସକ୍ରିୟ ନାହାଁନ୍ତି । ଅନୁସନ୍ଧାନ ଶେଷରେ ବିଶ୍ବାସ ନ୍ୟୁଜ୍ ନକଲି ପୋଷ୍ଟ ସେୟାର କରିଥିବା ୟୁଜର୍ Zabih Ullah Khan Khattak ଙ୍କ ସୋସିଆଲ୍ ସ୍କାନିଂ କରିଥିଲା । ପ୍ରୋଫାଇଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୟୁଜର୍ ପାକିସ୍ତାନରେ ରୁହନ୍ତି । Zabih Ullah Khan Khattak ଙ୍କୁ 307 ଜଣ ଫଲୋ କରୁଛନ୍ତି । ନିଷ୍କର୍ଷ: ବିଶ୍ବାସ ନ୍ୟୁଜ୍ କଙ୍କନା ରନାୱତଙ୍କ ନାମରେ ଭାଇରାଲ୍ ସ୍କ୍ରିନ୍ ସଟ୍ ର ଅନୁସନ୍ଧାନ କରିଥିଲା । ଅନୁସନ୍ଧାନରେ ଭାଇରାଲ୍ ଦାବି ଭୁଲ୍ ଜଣା ପଡ଼ିଥିଲା । କଙ୍ଗନା ରନାୱତଙ୍କ ଟ୍ବିଟର୍ ଏକାଉଣ୍ଟ ଏବେ ବି ରଦ୍ଦ ଅଛି । ତାଙ୍କ ନାମରେ ଟ୍ବିଟରେ ଅନେକ ଏକାଉଣ୍ଟ ଅଛି କିନ୍ତୁ କୌଣସି ଏକାଉଣ୍ଟ ଭେରିଫାଏଡ୍ ନୁହେଁ । - Claim Review : ଟ୍ବିଟର୍ କଙ୍କନା ରନାୱତଙ୍କ ହ୍ୟାଣ୍ଡେଲକୁ ପୁଣି କରିଲା ସକ୍ରିୟ - Claimed By : Zabih Ullah Khan Khattak - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software