About: http://data.cimple.eu/claim-review/ab7d44a29a2d65e9f9e15c7518a2769085e7d48a4a4a54f2ef3a2e8f     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଫ୍ୟାକ୍ଟ ଚେକ୍: କରୀନା କପୁରଙ୍କ ନାମରେ ଭାଇରାଲ ହେଉଥିବା ଟୁଇଟ୍ ଏକ ପାରୋଡି ଆକାଉଣ୍ଟରୁ କରାଯାଇଥିଲା, ଏହା ଟ୍ୱିଟରରେ ନାହିଁ - By: Sharad Prakash Asthana - Published: Jan 8, 2023 at 04:12 PM - Updated: Jan 31, 2023 at 12:52 PM ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କ ସହ ଲିଙ୍କ୍ ହୋଇଥିବା ଏକ ଟ୍ୱିଟର୍ ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାର ପ୍ରୋଫାଇଲରେ କରୀନା କପୁର ଖାନ୍ ଲେଖାଯାଇଛି। ପ୍ରୋଫାଇଲ୍ ପିକ୍ ରେ ତାଙ୍କର ଫଟୋ ମଧ୍ୟ ଅଛି। ଏଥିରେ ଲେଖାଯାଇଛି ଯେ ଯେତେବେଳେ ହିନ୍ଦୁ ଶୋଇଥିଲେ, ସିଲିଣ୍ଡରର ଦାମ୍ 380 ଟଙ୍କା ଥିଲା, କିନ୍ତୁ ଯେତେବେଳେ ହିନ୍ଦୁ ଜାଗ୍ରତ ହୋଇସାରିଛନ୍ତି, ସିଲିଣ୍ଡର୍ 1155 ଟଙ୍କା ହୋଇଗଲା। ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣିପାରିଛି ଯେ ଭାଇରାଲ୍ ଟ୍ୱିଟର ସ୍କ୍ରିନସଟ୍ କରୀନା କପୁର ଖାନଙ୍କ ନାମରେ କ୍ରିଏଟ କରାଯାଇଥିବା ଏକ ପାରୋଡି ଆକାଉଣ୍ଟର ଅଟେ। କରୀନା କପୁର ଟ୍ୱିଟରରେ ନାହାଁନ୍ତି। ଉପଭୋକ୍ତାମାନେ ତାଙ୍କ ପ୍ରଶଂସକଙ୍କ ପେଜରୁ କରାଯାଇଥିବା ଟ୍ୱିଟକୁ ଅସଲି ବୋଲି ଭାବୁଛନ୍ତି। ଭାଇରାଲ୍ ପୋଷ୍ଟରେ କ’ଣ ଅଛି ଡିସେମ୍ବର 25 ରେ ଏହି ସ୍କ୍ରିନସଟ ସେୟାର କରି ଫେସବୁକ ବ୍ୟବହାରକାରୀ ଇମ୍ରାନ୍ ଓୱେସି (ଆର୍କାଇଭଡ୍ ଲିଙ୍କ) ଲେଖିଛନ୍ତି, ବାଃ ମ୍ୟାଡାମ୍ ବଢ଼ିଆ କହିଛନ୍ତି ଅନୁସନ୍ଧାନ ଆମେ ପ୍ରଥମେ କରୀନା କପୁରଙ୍କ ନାମରେ ହେଉଥିବା ଭାଇରାଲ୍ ଟ୍ୱିଟର ସ୍କ୍ରିନସଟକୁ ଭଲ ଭାବରେ ଦେଖିଲୁ। ଏହି ଟ୍ୱିଟର ଆକାଉଣ୍ଟ ଭେରିଫାଏଡ୍ ନୁହେଁ। ତେଣୁ ଆମରକୁ ସନ୍ଦେହ ହେଲା। ଆମେ Kareena kapoor khan @Kareena_Kpn1 (ଆର୍କାଇଭ୍ ଲିଙ୍କ୍) ଟ୍ୱିଟର ଆକାଉଣ୍ଟ ଯାଞ୍ଚ କଲୁ। ଏହାର ବାୟୋରେ ଫ୍ୟାନ୍ କ୍ଲବ୍ ଏବଂ ଫ୍ୟାନ୍ ପେଜ୍ ର ହ୍ୟାସଟ୍ୟାଗ୍ ବ୍ୟବହୃତ ହୋଇଛି। ଏହାର ଅର୍ଥ ହେଉଛି ପାରୋଡି ଆକାଉଣ୍ଟ୍ ଅସଲି ନୁହେଁ। ଭାଇରାଲ୍ ଟ୍ୱିଟ୍ (ଆର୍କାଇଭ୍ ଲିଙ୍କ୍) ଡିସେମ୍ବର 23 ରେ ଏହି ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। କମେଣ୍ଟ ସେକସନରେ, ବ୍ୟବହାରକାରୀମାନେ ଏହାକୁ କରୀନା କପୁରଙ୍କ ଟ୍ୱିଟ୍ ବୋଲି ଭାବି କମେଣ୍ଟ କରିଥିବା ଦେଖା ଯାଇପାରିବ। ଏହା ପରେ ଆମେ କରୀନା କପୁର ଖାନଙ୍କର ଭେରିଫାଏଡ୍ ଟ୍ୱିଟର ଆକାଉଣ୍ଟକୁ ଖୋଜିଲୁ। ଆମେ କରୀନାଙ୍କର କୌଣସି ଭେରିଫାଏଡ୍ ଟ୍ୱିଟର ଆକାଉଣ୍ଟ ପାଇଲୁ ନାହିଁ। ହଁ, ଅଗଷ୍ଟ 10, 2022 ରେ ଅମର ଉଜାଲାରେ ପ୍ରକାଶିତ ଖବର ଅନୁଯାୟୀ ଆମିର ଏବଂ କରୀନାଙ୍କ ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ ରିଲିଜ ହେବା ପୂର୍ବରୁ ହିଁ ଟ୍ରୋଲରଙ୍କ ଟାର୍ଗେଟର ଶିକାର ହୋଇଛି। ଲୋକମାନେ କରୀନା କପୁରଙ୍କ ଉପରେ ମଧ୍ୟ ବହୁତ ରାଗିଛନ୍ତି। ଏ ବାବଦରେ କରୀନା କହିଛନ୍ତି ଯେ ଚଳଚ୍ଚିତ୍ର ତାରକାମାନେ ପ୍ରାୟତଃ କୌଣସି ନା କୌଣସି କାରଣରୁ ଟ୍ରୋଲ ହୋଇଯାଆନ୍ତି। ସେଥିପାଇଁ ସେ ଟ୍ୱିଟରରେ ନାହାଁନ୍ତି। ଟ୍ୱିଟର ତାଙ୍କ ପାଇଁ ନୁହେଁ, ବରଂ ଯେଉଁମାନେ ନିଜର ରାଗ ପ୍ରକାଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅଟେ। ଅର୍ଥାତ୍ କରୀନା କପୁର ଆଦୌ ଟ୍ୱିଟରରେ ନାହାଁନ୍ତି। ଏହା ପରେ, ଆମେ ଗୁଗୁଲରେ କୀୱର୍ଡ ସାହାଯ୍ୟରେ ଭାଇରାଲ୍ ଟ୍ୱିଟର ଓପନ୍ ସର୍ଚ୍ଚ କରିଥିଲୁ। ଏଥିରେ, ଆମେ କୌଣସି ନିର୍ଭରଯୋଗ୍ୟ ୱେବସାଇଟରେ ସେପରି କୌଣସି ଖବର ପାଇଲୁ ନାହିଁ, ଯାହା କରୀନା କପୁର ଏପରି ବିବୃତ୍ତି ଦେଇଥିବା ଦାବିକୁ ନିଶ୍ଚିତ କରୁଥିବ। ଆମେ ଏ ବିଷୟରେ ମୁମ୍ବାଇର ଜଣେ ବରିଷ୍ଠ ଏଣ୍ଟରଟେନମେଣ୍ଟ ରିପୋର୍ଟର୍ ପରାଗ ଚାପେକରଙ୍କ ସହ କଥା ହୋଇଥିଲୁ। ସେ କହିଲେ, କରୀନା ଟ୍ୱିଟରରେ ନାହାଁନ୍ତି। ସେ କେବଳ ଇନଷ୍ଟାଗ୍ରାମରେ ଅଛନ୍ତି। ସେ ଏଭଳି କୌଣସି ବିବୃତ୍ତି ମଧ୍ୟ ଦେଇନାହାଁନ୍ତି। ଆମେ ଫେସବୁକ୍ ବ୍ୟବହାରକାରୀ ‘ଇମ୍ରାନ୍ ଓୱେସି’ଙ୍କର ପ୍ରୋଫାଇଲ୍ ସ୍କାନ୍ କରିଥିଲୁ ଯିଏ ସ୍କ୍ରିନସଟ୍ ସେୟାର କରିଥିଲେ। ପ୍ରୋଫାଇଲ୍ ଅନୁଯାୟୀ, ସେ ଉତ୍ତରପ୍ରଦେଶର ଠେକମନରେ ରୁହନ୍ତି। ଜୁଲାଇ 2021 ରୁ ସକ୍ରିୟ ଥିବା ଏହି ଇମ୍ରାନଙ୍କର ପ୍ରାୟ 4900 ଫ୍ରେଣ୍ଡସ୍ ଅଛନ୍ତି। ନିଷ୍କର୍ଷ: ଅଭିନେତ୍ରୀ କରୀନା କପୁର ଖାନଙ୍କର ଟ୍ୱିଟରରେ ଆକାଉଣ୍ଟ ନାହିଁ। ଭାଇରାଲ୍ ସ୍କ୍ରିନସଟ୍ ପାରୋଡି ଆକାଉଣ୍ଟରୁ କରାଯାଇଥିବା ଏକ ଟ୍ୱିଟ୍ ଅଟେ। କରୀନା ଏଭଳି କୌଣସି ବିବୃତ୍ତି ମଧ୍ୟ ଦେଇନାହାଁନ୍ତି। - Claim Review : ସିଲିଣ୍ଡରର ଦାମ୍ 380 ଟଙ୍କା ଥିଲା, କିନ୍ତୁ ଯେତେବେଳେ ହିନ୍ଦୁ ଜାଗ୍ରତ ହୋଇସାରିଛନ୍ତି, ସିଲିଣ୍ଡର୍ 1155 ଟଙ୍କା ହୋଇଗଲା। - Claimed By : Imran Owesi - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software