About: http://data.cimple.eu/claim-review/b0808077015d86a0d8a1ee9c997f31f845f0c0da60e7a08657846fc2     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ବିଜେଡ଼ି ଏବଂ ବିଜେପି ମଧ୍ୟରେ ହୋଇନାହିଁ କୌଣସି ଚୁକ୍ତି, ନିର୍ବାଚନରେ ଏକାକୀ ଲଢ଼ିବେ ଉଭୟ ଦଳ ବାଜିଛି ନିର୍ବାଚନି ବିଗୁଲ, କିଏ କେଉଁ ଠୁ ଲଢ଼ିବ କାହାକୁ କେଉଁଠୁ ଟିକଟ ମିଳିବ ଏଭଳି ପ୍ରଶ୍ନ ରେ ସରଗରମ ଓଡ଼ିଶା ରାଜନୀତି । Claim :ଆଗାମୀ ନିର୍ବାଚନ ପାଇଁ ବିଜେଡ଼ି ଏବଂ ବିଜେପି ମଧ୍ୟରେ ୨:୧ ରେ ଚୁକ୍ତି Fact :ଏହା ଏକ ଗୁଜବ, ଉଭୟ ବିଜେଡ଼ି ଏବଂ ବିଜେପି ଏକାକୀ ଲଢ଼ିବେ ନିର୍ବାଚନ ଦଳ ପକ୍ଷରୁ ସୂଚନା ବାଜିଛି ନିର୍ବାଚନି ବିଗୁଲ, କିଏ କେଉଁ ଠୁ ଲଢ଼ିବ କାହାକୁ କେଉଁଠୁ ଟିକଟ ମିଳିବ ଏଭଳି ପ୍ରଶ୍ନ ରେ ସରଗରମ ଓଡ଼ିଶା ରାଜନୀତି । ଏଭଳି ସମୟରେ ଶାସକ ଦଳ ବିଜେଡି ସହ ବିରୋଧୀ ଦଳ ବିଜେପି ମେଣ୍ଟ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଚର୍ଚ୍ଚା ମଧ୍ୟ ରାଜ୍ୟ କଂଗ୍ରେସ ନେତା ବିଭିନ୍ନ ମତାମତ ଦେବା କରିଥିଲେ ଆରମ୍ଭ । ଉଭୟ ଦଳର ଭିତିରି ବୁଝାମଣା ଅଛି ମେଣ୍ଟ କେବଳ ଘୋଷଣା ମାତ୍ର ବୋଲି କିଛି ବରିଷ୍ଠ କଂଗ୍ରେସ ନେତା ମତପ୍ରକାଶ କରିଥିଲେ । ଏଭଳିକି କିଛି ସ୍ଥାନରେ କଂଗ୍ରେସ ଉଭୟ ଦଳଙ୍କ ବିବାହ ମଧ୍ୟ ସମ୍ପନ୍ନ କରିଥିବାର ଦେଖା ଦେଇଚି । କେବଳ ସୋସିଆଲ ମିଡିଆ କାହିଁକି କିଛି ଗଣମାଧ୍ୟମ ସଂସ୍ଥା ମଧ୍ୟ ଏହାକୁ ବ୍ରେକିଙ୍ଗ ନିୟୁଜ ଭାବେ ପ୍ରସାରିତ କରିଥିଲେ । ଭାଇରାଲ ହୋଇଥିବା ଖବର ଅନୁଯାୟୀ ,ବିଜେଡ଼ି ବିଜେପି ମଧ୍ୟରେ ହୋଇଛି ୨:୧ ଅନୁପାତରେ ମେଣ୍ଟ, ୧୦୦ ଟି ବିଧାନସଭା ସିଟ୍ ରେ ବିଜେଡ଼ି ଲଢ଼ୁଥିବା ବେଳେ ୪୭ ଟି ନିର୍ବାଚନ ମଣ୍ଡଳୀ ରେ ବିଜେପି ଦେବ ନିଜର ପ୍ରାର୍ଥୀ । ଭାଇରାଲ ହେଉଥିବା ଖବର ରେ ନାହିଁ କୌଣସି ସତ୍ୟାସତ୍ୟ, ବିଜେପି ବିଜେଡ଼ି ପକ୍ଷରୁ କୌଣସି ମେଣ୍ଟ ଘୋଷଣା ହୋଇ ନାହିଁ । ବିଜେଡ଼ି ବିଜେପି ମେଣ୍ଟ ନେଇ ଗୁଗୁଲ ରେ ଅନୁସନ୍ଧାନ କରିବାରୁ ଏନେଇ କୌଣସି ମଧ୍ୟ ଦଳ ନିଜ ସୋସିଆଲ ମିଡିଆରେ କୌଣସି ମତାମତ ଦେଇନଥିବାର ଦେଖିବାକୁ ମିଳିଛି । ମନମୋହନ ସାମଲ, ରାଜ୍ୟ ବିଜେପି ସମ୍ପାଦକ ନିଜ ସୋସିଆଲ ମିଡିଆରେ ରେ ୨୨ମାର୍ଚ୍ଚ ୨୦୨୪ ଦିନ ଏକ ପୋଷ୍ଟ କରିଛନ୍ତି । ପୋଷ୍ଟ ରେ ମେଣ୍ଟ କୁ ସମ୍ପୂର୍ଣ୍ଣ ଖାରଜ କରିଥିବା ବେଳେ ସମସ୍ତ ବିଧାନ ସଭା ଏବଂ ଲୋକସଭା ଆସନରେ ବିଜେପି ଏକାକୀ ଲଢ଼ିବ ବୋଲି ସୂଚନା ଦେଇଛନ୍ତି । ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏ ବରିଷ୍ଠ ବିଜେଡ଼ି ନେତା ତଥା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ମଧ୍ୟ ନିଜ ସୋସିଆଲ ମିଡିଆରେ ମେଣ୍ଟ କୁ ଖାରଜ କରିବା ସହ ଦଳ ସମସ୍ତ ନିର୍ବାଚନ ମଣ୍ଡଳୀ ରେ ଉଭୟ ବିଧାନସଭା ଏବଂ ଲୋକସଭା ପ୍ରାର୍ଥୀ ଦେବ ବୋଲି ସୂଚନା ଦେଇଛନ୍ତି । ଏପରିକି ଓଡ଼ିଶା ବାସୀଙ୍କ ସମର୍ଥନ ଦଳର ମୁଖ୍ୟ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତିନି ତୃତୀୟାଂଶ ରୁ ଅଧିକ ଆସନରେ ବିଜୟ ହେବ ବୋଲି ଲେଖିଛନ୍ତି । ଏପରିକି ମାର୍ଚ୍ଚ୨୪ ୨୦୨୪ ଦିନ ରାଜ୍ୟ ବିଜେପି ୧୮ ଟି ଲୋକସଭା ଆସନରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ଏନେଇ ଓଡ଼ିଶା ଟେଲିଭିଜନ ଏକ ଖବର ପ୍ରସାରଣ କରିଛି କି, ବିଜେଡ଼ି ଏବଂ ବିଜେପି ମଧ୍ୟରେ ହେବନାହିଁ କୌଣସି ମେଣ୍ଟ । ଇଣ୍ଡିଆନ ଏକ୍ସପ୍ରେସ ରେ ପ୍ରସାରିତ ଖବର ଅନୁଯାୟୀ ,ବିଜେଡ଼ି ବିଜେପି ମଧ୍ୟରେ ହେବନି କୌଣସି ମେଣ୍ଟ ଉଭୟ ଦଳ ପକ୍ଷରୁ ସୂଚନା । ତେଣୁ ଭାଇରାଲ ହେଉଥିବା ମେଣ୍ଟ ଖବରରେ ନାହିଁ କୌଣସି ସତ୍ୟତା, ଏହି ଖବର ପ୍ରସାରିତ ହେବା ପର୍ଯ୍ୟନ୍ତ ଉଭୟ ଦଳ ପକ୍ଷରୁ ମେଣ୍ଟ ନେଇ ହୋଇନାହିଁ କୌଣସି ସୂଚନା । ଉଭୟ ଦଳ ପ୍ରାୟ ସମସ୍ତ ଲୋକସଭା ଏବଂ ବିଧାନସଭା ରେ ପ୍ରାର୍ଥୀ ଦେଇ ଲଢ଼ିବେ ନିର୍ବାଚନ।
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software