About: http://data.cimple.eu/claim-review/b549b51ba25e04d911eb8cedc315e83607537ef3b225672400429dbd     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଭାଇରାଲ ହେଉଥିବା ରିଲ ଭିଡିଓ ରେ ନାହାନ୍ତି ସହିଦ୍ କ୍ୟାପଟେନ ଅଂଶୁମାନ ସିଂହ ଙ୍କ ପତ୍ନୀ ସ୍ମୃତି ସିଂହ ୨୬ ପଞ୍ଜାବ ରେଜିଗମେଣ୍ଟ ରେ କାର୍ଯ୍ୟରତ ଥିବା ସମୟରେ କ୍ୟାପଟେନ ଅଂଶୁମାନ ସିଂହ, ଅଗ୍ନିକାଣ୍ଡ ଘିଟିଥିବା ସ୍ଥାନରୁ ବହୁ ନିରୀହ ଜୀବନ ରକ୍ଷା କରିଥିବା ବେଳେ ନିଜେ ସହିଦ୍ ହୋଇଥିଲେ । Claim :ସହିଦ କ୍ୟାପଟେନ ଅଂଶୁମାନ ସିଂହ ଙ୍କ ପତ୍ନୀଙ୍କ ରିଲ ହେଲା ସୋସିଆଲ ମିଡିଆରେ ଭାଇରାଲ Fact :ଭିଡିଓ ରେ ଥିବା ମହିଳା ଜଣଙ୍କ ନୁହଁନ୍ତି ସହିଦ୍ କ୍ୟାପଟେନଙ୍କ ପତ୍ନୀ ୨୬ ପଞ୍ଜାବ ରେଜିଗମେଣ୍ଟ ରେ କାର୍ଯ୍ୟରତ ଥିବା ସମୟରେ କ୍ୟାପଟେନ ଅଂଶୁମାନ ସିଂହ, ଅଗ୍ନିକାଣ୍ଡ ଘିଟିଥିବା ସ୍ଥାନରୁ ବହୁ ନିରୀହ ଜୀବନ ରକ୍ଷା କରିଥିବା ବେଳେ ନିଜେ ସହିଦ୍ ହୋଇଥିଲେ । ୫ ଜୁଲାଇ ୨୦୨୪ରେ ଭାରତର ରାଷ୍ଟ୍ରପତି ମହାମହିମ ଦ୍ରୌପଦି ମୁର୍ମୁ ଙ୍କ ଦ୍ଵାରା କୀର୍ତ୍ତିଚକ୍ରରେ ସମ୍ମାନିତ ହୋଇଥିଲେ । ସମ୍ମାନ ଗ୍ରହଣ ର କିଛି ଦିନପରେ ଚର୍ଚ୍ଚା ରେ ଆସିଥିଲେ ସହିଦ୍ ଙ୍କ ପରିବାର । ସହିଦ୍ ଙ୍କ ବାପା ରବି ପ୍ରତାପ ସିଂହ ଏବଂ ମା ମଞ୍ଜୁ ସିଂହ ଟାଇମ୍ସ ନାଓ ଭାରତକୁ ଏକ ସାକ୍ଷାତକାର ଦେଇ କହିଥିଲେ " ସେନାରେ ଥିବା ନେକ୍ସଟ ଅଫ୍ କିନ ନିୟମରେ ପରିବର୍ତ୍ତନ ହେବା ନିହାତି ଆବଶ୍ୟକ। ସାକ୍ଷାତକାର ସମୟରେ ଏହା ମଧ୍ୟ ସୂଚନା ରହିଥିଲା କି ତାଙ୍କ ବୋହୁ ସ୍ମୃତି ସିଂହ ଆଉ ତାଙ୍କ ସହ ତାଙ୍କ ଘରେ ରହୁ ନାହାଁନ୍ତି। ଇତିମଧ୍ୟରେ ଏକ ରିଲ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରିଲ୍ ରେ ଜଣେ ମହିଳା ଭିଡିଓ ପାଇଁ ପୋଜ୍ ଦେଉଥିବା ବେଳେ, ଭିଡିଓ କୁ ସେୟାର କରିଥିବା ବ୍ୟକ୍ତି ମହିଳା ଜଣଙ୍କୁ ସହିଦ୍ ଅଂଶୁମାନ ସିଂହ ଙ୍କ ପତ୍ନୀ ବୋଲି ଦାବି କରିଛନ୍ତି । ସତ୍ୟାସତ୍ୟ: ଦାବି ରେ କୌଣସି ସତ୍ୟତା ନଥିବାର ଅନୁସନ୍ଧାନରେ ଜାଣିବାକୁ ପାଇଲୁ । ରିଲ୍ ଭିଡିଓ ରେ ଥିବା ମହିଳା ଜଣଙ୍କ ସହିଦ୍ ଙ୍କ ପତ୍ନୀ ନୁହଁନ୍ତି । ଭାଇରାଲ ଭିଡିଓ ର କିଛି ଫଟୋ କୁ ରିଭର୍ସ ଇମେଜ ରେ ସର୍ଚ୍ଚ କରିବାରୁ ଜଣାଯାଏ ଯେ ମୋଗ୍ରା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଏହି ଫଟୋ ସେୟାର କରାଯାଇଛି । ଉକ୍ତ ପୋଷ୍ଟ ରେ ରେସମା ସେବସ୍ତିଆନ ନାମକ ଜଣେ ମହିଳା ଙ୍କୁ ଟ୍ୟାଗ ମଧ୍ୟ କରାଯାଇଛି । ରେସମା ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ କୁ ଅନୁଧ୍ୟାନ କରିବାରୁ ଜଣା ଯାଏ ଯେ ରିଲ୍ ରେ ଥିବା ମହିଳା ଜଣଙ୍କ ହେଉଛନ୍ତି ରେସମା । ସିଏ ନିଜେ ଏହି ଭିଡିଓ ଟିକୁ ନିଜ ଆକାଉଣ୍ଟ ରେ ସେୟାର କରିଛନ୍ତି । ଅଧିକ ଅନୁସନ୍ଧାନ ରୁ ଜଣାଯାଏ ଯେ ଭାଇରାଲ ଭିଡିଓ ନେଇ ରେସମା ତାଙ୍କ ଆକାଉଣ୍ଟ ରେ ଉଲ୍ଲେଖ କରିଛନ୍ତି " ଏହା ଅତ୍ୟନ୍ତ ଲଜ୍ଜା ଜନ ଘଟଣା, ମତେ ଜଣେ ସହିଦ୍ ଙ୍କ ପତ୍ନୀ କହି ମୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯିବା ଅନୁଚିତ୍" । କୌଣସି ଭିଡିଓ ସେୟାର କରିବା ପୂର୍ବରୁ ପ୍ରଥମେ ସତ୍ୟାସତ୍ୟ ଯାଞ୍ଚ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ରେସମା ଦର୍ଶାଇଛନ୍ତି । ଏନେଇ ଫାଷ୍ଟ ପୋଷ୍ଟ ଏକ ଖବର ପ୍ରସାରଣ କରି ଲେଖିଛି “Influencer mistaken for Captain Anshuman Singh's widow breaks silence on getting trolled " ହିନ୍ଦୁସ୍ଥାନ ଟାଇମ୍ସ ଅନୁଯାୟୀ " Reshma Sebastian, a popular fashion influencer from Kerala, took to Instagram on Sunday to clarify that she is not Smriti Singh, the wife of Captain Anshuman Singh. " ତେଣୁ ଏଥିରୁ ପ୍ରମାଣିତ ହେଲା ଯେ ରିଲ୍ ରେ ଭିଡିଓ ପାଇଁ ପୋଜ୍ ଦେଉଥିବା ମହିଳା ଜଣଙ୍କ ସହିଦ୍ ଙ୍କ ପତ୍ନୀ ନୁହଁନ୍ତି ବରଂ ତାଙ୍କ ନାମ ରେସମା ସେବସ୍ତିଆନ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 10 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software