About: http://data.cimple.eu/claim-review/b9ca95e5d09d613d8da6669b4431564d2256e0901f8d3ad021e7ee69     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ରାତ୍ରି ସମୟରେ ଗୋଟିଏ ପେଟ୍ରୋଲ ପମ୍ପରେ ସିଂହ ବୁଲୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ସିଂହ ଟି ପେଟ୍ରୋଲ ପମ୍ପ ପରିସର ଭିତରେ ବୁଲି ଚାଲିଯାଠିବା ସମୟରେ ଜେନ ବ୍ୟକ୍ତି ଏହି ଦୃଶ୍ୟକୁ ଶୁଟ୍ କରିଥିଲେ। ଦାବି କରା ଯାଉଛି ଯେ ଏହା ଭୁବନେଶ୍ବରର ଏକ ସ୍ଥାନର ଘଟଣା ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭୁବନେଶ୍ବରର ମେଣ୍ଢାଶାଳର ଦୃଶ୍ୟ ନୁହେଁ ବରଂ ଗୁଜରାଟର ଘଟଣା ଅଟେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଖୋର୍ଦ୍ଧା ପିତାପଲ୍ଲୀ ଠାରୁ ମେଣ୍ଢାଶାଳ କଣ୍ଟାବାଡ଼ ଯାତାୟାତ ରାସ୍ତା ପେଟ୍ରୋଲ ପମ୍ପ ଠାରେ ବୁଲୁଛି ସିଂହ।” ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଦେଖିବାକୁ ପାଇଲୁ ଯେ ଭାଇରାଲ ଭିଡିଓର ୨୯ ସେକେଣ୍ଡ ସମୟରେ ପେଟ୍ରୋଳ୍ ପମ୍ପରେ ଲାଗିଥିବା ଗୋଟିଏ ବିଜ୍ଞାପନରେ ଗୁଜରାଟୀ ଭାଷାରେ କିଛି ଲେଖା ଯାଇଛି। ଏହା ଦ୍ଵାରା ଆମକୁ ସନ୍ଦେହ ହେଲା ଯେ ଏହି ଭିଡିଓ ଗୁଜରାଟ ରାଜ୍ୟର ହେଇଥିବାର ସମ୍ଭାବନା ଅଛି। ନିମ୍ନରେ ଆପଣ ମାନେ ସେହି ଫୋଟୋ ଦେଖି ପାରିବେ। ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୧ ସେପ୍ଟେମ୍ବର ରେ ଏକ ଫେସବୁକ ଏକାଉଣ୍ଟରେ ସମାନ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ ଏହା ଗୁଜରାଟର ଗିର ଅଞ୍ଚଳର ଘଟଣା। ନ୍ୟୁଜ୍ ୧୮ ଗୁଜରାତି ରିପୋର୍ଟ ଅନୁଯାୟୀ, ଏହି ଘଟଣା ଆମରେଲିର ଧାରୀ ନିକଟ ପେଟ୍ରୋଲ ପମ୍ପରେ କ୍ୟାମେରାରେ ଶୁଟ୍ ହୋଇଛି। ମଧ୍ୟରାତ୍ରିରେ ଏକ ସିଂହ ହଠାତ୍ ଧାରୀ-ବିଶାବାଦର ରାସ୍ତାରେ ଅବସ୍ଥିତ ପେଟ୍ରୋଲ ପମ୍ପରେ ପ୍ରବେଶ କରିଥିଲା। ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି ଯେ ଏହି ସିଂହ ଶିକାର ସନ୍ଧାନରେ ପେଟ୍ରୋଲ ପମ୍ପକୁ ଆସିଥିଲା। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ। ସିଦ୍ଧାନ୍ତ: ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଗୁଜରାଟର ଗିର ଅଞ୍ଚଳରେ ଗୋଟିଏ ପେଟ୍ରୋଲ୍ ପମ୍ପରେ ସିଂହ ବୁଲୁଥିବା ଭିଡିଓକୁ ଭୁବନେଶ୍ବରର ମେଣ୍ଢାଶାଳ ଅଞ୍ଚଳର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। Title:ଗୁଜରାଟର ଏକ ସ୍ଥାନରେ ବୁଲୁଥିବା ସିଂହର ଭିଡିଓକୁ ଭୁବନେଶ୍ବରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।Written By: Siddharth Sahu Result: False
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software