About: http://data.cimple.eu/claim-review/bf975bd5303c7119d49833d40d979b2cc4078456645d67d3134dbdf9     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: କଂଗ୍ରେସକୁ ସମର୍ଥନ କରି ପ୍ରଚାର କରୁଥିବା ରବୀନା ଟଣ୍ଡନଙ୍କ 2012 ମସିହାର ଭିଡିଓକୁ ବର୍ତ୍ତମାନର ଦର୍ଶାଇ ଭାଇରାଲ କରାଯାଉଛି - By: Umam Noor - Published: Apr 30, 2024 at 06:24 PM ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ) ଲୋକସଭା ନିର୍ବାଚନ 2024 ସମୟରେ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କଂଗ୍ରେସକୁ ସମର୍ଥନ କରୁଥିବାର ନଜର ଆସିଛନ୍ତି। ଏହାକୁ ବର୍ତ୍ତମାନର ସାଧାରଣ ନିର୍ବାଚନ ସହ ଯୋଡି ଭିଡିଓ ସେୟାର କରୁଥିବାବେଳେ ୟୁଜରମାନେ ଦାବି କରୁଛନ୍ତି ଯେ ରବୀନା ଟଣ୍ଡନ୍ କହିଛନ୍ତି ଯେ ଏଥର କଂଗ୍ରେସ ଜିତିବ। ଅନୁସନ୍ଧାନରେ ବିଶ୍ୱାସ ନ୍ୟୁଜ ଜାଣିବାକୁ ପାଇଲା ଯେ ଭାଇରାଲ୍ ଭିଡିଓଟି ହେଉଛି 2012 ମସିହାର। କଂଗ୍ରେସ ପ୍ରଚାରକ ଭାବରେ ଭଦୋଦରା ଠାରେ ଅନୁଷ୍ଠିତ ରାଲିରେ ରବୀନା ଟଣ୍ଡନ୍ ଅଂଶଗ୍ରହଣ କରିଥିଲେ। ବାର ବର୍ଷ ପୁରୁଣା ଭିଡିଓକୁ 2024 ଲୋକସଭା ନିର୍ବାଚନ ସହିତ ଯୋଡି ଭ୍ରମାତ୍ମକ ଦାବି କରାଯାଉଛି। ଭାଇରାଲ୍ ପୋଷ୍ଟରେ କ’ଣ ଅଛି? ଭାଇରାଲ ପୋଷ୍ଟ ସେୟାର କରିବାବେଳେ ଫେସବୁକ ୟୁଜର ଲେଖିଛନ୍ତି ଯେ “ରବୀନା ଟଣ୍ଡନ କହିଛନ୍ତି ଯେ ଏଥର କଂଗ୍ରେସ ଜିତିବ।“ ପୋଷ୍ଟର ଆର୍କାଇଭ୍ ଭର୍ସନ୍ ଏଠାରେ ଦେଖନ୍ତୁ | ଅନୁସନ୍ଧାନ ଆମର ଅନୁସନ୍ଧାନ ଆରମ୍ଭରେ, ସର୍ବପ୍ରଥମେ ଆମେ ଗୁଗୁଲ୍ ଲେନ୍ସ ମାଧ୍ୟମରେ ଭାଇରାଲ୍ ଭିଡିଓର କୀ ଫ୍ରେମ୍ ଖୋଜିଲୁ | ସନ୍ଧାନ ସମୟରେ ଆମେ ଏହି ଭିଡିଓକୁ 8 ବର୍ଷ ପୂର୍ବେ ଡେଲି ମୋସନ ୱେବସାଇଟରେ ଅପଲୋଡ୍ ହୋଇଥିବାର ପାଇଲୁ | ଭିଡିଓର ଲମ୍ବା ସଂସ୍କରଣ ଏଠାରେ ଦେଖିବାକୁ ମିଳେ ଏବଂ ଏଠାରେ ଦିଆଯାଇଥିବା ସୂଚନା ଅନୁଯାୟୀ “ଭଦୋଦରାଠାରେ କଂଗ୍ରେସ ପାଇଁ ପ୍ରଚାର କରୁଥିବାବେଳେ ରବୀନା ଟଣ୍ଡନ୍ ଏକ ରୋଡ୍ ସୋ କରିଥିଲେ।“ ଏହି ଆଧାରରେ, ଆମେ ଆମର ଅନୁସନ୍ଧାନକୁ ଆଗକୁ ନେଇ 12 ଡିସେମ୍ବର 2012 ରେ ଏବିପି ନ୍ୟୁଜ୍ ର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭାଇରାଲ୍ ଭିଡିଓ ପାଇଲୁ | ଏଠାରେ ଦିଆଯାଇଥିବା ଭିଡିଓର ଓପନିଂ ଫ୍ରେମରେ ରବୀନା ଟଣ୍ଡନ୍ ମଧ୍ୟ ଏକ ରୋଡ୍ ସୋ କରୁଥିବାର ଦେଖିବାକୁ ମିଳିବ | ଦିଆଯାଇଥିବା ସୂଚନା ଅନୁଯାୟୀ, ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଅଭିନେତ୍ରୀ ରବୀନା ଟଣ୍ଡନ୍ ଭଦୋଦାରେ କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କରିଥିଲେ ଏବଂ ଗୁଜରାଟର ଭୋଟରଙ୍କୁ କଂଗ୍ରେସ ସପକ୍ଷରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ।“ ଡିସେମ୍ବର 12, 2012 ରେ ଆମେ ଦେଶ ଗୁଜୁରାଟ HD ର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଭାଇରାଲ୍ ଭିଡିଓ ମଧ୍ୟ ପାଇଲୁ | ଭାଇରାଲ ପୋଷ୍ଟ ବାବଦରେ ନିଶ୍ଚିତ ହେବା ପାଇଁ ଆମେ ଉତ୍ତରପ୍ରଦେଶର କଂଗ୍ରେସ ମୁଖପାତ୍ର ଅଭିମନ୍ୟୁ ତ୍ୟାଗୀଙ୍କ ସହ ଯୋଗାଯୋଗ କରିଥିଲୁ ଏବଂ ସେ ଆମକୁ କହିଥିଲେ, “ରବୀନା ଟଣ୍ଡନ ପୂର୍ବରୁ କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ବର୍ତ୍ତମାନର 2024 ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପାର୍ଟି ପ୍ରଚାର ବିଷୟରେ ଦଳ ସ୍ତରରେ କୌଣସି ସୂଚନା ଉପଲବ୍ଧ ନାହିଁ। ” ଭାଇରାଲ୍ ପୋଷ୍ଟ ସେୟାର କରିଥିବା ଫେସବୁକ୍ ପେଜ୍ ର ସୋସିଆଲ ସ୍କାନିଂ ସମୟରେ, ଆମେ ଜାଣିଲୁ ଯେ ଏହି ପୃଷ୍ଠାକୁ ଦୁଇ ହଜାରରୁ ଅଧିକ ଲୋକ ଅନୁସରଣ କରୁଛନ୍ତି | ସିଦ୍ଧାନ୍ତ: ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓ ହେଉଛି 2012 ମସିହାର। କଂଗ୍ରେସ ପ୍ରଚାରକ ଭାବରେ ଭଦୋଦରା ଠାରେ ଅନୁଷ୍ଠିତ ରାଲିରେ ରବୀନା ଟଣ୍ଡନ୍ ଅଂଶଗ୍ରହଣ କରିଥିଲେ। ବାର ବର୍ଷ ପୁରୁଣା ଭିଡିଓକୁ 2024 ଲୋକସଭା ନିର୍ବାଚନ ସହିତ ଯୋଡି ଭ୍ରମାତ୍ମକ ଦାବି କରାଯାଉଛି । - Claim Review : ଏହାକୁ ବର୍ତ୍ତମାନର ସାଧାରଣ ନିର୍ବାଚନ ସହ ଯୋଡି ଭିଡିଓ ସେୟାର କରୁଥିବାବେଳେ ୟୁଜରମାନେ ଦାବି କରୁଛନ୍ତି ଯେ ରବୀନା ଟଣ୍ଡନ୍ କହିଛନ୍ତି ଯେ ଏଥର କଂଗ୍ରେସ ଜିତିବ। - Claimed By : FB Page- दूदू ज़िला - Fact Check : Misleading Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software