About: http://data.cimple.eu/claim-review/cce00a2841e3b68d576fcced6d16d6c5bf337ec8259c3a1329dd8e3e     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଫ୍ୟାକ୍ଟ ଚେକ୍: ଭାଇରାଲ ହେଉଥିବା ଫଟୋଟି ବହୁ ପୁରୁଣା, ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କ ବାୟୁସେନା ଦ୍ୱାରା ତ୍ରିଶୂଳ ରଚନା ଅନ୍ୟ କୌଣସି ସ୍ଥାନରେ ହୋଇଥାଇ ପାରେ, କିନ୍ତୁ ଭାଇରାଲ ଫଟୋଟି ବହୁ ପୁରୁଣା ତେଣୁ ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କ । Claim : ମହାକୁମ୍ଭରେ ଶିବରାତ୍ରି ଅବସରରେ ତ୍ରିଶୂଳର ଏକ ଆକାର ରଚିଥିଲା ବାୟୁସେନାFact : ଉକ୍ତ ଫଟୋଟି ବହୁ ପୁରୁଣା, ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କସମାପ୍ତ ହୋଇଛି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳା । ୪୫ଦିନ ଧରି ଚାଲିଥିବା ଉକ୍ତ ମେଳାରେ ପ୍ରତିଦିନ ଦେଶ- ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମହାକୁମ୍ଭରେ, ୧୦୦ରୁ ଅଧିକ ଦେଶର ଭକ୍ତମାନେ ପ୍ରୟାଗରାଜରେ ପହଞ୍ଚିଥିଲେ। ଯାହା ଦ୍ବାରା ପରିବହନ କ୍ଷେତ୍ରଠାରୁ ଆରମ୍ଭ କରି ଆତିଥ୍ୟ, ପର୍ଯ୍ୟଟନ ପର୍ଯ୍ୟନ୍ତ ଶହ ଶହ କ୍ଷେତ୍ରର ବ୍ୟବସାୟରେ ବିପୁଳ ବୃଦ୍ଧି ଘଟିଛି । ଉତ୍ତର ପ୍ରଦେଶର ଅର୍ଥନୀତି ପାଇଁ ଆଶୀର୍ବାଦ ସାଜିଛି ଏହି ମହାକୁମ୍ଭ । ପ୍ରକାଶିତ ଖବର ଅନୁଯାୟୀ, ମହାକୁମ୍ଭ ର ୪୫ ଦିନ ଭିତରେ ୬୫ କୋଟି ରୁ ଅଧିକ ଭକ୍ତ ଆସି ପ୍ରୟାଗରାଜ ରେ ପହଞ୍ଚି ବୁଡ଼ ପକାଇଥିଲେ । ଭକ୍ତଙ୍କ ସଂଖ୍ୟା ଆଶା ଠାରୁ ଦୁଥଗୁଣିତ ଥିଲା ବାଳି ପ୍ରକାଶ ପାଇଛି । ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ କିଛି ଯୁଦ୍ଧ ବିମାନ ଉଡ଼ି ଆକାଶରେ ତ୍ରିଶୂଳର ଏକ ଆକାର ଆଙ୍କିଥିବାର ଦେଖିବାକୁ ମିଳିଛି । ଉକ୍ତ ଫଟୋଟି ମହାକୁମ୍ଭର ଶେଷଦିନର ଦୃଶ୍ୟ ବୋଲି ସୋସିଆଲ ମିଡିଆରେ ଦାବି ହୋଇଛି । ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଲେଖିଛନ୍ତି, आज महाकुम्भ के अंतिम दिन और महाशिवरात्रि के पावन पर्व के सुअवसर पर भारतीय वायु सेना का आकाश में त्रिशूल बनाना उनके अद्वितीय कौशल का प्रमाण है। इस अद्भुत और अलौकिक प्रस्तुति के लिए वायु सेवा के सभी वीर जवान बधाई के पात्र हैं। हर हर महादेव ! ଯାହାର ଓଡ଼ିଆ ଅନୁବାଦ ହେଉଛି, ଆଜି ମହାକୁମ୍ଭର ଶେଷ ଦିନରେ ଏବଂ ମହାଶିବରାତ୍ରୀର ପବିତ୍ର ଅବସରରେ ଭାରତୀୟ ବାୟୁସେନା, ଆକାଶରେ ତ୍ରିଶୂଳ ତିଆରି କରି ସେମାନଙ୍କର ଅନନ୍ୟ ଦକ୍ଷତାର ପ୍ରମାଣ ଦେଇଛନ୍ତି । ବାୟୁ ସେନାର ସମସ୍ତ ସାହସୀ ସୈନିକମାନେ ଏହି ଚମତ୍କାର ଏବଂ ଅଲୌକିକ ଉପସ୍ଥାପନା ପାଇଁ ଅଭିନନ୍ଦନ ପାଇବାକୁ ଯୋଗ୍ୟ ଅଟନ୍ତି । ହରହର ମହାଦେବ ! ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ହେଉଥିବା ଫଟୋଟି ମହାକୁମ୍ଭର ବହୁ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ପ୍ରୟାଗରାଜ ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କ । ଯେତେବେଳେ ଆମେ ମହାକୁମ୍ଭରେ ଯୁଦ୍ଧବିମାନ ଦ୍ୱାରା ପ୍ରଦର୍ଶନ ନେଇ ସର୍ଚ୍ଚ କରିଥିଲୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ପାଇଥିଲୁ । ହେଲେ କୌଣସି ଗଣମାଧ୍ୟମରେ ଭାଇରାଲ ଫଟୋ ସଦୃଶ୍ୟ ତ୍ରିଶୂଳ ରଚନାର କୌଣସି ଝଲକ ଦେଖିବାକୁ ପାଇନଥିଲୁ । ସେହିପରି ପ୍ରୟାଗରାଜରେ ଖବର ସଂଗ୍ରହ କରିଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଏନେଇ ପଚାରିବାରୁ ସିଏ କହିଥିଲେ, ମହାକୁମ୍ଭରେ ବାୟୁସେନା ଆକାଶ ମାର୍ଗରେ ପ୍ରଦର୍ଶନ କରିଥିଲେ ହେଲେ ଭାଇରାଲ ଫଟୋ ସଦୃଶ ଏଭଳି ତ୍ରିଶୂଳ ରଚନା ହୋଇନଥିଲା । ଅଧିକ ଅନୁସନ୍ଧାନ କରିବାକୁ ଯାଇ ଯେତେବେଳେ ଭାଇରାଲ ଫଟୋକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ, ଏକ ଏକ୍ସ ପୋଷ୍ଟ ହସ୍ତଗତ ହୋଇଥିଲା । ୬ମାର୍ଚ୍ଚ ୨୦୧୯ ରେ ଉକ୍ତ ଫଟୋଟି ପୋଷ୍ଟ ହୋଇଥିବା ବେଳେ ଉକ୍ତ ଫଟୋଟି ରାଜସ୍ଥାନର ବୋଲି ଉଲ୍ଲେଖ ରହିଥିଲା । ଯେତେବେଳେ ଆମେ ଉକ୍ତ ଫଟୋକୁ ଭାଇରାଲ ଫଟୋସହ ତୁଳନା କରିଥିଲୁ ଉଭୟ ଫଟୋ ସମାନ ବୋଲି ଜାଣିବାକୁ ପାଇଥିଲୁ । ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଫଟୋଟି ଅନ୍ୟୁନ୍ୟ ୨୦୧୯ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ତେଣୁ ଭାଇରାଲ ଫଟୋ ସହ ଚଳିତ ବର୍ଷ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ସହ କୌଣସି ସମ୍ପର୍କ ନାହିଁ । ଅନୁସନ୍ଧାନରୁ କିଛି ଭିଡିଓ ମଧ୍ୟ ହସ୍ତଗତ ହୋଇଥିଲା, ଯାହାକି ପ୍ରାୟ ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ପ୍ୟାରେଡ ସମୟରେ ଦେଖାଯାଇଥାଏ । ୨୦୧୬ ଜାନୁଆରୀ ୨୬ରେ ଉକ୍ତ ଭିଡିଓ ଟି ଟାଇମ୍ସ ନାଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଥିବା ବେଳେ ଶୀର୍ଷକରେ ଉଲ୍ଲେଖ କରିଛି, Formation of Trishul By SU-30 MKI Aircrafts at Rajpath | 67th Republic Day. ୨୬ ଜାନୁଆରୀ ୨୦୨୪ ରେ ଦ ପ୍ରିଣ୍ଟ ମଧ୍ୟ ଉକ୍ତ ଶୀର୍ଷକ ସହ ଏକ ଭିଡିଓ ଅପଲୋଡ଼ କରିଛି । ଦ ଷ୍ଟେଟ୍ସମ୍ୟାନ ଏକ ଭିଡିଓ ସେୟାର କରି ଉଲ୍ଲେଖ କରିଛି, ୭୬ତମ ସାଧାରଣତନ୍ତ୍ର ଦିବସରେ ବାୟୁସେନା ପକ୍ଷରୁ ତ୍ରିଶୂଳ ରଚନା । ହେଲେ ଉକ୍ତ ଭିଡିଓ ଗୁଡିକରେ ଭାଇରାଲ ଫଟୋରେ କୌଣସି ଅଂଶ କିମ୍ବା ସମାନତା ଦେଖିବାକୁ ପାଇନଥିଲୁ । ତେବେ ଭାଇରାଲ ଫଟୋଟି କେଉଁ ସ୍ଥାନ ଏବଂ ସମୟର ଏହାର ସତ୍ୟତା ଜାଣିହେଉନଥିବା ବେଳେ, ଏହା ମହାକୁମ୍ଭ ବହୁ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ଥିବାରୁ ଏହା ମହାକୁମ୍ଭ ସହ କୌଣସି ସମ୍ପର୍କ ନାହିଁ ବୋଲି ପ୍ରମାଣିତ ହୋଇଛି । ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ I ବାୟୁସେନା ଦ୍ୱାରା ତ୍ରିଶୂଳ ରଚନା କୌଣସି ସ୍ଥାନରେ ହୋଇଥାଇ ପାରେ, କିନ୍ତୁ ଭାଇରାଲ ଫଟୋଟି ବହୁ ପୁରୁଣା ତେଣୁ ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software