About: http://data.cimple.eu/claim-review/d1941bd3a22d6ac99d9f34773536b4063f35a58381a6348de6405c70     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଫ୍ୟାକ୍ଟ ଚେକ୍: ସଚେତନତା ଉଦ୍ଦେଶ୍ୟରେ ପ୍ରସ୍ତୁତ ସ୍କ୍ରିପ୍ଟେଡ୍ ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ୍ ହେଉଛି ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରେ ଦାବିକୁ ମିଥ୍ୟା ବୋଲି ପ୍ରମାଣିତ କରିଛି। ଭାଇରାଲ୍ ଭିଡିଓ ହେଉଛି ଏକ ନାଟକୀୟ ଉପସ୍ଥାପନ ଯାହାକି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି। - By: Pragya Shukla - Published: Apr 21, 2022 at 02:29 PM ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦର୍ଶାଯାଉଛି ଯେ ପ୍ରସାଦ ଖାଇବା ପରେ ଜଣେ ମହିଳା, ଗୋଟିଏ ଗ୍ୟାଙ୍ଗ ଦ୍ୱାରା ଲୁଟ୍ର ଶିକାର ହେଉଛନ୍ତି। ସିସିଟିଭି ଫୁଟେଜ ଭିଡିଓରେ ଜଣେ ମହିଳା ବସଷ୍ଟାଣ୍ଡରେ ବସ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଦୁଇଜଣ ମହିଳା ଆସି ତାଙ୍କୁ ପ୍ରସାଦ ଭାବରେ କିଛି ଖାଇବାକୁ ଦେଉଛନ୍ତି ଏବଂ ମହିଳା ଏହାକୁ ଖାଇ ଦେଉଛନ୍ତି। ଏହା ପରେ ମହିଳା ଚେତନା ହରାଇ ପଡ଼ିଯାଉଛନ୍ତି। ସେହି ସମୟରେ, ମହିଳା ଦୁଇଜଣ ଏବଂ ଜଣେ ତୃତୀୟ ପୁରୁଷ ଆସି ମହିଳାଙ୍କର ସମସ୍ତ ଜିନିଷପତ୍ର ଏବଂ ଅଳଙ୍କାର ଲୁଟି ନେଇ ସେଠାରୁ ଦୌଡ଼ି ପଳାଉଛନ୍ତି। ଏହି ଭିଡିଓ ସେୟାର କରି, ୟୁଜରମାନେ ଦାବି କରୁଛନ୍ତି ଯେ ଲୋକମାନେ ଲୁଟ୍ କରିବାର ଏହି ନୂଆ ଉପାୟ ବାହାର କରିଛନ୍ତି, ସେମାନେ ପ୍ରଥମେ ପ୍ରସାଦ ଖାଇବାକୁ ଦେଇ ସେମାନଙ୍କୁ ଚେତାଶୂନ୍ୟ କରିଦିଅନ୍ତି, ତାପରେ ସେମାନେ ଲୁଟ୍ କରିବା ପରେ ପଳାୟନ କରନ୍ତି। ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରେ ଦାବିକୁ ମିଥ୍ୟା ପ୍ରମାଣିତ କରିଛି। ସଚେତନତା ପ୍ରସାର ଲକ୍ଷ୍ୟରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଭିଡିଓ ଏକ ନାଟକୀୟ ଉପସ୍ଥାପନ ଅଟେ। ଭାଇରାଲ୍ ପୋଷ୍ଟରେ କ’ଣ ଅଛି? ଭାଇରାଲ ଭିଡିଓ ସେୟାର କରି ଫେସବୁକ ବ୍ୟବହାରକାରୀ ଅଞ୍ଜଲି ଚୌହାନ ଲେଖିଛନ୍ତି ଯେ ଯେତେବେଳେ ଆପଣ ଘରୁ ବାହାରକୁ ଆସୁଛନ୍ତି, କାହାଠାରୁ ପ୍ରସାଦ ନିଅନ୍ତୁ ନାହିଁ। ଭିଡିଓ କେଉଁଠୁ ଆସିଛି ଜାଣିନି, ଏପରିକି ମହିଳା ମଧ୍ୟ ମହିଳାଙ୍କର ଶିକାର ହେଉଛନ୍ତି। ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ। “ ଫ୍ୟାକ୍ଟ ଚେକ୍ ଉଦ୍ଦେଶ୍ୟରେ ପୋଷ୍ଟରେ ଲେଖାଯାଇଥିବା ଜିନିଷଗୁଡ଼ିକ ଅବିକଳ ଲେଖାଯାଇଛି। ଏହି ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖାଯାଇପାରିବ। ଅନୁସନ୍ଧାନ – ଭାଇରାଲ୍ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଭାଇରାଲ୍ ଭିଡିଓକୁ ଧ୍ୟାନର ସହ ଦେଖିଲୁ। ଆମେ ଦେଖିପାରିଲୁ ଯେ ଭିଡିଓ ଶେଷରେ ଲେଖା ହୋଇଛି ଯେ ଝିଅମାନେ ଏଭଳି ଘଟଣା ପ୍ରତି ସାବଧାନ ରୁହନ୍ତୁ। ଏହା ଦେଖିବା ପରେ, ଭାଇରାଲ୍ ଭିଡିଓ ନାଟକୀୟ ହୋଇଥିବା ବିଷୟରେ ସନ୍ଦେହ କରିଥିଲୁ। ତାପରେ ଆମେ ଅନୁସନ୍ଧାନ ଜାରି ରଖି ଇନଭିଡ୍ ଟୁଲ୍ ସାହାଯ୍ୟରେ ଭିଡିଓର ଅନେକଗୁଡ଼ିଏ ଗ୍ରାବ୍ ବାହାର କଲୁ ଏବଂ ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ସେଗୁଡିକୁ ଖୋଜିଲୁ। ଏହି ସମୟ ମଧ୍ୟରେ ଆମେ 9 ଏପ୍ରିଲ 2022 ରେ 3RD EYE ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ମୂଳ ଭିଡିଓ ପାଇଲୁ। ବର୍ଣ୍ଣନାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହା ଏକ ନାଟକୀୟ ଉପସ୍ଥାପନ, ଯାହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସଚେତନ କରାଇବା। ଏହା ପରେ ଆମେ 3RD EYE ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଜିବା ଆରମ୍ଭ କଲୁ। ଏହି ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଚ୍ୟାନେଲଟି ଏହିଭଳି ନାଟକୀୟ ଭିଡିଓ ସବୁ ତିଆରି କରେ। କେତେଗୁଡ଼ିଏ ଭିଡିଓ ମଜାଳିଆ ପ୍ରସଙ୍ଗ ଉପରେ ଆଧାରିତ ହୋଇଥିବାବେଳେ ଆଉ କେତେକ ଗମ୍ଭୀର ବିଷୟ ଉପରେ ଆଧାରିତ। ଏହି ସମସ୍ତ ଭିଡିଓ କଳାକାରମାନଙ୍କୁ ନେଇ ପ୍ରସ୍ତୁତ କରାଯାଉଛି। ବାସ୍ତବତା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ଅନୁସନ୍ଧାନ ସମୟରେ, ଆମେ ଏହି ଭିଡିଓ 6 ମେ 2017 ରେ ପ୍ରିୟା ନାମକ ଏକ ଫେସବୁକ୍ ପେଜରେ ଅପଲୋଡ୍ ହୋଇଥିବାର ଦେଖିଲୁ। ଭିଡିଓ ପୋଷ୍ଟ କରିବାବେଳେ ପ୍ରିୟା କ୍ୟାପସନରେ ଲେଖିଛନ୍ତି ଯେ ଏହି ପେଜରେ ସ୍କ୍ରିପ୍ଟେଡ୍, ଡ୍ରାମା ଏବଂ ପାରୋଡି ଭିଡିଓ ଅଛି। ଏଗୁଡ଼ିକ ସଚେତନତା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ଫେସବୁକ୍ ପେଜ୍ ଖୋଜିବା ପରେ, ଆମେ ଜାଣିଲୁ ଯେ ପ୍ରିୟା ପ୍ରାୟତଃ ଏହିପରି ସ୍କ୍ରିପ୍ଟେଡ୍ ଭିଡିଓ ସେୟାର କରନ୍ତି। ଅଧିକ ସୂଚନା ପାଇଁ ଆମେ 3RD EYE ପେଜ୍ ଚଳାଉଥିବା ରାହୁଲ କଶ୍ୟପଙ୍କ ସହିତ ଯୋଗାଯୋଗ କଲୁ। ସେ ଆମକୁ କହିଲେ – ଭାଇରାଲ୍ ଦାବି ମିଥ୍ୟା ଅଟେ। ଏହି ଭିଡିଓ ଶିକ୍ଷା ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହା ପ୍ରଥମ ଘଟଣା ନୁହେଁ ଯେ ଏହିଭଳି ନାଟକୀୟ ଭିଡିଓକୁ ସତ ମାନି ଲୋକମାନେ ସେୟାର୍ କରିଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଘଟିଛି। ଆମ ଦ୍ୱାରା କରାଯାଇଥିବା ଏହିପରି ଫ୍ୟାକ୍ଟ ଚେକ୍ଗୁଡ଼ିକ ଆପଣ ଏଠାରେ ପଢ଼ିପାରିବେ। ଅନୁସନ୍ଧାନ ଶେଷ ହେବା ପରେ, ଯେଉଁ ବ୍ୟବହାରକାରୀ ପୋଷ୍ଟକୁ ଭାଇରାଲ କରିଥିଲେ, ତାଙ୍କର ଯାଂଚ କରାଯାଇଥିଲା। ଫେସବୁକ ବ୍ୟବହାରକାରୀ ଅଞ୍ଜଲୀ ଚୌହାନଙ୍କ ସୋସିଆଲ ସ୍କାନିଂରୁ ଜଣାପଡ଼ିଛି ଯେ ଫେସବୁକରେ ତାଙ୍କର ଚାରି ହଜାର ପାଞ୍ଚଶହରୁ ଅଧିକ ଫ୍ରେଣ୍ଡସ୍ ଅଛନ୍ତି। निष्कर्ष: ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରେ ଦାବିକୁ ମିଥ୍ୟା ବୋଲି ପ୍ରମାଣିତ କରିଛି। ଭାଇରାଲ୍ ଭିଡିଓ ହେଉଛି ଏକ ନାଟକୀୟ ଉପସ୍ଥାପନ ଯାହାକି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି। - Claim Review : ଦାବି ସମୀକ୍ଷା: "ଆପଣ ଘରୁ ବାହାରିବା ସମୟରେ, କାହାଠାରୁ ପ୍ରସାଦ ନିଅନ୍ତୁ ନାହିଁ। ଭିଡିଓ କେଉଁଠୁ ଆସିଛି ଜଣା ନାହିଁ। ମହିଳାମାନେ ମଧ୍ୟ ମହିଳାଙ୍କର ଶିକାର ହେଉଛନ୍ତି, ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ।" - Claimed By : ଅଞ୍ଜଲୀ ଚୌହାନ - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software