About: http://data.cimple.eu/claim-review/d5b173a78b192d9dfb5d1c456d65e456f0c3fbb7c498e621ec8a7cfa     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ସାରା ଭାରତରେ ରକ୍ତ ଆବଶ୍ୟକ ପୂରଣ ପାଇଁ ୧୦୪ ହେଲ୍ପଲାଇନ ଜାରି କରିନାହାନ୍ତି କେନ୍ଦ୍ର ସରକାର ରକ୍ତ ଆବଶ୍ୟକ ପାଇଁ ଏଭଳି କୌଣସି ହେଲ୍ପଲାଇନ ନମ୍ବର ଜାରି କରି ନାହାନ୍ତି କେନ୍ଦ୍ର ସରକାର । ୧୦୪ ହେଲ୍ପଲାଇନ ନମ୍ବରଟି ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ହେଲ୍ପଲାଇନ ନମ୍ବର ବୋଲି ତଦନ୍ତରୁ ଜଣାଯାଏ । Claim :ସାରା ଭାରତରେ ରକ୍ତ ଆବଶ୍ୟକ ପାଇଁ ଜାରି କାରାଯାଇଛି ହେଲ୍ପଲାଇନ ନମ୍ବର: ୧୦୪ Fact :ରକ୍ତ ଆବଶ୍ୟକ ପାଇଁ ଏଭଳି କୌଣସି ହେଲ୍ପଲାଇନ ନମ୍ବର ଜାରି କରିନାହାନ୍ତି କେନ୍ଦ୍ର ସରକାର ରକ୍ତ ଦାନ ଜୀବନ ଦାନ, କାରଣ ଏହି ଦାନ ଜଣଙ୍କୁ ନୂଆ ଜୀବନ ଦେଇଥାଏ । ତେବେ ସ୍ୱଇଚ୍ଛାରେ ଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଜୁନ୍୧୪ କୁ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ । ରକ୍ତଦାନର ମହତ ଆଉ ରକ୍ତଦାତାଙ୍କ ମହାନ ପଣିଆକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ । ରକ୍ତଦାନ କେବଳ ଏକ ମହତ କାର୍ଯ୍ୟ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ। ରକ୍ତ ଦାନ କରିବା ଦ୍ୱାରା ଶରୀର ଅନେକ ରୋଗରୁ ରକ୍ଷା ପାଇଥାଏ ଏବଂ ମନ ସକ୍ରିୟ ରହିଥାଏ । ଏହା ଦ୍ୱାରା ରକ୍ତ ପତଳା ହୋଇଥାଏ, ଯାହା ଫଳରେ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ । ତେବେ ରକ୍ତ ଆବଶ୍ୟକକୁ ପୁରଣ କରିବାକୁ ଯାଇ ବିଭିନ୍ନ ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ପକ୍ଷରୁ ରକ୍ତଭଣ୍ଡାର ମଧ୍ୟ ରହିଥାଏ । ତେବେ ଇତିମଧ୍ୟରେ ରକ୍ତଦାନକୁ ନେଇ ଏକ ଲେଖା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲେଖାରେ ଏକ ହେଲ୍ପଲାଇନ ନମ୍ବର ଦିଆଯାଇଥିବାର ଦେଖା ଯାଇଛି । ଉକ୍ତ ନମ୍ବରଟିକୁ କଲ୍ କଲେ ୪ଘଣ୍ଟା ମଧ୍ୟରେ ରକ୍ତ ମିଳିପାରିବ ବୋଲି ଦର୍ଶାଯାଇଥିବା ବେଳେ ଏହା ପାଇଁ କିଛି ଶୁଳ୍କ ମଧ୍ୟ ଧାର୍ଯ୍ୟ କରାଯାଇଛି । ତେବେ ସୋସିଆଲ ମିଡିଆରେ ୟୁଜର୍ସ ଏକ ରକ୍ତଦାନ ସମ୍ପର୍କିତ ଫଟୋ ସହ ଏକ ଇଂରାଜୀ ଲେଖା ସେୟାର କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି, Government's new scheme from today. 104 becomes India's Special Number for Blood requirement. The service is called Blood On Call. After calling this number,Blood will be delivered within 4 hours within a 40 km radius. Charges: Rs.450/- per bottle and Rs. 100/- for transportation. Please forward this message to your friends, relatives,and groups. Many lives can be saved through this facility. ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ, ଆଜିଠାରୁ ଆରମ୍ଭ ହୋଇଛି ସରକାରଙ୍କ ନୂତନ ଯୋଜନା । ରକ୍ତ ଆବଶ୍ୟକତା ପାଇଁ ଭାରତର ସ୍ୱତନ୍ତ୍ର ହେଳ୍ପଲାଇନ ନମ୍ବର ହେଉଛି ୧୦୪। ଏହି ସେବାକୁ ବ୍ଲଡ ଅନକଲ୍ କୁହାଯାଏ , ଏହି ନମ୍ବରକୁ କଲ କରିବା ପରେ ୪୦ କିଲୋମିଟର ମଧ୍ୟରେ ଥିବା ରକ୍ତଦାତା ୪ଘଣ୍ଟା ମଧ୍ୟରେ ରକ୍ତ ବିତରଣ କରିବେ । ଦେୟ ବୋତଲ ପିଛା ୪୫୦ ଏବଂ ପରିବହନ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଦୟାକରି ଏହି ବାର୍ତ୍ତା ଆପଣଙ୍କର ସାଙ୍ଗ, ସମ୍ପର୍କୀୟଙ୍କୁ ପଠାନ୍ତୁ । ଏହି ସୁବିଧା ମାଧ୍ୟମରେ ଅନେକ ଜୀବନ ରକ୍ଷା କରାଯାଇପାରିବ । https://www.facebook.com/share/p/19KHYRn4Px/ https://www.facebook.com/share/p/18DY8QqxBg/ ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ସାରା ଦେଶରେ ରକ୍ତ ଆବଶ୍ୟକ ପାଇଁ ଏଭଳି କୌଣସି ହେଲ୍ପଲାଇନ ଜାରି କରିନାହାନ୍ତି କେନ୍ଦ୍ର ସରକାର । ଯଦି ପୋଷ୍ଟଟିକୁ ଆପଣ ତର୍ଜମା କରି ପଢ଼ିବେ ତେବେ କିଛି ଲେଖାରେ ଯଥାର୍ଥ ଥିବାର ଜଣାଯାଏ । ଯେପରିକି ସରକାରୀ ସ୍ତରରେ ରକ୍ତକୁ ୟୁନିଟ ଦ୍ୱାରା ମପାଯାଏ ହେଲେ ଉକ୍ତ ପୋଷ୍ଟରେ ବୋତଲ ବୋଲି ଦର୍ଶାଯାଇଛି । ସେହିପରି କେନ୍ଦ୍ର ସରକାରଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ କୌଣସି ସ୍ଥାନରେ ଦେୟ ଆବଶ୍ୟକ ନଥାଏ । ହେଲେ ଉକ୍ତ ପୋଷ୍ଟରେ ପରିବହନ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଏନେଇ ଆମେ ଗୁଗୁଲରେ ଅନୁସନ୍ଧାନ କରିବାରୁ ସାରାଦେଶରେ ଏଭଳି ପ୍ରଚଳିତ ସେବାର କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ମଧ୍ୟ ଏଭଳି କୌଣସି ସେବା ପ୍ରଚଳନ ପାଇଁ କୌଣସି ନୋଟିସ କିମ୍ବା ଉଲ୍ଲେଖ ହୋଇନାହିଁ । ଅନୁସନ୍ଧାନ ବେଳେ Times of India ରେ ପ୍ରକାଶିତ ଏକ ଖବର ହସ୍ତଗତ ହୋଇଥିଲା । ୭ ଜାନୁଆରୀ ୨୦୨୨ରେ ଖବର ପ୍ରସାରଣ କରି Times of India ଉଲ୍ଲେଖ କରିଛି, A call centre for the purpose has been set up at Aundh Civil Hospital in Pune. People can dial 104 to connect the call centre with their requirements and the information will be forwarded to the respective district blood banks. The blood would be transported on motorcycles specially fitted with a cold storage facility within an hour's time to areas within a radius of 40 km," state health minister Suresh Shetty said. Citizens needing blood simply have to dial 104 and place a request at the call centre at the Aundh Civil Hospital, which will then alert the nearest district blood bank to deliver blood. ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ, ପୁନେର ଅଉନ୍ଧ ସିଭିଲ ହସ୍ପିଟାଲରେ ଏକ କଲ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଲୋକମାନେ ସେମାନଙ୍କର ଆବଶ୍ୟକତା ସହିତ କଲ୍ ସେଣ୍ଟରକୁ ସଂଯୋଗ କରିବା ପାଇଁ ୧୦୪ ଡାଏଲ୍ କରିପାରିବେ ଏବଂ ସୂଚନା ସମ୍ପୃକ୍ତ ଜିଲ୍ଲା ରକ୍ତ ବ୍ୟାଙ୍କକୁ ପଠାଯିବ । ଏହି ରକ୍ତକୁ ମୋଟର ସାଇକେଲରେ ଏକ ଘଣ୍ଟା ମଧ୍ୟରେ ୪୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଆବଶ୍ୟକୀୟ ଷ୍ଟୋରେଜ ସହିତ ପରିବହନ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୁରେଶ ଶେଟ୍ଟୀ କହିଛନ୍ତି । ରକ୍ତ ଆବଶ୍ୟକ କରୁଥିବା ନାଗରିକଙ୍କୁ କେବଳ ୧୦୪ ଡାଏଲ୍ କରିବାକୁ ପଡିବ ଏବଂ କଲ୍ ରେ ଏକ ଅନୁରୋଧ ରଖିବାକୁ ପଡିବ । ଅଧିକ ଅନୁସନ୍ଧାନ କରିବାରୁ ୧୦୪ ହେଲ୍ପଲାଇନ ନମ୍ବରଟି ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସେବା ପାଇଁ ଉଦିଷ୍ଟ ଅଟେ । କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟଚେକ୍ ସଂସ୍ଥା ପିଆଇବି ମଧ୍ୟ ଉକ୍ତ ସୂଚନାଟିକୁ ଭୁଲ୍ ବୋଲି ଏକ ପୋଷ୍ଟ କରିଥିଵାର ଦେଖିବାକୁ ମିଳିଛି । ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ରକ୍ତ ଆବଶ୍ୟକ ପାଇଁ ଏଭଳି କୌଣସି ହେଲ୍ପଲାଇନ ନମ୍ବର ଜାରି କରି ନାହାନ୍ତି କେନ୍ଦ୍ର ସରକାର । ୧୦୪ ହେଲ୍ପଲାଇନ ନମ୍ବରଟି ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ହେଲ୍ପଲାଇନ ନମ୍ବର ବୋଲି ତଦନ୍ତରୁ ଜଣାଯାଏ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software