About: http://data.cimple.eu/claim-review/dc9e2ff0f1abadce4423d964d1cf60f677dbb259a38082c1f6a516bb     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଭାଇରାଲ ହେଉଥିବା ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଡିଓଟିକୁ କରାଯାଇଛି ଏଡିଟ୍ ପ୍ରକୃତ ଭିଡିଓରେ ପଙ୍କଜ ତ୍ରିପାଠୀ ୟୁପିଆଇ ପିନ୍ ବିଷୟରେ ସତର୍କତା ଅବଲମ୍ବନ ପାଇଁ ଏକ ସଚେତନତା ବାର୍ତ୍ତା ଦେଉଛନ୍ତି । ଯେଉଁ ଭିଡିଓ ରେ ଭାଜପା ଲୋଗୋ ଲଗାଇ ଅଡିଓ କୁ ଏଡିଟ୍ କରି ଏକ ଭୁଲ୍ ତଥ୍ୟ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି । Claim :ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ଏକ ବିଜ୍ଞାପନ ପ୍ରଚାରରେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ Fact :ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଡିଓଟି ଏଡିଟ୍ କରାଯାଇ,ଭାଇରାଲ କରାଯାଇଛି ସୋସିଆଲ ମିଡିଆର ମାଧ୍ୟମ ସାଜିଛି ଭାଇରାଲ ଭିଡିଓ । ଇନଷ୍ଟାଗ୍ରାମ ହେଉ କି ଫେସବୁକ ଯେଉଁ ସୋସିଆଲ ମିଡିଆ ଦେଖିବେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଭିଡିଓ ଦେଖିବାକୁ ମିଳୁଛି । ୟୁଜର୍ସ ମଧ୍ୟ କୌଣସି ଅନୁଧ୍ୟାନ ନକରି ଉକ୍ତ ଭିଡିଓ ଗୁଡିକୁ ସେୟାର କରୁଥିବାରମଧ୍ୟ ଦେଖାଯାଇଛି । ବିଗତ କିଛିଦିନ ହେବ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖା ଯାଇଛି । ଭିଡିଓରେ ପଙ୍କଜ ତ୍ରିପାଠୀ ଏକ ବାଦାମ ବିକାଳି ର ଅଭିନୟ କରୁଥିବା ବେଳେ କହିଛନ୍ତି, ମୁଁ ବାଦାମ ବିକେ ନିଜ ବୁଦ୍ଧି ନୁହେଁ, ଏହି ଲିଙ୍କ ଦେଖନ୍ତୁ । ମେସେଯ ଆସିଛି ବିଜେପି ଵାଲା କହୁଛନ୍ତି ଭୋଟ୍ ଦିଅ ଆମେ ବିକାଶ କରିବୁ । ଆରେ ଏଇଟାକଣ ମୁଁ ଜାଣିନି ଏପଟେ ମୁଁ ଭୋଟ ଦେବି ଆଉ ସେଇପଟେ ସରକାରୀ ପଇସା ଗାୟବ । ମୁଁ ଜଣେ ବାଦାମ ବିକାଳି ମୂର୍ଖ ନୁହେଁ । ମନେ ରଖନ୍ତୁ ଯଦି ଭାଜପା କୌଣସି ଲୋଭ ଦେଖାଏ ତ କୁହନ୍ତୁ, ମୁଁ ମୂର୍ଖ ନୁହେଁ । ସୋସିଆଲ ମିଡିଆରେ ଉକ୍ତ ଭିଡିଓକୁ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, BJP वालों को कहें- "मैं मूर्ख नहीं हूं…" ଯାହାର ଓଡ଼ିଆ ଅନୁବାଦ ହେଉଛି, ବିଜେପି ବାଲାଙ୍କୁ କହିବେ, ମୁ ମୂର୍ଖ ନୁହେଁ । ଯାହାର ଆର୍କଆଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ : ଦାବିରେ ନାହିଁ କୌଣସି ସତ୍ୟତା, ପ୍ରକୃତ ଭିଡିଓରେ ଅଭିନେତା ପଙ୍କଜ ତ୍ରିପାଠୀ ୟୁପିଆଇ ଆପ୍ ର ବିଜ୍ଞାପନ ବିଷୟରେ କହିଛନ୍ତି । ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ UPI Chalega ନାମକ ଏକ ଫେସବୁକ ପେଜ୍ ହସ୍ତଗତ ହୋଇଥିଲା ଯେଉଁଥିରେ ଭାଇରାଲ ଭିଡିଓର ଏକ ଫଟୋ ଉକ୍ତ ପେଜ୍ ର କଭର ଫଟୋରେ ଥିବାର ଦେଖିବାକୁ ମିଳିଥିଲା । ଉକ୍ତ ପେଜ୍ କୁ ଅନୁଧ୍ୟାନ କରିବାରୁ ପଙ୍କଜ ତ୍ରିପାଠୀ ୟୁପିଆଇ ନେଇ ବିଭିନ୍ନ ଭିଡିଓ ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ । ଅଧିକ ଅନୁଧ୍ୟାନ କରିବାରୁ ୨୩ ସେପ୍ଟେମ୍ବର ୨୦୨୪ରେ ଭାଇରାଲ ଭିଡିଓଟି ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ । ଉକ୍ତ ଭିଡିଓ କୁ ନିରିଖେଇ ଦେଖିବାରୁ ଜଣାଯାଏଯେ ଏହା ଭାଇରାଲ ହେଇଥିବା ଭିଡିଓର ପ୍ରକୃତ ଭିଡିଓ । ଉକ୍ରଳ ଭିଡିଓରେ ପଙ୍କଜ ତ୍ରିପାଠୀ କହିଛନ୍ତି, ମୁଁ ବାଦାମ ବିକେ ନିଜ ବୁଦ୍ଧି ନୁହେଁ, ଏହି ଲିଙ୍କ ଦେଖନ୍ତୁ । ମେସେଯ ଆସିଛି ଲଟ୍ରି ଲାଗିଛି ୟୁପିଆଇ ପିନ୍ ପକାନ୍ତୁ ପଇସା ଆସିଯିବ । ଆରେ ଏଇଟାକଣ ମୁଁ ଜାଣିନି ଏପଟେ ମୁଁ ୟୁପିଆଇ ପିନ୍ ଦେବି ଆଉ ସେଇପଟେ ପଇସା ଗାୟବ । ମୁଁ ଜଣେ ବାଦାମ ବିକାଳି ମୂର୍ଖ ନୁହେଁ । ମନେ ରଖନ୍ତୁ ୟୁପିଆ କୁହେ ଯଦି କେହି ଲୋଭ ଦେଖାଏ ତ କୁହନ୍ତୁ, ମୁଁ ମୂର୍ଖ ନୁହେଁ । ଉକ୍ତ ଭିଡିଓ ରେ ଯେତେବେଳେ ମୋବାଇଲ ରେ ୟୁପିଆଇ ବିଷୟରେ ପଙ୍କଜ କହୁଛନ୍ତି ସେତେବେଳେ, ସିଏ ଦେଖାଉଥିବା ମୋବାଇଲରେ ଭାଇରାଲ ମେସେଜ ର ସ୍କ୍ରିନ ଆସୁଛି । ହେଲେ ଭାଇରାଲ ଭିଡିଓ ରେ ସେହି ସମୟରେ ବିଜେପିର ଲୋଗୋ ଦେଖିବାକୁ ମିଳିଛି । ଯାହାର ତୁଳନା ହୋଇଥିବା ଫଟୋ ଆପଣ ତଳେ ଦେଖି ପାରୁଥିବେ । ଉକ୍ତ ଭିଡିଓ ଟି ୟୁପିଆଇ ର ପ୍ରତ୍ୟେକ ସୋସିଆଲ ମିଡିଆରେ ସେୟାର କରାଯାଇଥିବାର ମଧ୍ୟ ଦେଖିବାକୁ ପାଇଥିଲୁ । ସେହିପରି ଉକ୍ତ ଭିଡିଓକୁ ଅଭିନେତା ପଙ୍କଜ ତ୍ରିପାଠୀ ମଧ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖାଯାଇଛି । ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ପ୍ରକୃତ ଭିଡିଓରେ ଅଭିନେତା ପଙ୍କଜ ତ୍ରିପାଠୀ ୟୁପିଆଇ ପିନ୍ ବିଷୟରେ ସତର୍କତା ଅବଲମ୍ବନ ପାଇଁ ଏକ ସଚେତନତା ବାର୍ତ୍ତା ଦେଉଛନ୍ତି । ଯେଉଁ ଭିଡିଓ ରେ ଭାଜପା ଲୋଗୋ ଲଗାଇ ଅଡିଓ କୁ ଏଡିଟ୍ କରି ଏକ ଭୁଲ୍ ତଥ୍ୟ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software