About: http://data.cimple.eu/claim-review/e52f0d241dcf0c9ac7fedd57075fa38c0510fabf8f5e3f3d30fe647f     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଫଟୋକୁ ଏଡିଟ୍ କରିନାହିଁ ଦ ଇକୋନୋମିଷ୍ଟ, ଫଟୋ ଉଠାଇବା ସମୟରେ ନଥିଲା ପାଲେଷ୍ଟାଇନର ପତକା ଦୀର୍ଘ ଦିନଧରି ବିରୋଧ ପ୍ରଦର୍ଶନ ପରେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଇସ୍ତଫା ପ୍ରଦାନ କରି ଦେଶ ଛାଡି ଦେଇଥିଲେ । ପରେପରେ ବିକ୍ଷୋଭକାରୀମାନେ ତାଙ୍କ ସରକାରୀ ବାସଭବନରେ ଆକ୍ରମଣ କରିବା ସହ ବହୁ ଆସବାବପତ୍ର ଲୁଟିନେଇଥିଲେ। ତେବେ ଯେଉଁପରି ଭାବେ ଛାତ୍ର ଆନ୍ଦୋଳନ ଗୋଟିଏ ଦେଶର ନିର୍ବାଚିତ ସରକାରଙ୍କ କ୍ଷମତା ପରିବର୍ତ୍ତନ କରିଦେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାତ୍ର ଏହାକୁ ଭିନ୍ନ ଢଙ୍ଗରେ ମଧ୍ୟ କିଛି ବୁଦ୍ଧିଜୀବୀ ଦେଖୁଛନ୍ତି । ବାଙ୍ଗଲାଦେଶରେ ସୃଷ୍ଟି ହୋଇଥିବା ସ୍ଥିତି ରୋକାଯାଇ ପାରିଥାନ୍ତା ବୋଲି ମଧ୍ୟ କେତେକାଂଶରେ ମତ ମଧ୍ୟ ପ୍ରକାଶ ପାଉଛି । ଉକ୍ତ ଘଟଣା ପରେପରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋଟି ଏକ ମାଗାଜିନ ର କଭର ଫଟୋ ପରି ଦିଶୁଥିବା ବେଳେ ଶିର୍ଷକରେ "Bangladesh Begins Again" ଲେଖା ଯାଇଛି । ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଫଟୋଟିକୁ ସେୟାର କରି ଉଲ୍ଲେଖ କରିଛନ୍ତି " "The Economist seems to have a problem with the Palestinian flag being displayed on its cover". ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ "ଦ ଇକୋନୋମିଷ୍ଟ ର ପାଲେଷ୍ଟାଇନ ପତାକାକୁ ପ୍ରକାଶିତ କରିବାରେ ମଧ୍ୟ କିଛି ଅସୁବିଧା ରହିଛି" । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ ଅଟେ, ଦ ଇକୋନୋମିଷ୍ଟ ଉକ୍ତ ଫଟୋଟିକୁ ଏଡିଟ୍ ନକରି ପ୍ରକାଶିତ କରିଛି ଅନୁସନ୍ଧାନରୁ ଗେଟି ଇମେଜର ଏକ ପୋଷ୍ଟ ହସ୍ତଗତ ହୋଇଥିଲା । ପୋଷ୍ଟରେ ଭାଇରାଲ ହେଉଥିବା ଫଟୋଟି ମଧ୍ୟ ରହିଥିଲା ଯେଉଁଥିରେ ଉଲ୍ଲେଖ ଥିଲା, "ସରକାର ବିରୋଧୀ ଆନ୍ଦୋଳନର ଝଡ଼ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ" । ଅଧିକ ସୂଚନା ଦେଇ ଗେଟି ଉଲ୍ଲେଖ କରିଛି ଯେ, "ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରାସାଦ ଉପରେ ଆକ୍ରମଣ କରିବା ସମୟରେ ସରକାର ବିରୋଧୀ ବିକ୍ଷୋଭକାରୀମାନେ ଏକତ୍ରିତ ହୋଇଥିଲେ । ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ୧୫ ବର୍ଷର ଶାସନ ୨୦ ଅଗଷ୍ଟ ୨୦୨୪ରେ ଶେଷ ହୋଇଥିଲା। ଏକ ମାସରୁ ଅଧିକ ଘାତକ ବିରୋଧ ପରେ ସେ ପଳାୟନ କରିଥିଲେ, ପରେପରେ ସେନା ଏକ ମଧ୍ୟବର୍ତ୍ତୀ ସରକାର ଗଠନ କରିବ ବୋଲି ଘୋଷଣା କରିଥିଲା । (କେ ମି ଆସାଦଙ୍କ ଫଟୋ / ଗେଟୀ ପ୍ରତିଛବି ମାଧ୍ୟମରେ ଲାଇଟ୍ ରକେଟ୍) । ଯେହେତୁ ଫଟୋଗ୍ରାଫରଙ୍କ ନାଁ ଗେଟି ପୋଷ୍ଟ କରିଥିବା ଫଟୋରେ ଉଲ୍ଲେଖ ଥିଲା, ଆମେ ଉକ୍ତ ଫଟୋ ଗ୍ରାଫରଙ୍କ ନାଁ "କେ.ଏମ ଆସଦ"ଲେଖି ଗୁଗୁଲରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଆସଦ ଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ହସ୍ତଗତ ହୋଇଥିଲା । ଆସଦ ଜଣେ ସ୍ବେଚ୍ଛାକୃତ ଫଟୋଗ୍ରାଫର ବୋଲି ନିଜ ପ୍ରୋଫାଇଲ ରେ ଉଲ୍ଲେଖ କରିଥିଲେ । ୧୧ ଅଗଷ୍ଟ୨୦୨୪ରେ ଆସଦ ଉକ୍ତ ଭାଇରାଲ ଫଟୋଟିକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଫଟୋ ସେୟାର କରି ଆସଦ ଲେଖିଥିଲେ ଯେ, " ଏହା ହେଉଛି ଦ ଇକୋନୋମିଷ୍ଟ ଫଟୋକୁ ନେଇ ବିଭ୍ରାନ୍ତିକରକ ହେଉଥିବା ଘଟଣା ରେ ମୋର ମତ" । " ଯେତେବେଳେ ମୁଁ ଘଟଣା ଘଟିଥିବା ସ୍ଥାନରେ ପହଁଞ୍ଚିଲି ସେତେବେଳେ ସେଠାରେ ଲୋକଙ୍କ ହାତରେ କେବଳ ବାଙ୍ଗଲାଦେଶର ଜାତୀୟ ପତାକା ଥିଲା, ସେସମୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଘଟଣା ମଧ୍ୟ ଘଟୁଥିଲା । ପ୍ରତ୍ୟେକ ଟି ଘଟଣା କୁ କଏଦ କରିବାକୁଯାଇ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଥିଲା ତେଣୁ , ବାରମ୍ବାର ଅଫିସ୍ ଭିତରକୁ ପ୍ରବେଶ କରିବା ସହ ବାରମ୍ବାର ବାହାରକୁ ଆସିବାକୁ ପଡୁଥିଲା । ପାଲେଷ୍ଟାଇନ ପତାକା ସହ ବିଭିନ୍ନ ସଙ୍ଗଠନ ର ପତାକା ମଧ୍ୟ ଦେଖା ଦେଇଥିଲା, ହେଲେ ସେସମୟରେ ମୁଁ ସେଠାରେ ଉପସ୍ଥିତ ନଥିଲି" । ମୁଁ ଦୃଢ଼ ଭାବେ କହୁଛି ଯେ, ମୁଁ ଯେତେବେଳେ ବାହାରେ ଉପସ୍ଥିତ ଥିଲି ସେସମୟରେ କେଵଳ ବାଙ୍ଗଳାଦେଶ ର ପତାକା ଥିଲା । ମୁଁ ଦେଇଥିବା ଫଟୋ ଦ ଇକୋନୋମିଷ୍ଟ ନିଜ କଭର ଫଟୋରେ ପ୍ରକାଶିତ କରିଛି ଏବଂ କୌଣସି ଏଡିଟ୍ ମଧ୍ୟ କରିନାହିଁ । ଅନୁସନ୍ଧାନରେ ବିବିସି ନ୍ୟୁଜ ବାଙ୍ଗଲା ଏକ ଭିଡିଓ ନିଜ ୟୁଟ୍ୟୁବ ରେ ୫ଅଗଷ୍ଟ ୨୦୨୪ ଦିନ ଅପଲୋଡ କରିଥିବାର ଦେଖିବାକୁ ପାଇଥିଲୁ। ଭିଡିଓ ର ଶୀର୍ଷକ ରହିଛି " বাংলাদেশে বিক্ষোভের মুখে প্রধানমন্ত্রী দেশ ছেড়ে পালানোর প্রথম নজির “ । ଉକ୍ତ ଶୀର୍ଷକ କୁ ଓଡ଼ିଆରେ ଅନୁବାଦ କରି ଆମେ ପାଇଲୁ " ବିରୋଧର ସମ୍ମୁଖୀନ ହୋଇ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଦେଶ ଛାଡି ପଳାଇବାର ଏହା ହେଉଛି ପ୍ରଥମ ଉଦାହରଣ" । ଭିଡିଓ ର ୧୧ସେକେଣ୍ଡ ସମୟରେ ଆମେ ପାଲେଷ୍ଟାଇନ ପାତାକା ଉତ୍ତୋଳନ କରାଯାଉଥିବାର ଦୃଶ୍ୟ ଦେଖିଲୁ । ନିୟୁୟର୍କ ଟାଇମ୍ସ ମଧ୍ୟ ନିଜର ୬ ଅଗଷ୍ଟ ୨୦୨୪ ସଂସ୍କରଣ ରେ ଏହି ଫଟୋଟିକୁ ପ୍ରକାଶିତ କରିଛି । ଉକ୍ତ ଫଟୋରେ ମଧ୍ୟ ପାଲେଷ୍ଟାଇନ ପାତାକା ନଥିବାର ଦେଖା ଦେଇଛି। ତେଣୁ ଏଥିରୁ ଜଣାଯାଏଯେ ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଦ ଇକୋନୋମିଷ୍ଟ ଫଟୋଟିକୁ ଏଡିଟ୍ କରି ନାହିଁ । ଆନ୍ଦୋଳନ ସମୟରେ ପାଲେଷ୍ଟାଇନ ପତାକା ଉତ୍ତୋଳନ କରାଯାଇଥିଲା ହେଲେ, ସେସମୟରେ ଉକ୍ତ ଫଟୋଗ୍ରାଫର ସେଠାରେ ଉପସ୍ଥିତ ନଥିଲେ ।
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software