About: http://data.cimple.eu/claim-review/f1253ddaefa4b28ea2fad8029a2efd48e96e701b7c09749505124c93     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ପ୍ରଧାନମନ୍ତ୍ରୀ ମୋଦି ସାଇ ବାବାଙ୍କ ଫଟୋ ଥିବା ଫଟୋ ଫ୍ରେମ୍ ଧରି ନଥିଲେ, ନକଲି ଫଟୋ ଭାଇରାଲ୍ ହୋଇଛି ସୋସିଆଲ ମିଡିଆରେ ଅନେକ ୟୁଜର ଏହି ଫଟୋକୁ ସତ୍ୟ ବୋଲି ଭାବି ସେୟାର କରୁଛନ୍ତି। ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟର ଯାଞ୍ଚ କରିଥିଲା। ଏହା ନକଲି ପ୍ରମାଣିତ ହେଲା। ଯାଞ୍ଚରୁ ଜଣାପଡିଲା ଯେ ମୂଳ ଫଟୋଟି 2015 ମସିହାର ଏକ ଘଟଣାର। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସୁନା ମୁଦ୍ରାର ଏକ ଫ୍ରେମ୍ ଧରିଥିଲେ। ମୂଳ ଫଟୋ ସହିତ ହେରଫେର କରି ସାଇ ବାବାଙ୍କ ଫଟୋ ଯୋଡାଯାଇଛି। By: Ashish Maharishi - Published: Feb 13, 2025 at 05:02 PM - ନୂଆଦିଲ୍ଲୀ (Vishvas News)। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ସେୟାର କରାଯାଉଛି। ଏଥିରେ ସେ ସାଇ ବାବାଙ୍କ ଫଟୋ ଥିବା ଏକ ଫଟୋ ଫ୍ରେମ୍ ଧରିଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଅନେକ ୟୁଜର ଏହି ଫଟୋକୁ ସତ୍ୟ ବୋଲି ଭାବି ସେୟାର କରୁଛନ୍ତି। ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟର ଯାଞ୍ଚ କରିଥିଲା। ଏହା ନକଲି ପ୍ରମାଣିତ ହେଲା। ଯାଞ୍ଚରୁ ଜଣାପଡିଲା ଯେ ମୂଳ ଫଟୋଟି 2015 ମସିହାର ଏକ ଘଟଣାର। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସୁନା ମୁଦ୍ରାର ଏକ ଫ୍ରେମ୍ ଧରିଥିଲେ। ମୂଳ ଫଟୋ ସହିତ ହେରଫେର କରି ସାଇ ବାବାଙ୍କ ଫଟୋ ଯୋଡାଯାଇଛି। ଭାଇରାଲ କଣ ହେଉଛି? ଫେସବୁକ୍ ୟୁଜର ସାଇ ବାବା ପ୍ରେମୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ଚିତ୍ରରେ, ସାଇ ବାବାଙ୍କ ଫଟୋ ସହିତ, ଲେଖାଯାଇଥିଲା, ଶ୍ରୀ ସାଇ ବାବା। ଦେଶରେ ଇଏ ହେଉଛନ୍ତି ଏକମାତ୍ର ଯିଏ ସମସ୍ତ ସମସ୍ୟାକୁ ସହଜରେ ସମାଧାନ କରିପାରିବେ। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିନ୍ନ ଭିନ୍ନ ୟୁଜର୍ସ ସମାନ ଦାବି ସହିତ ଏହି ପୋଷ୍ଟକୁ ସେୟାର କରିଛନ୍ତି। ପୋଷ୍ଟର ଆର୍କାଇଭ ଭର୍ସନ ଏଠାରେ ଦେଖନ୍ତୁ। ଅନୁସନ୍ଧାନ ବିଶ୍ୱାସ ନ୍ୟୁଜ୍ ଗୁଗୁଲ୍ ଲେନ୍ସ ଟୁଲ୍ ସାହାଯ୍ୟରେ ସନ୍ଧାନ ଆରମ୍ଭ କରିଥିଲା। ସର୍ବପ୍ରଥମେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇରାଲ ଫଟୋକୁ ଗୁଗୁଲ୍ ଲେନ୍ସ ଟୁଲ୍ ମାଧ୍ୟମରେ ସର୍ଚ୍ଚ କରାଯାଇଥିଲା। ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ୍ସ ହ୍ୟାଣ୍ଡେଲରେ ମୂଳ ଚିତ୍ରଟି ପାଇଲୁ। 5 ନଭେମ୍ବର 2015 ତାରିଖର ଏହି ଏକ୍ସ ପୋଷ୍ଟରେ, ପ୍ରଧାନମନ୍ତ୍ରୀ ମୋଦୀ ସୁନା ମୁଦ୍ରାର ଏକ ଫଟୋ ଫ୍ରେମ୍ ଧରିଥିବା ସ୍ପଷ୍ଟ ଭାବରେ ଦେଖାଯାଉଛି। କ୍ୟାପସନରେ ଲେଖାଥିଲା, “ଏକ ଗର୍ବର ମୁହୂର୍ତ୍ତ… ଅଶୋକ ଚକ୍ର ଥିବା ଭାରତୀୟ ସ୍ୱର୍ଣ୍ଣମୁଦ୍ରାର ଶୁଭାରମ୍ଭ।” ଅନୁସନ୍ଧାନକୁ ଆହୁରି ଆଗକୁ ନେଇ, ଆମେ ଏକ୍ସ ପୋଷ୍ଟରୁ ମିଳିଥିବା ସୁରାକ ଉପରେ ଆଧାର କରି ଗୁଗୁଲ ଓପନ ସର୍ଚ୍ଚ କରିଥିଲୁ। ଆମେ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ୱେବସାଇଟରେ ଏକ ଖବର ପାଇଲୁ। 5 ନଭେମ୍ବର 2015ର ଏହି ଖବରେ ମୂଳ ଫଟୋ ଏବଂ ଭିଡିଓ ବ୍ୟବହାର କରାଯାଇଥିଲା। ଖବରରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାତ, ରେସକୋର୍ସ ରୋଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ଵର୍ଣ ସମ୍ବନ୍ଧୀୟ ତିନୋଟି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାଗୁଡ଼ିକ ହେଉଛି: – ସ୍ଵର୍ଣ ମୁଦ୍ରୀକରଣ ଯୋଜନା, ସାର୍ବଭୌମ ସ୍ୱର୍ଣ୍ଣ ବଣ୍ଡ ଯୋଜନା ଏବଂ ଭାରତୀୟ ସ୍ଵର୍ଣ ମୁଦ୍ରା। ଆମର ଏପର୍ଯ୍ୟନ୍ତ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ଯେ 2015 ମସିହାର ଫଟୋକୁ ହେରଫେର କରାଯାଇଛି ଏବଂ ସେଠାରେ ସାଇ ବାବାଙ୍କ ଏକ ପୃଥକ ଫଟୋ ଲଗାଯାଇଛି। ତଳେ ଦିଆଯାଇଥିବା କୋଲାଜକୁ ଦେଖିଲେ ସ୍ଥିତି ସ୍ପଷ୍ଟ ହୋଇଯାଉଛି । ଅନୁସନ୍ଧାନ ଶେଷରେ, ଆମେ ବିଜେପି ମୁଖପାତ୍ର ବିଜୟ ସୋନକର ଶାସ୍ତ୍ରୀଙ୍କ ସହିତ ଯୋଗାଯୋଗ କରିଥିଲୁ। ସୂଚନା ଦେବା ସମୟରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇରାଲ୍ ଫଟୋ ନକଲି ଅଟେ। ତାଙ୍କର ମୂଳ ଫଟୋକୁ ବିକୃତ କରାଯାଇଛି। ଯାଞ୍ଚ ଶେଷରେ, ଆମେ ନକଲି ପୋଷ୍ଟ କରିଥିବା ୟୁଜରଙ୍କୁ ଯାଞ୍ଚ କରିଥିଲୁ। ସାଇ ବାବା ପ୍ରେମୀ ନାମକ ଏହି ଫେସବୁକ୍ ପେଜକୁ ହଜାରରୁ ଅଧିକ ଲୋକ ଫଲୋ କରନ୍ତି। ୟୁଜର ମୁମ୍ବାଇରେ ରୁହନ୍ତି। ନିଷ୍କର୍ଷ: ବିଶ୍ୱାସ ନ୍ୟୁଜର ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ 2015 ମସିହାର ଫଟୋ ସହ ହେରଫେର କରି ଭାଇରାଲ ଫଟୋଟିକୁ ସୃଷ୍ଟି କରାଯାଇଛି। ମୂଳ ଫଟୋରେ, ପ୍ରଧାନମନ୍ତ୍ରୀ ମୋଦି ସାଇ ବାବାଙ୍କ ଫଟୋ ଥିବା ଫଟୋ ଫ୍ରେମ୍ ଧରି ନଥିଲେ। Claim Review : ପ୍ରଧାନମନ୍ତ୍ରୀ ମୋଦି ସାଇ ବାବାଙ୍କ ଫଟୋ ଫ୍ରେମ୍ ଧରିଛନ୍ତି। - Claimed By : FB User Sai Baba Premi - Fact Check : False - Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software