About: http://data.cimple.eu/claim-review/f4f60229bf0fa8315401eb2da086400b6bbcf08cc2caba1b61da5197     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଫ୍ୟାକ୍ଟ ଚେକ୍: ହିନ୍ଦୁ ଝିଅ ରୋଜା ରଖିବା ଯୋଗୁଁ ମୁସଲମାନ ସ୍ୱାମୀ ତାଙ୍କୁ ପିଟୁଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ପାକିସ୍ତାନର - By: Sharad Prakash Asthana - Published: Dec 11, 2022 at 04:14 PM ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ‘ଲଭ୍ ଜିହାଦ୍’ ନାମରେ ଅନେକ କଥିତ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ ଗୋଟିଏ ଦାବି ହେଉଛି ଯେ ଶିବାନୀ ଏବଂ ରିୟା ନାମକ ହିନ୍ଦୁ ଝିଅମାନେ ରୋଜା ବା ଉପବାସ କରିଥିଲେ, ଯେଉଁ କାରଣରୁ ଶିବାନୀଙ୍କର ମୁସଲମାନ ସ୍ୱାମୀ କ୍ରୋଧରେ ତାଙ୍କୁ ପିଟି ପକାଇଲେ। ଏହି ଦାବି ସହିତ ଭାଇରାଲ ହେଉଥିବା ପୋଷ୍ଟରେ ଗୋଟିଏ ଖବରକାଗଜ କ୍ଲିପିଂ ଏବଂ ଜଣେ ଆହତ ମହିଳାଙ୍କ ଫଟୋ ମଧ୍ୟ ପୋଷ୍ଟ କରାଯାଇଛି। ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ ‘ଲଭ୍ ଜିହାଦ୍’ ନାମରେ ସୋସିଆଲ ମିଡିଆରେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ ପୋଷ୍ଟରେ ଖବରକାଗଜ କଟିଂରେ ଥିବା ଫଟୋ ମଧ୍ୟପ୍ରଦେଶରେ ହୋଇଥିବାବେଳେ ଆହତ ମହିଳାଙ୍କର ଅନ୍ୟ ଫଟୋଟି ପାକିସ୍ତାନର ଅଟେ। ଦୁଇଟି ଫଟୋର ପରସ୍ପର ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ୍ ପୋଷ୍ଟରେ କ’ଣ ଅଛି ଫେସବୁକ ବ୍ୟବହାରକାରୀ ଦେବେନ୍ଦ୍ର ପଟେଲ (ଆର୍କାଇଭ୍ ଲିଙ୍କ୍) ନଭେମ୍ବର 23 ରେ ଫଟୋଗୁଡ଼ିକର ଏକ କୋଲାଜ ପୋଷ୍ଟ କରିଥିଲେ। ସେଥି ମଧ୍ୟରୁ ଗୋଟିଏ ଫଟୋରେ ଖବରକାଗଜର କଟିଂ ଅଛି । ଏହି ଖବରର ଶୀର୍ଷକ ହେଉଛି, ଶିବାନୀ ଏବଂ ରିୟା ମଧ୍ୟ ରୋଜା ରଖିଲେ। ଦ୍ୱିତୀୟ ଫଟୋଟି ହେଉଛି ଜଣେ ମହିଳାଙ୍କର ଯାହାଙ୍କ ମୁହଁରେ ଆଘାତ ବାଜିଛି। କୋଲାଜରେ ଲେଖାଯାଇଛି, ଶିବାନୀ ଏବଂ ରିୟା ନାମ୍ନୀ ହିନ୍ଦୁ ଝିଅମାନେ ହିନ୍ଦୁ-ମୁସଲମାନ ଏକତାର ଉଦାହରଣ ସୃଷ୍ଟି କଲେ – ନ୍ୟୁଜ୍ ଆରେ କାହିଁକି ଦେଲେ ତା ତ କହିଥାନ୍ତ ନା ?? ଚାଲନ୍ତୁ…ମୁଁ ଆପଣଙ୍କୁ କହିଦେଉଛି – ଶିବାନୀ ପ୍ରଥମେ ତ ରୋଜା ରଖିଲେ, ଆଜି ଏହି ଶିବାନୀଙ୍କ ଧାର୍ମିକ ସ୍ୱାମୀ ତାଙ୍କୁ ପିଟି ପକାଇଲେ। ଯଦି ତୁମେ ମୁସଲମାନଙ୍କ ପ୍ରେମରେ ପଡିଛ, ଏବେ ଭୋଗ କର… ଆଶା କରୁଛି ଶୀଘ୍ର ରିୟାଙ୍କର ମଧ୍ୟ ଏଇଭଳି ଫଟୋ ଆସିବ ଅନୁସନ୍ଧାନ ଭାଇରାଲ୍ ଦାବି ଅନୁସନ୍ଧାନ କରିବା ପାଇଁ, ଆମେ ପ୍ରଥମେ ଗୁଗୁଲରେ କୀୱର୍ଡ ସାହାଯ୍ୟରେ ଶିବାନୀ ଏବଂ ରିୟାଙ୍କ ବିଷୟରେ ସର୍ଚ୍ଚ କଲୁ। ଏହି ସମ୍ବନ୍ଧୀୟ ଖବର ତିନି ବର୍ଷ ପୂର୍ବେ ଦୈନିକ ଭାସ୍କରରେ ପ୍ରକାଶିତ ହୋଇଥିଲା। ଏହି ଖବର ଅନୁଯାୟୀ, କାନଡ ବାସିନ୍ଦା ଶିବାନୀ ଏବଂ ରିୟା ଗୋଟିଏ ଦିନ ପାଇଁ ରୋଜା ରଖିଥିଲେ। ସେ କହିଥିଲେ ଯେ ପ୍ରାର୍ଥନା କରିବା ଦ୍ୱାରା ସୁଖ ଏବଂ ଶାନ୍ତି ମିଳୁଛି। ଖବରରେ ଦିଆଯାଇଥିବା ତଥ୍ୟର ଖବରକାଗଜର ଭାଇରାଲ୍ କଟିଂ ସହିତ ସମାନତା ଅଛି। ଏହାର ଅର୍ଥ ହେଉଛି ଏହି ଖବର ପ୍ରାୟ ତିନି ବର୍ଷ ପୁରୁଣା। ଏହି ବିଷୟରେ ଭିଡିଓ ନ୍ୟୁଜ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଏମପି ନ୍ୟୁଜ୍ କାଷ୍ଟରେ ମଧ୍ୟ ଦେଥା ଯାଇ ପାରିବ। କାନଡର ହିନ୍ଦୁ ଝିଅମାନେ ଗୋଟିଏ ଦିନ ପାଇଁ ରୋଜା ରଖିଛନ୍ତି। ଏହା କରି ସେ ହିନ୍ଦୁ-ମୁସଲମାନ ଏକତାର ଉଦାହରଣ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଏହା କରିବା ଦ୍ୱାରା ତାଙ୍କ ମନକୁ ଶାନ୍ତି ମିଳୁଛି। ଜୁନ୍ 2019 ରେ ଭିଡିଓ ନ୍ୟୁଜ୍ ଅପଲୋଡ୍ ହୋଇଛି। ଶିବାନୀ ଏବଂ ରିୟା ରୋଜା ରଖିବାର ଭିଡିଓ ଖବର ମଧ୍ୟ HP NEWS 24 ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳିବ। ଭିଡିଓ ନ୍ୟୁଜ୍ 3 ଜୁନ୍ 2019 ରେ ଅପଲୋଡ୍ ହୋଇଥିଲା । କାନଡର ଶିବାନୀ ଏବଂ ରିୟା ଗୋଟିଏ ଦିନ ପାଇଁ ରୋଜା ରଖିଲେ। ତେବେ କୌଣସି ଗଣମାଧ୍ୟମ ରିପୋର୍ଟରେ ରୋଜା ପାଇଁ ତାଙ୍କୁ ମାଡ଼ ଦିଆଯିବା ବିଷୟରେ କୌଣସି ଖବର ମିଳିଲା ନାହିଁ। ଏହା ପରେ ଆମେ ଗୁଗୁଲ୍ ଲେନ୍ସ ସାହାଯ୍ୟରେ ଦ୍ୱିତୀୟ ଫଟୋଟିକୁ ଖୋଜିଲୁ। ଜିଓ ଟିଭିରେ ଏକ ଭିଡିଓ ନ୍ୟୁଜରେ ଆମେ ଭାଇରାଲ୍ ଫଟୋ ପାଇଲୁ। ମାର୍ଚ୍ଚ 29, 2019 ରେ ଅପଲୋଡ୍ ହୋଇଥିବା ଏହି ଭିଡିଓ ନ୍ୟୁଜରେ ମହିଳାଙ୍କ ନାମ ହାଜରା ରଖାଯାଇଛି। ଏହି ମାମଲା ପାକିସ୍ତାନର ଲାହୋରର ଅଟେ। ଖବର ଅନୁଯାୟୀ, ହାଜରାଙ୍କ ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି ଯେ ତାଙ୍କ ନାକ ଭାଙ୍ଗି ଯାଇଛି ଏବଂ ଓଠରେ ଆଘାତ ଲାଗିଛି। ତାଙ୍କ ସ୍ୱାମୀ ଲାହୋରରୁ ଗୋଟିଏ ଦିନ ଆଗରୁ ଗିରଫ କରାଯାଇଥିଲା। ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କ ଆଖି, ବେକ, ମୁଣ୍ଡ ଏବଂ ଶରୀରର ଅନ୍ୟ ଅଙ୍ଗରେ ନିର୍ଯାତନାର ଚିହ୍ନ ଥିଲା। ଏ ବିଷୟରେ ଆମେ ନଇଦୁନିଆର ମଧ୍ୟପ୍ରଦେଶର ଶାଜାପୁର ବ୍ୟୁରୋ ମୁଖ୍ୟ ମୋହିତ ବ୍ୟାସଙ୍କ ସହ କଥା ହୋଇଥିଲୁ। ତାଙ୍କ କହିବା ଅନୁଯାୟୀ, ‘ମାମଲା ପ୍ରାୟ ତିନି ବର୍ଷ ପୁରୁଣା। ଶିବାନୀ ଏବଂ ରିୟା କାନଡରେ ରୋଜା ରଖିଥିଲେ। ସେତେବେଳେ ଉଭୟ ବିବାହ କରି ନ ଥିଲେ। ଶିବାନୀଙ୍କୁ ପିଟାଯିବା ଖବର ମିଥ୍ୟା ଅଟେ। ବିଶ୍ୱାସ ନ୍ୟୁଜ୍ ମଧ୍ୟ ଏହି ଦାବିକୁ ପୂର୍ବରୁ ଖଣ୍ଡନ କରିଛି। ସମ୍ପୂର୍ଣ୍ଣ ରିପୋର୍ଟ ଏଠାରେ ପଢ଼ା ଯାଇପାରିବ। ଆମେ ଫେସବୁକ ବ୍ୟବହାରକାରୀ ‘ଦେବେନ୍ଦ୍ର ପଟେଲ’ଙ୍କର ପ୍ରୋଫାଇଲକୁ ସ୍କାନ କରିଥିଲୁ, ଯିଏ ଫଟୋକୁ ଏକ ସାମ୍ପ୍ରଦାୟିକ ରଙ୍ଗ ଦେଇ ମିଥ୍ୟା ଦାବି ସହିତ ସେୟାର କରିଥିଲେ। ପ୍ରୋଫାଇଲ୍ ଅନୁଯାୟୀ ସେ ମଧ୍ୟପ୍ରଦେଶର ସାଗରରେ ରୁହନ୍ତି। ନିଷ୍କର୍ଷ: ମଧ୍ୟପ୍ରଦେଶର କାନଡ ନଗରର ବାସିନ୍ଦା ଶିବାନୀ ଏବଂ ରିୟା ରୋଜା ରଖିଥିଲେ। ୟୁଜରମାନେ ମିଥ୍ୟା ଦାବି କରୁଛନ୍ତି ଯେ ଶିବାନୀଙ୍କ ମୁସଲମାନ ସ୍ୱାମୀ ରୋଜା ପାଇଁ ତାଙ୍କୁ ପିଟିଛନ୍ତି। କୋଲାଜରେ ଥିବା ଦ୍ୱିତୀୟ ଚିତ୍ର ଲାହୋରର ବାସିନ୍ଦା ହାଜରାଙ୍କର। ଏହି ଦୁଇଟି ଫଟୋର ପରସ୍ପର ସହିତ କୌଣସି ସମ୍ପର୍କ ନାହିଁ। - Claim Review : ଶିବାନୀ ରୋଜା ରଖିବାରୁ ତାଙ୍କ ମୁସଲମାନ ପତି ତାଙ୍କୁ ପିଟିଲେ - Claimed By : ଏଫବି ବ୍ୟବହାରକାରୀ- ଦେବେନ୍ଦ୍ର ପଟେଲ୍ - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software