About: http://data.cimple.eu/claim-review/f6ae7ac12e0bfacbbde5413510b6d3986160c4520a87d4fe28107914     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଫ୍ୟାକ୍ଟ ଚେକ୍: ଇରାନକୁ ଭାରତ ଦେଇଥିବା ଚେତାବନୀ ଦାବିଟି ଫେକ୍ ଅଟେ Claim : ଇରାନକୁ ଭାରତର ଚେତାବନୀ ଭିଡିଓ ବାର୍ତ୍ତା ଜାରି କଲେ ଏମଇଏ ମୁଖପାତ୍ରFact : ଭାଇରାଲ ଭିଡିଓଟି ଡିଜିଟାଲି ଏଡିଟ କରାଯାଇଛି, ଏଭଳିକୌଣସି ବାର୍ତ୍ତାଦେଇ ନାହାଁନ୍ତି ମୁଖପାତ୍ରନିକଟ ଦିନରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଭାଇରାଲ ଭିଡିଓରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ କିଛି କହୁଥିବାର ଦେଖାଯାଇଛି । "ଏହି ଯୁଦ୍ଧରେ ଭାରତ ସମ୍ପୂର୍ଣ୍ଣ ଏବଂ ସ୍ପଷ୍ଟ ଭାବରେ ଇସ୍ରାଏଲ ସହିତ ଠିଆ ହୋଇଛି। ମୁଁ ବିଶ୍ୱାସ କରେ ପ୍ରଧାନମନ୍ତ୍ରୀ ମୋଦି ଏହା ଅନେକ ଥର ସ୍ପଷ୍ଟ କରିଛନ୍ତି, ତେଣୁ କୌଣସି ସନ୍ଦେହ ରହିବା ଉଚିତ୍ ନୁହେଁ । ଉକ୍ତ ଭିଡିଓରେ ରଣଧୀର ଜୈସ୍ୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଯାଉଥିବା ବାଣିଜ୍ୟ ଜାହାଜ ଉପରେ ଆକ୍ରମଣରେ ଇରାନର ଭୂମିକାକୁ ନିର୍ଣ୍ଣୟ କରାଯିବ ଏବଂ ଯଦି ପ୍ରମାଣିତ ହୁଏ, ତେବେ ଇରାନକୁ ପାକିସ୍ତାନ ଅପେକ୍ଷା କଠୋର ଜବାବ ଦିଆଯିବ । ଉକ୍ତ ଭିଡିଓ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, " ଉକ୍ତ ଧମକ ପରେ ଭାରତ ଇରାନକୁ କଡ଼ା ଚେତାବନୀ ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ ପ୍ରଥମ ଥର ପାଇଁ ତେହେରାନକୁ ଧମକ ଦେଇଛନ୍ତି । "ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତ ପ୍ରଥମେ ନିଶ୍ଚିତ କରିବ ଯେ ଇରାନ ଏପରି ଆକ୍ରମଣ କରିବାରେ ଜଡିତ ଏବଂ ଯଦି ନିଶ୍ଚିତ ହୁଏ, ତେବେ ଇରାନକୁ ପାକିସ୍ତାନ ଅପେକ୍ଷା କଡ଼ା ଜବାବ ଦିଆଯିବ। ଭାରତ ଆତଙ୍କବାଦକୁ ସମର୍ଥନ କରେ ନାହିଁ ଏବଂ ଭାରତ ପ୍ରତି କୌଣସି ଆକ୍ରମଣ ପାଇଁ ଇରାନକୁ ଛଡ଼ାଯିବ ନାହିଁ। " ଯାହାର ଏକ ଆର୍କାଆଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ଏଭଳି କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ I ଉକ୍ତ ଦାବି ନେଇ ଅନୁସନ୍ଧାନ କରିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ ଏଭଳି ମନ୍ତବ୍ୟ ଦେଇଥିବା ହସ୍ତଗତ ହୋଇନଥିଲା । ଯଦି ଏଭଳି କୌଣସି ମନ୍ତବ୍ୟ ମୁଖପାତ୍ର ଦେଇଥାନ୍ତେ ନିଶ୍ଚିତ ଭାବେ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ନିଶ୍ଚିତ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା । ଅଧିକ ଅନୁସନ୍ଧାନ କରିବାକୁ ଯାଇ, ଭାଇରାଲ ଭିଡିଓର କିଛି ଅଂଶକୁ ସ୍କ୍ରୀନସଟ୍ କରି ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ଉକ୍ତ ଭିଡିଓରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ କହୁଥିବାର ଶୁଣିବାକୁ ମିଳିଛି, ଆମେ ଗଲ୍ଫ ଅଞ୍ଚଳରେ ରହୁଥିବା ନାଗରିକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ; ବର୍ତ୍ତମାନର ପଶ୍ଚିମ ଏସିଆ ସଂଘର୍ଷ ସମୟରେ ବାଣିଜ୍ୟ ଜାହାଜ ଆକ୍ରମଣର ଶିକାର ହେବା ସମୟରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି, ଜଣେ ନିଖୋଜ ଅଛନ୍ତି। ଆମେ ଗଲ୍ଫ ଅଞ୍ଚଳରେ ରହୁଥିବା ନାଗରିକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ; ବର୍ତ୍ତମାନର ସଂଘର୍ଷ ସମୟରେ ବାଣିଜ୍ୟ ଜାହାଜ ଆକ୍ରମଣର ଶିକାର ହେବା ସମୟରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି, ଜଣେ ନିଖୋଜ ଅଛନ୍ତି । " ବୋଲି ଉକ୍ତ ଭିଡିଓରେ ମୁଖପାତ୍ର କହୁଥିବାର ଶୁଣିବାକୁ ମିଳିଛି । ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସହ ବହୁମାତ୍ରାରେ ତାଳମେଳ ଖାଉଥିବାରୁ ଦେଖିବାକୁ ପାଇଥିଲୁ । ଉଭୟ ଭିଡିଓକୁ ତୁଳନା କରିବାରୁ ଉଭୟ ଭିଡିଓ ଗୋଟିଏ ସମୟର ବୋଲି ଜାଣିବାକୁ ପାଇଥିଲୁ । ଆବଶ୍ୟକୀୟ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା । ଉକ୍ତ ଭିଡିଓଟି ୧୧ ମାର୍ଚ୍ଚ, ୨୦୨୬ରେ ପିଆଇବି ୟୁଟ୍ୟୁବରେ ଅପଲୋଡ଼ ହୋଇଥିବା ବେଳେ, ଉକ୍ତ ଭିଡିଓଟି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲଙ୍କ ପ୍ରେସ୍ କନଫରେନ୍ସର ଭିଡିଓ ଥିବାର ଜାଣିବାକୁ ପାଇଥିଲୁ । ଉକ୍ତ ଭିଡିଓଟି ପିଟିଆଇ ଭିଡିଓର ଏକ ସମ୍ପୂର୍ଣ୍ଣ ଅଂଶ ଥିବା ବେଳେ ଏହା ଭାଇରାଲ ଭିଡିଓର ପ୍ରକୃତ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ । ଏଥିରୁ ପ୍ରମାଣିତ ହେଲା ଯେ, ପ୍ରକୃତ ଭିଡିଓରେ ଇରାନ କୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି । ପ୍ରକୃତରେ ସିଏ ଗ୍ଲଫରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି ଜଣାଇଛନ୍ତି । ଭାଇରାଲ ଭିଡିଓ ର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓଟି କୌଣସି ଟୁଲ୍ ବ୍ୟବହାର କରି ଏଡିଟ କରାଯାଇଥାଇପାରେ ବୋଲି ଅନୁମାନ କରାଯାଏ । ଉକ୍ତ ଭିଡିଓକୁ ଡିପଫେକ୍ ଓ ମିଟରରେ ପରୀକ୍ଷା କରିଥିଲୁ । ଉକ୍ତ ଭିଡିଓଟି ର ଅଡିଓ ଅଂଶକୁ ଏଡିଟ କରାଯିବା ସହ ଭିଡିଓର କିଛି ଅଂଶକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଇରାନକୁ ଭାରତ ପକ୍ଷରୁ କୌଣସି ଚେତାବନୀ ଦିଆଯାଇ ନାହିଁ । ପ୍ରକୃତ ଭିଡିଓରେ ଗ୍ଲଫ ରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଭାରତ ପ୍ରତିବଦ୍ଧ ବୋଲି କହିଛନ୍ତି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ ।
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 10 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software