About: http://data.cimple.eu/claim-review/feb29e4369885e8ebef04db69d14726db16ffeccdf56d045ff0c2e14     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ : ଭାଇରାଲ ପୋଷ୍ଟରେ ଥିବା ଫୋଟୋ 2018ର, ଏବଂ ଏହାର କୋଭିଡ୍-19 ସହ କୌଣସି ସଂପର୍କ ନାହିଁ । ନିଷ୍କର୍ଷ : ଭାଇରାଲ୍ ପୋଷ୍ଟରେ ଦେଖାଯାଇଥିବା ଫଟୋଟି ପୁରୁଣା । ଏହା କରୋନା ଭାଇରସ୍ ସଂପର୍କୀତ ନୁହେଁ । କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହେଲେ ଜଣେ ବ୍ୟକ୍ତିଙ୍କର ଗଳା ଦରଜ ହୋଇପାରେ । ଗଳାରେ ଜ୍ବଳନ ହେବା ଭଳି ଅନୁଭବ କିମ୍ବା ଅଲସର୍ ହୋଇପାରେ, କିନ୍ତୁ ଫୋଟୋରେ ଦେଖାଯାଉଥିବା ଆଘାତ ବ୍ୟାକ୍ଟେରିଆ ଯୋଗୁଁ ହୋଇଥିବା ଜଣା ପଡୁଛି । ଏହା ଭାଇରାଲ୍ ପୋଷ୍ଟଟି ବିଭ୍ରାନ୍ତିକର । - By: Pallavi Mishra - Published: Jun 26, 2020 at 01:35 PM - Updated: Aug 29, 2020 at 05:25 PM ସୋସିଆଲ୍ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କର କରୋନା ଭାଇରସ୍ ଦ୍ବାରା ଗଳା ସଂକ୍ରମଣ ହୋଇଥିବା ଦାବି କରାଯାଉଛି । ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନ କରିଥିଲା ଏବଂ ଏହାକୁ ବିଭ୍ରାନ୍ତିକର ବୋଲି ଜାଣିବାକୁ ପାଇଥିଲା । କରୋନା ଭାଇରସ୍ ବ୍ୟାପୀବା ଆଗରୁ ଏହି ଫଟୋ ବିତରଣ ହେଉଛି । ଦାବି ଗଳାରେ ଧଳା ଦାଗ ଥିବା ଜଣେ ବ୍ୟକ୍ତିଙ୍କୁ ଦେଖାଇ ସୋସିଆଲ୍ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ୍ ହେଉଛି । ଫଟୋ ସହ ଥିବା ଟେକ୍ସଟ୍ ଦାବି କରୁଛି ଯେ, “ କରୋନା ଭାଇରସ୍ କୋଭିଡ୍-19 ସହ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତିଙ୍କର ଏହା ହେଉଛି ଏକ୍ସକ୍ଲୁସିଭ୍ ଫଟୋ । ଏହା ରୋଗର ବଢିବା ଏବଂ ନଷ୍ଟ କରିବା ସୀମା ଦେଖାଉଛି । ଏହା ଗଳା ଏବଂ ଫୁସ୍ ଫୁସ୍ ରେ ପ୍ରବେଶ କରେ । ସଂକ୍ରମଣର ପ୍ରଥମ କିଛି ଦିନରେ ଏହା ହୋଇଥାଏ । ସ୍ବାଦ ଜାଣିବା ଏବଂ ଶ୍ବାସକ୍ରିୟା ପ୍ରକ୍ରିୟାର ସମସ୍ୟା । ” ଏହି ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ ଦେଖାଯାଇ ପାରିବ । ଅନୁସନ୍ଧାନ ଭାଇରାଲ୍ ପୋଷ୍ଟରେ ଦେଖାଯାଇଥିବା ଫୋଟୋକୁ ଗୁଗଲ୍ ରିଭର୍ସ୍ ଇମେଜ୍ ସର୍ଚ୍ଚରେ ବ୍ୟବହାର କରି ଆମେ ଆନୁସନ୍ଧାନ ଆରମ୍ଭ କରିଲୁ । 29 ମେ 2018 ଉଲ୍ଲେଖ ଥିବା Reddit ରେ ଆମେ ଏକ ପୋଷ୍ଟ ପାଇଥିଲୁ, ଯାହା କୋଭିଡ୍ -10 ମହାମାରୀର ଅନେକ ପୂର୍ବରୁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, କରୋନା ଭାଇରସ୍ ପ୍ରଥମେ 2019 ଡିସେମ୍ବର 31ରେ ଚୀନର ହୁବେଇ ଉପଖଣ୍ଡର ହୁଆନ ପ୍ରଦେଶରେ ଚିହ୍ନଟ ହୋଇଥିଲା । ଭାଇରାଲ୍ ପୋଷ୍ଟରେ ଥିବା ଫୋଟୋ 2018ରେ ସେୟାର ହୋଇଥିଲା । ଏହା କୋଭିଡ୍- 19 ସଂପର୍କୀତ ନୁହେଁ । ରେଡିଡ୍ ରେ 2018ରେ ସେୟାର କରିଥିବା ୟୁଜର୍ କମେଣ୍ଟରେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ଗଳାରେ ଏମ୍ ଆର୍ ଏସ୍ ଏ ଦ୍ବାରା ସଂକ୍ରମଣ ହୋଇଛି । ଯେତେବେଳେ ଆମେ ଅଧିକ ଅନୁସନ୍ଧାନ କରିଥିଲୁ, ଆମେ ୟୁଡି ସେଣ୍ଟର ଫର୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନ୍ ର ୱେବସାଇଟର ପାଇଥିଲୁ ଯାହା MRSA, ମେଥିକିଲିନ୍- ପ୍ରତିରୋଧୀ ଷ୍ଟାଫିଲୋକୋସ୍ ଆରିଅସ୍ ବିଷୟରେ । ଏହା ହେଉଛି ଏକ ପ୍ରକାରର ବ୍ୟାକ୍ଟରିଆ ଯାହା ଅନେକ ପ୍ରକାରର ଆଣ୍ଟିବାୟୋଟିକ୍ ପାଇଁ ପ୍ରତିରୋଧୀ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, କରୋନା ଭାଇରସ୍ ର କିଛି ଲକ୍ଷଣ ହେଲା ଗଳା ଦରଜ, ଶୁଖିଲା କାଶ ଏବଂ କଷ୍ଟ ଅନୁଭବ ହେବା । ଡାକ୍ତର ନିଖିଲ ମୋଦିଙ୍କ ସହ ବିଶ୍ବାସ ନ୍ୟୁଜ୍ କଥା ହୋଇଥିଲା, ଯିଏ ହେଉଛନ୍ତି ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଶ୍ବାସକ୍ରିୟା ଏହଂ କ୍ରିଟିକାଲ୍ କେୟାର୍ ବିଶେଷଜ୍ଞ । ଆମେ ତାଙ୍କୁ ଭାଇରାଲ୍ ଚିତ୍ର ଦେଖାଇଥିଲୁ । ସେ କହିଥିଲେ ଯେ, “ କରୋନା ଭାଇରସ୍ ହେଉଛି ଏକ ଭାଇରାଲ୍ ସଂକ୍ରମଣ ଏବଂ ଏସବୁ ଆଘାତ ବ୍ୟାକ୍ଟେରିଆ ଜନିତ ଲାଗୁଛି । କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ ଗଳା ଦରଜ କିମ୍ବା ଗଳାରେ ଜ୍ବଳନ ହେବା ଭଳି ଅନୁଭବ ବା ଅଲସର୍ ହୋଇପାରେ । ତେବେ, ଏହି ଫୋଟୋରେ ସେଭଳି ଲକ୍ଷଣ ଦେଖାଯାଉ ନାହିଁ । ଶୈଇଲା ଡେଲଟୀ ମାର୍ଟିନେଜ୍ ନାମକ ଜଣେ ୟୁଜରଙ୍କ ଦ୍ବାରା ଫେସବୁକରେ ଏହି ପୋଷ୍ଟ ସେୟାର ହୋଇଥିଲା । ୟୁଜର ପ୍ରୋଭାଇଲର ଆମେ ଏକ ସୋସିଆଲ୍ ସ୍କାନ କରିଥିଲୁ ଏବଂ ଜାଣିବାକୁ ପାଇଥିଲୁ ଯେ, କୋଭିଡ୍ -19 ସଂପର୍କୀତ ବିଭିନ୍ନ ପୋଷ୍ଟ ଏହି ୟୁଜର୍ ସୟାର୍ କରୁଛନ୍ତି । ପ୍ରତ୍ୟାଖାନ: କରୋନା ଭାଇରସ୍ ତଥ୍ୟ ଡାଟା ବେସ୍ ରେକର୍ଡ ତଥ୍ୟ– ଯାଞ୍ଚ କରୋନା ଭାଇରସ୍ ( କୋଭିଡ୍ 19) ମହାମାରୀ ଆରମ୍ଭରୁ ହିଁ ପ୍ରକାଶିତ ହେଉଛି । କରୋନା ମହାମାରୀ ଏବଂ ଏହାର ପ୍ରଭାବ ନିରନ୍ତର ଅପଡେଟ୍ ହେଉଛି, ଏବଂ ଆରମ୍ଭରେ ସଠିକ ଲାଗୁଥିବା ଡାଟା ପରିବର୍ତ୍ତନ ହୋଇଥିହା ଦେଖାଦେଇଛି । ଭବିଷ୍ୟତରେ ମଧ୍ୟ ଏହା ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । निष्कर्ष: ନିଷ୍କର୍ଷ : ଭାଇରାଲ୍ ପୋଷ୍ଟରେ ଦେଖାଯାଇଥିବା ଫଟୋଟି ପୁରୁଣା । ଏହା କରୋନା ଭାଇରସ୍ ସଂପର୍କୀତ ନୁହେଁ । କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହେଲେ ଜଣେ ବ୍ୟକ୍ତିଙ୍କର ଗଳା ଦରଜ ହୋଇପାରେ । ଗଳାରେ ଜ୍ବଳନ ହେବା ଭଳି ଅନୁଭବ କିମ୍ବା ଅଲସର୍ ହୋଇପାରେ, କିନ୍ତୁ ଫୋଟୋରେ ଦେଖାଯାଉଥିବା ଆଘାତ ବ୍ୟାକ୍ଟେରିଆ ଯୋଗୁଁ ହୋଇଥିବା ଜଣା ପଡୁଛି । ଏହା ଭାଇରାଲ୍ ପୋଷ୍ଟଟି ବିଭ୍ରାନ୍ତିକର । - Claim Review : An EXCLUSIVE picture of the patient's Throat infected with coronavirus Covid19 showing the extent of inflammation and destruction that affected the Throat and entrance to the lungs, which was caused by the virus in the first days of the infection. Taste and severe shortness of breath. - Claimed By : Shiela Datiles Martinez - Fact Check : Misleading Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software