About: http://data.cimple.eu/claim-review/fff2f0e25058edec56c0ade47b803a462f33657f06bba9c2ee2c0532     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଭାଇରାଲ ଭିଡିଓଟି ତେଜସ୍ ର ନୁହେଁ, ସିମୁଲେଟର ଭିଡିଓ ଭାଇରାଲ ଭିଡିଓଟି ତେଜସ ର ନୁହେଁ ବରଂ AV8B ଫାଇଟରଯେଟ ର ଅଟେ । ଏପରିକି ଉକ୍ତ ଭିଡିଓ ଟି କୌଣସି ସତ୍ୟ ଘଟଣାର ନୁହେଁ ଏହା ଏକ ଆନିମେଟେଡ଼ ଭିଡିଓ Claim :ତେଜସ୍ ଏୟାରକ୍ରାଫ୍ଟ- ଭର୍ଟିକାଲ୍ ଟେକଅଫ୍ କରୁଥିବା ଭିଡିଓ Fact :ଭିଡିଓଟି ଗେମ୍ ପାଇଁ ନିର୍ମିତ ହୋଇଥିବା ସିମୁଲେଟର ଭିଡିଓ ଡିଆରଡିଓର ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ସ୍ୱଦେଶୀ ଲିଡିଂ ଏଜ୍ ଆକ୍ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ ବ୍ୟାଚ୍ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍)କୁ ହସ୍ତାନ୍ତର କରିଛି। ବର୍ତ୍ତମାନର ୮୩ ଏଲସିଏ ତେଜସ ଏମକେ1ଏ ଅର୍ଡର ପାଇଁ ଲକ୍ଷ୍ନୌସ୍ଥିତ ହାଲ୍ ଏହି ୟୁନିଟ୍ ଗୁଡ଼ିକର ଉତ୍ପାଦନ ପାଇଁ ପ୍ରସ୍ତୁତି କରିସାରିଛି । ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ଏବଂ ବେଙ୍ଗାଲୁରୁର ସେଣ୍ଟ୍ରାଲ ମ୍ୟାନୁଫାକ୍ଚରିଂ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ (ସିଏମଟିଆଇ) ସହ ମିଳିତ ଭାବେ ଏଡିଏ ଏହି ଜ୍ଞାନକୌଶଳରେ ଆତ୍ମନିର୍ଭରଶୀଳତା ହାସଲ କରିବାକୁ ଯୋଜନା କରିଛି। ଲକ୍ଷ୍ନୌର ହାଲ୍ ସ୍ଥିତ ଆସେସରିଜ୍ ଡିଭିଜନରେ ଏହି ଗୁରୁତ୍ବପୂର୍ଣ୍ଣ ଉପାଦାନଗୁଡ଼ିକର ଉତ୍ପାଦନ ଚାଲିଛି, ଯାହା ଭାରତର ଏରୋସ୍ପେସ୍ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରୟାସରେ ମୁମ୍ବାଇର ଗୋଦ୍ରେଜ ଏରୋସ୍ପେସ୍ ସମେତ ସରକାରୀ ଓ ବେସରକାରୀ ଉଦ୍ୟୋଗ ଏବଂ ସେମିଲାକ୍ ଏବଂ ଡିଜିଏକ୍ୟୁଏ ଭଳି ସାର୍ଟିଫିକେସନ୍ ଏଜେନ୍ସିର ଉଲ୍ଲେଖନୀୟ ଅବଦାନ ରହିଛି । ଇତିମଧ୍ୟରେ ସୋସିଆଲ ମିଡିଆରେ ୩ମିନିଟ ୨ସେକେଣ୍ଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ଏୟାରକ୍ରାଫ୍ଟ ଉଡାଣ ଭରୁଥିବାର ଦେଖାଯାଇଛି । ଉକ୍ତ ଭିଡିଓକୁ ତେଜସ୍ ଏୟାର କ୍ରାଫ୍ଟର ଭିଡିଓ ବୋଲି ସୂଚନା ଦେଇ ୟୁଜର୍ସ ସେୟାର କରିଥିଵାର ଦେଖାଯାଇଛି । ସୋସିଆଲ ମିଡିଆରେ ୟୁଜର୍ସ 'ତେଜସ୍- ଭର୍ଟିକାଲ୍ ଟେକ୍ ଅଫ୍, ଦେଖିବା ଯୋଗ୍ୟ । ଆମ ମହାନ ଦେଶ ଭାରତର ଉତ୍ପାଦନ' । ଲେଖି ଭିଡିଓ ଟିକୁ ସେୟାର କରାଯାଇଥିବାର ଦେଖା ଦେଇଛି । ସେହିଭଳି ଆଉ ଜଣେ ୟୁଜର୍ସ ସମାନ ଭିଡିଓ ଟିକୁ ନିଜ ସୋସିଆଲ ମିଡିଆରେ ସେୟାର କରି ଇଂରାଜୀରେ ଉଲ୍ଲେଖ କରିଛନ୍ତି, Tejas taking vertical take off, A Treat to watch. ଯାହାର ଓଡ଼ିଆ ଅନୁବାଦ ଅନୁଯାୟୀ, ତେଜସ୍- ଭର୍ଟିକାଲ୍ ଟେକ୍ ଅଫ୍ , ନିଶ୍ଚିତ ଦେଖିବା ଯୋଗ୍ୟ । ଉକ୍ତ ପୋଷ୍ଟ ଗୁଡିକରେ ୟୁଜର୍ସ ଉତ୍ସାହିତ ହୋଇ ବହୁ ମତାମତ କମେନ୍ଟ ଦେଇଥିବାର ଦେଖାଦେଇଛି । କିଛି ୟୁଜର୍ସ, Proud of India ଲେଖିଥିବା ବେଳେ, ଆଉ କିଛି ୟୁଜର୍ସ Jai Hind ମଧ୍ୟ ଲେଖିଛନ୍ତି । ଇଂରାଜୀରେ ସେୟାର ହୋଇଥିବା ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୧୦୦ ଭିୟୁ ମିଳିଥିବା ବେଳେ, ଓଡ଼ିଆରେ ସେୟାର ହୋଇଥିବା ଭିଡିଓକୁ ବର୍ତ୍ତମାନସୁଦ୍ଧା ୧୪ ଜଣ ସେୟାର କରିଥିବା ଦେଖାଦେଇଛି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ତେଜସ୍ ର ନୁହେଁ ବରଂ AV8B ଫାଇଟରଯେଟ ର ଅଟେ । ଏପରିକି ଉକ୍ତ ଭିଡିଓ ଟି କୌଣସି ସତ୍ୟ ଘଟଣାର ନୁହେଁ ଏହା ଏକ ସିମୁଲେଟର ଭିଡିଓ । ଭାଇରାଲ ଭିଡିଓରେ କିଛି ୟୁଜର୍ସ ଏହାକୁ ଏକ ଫେକ୍ ଭିଡିଓ ବୋଲି କମେନ୍ଟ ବକ୍ସରେ ଲେଖିଥିବାର ଦେଖା ଯାଇଛି । ସେହିପରି ଆଉ କିଛି ୟୁଜର୍ସ ଲେଖିଛନ୍ତି, କିଏ କହିଲା ଏହା ତେଜସ୍ ର ଭିଡିଓ ।ଅନ୍ୟପକ୍ଷେ ଭାଇରାଲ ଭିଡିଓଟିକୁ ଯଦି ନିରିଖେଇ ଦେଖାଯାଏ ତେବେ ଏୟାରକ୍ରାଫ୍ଟ ସହ ପଛପଟେ ଥିବା ଅନ୍ୟଛବି ଗୁଡିକ ମଧ୍ୟରେ ଅପ୍ରାକୃତିକ ପରି ଦୃଶ୍ୟମାନ ହେଉଛି । ସେହିପରି ଭାଇରାଲ ଭିଡିଓରେ କିଛି ତୃଟିଥିବାର ଦେଖା ଯାଇଛି ଯେପରିକି, * ଏୟାରକ୍ରାଫ୍ଟର କୌଣସି ଅଂଶରେ ଇଣ୍ଡିଆନ ଏୟାର ଫୋର୍ସର ଲୋଗୋ ନାହିଁ * ଏୟାରକ୍ରାଫ୍ଟଟି ରନୱେ ଉପରେ ଚାଲୁଥିବା ବେଳେ ଏହାର ଛାଇ ଲାଇଟ ସହ ଏତେ ମାତ୍ରାରେ ପରିବର୍ତ୍ତନ ହେଉ ନାହିଁ * ବିମାନ ଉଡାଣ କରୁଥିବା ପାଇଲଟ ହେଲମେଟ ପିନ୍ଧିନାହାନ୍ତି * ଏହାରକ୍ରାଫ୍ଟଟି ଉଡୁଥିବା ସମୟରେ କିଛି ସ୍ଥାନରେ ଏହାର ଉପର ଅଂଶ ଦୃଶ୍ୟମାନ ହେଉନାହିଁ * ସେହିପରି ପଛପଟେ ଦୃଶ୍ୟମାନ ହେଉଥିବା ଗଛ ଏବଂ ଘର ଗୁଡିକ ଅପ୍ରାକୃତିକ ଦୃଶ୍ୟମାନ ଥିବା ବେଳେ, ଏହା ଭାରତର ଦୃଶ୍ୟ ସହ ମେଳ ଖାଉ ନାହିଁ । ତେଣୁ କେତେକାଂଶରେ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ଅରିଜିନାଲ ଭିଡିଓ ନୁହେଁ । ଅଧିକ ତଦନ୍ତ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରେ BAUS ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ହସ୍ତଗତ ହୋଇଥିଲା । BAUS ନିଜ ବିଷୟରେ ଉଲ୍ଲେଖ କରିବାକୁ ଯାଇ ଉଲ୍ଲେଖ କରିଛି, All videos are made from simulator games only for entertainment, they don't actually happen in real life. Enjoy the show. ଯାହାର ଓଡ଼ିଆ ଅନୁବାଦ ହେଉଛି, ସମସ୍ତ ଭିଡିଓ କେବଳ ମନୋରଞ୍ଜନ ପାଇଁ ସିମୁଲେଟର ରୁ ପ୍ରସ୍ତୁତ, ସେଗୁଡ଼ିକ ବାସ୍ତବ ଜୀବନରେ ହୁଏ ନାହିଁ । ସୋ କୁ ଉପଭୋଗ କରନ୍ତୁ । ଭାଇରାଲ ହେଉଥିବା ଭିଡିଓ ଉକ୍ତ ଚ୍ୟାନେଲରେ ୨୧ ଅଗଷ୍ଟ ୨୦୨୪ରେ ଅପଲୋଡ଼ ହୋଇଥିବାର ଦେଖାଯାଇଛି । ଭିଡିଓ ର ଶୀର୍ଷକ ରହିଛି, Super RARE VERTICAL takeoff of AV-8B Harrier fighter jet. ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୫୫୮ ଜଣ ଦେଖିସାରିଥିବା ବେଳେ ୫ ଟି ଲାଇକ ମିଳିଛି । ଭିଡିଓ ଅପଲୋଡ଼ କରାଯାଇ ବର୍ଣ୍ଣନାରେ ଉଲ୍ଲେଖ ରହିଛି, Disclaimer: This is the result of a game simulator, not a real event. Please enjoy the moment. ଯାହାର ଓଡ଼ିଆ ଅନୁବାଦ ହେଉଛି, ପ୍ରତ୍ୟାଖ୍ୟାନ: ଏହା ଏକ ଗେମ୍ ସିମୁଲେଟରର ଫଳାଫଳ, ପ୍ରକୃତ ଘଟଣା ନୁହେଁ । ଦୟାକରି ଏହି ମୁହୂର୍ତ୍ତକୁ ଉପଭୋଗ କରନ୍ତୁ । ଯେତେବେଳେ ଆମେ ଗୁଗୁଲରେ ତେଜସ ନେଇ ଅନୁସନ୍ଧାନ କରିଥିଲୁ ଫଟୋ ଗ୍ୟାଲେରିରେ କିଛି ଫଟୋ ପାଇଥିଲୁ । ଏହାକୁ ଭାଇରାଲ ଭିଡିଓର କିଛି ଅଂଶ ସହ ତୁଳନା କରିଥିଲୁ । ଭାଇରାଲ ପ୍ରତିଛବି ଏବଂ ତେଜସ ଫଟୋ ପ୍ରାୟତଃ ଭିନ୍ନଭିନ୍ନ ବୋଲି ଦୃଶ୍ୟମାନ ହୋଇଥିଲା । ସେହିପରି BAUS ନିଜର YouTube ଚ୍ୟାନେଲ ସହ FaceBook ପେଜ୍ ରେ ମଧ୍ୟ ଏହି ଭିଡିଓଟିକୁ ଅପଲୋଡ଼ କରିଥିଵାର ଦେଖାଯାଇଛି । ଫେସବୁକରେ ଅପଲୋଡ଼ ହୋଇଥିବା ଭିଡିଓଟି ୧.୩ ମିଲିୟନ ଭିୟୁ ହୋଇଥିବା ବେଳେ, ୨୪ ହଜାର ଲାଇକ ମିଳିଛି । ସେହିପରି ବହୁ ୟୁଜର୍ସ ଏଥିରେ କମେନ୍ଟ ଦେଇ ଲେଖିଛନ୍ତି, ଏହା ଏକ ସିମୁଲେଟର ଭିଡିଓ, ଆଉ କିଛି ୟୁଜର୍ସ ଲେଖିଛନ୍ତି ଏଭଳି ଫେକ୍ ଭିଡିଓ ଏବେ ଇଣ୍ଟରନେଟରେ ବହୁମାତ୍ରାରେ ଉପଲବ୍ଧ ରହିଛି । ସିମୁଲେଟର ଟେକ୍ନୋଲୋଜି ଉପରେ ଅନୁସନ୍ଧାନ କରିବାକୁ ଯାଇ ଗ୍ରାଫିକ୍ସ ଏକ୍ସପର୍ଟ ସାଵନ କୁମାର ମହାରଣାଙ୍କ ସହ ଯୋଗାଯୋଗ କରିବାରୁ ସିଏ ସୂଚନା ଦେଇଛନ୍ତି, ସିମୁଲେଟର ଏକ ଅନଲାଇନ ଟୁଲ୍ ଯାହାକି ବିଶେଷକରି ଗେମିଙ୍ଗ ଟେକ୍ନୋଲୋଜିରେ ବ୍ୟବହାର କରାଯାଏ । ଏହି ଭିଡିଓଟି ମଧ୍ୟ ଅରିଜିନାଲ ନୁହେଁ, ସିମୁଲେଟର ଟେକ୍ନୋଲୋଜିକୁ ବ୍ୟବହାର କରି ଏହା ନିର୍ମିତ ହୋଇଛି । ସେହିପରି ୟୁନିଟି କିମ୍ବା ଅନରିୟଲ ଗେମ୍ ଇଞ୍ଜିନ ବ୍ୟବହାର ହୋଇ ଏହା ନିର୍ମିତ ପାରେ ବୋଲି ସାଵନ ସୂଚନା ଦେଇଛନ୍ତି । ଅନ୍ୟପଟେ BAUS ର ସୋସିଆଲ ମିଡିଆ ପେଜ୍ କୁ ଯଦି ସାଧାରଣ ଭାବେ ଦେଖାଯାଏ ତେବେ ଏହି ଭାଇରାଲ ଭିଡିଓ ଭଳି ବହୁ ପ୍ରକାରର ଭିନ୍ନଭିନ୍ନ ଏୟାରକ୍ରାଫ୍ଟ ର ଭିଡିଓ ଅପଲୋଡ଼ ହୋଇଛି । ତେଣୁ ଏଥିରୁ ଜଣାଯାଏଯେ ଦାବିରେ କୌଣସି ସତ୍ୟତା ନାହିଁ । ଭାଇରାଲ ହେଉଥିବା ଭିଡିଓଟି ତେଜସ ଏୟାରକ୍ରାଫ୍ଟର ନୁହେଁ , ସିମୁଲେଟର ଟେକ୍ନୋଲୋଜି ଵ୍ୟଵହାର ହୋଇ ଉକ୍ତ ଭିଡିଓ ଟିକୁ ନିର୍ମାଣ କରାଯାଇଛି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software