About: http://data.cimple.eu/claim-review/88e54388cf287e26bcf1b35050c99fc18cdd8ed2e9e94c937444aa4a     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ: ତିନି ବର୍ଷ ପୂର୍ବେ ଏସ୍ ଏସ୍ ପିଙ୍କ ଉଦ୍ୟମରେ ମେରଠରେ ରାସ୍ତାରେ ଲାଗିଥିଲା ନମାଜ୍ ନ ପଢ଼ିବା ପୋଷ୍ଟର, ବିଭ୍ରାନ୍ତିକର ଦାବି ଭାଇରାଲ୍ ମେରଠରେ ରାସ୍ତାରେ ନମାଜ ନପଢ଼ିବା ପାଇଁ ବିନେଦନ କରୁଥିବା ପୋଷ୍ଟର 2019ର ଅଟେ । ତତ୍କାଳୀନ ଏସ୍ ଏସ୍ ପି ଙ୍କ ଆଦେଶ ଅନୁଯାୟୀ ଏହି ବ୍ୟାନର ଲଗାଯାଇଥିଲା । ଏହା ପରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ରାଜ୍ୟରେ ଲାଗୁ କରିବା ପାଇଁ କୁହାଯାଇଥିଲା । କିନ୍ତୁ ଆଗ୍ରାର ଘଟଣା ଏପ୍ରିଲ୍ 2022ର । ଭାଇରାଲ୍ ହୋଇଥିବା ଫଟୋର ଆଗ୍ରାରେ ଦାଏର ହୋଇଥିବା ମାମଲା ସହ କୌଣସି ସଂପର୍କ ନାହିଁ । - By: Sharad Prakash Asthana - Published: May 13, 2022 at 12:20 PM ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ଗୋଟିଏ ଫଟୋ ଭାଇରାଲ୍ ହେଉଛି । ଏଥିରେ ଦୁଇଜଣ ବ୍ୟକ୍ତି ଗୋଟିଏ ବ୍ୟାନର ଧରିଥିବା ଦେଖାଯାଉଛି । ଏଥିରେ ଲେଖା ଯାଇଛି, ଦୟାକରି କେହି ମସଜିଦ୍ ବାହାରେ ରାସ୍ତାରେ ନମାଜ ପଢ଼ନ୍ତୁ ନାହିଁ ।— ମୁତବଲ୍ଲୀ, ଦରବାର ବାଲା ମସଜିଦ୍, ଭବାନୀ ନଗର, ମେରଠ । ୟୁଜର୍ସ ଦାବିକରୁଛନ୍ତି ଯେ, ଆଗ୍ରାରେ ବିନା ଅନୁମତିରେ ରାସ୍ତାରେ ନମାଜ ପଢ଼ୁଥିବା 150 ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ଦାଏର କରିଛି । ଏହାପରେ ମେରଠ ମସଜିଦରେ ବ୍ୟାନର ଟାଙ୍ଗି ଦିଆଯାଇଛି ଯେ, ରାସ୍ତାରେ କେହି ବି ନମାଜ ପଢ଼ିବେ ନାହି । ବିଶ୍ବାସ ନ୍ୟୁଜ୍ ତାର ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଆଗ୍ରାରେ ରାସ୍ତାରେ ନମାଜ ପଢ଼ୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମାମଲା 2 ଏପ୍ରିଲ୍ 2022ର ଅଟେ । କିନ୍ତୁ ରାସ୍ତାରେ ନମାଜ ନପଢ଼ିବାକୁ ନିବେଦନ ବ୍ୟାନର ଫଟୋ ଅଗଷ୍ଟ 2019ର ଅଟେ । ମେରଠର ତତ୍କାଳୀନ ଏସ୍ ଏସ୍ ପିଙ୍କ ଉଦ୍ୟମରେ ଏହିଭଳି ହୋଇଥିଲା । ଭାଇରାଲ୍ ପୋଷ୍ଟରେ କଣ ଅଛି ଫେସବୁକ୍ ୟୁଜର୍ Rahul Valmiki 23 ଏପ୍ରିଲ୍ ରେ ଫଟୋ ପୋଷ୍ଟ ସେୟାର୍ କରି ଲେଖିଥିଲେ, ଯୋଗୀ ଜୀ ଅଛନ୍ତି ତ ସମ୍ଭବ ! ଆଗ୍ରାରେ ବିନା ଅନୁମତିରେ ରାସ୍ତାରେ ନମାଜ ପଢ଼ୁଥିବା 150 ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ଦାଏର କରିଛି । ଏହାପରେ ମେରଠ ମସଜିଦରେ ବ୍ୟାନର ଟାଙ୍ଗି ଦିଆଯାଇଛି ଯେ, ରାସ୍ତାରେ କେହି ବି ନମାଜ ପଢ଼ିବେ ନାହି । ଆଇନ କଡ଼ାକଡ଼ି ପାଳନ ହେଲେ ଆଇନ ଉଲଂଘନ କରୁଥିବା ବ୍ୟକ୍ତି ଆପେ ସୁଧୁରି ଯିବେ, # ଯୋଗୀ ଜୀଙ୍କ ୟୁପି ଏହାର ଉଦାହରଣ ସୃଷ୍ଟି କରୁଛି । ଫେସବୁକ୍ ରେ କିଛି ଅନ୍ୟ ୟୁଜର୍ ମଧ୍ୟ ଏହିଭଳି ଫଟୋ ସହ ସମାନ ଦାବି କରିଛନ୍ତି । ଅନୁସନ୍ଧାନ ଭାଇରାଲ୍ ଫଟୋର ଅନୁସନ୍ଧାନ ପାଇଁ ଆମେ ପ୍ରଥମେ ଗୁଗଲ୍ ରିଭର୍ସ ଇମେଜରେ ଏହାକୁ ସର୍ଚ୍ଚ କରିଥିଲୁ । ଏଥିରେ ଆମେ navbharattimesରେ 16 ଅଗଷ୍ଟ 2019ରେ ପ୍ରକାଶିତ ଖବର ଲିଙ୍କ୍ ପାଇଥିଲୁ । ଏଥିରେ ଭାଇରାଲ୍ ଫଟୋ ମଧ୍ୟ ମିଳିଥିଲା । ଖବର ଅନୁଯାୟୀ, ପ୍ରଶାସନ ମେରଠର ଚାରି ମସଜିଦ୍ କୁ ଚିହ୍ନିତ କରିଥିଲେ ।ଏଠାରେ ରାସ୍ତାରେ ନମାଜ ପଢ଼ିବାରୁ ଟ୍ରାଫିକ୍ ସମସ୍ୟା ହେଉଥିଲା । ଏହାକୁ ନେଇ ଏସ୍ ଏସ୍ ପି ଅଜୟ ସାହାଣୀ ରାସ୍ତାରେ ନମାଜ ନପଢ଼ିବାକୁ ନିବେଦନ କରିଥିଲେ । ଏହାପରେ ରାସ୍ତାରେ ନମାଜ ନପଢ଼ିବା ପାଇଁ ମସଜିଦ ଆୟୋଜନ ସମିତି ସାମ୍ନାକୁ ଆସିଥିଲେ । ଏହାପରେ ମସଜିଦ୍ ବାହାରେ ଫୁଟପାଥ୍ ରେ ନମାଜ ପଢ଼ାଯାଇଥିଲା, ଯେଉଁଠି ଭିଡ଼ ହୋଇ ନଥିଲା । ଭବାନୀ ନଗର ମସଜିଦରେ ଆୟୋଜନ କମିଟି ତରଫରୁ ବ୍ୟାନର ଲଗାଯାଇଥିଲା । ଏଥିରେ ରାସ୍ତାରେ ନମାଜ ପଢ଼ିବା ପାଇଁ ନିବେଦନ କରାଯାଇଥିଲା । ମେରଠରେ ହୋଇଥିବା ଏହି ଉଦ୍ୟମକୁ ସାରା ଦେଶରେ ପ୍ରଶଂସା କରାଯାଇଥିଲା । ଏହି ପ୍ରସଙ୍ଗରେ କି ୱାର୍ଡରେ ସର୍ଚ୍ଚ କରିବାରୁ ଆମକୁ 8 ଅଗଷ୍ଟ 2019 ରେ ପତ୍ରିକାରେ ଛପାଯାଇଥିବା ଖବରର ଲିଙ୍କ୍ ମିଳିଥିଲା । ଏହା ଅନୁଯାୟୀ, ମେରଠର ଏସ୍ ଏସ୍ ପି ଅଜୟ ସାହାଣୀ ଚେତାବନୀ ଜାରି କରି କହିଥିଲେ ଯେ, ଜୁମ୍ମାରେ କେହି ବ୍ୟକ୍ତି ରାସ୍ତାରେ ନମାଜ ପଢ଼ିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଦୁଇଟି ମସଜିଦ୍ କୁ ନୋଟିସ୍ ପଠା ଯାଇଥିଲା । ରାସ୍ତାରେ ହେଉଥିବା ଅଧିକ ଗହଳି ଏହାର କାରଣ ବୋଲି କୁହାଯାଇଥିଲା । ରାସ୍ତାରେ ନମାଜ ପଢ଼ିବାରୁ ଟ୍ରାଫିକ୍ ଜାମ୍ ହୋଇଯାଉଛି । ତତ୍କାଳୀନ ଏସ୍ ଏସ୍ ପି କହିଥିଲେ ଯେ, ଜୁମ୍ମାର ନମାଜକୁ ଧ୍ୟାନରେ ରଖି ଏହି ଆଦେଶ ଜାରି କରାଯାଇଛି । 9 ଅଗଷ୍ଟ 2019 ରେ inKhabar ୟୁଟ୍ୟୁବ୍ ଚ୍ୟାନଲ୍ ରେ ମଧ୍ୟ ମେରଠର ତତ୍କାଳୀନ ଏସ୍ଏସ୍ ପିଙ୍କ ଆଦେଶର ଭିଡିଓ ନ୍ୟୁଜ୍ ଅପଲୋଡ୍ କରାଯାଇଥିଲା । ଏହାର ଶୀର୍ଷକ, ମେରଠରେ ରାସ୍ତାରେ ଜୁମ୍ମାର ନମାଜ ପଢ଼ିବା ଉପରେ କଟକଣା, Meerut SSP Ajay Sahani warning on Jumma Namaz ଏହି ପ୍ରସଙ୍ଗରେ ଦୈନିକ ଜାଗରଣ ମେରଠର କ୍ରାଇମ୍ ରିପୋର୍ଟର୍ ସୁଶୀଲ କୁମାରଙ୍କ କହିବା କଥା, 2019ରେ ମେରଠର ତତ୍କାଳୀନ ଏସ୍ ଏସ୍ ପି ଅଜୟ ସାହାଣୀ ରାସ୍ତାରେ ନମାଜ ନପଢ଼ିବା ପାଇଁ ନିବେଦନ କରିଥିଲେ । ଏହାପରେ ଭବାନୀ ନଗର ମସଜିଦରେ ଏହି ବ୍ୟାନର ଲଗାଯାଇଥିଲା । ଏସ୍ ଏସ୍ ପି ଙ୍କ ଏହି ଉଦ୍ୟମକୁ ସିଏମ୍ ଯୋଗୀ ଏବଂ ଡିଜିପି ପ୍ରଶଂସା କରିଥିଲେ । ଏହାପରେ ଏହାକୁ ସମ୍ପୂର୍ଣ୍ଣ ରାଜ୍ୟରେ ଲାଗୁ କରାଯାଇଥିଲା । ଏବେ ଆଗ୍ରାରେ ରାସ୍ତାରେ ନମାଜ ପଢ଼ିବାରୁ 150 ବ୍ୟକ୍ତିଙ୍କ ଉପରେ ମାମଲା ଦାଏର ପ୍ରସଙ୍ଗ ଉପରେ ନଜର ପକାଇବା । 22 ଏପ୍ରିଲ୍ 2022 ରେ ଜାଗରଣ ରେ ପ୍ରକାଶିତ ଖବର ଅନୁଯାୟୀ, ଆଗ୍ରା ପୋଲିସ୍ 2 ଏପ୍ରିଲ୍ ଗୁଡ଼ ମଣ୍ଡି ଥିବା ଇବାଦତଗାହରେ ହୋଇଥିବା ଆୟୋଜନ ନେଇ ମାମଲା ଦାଏର କରିଥିଲେ । ଏଠାରେ ବିନା ଅନୁମତିରେ ରାସ୍ତାରେ ନମାଜ ପଢ଼ିବାରୁ 150 ବ୍ୟକ୍ତିଙ୍କ ଉପରେ ଏଫ୍ ଆଇ ଆର୍ ଦାଏର୍ କରାଯାଇଛି । ପୋଲିସର କହିବା ଅନୁଯାୟୀ, ରାସ୍ତାରେ ନମାଜ ପଢ଼ିବାରୁ ଯାତାୟତ ଉପରେ ପ୍ରଭାବ ପଡୁଛି । ଏହାର ଅର୍ଥ ଭାଇରାଲ୍ ଫଟୋ ଆଗ୍ରା ଘଟଣାର ପ୍ରାୟ 3 ବର୍ଷ ପୁରୁଣା । ଫଟୋକୁ ଭ୍ରମାତ୍ମକ ଦାବି ସହ ଭାଇରାଲ୍ କରିଥିବା ଫେସବୁକ୍ ପେଜ୍ Rahul Valmiki କୁ ଆମେ ସ୍କାନ୍ କରିଥିଲୁ । 27 ଜାନୁୟାରୀ 2018ରେ ତିଆରି ଏହି ପେଜ୍ ଏକ ରାଜନୈତିକ ବିଚାରଧାରା ପ୍ରେରିତ । ଏହାକୁ 52 ହଜାର 800ରୁ ଅଧିକ ବ୍ୟକ୍ତି ଫଲୋ କରୁଛନ୍ତି । ମେରଠରେ ରାସ୍ତାରେ ନମାଜ ନପଢ଼ିବା ପାଇଁ ବିନେଦନ କରୁଥିବା ପୋଷ୍ଟର 2019ର ଅଟେ । ତତ୍କାଳୀନ ଏସ୍ ଏସ୍ ପି ଙ୍କ ଆଦେଶ ଅନୁଯାୟୀ ଏହି ବ୍ୟାନର ଲଗାଯାଇଥିଲା । ଏହା ପରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ରାଜ୍ୟରେ ଲାଗୁ କରିବା ପାଇଁ କୁହାଯାଇଥିଲା । କିନ୍ତୁ ଆଗ୍ରାର ଘଟଣା ଏପ୍ରିଲ୍ 2022ର । ଭାଇରାଲ୍ ହୋଇଥିବା ଫଟୋର ଆଗ୍ରାରେ ଦାଏର ହୋଇଥିବା ମାମଲା ସହ କୌଣସି ସଂପର୍କ ନାହିଁ । निष्कर्ष: ମେରଠରେ ରାସ୍ତାରେ ନମାଜ ନପଢ଼ିବା ପାଇଁ ବିନେଦନ କରୁଥିବା ପୋଷ୍ଟର 2019ର ଅଟେ । ତତ୍କାଳୀନ ଏସ୍ ଏସ୍ ପି ଙ୍କ ଆଦେଶ ଅନୁଯାୟୀ ଏହି ବ୍ୟାନର ଲଗାଯାଇଥିଲା । ଏହା ପରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ରାଜ୍ୟରେ ଲାଗୁ କରିବା ପାଇଁ କୁହାଯାଇଥିଲା । କିନ୍ତୁ ଆଗ୍ରାର ଘଟଣା ଏପ୍ରିଲ୍ 2022ର । ଭାଇରାଲ୍ ହୋଇଥିବା ଫଟୋର ଆଗ୍ରାରେ ଦାଏର ହୋଇଥିବା ମାମଲା ସହ କୌଣସି ସଂପର୍କ ନାହିଁ । - Claim Review : ଯୋଗୀ ଅଛନ୍ତି ତ ସମ୍ଭବ ! ଆଗ୍ରାରେ ବିନା ଅନୁମତିରେ ରାସ୍ତାରେ ନମାଜ ପଢୁଥିବା 150 ବ୍ୟକ୍ତିଙ୍କ ବିରୋଧରେ ପୋଲିସ୍ ଏଫ୍ ଆଇ ଆର୍ ଦାଏର୍ କରିଛି । ଏହାପରେ ରାସ୍ତାରେ ନମାଜ ନପଢ଼ିବା ପାଇଁ ମେରଠ ମସଜିଦରେ ବ୍ୟାନର ଲଗାଯାଇଛି । ଆଇନର କଡ଼ାକଡ଼ି ପାଳନ ହେଲେ ଆଇନ୍ ଉଲଂଘନକାରୀ ଆପେ ସୁଧୁରିଯିବେ, # ଯୋଗୀ ଜୀଙ୍କ ୟୁପି ଏହାର ଉଦାହରଣ ସୃଷ୍ଟି କରୁଛି । - Claimed By : Rahul Valmiki - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software