About: http://data.cimple.eu/claim-review/c6fd0d8a52fc37edcc49689567ef0aa208729d7fac274ae1f9891591     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: "ୱାନ ନେସନ, ୱାନ ଇଲେକ୍ସନ" କୁ ନେଇ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ମନ୍ତବ୍ୟ ନୁହେଁ ବର୍ତ୍ତମାନର "ୱାନ ନେସନ, ୱାନ ଇଲେକ୍ସନ" କୁ ନେଇ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ମନ୍ତବ୍ୟ ନୁହେଁ ବର୍ତ୍ତମାନର Claim :ୱାନ ନେସନ ୱାନ ଇଲେକ୍ସନକୁ ନେଇ ମନ୍ତବ୍ୟ ଦେଇଛନ୍ତି କେଜରିୱାଲ Fact :କେଜରିୱାଲ ଦେଇଥିବା ମନ୍ତବ୍ୟ ନୁହେଁ ବର୍ତ୍ତମାନର ଏବେ ସୋସିଆଲ ମିଡିଆରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 'ୱାନ ନେସନ, ୱାନ ଇଲେକ୍ସନ’ ଦିଗରେ ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ‘ୱାନ ନେସନ, ୱାନ ଇଲେକ୍ସନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । କୁହାଯାଉଛି, ଆସନ୍ତା ଶୀତ ଅଧିବେଶନରେ ସରକାର ଏ ସଂପର୍କିତ ବିଲକୁ ସଂସଦରେ ଉପସ୍ଥାପନ କରିବେ। ଦେଶରେ ‘ୱାନ ନେସନ, ୱାନ ଇଲେକ୍ସନ’ କରାଇବାର ସମ୍ଭାବନା ଉପରେ ସମସ୍ତ ଦିଗକୁ ପରିଖି ଏକ ରିପୋର୍ଟ ଦେବାକୁ ୨୦୨୩ ସେପ୍ଟେମ୍ବର ମାସରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର । ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଓ ବିଶେଷଜ୍ଞଙ୍କ ପରାମର୍ଶ ଏବଂ ୧୯୧ ଦିନର ଗବେଷଣା ପରେ ଏହି କମିଟି ୧୮,୬୨୬ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା । କମିଟି ଗତ ମାର୍ଚ୍ଚ ମାସରେ ତା’ର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା । କେନ୍ଦ୍ର କ୍ୟାବିନେଟ ଏହି ରିପୋର୍ଟ ଉପରେ ମୋହର ମାରିଛନ୍ତି । ଅନ୍ୟପଟେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା, ରାହୁଲ ଗାନ୍ଧୀ । ନିଜ ସୋସିଆଲ ମିଡିଆରେ ଏନେଇ ମନ୍ତବ୍ୟ ଦେଇ ରାହୁଲ ଲେଖିଛନ୍ତି, ' INDIA, that is Bharat, is a Union of States. The idea of ‘one nation, one election’ is an attack on the Union and all its States' ସେହିପରି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏନେଇ ନିଜ ଅସନ୍ତୋଷ ଝାଡିଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ୟୁଜର୍ସ " One Nation-One Election के खिलाफ बोले Arvind କେଜ୍ରିୱାଲ " ଲେଖି ସେୟାର କରିଥିଵାର ଦେଖା ଦେଇଛି । ଯାହାର ଓଡ଼ିଆ ଅନୁବାଦ ହେଉଛି, "ୱାନ ନେସନ ୱାନ ଇଲେକ୍ସନ ବିରୋଧରେ ମନ୍ତବ୍ୟ ଦେଲେ ଆପ୍ ମୁଖ୍ୟ, ଅରବିନ୍ଦ କେଜରିୱାଲ" ଭିଡିଓରେ ଅରବିନ୍ଦ କେଜରିୱାଲ ଦେଇଥିବା ମନ୍ତବ୍ୟ ଅନୁଯାୟୀ, "ନେତାମାନେ ଜନତାଙ୍କ ଅଧୀନକୁ ଥରେ ମାତ୍ର ଆସିଥାନ୍ତି, ତାହା ନିର୍ବାଚନ ସମୟରେ । ଏହି ଅଧୀନ କୁ ବିରୋଧ କରିବାକୁ ଚାହୁଁଛନ୍ତି ବିଜେପି ନେତା । ଜନତାଙ୍କ ପାଖକୁ ବର୍ଷକୁ ବାରମ୍ବାର ନଯାଇ, 'ୱାନ ନେସନ, ୱାନ ଇଲେକ୍ସନ' କରାଇ ବର୍ଷକୁ ଥରେ ଯିବାକୁ ଚାହୁଁଛନ୍ତି ବିଜେପି ନେତା" । ଏପରିକି ଉକ୍ତ ଭିଡିଓକୁ କିଛି ଡିଜିଟାଲ ଗଣମାଧ୍ୟମ ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖାଯାଇଛି । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, କେଜରିୱାଲ ଦେଇଥିବା ଉକ୍ତ ମନ୍ତବ୍ୟ ଟି ନୁହେଁ ବର୍ତ୍ତମାନ ଦିନର ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ, ଏକ ଭିଡିଓ ଆପ୍ ୟୁଟ୍ୟୁବ ଚ୍ୟାନେଲ ରେ ୧୮ସେପ୍ଟେମ୍ବର.୨୦୨୩ରେ ଅପଲୋଡ଼ ହୋଇଥିବାର ଦେଖାଯାଇଛି । ଉକ୍ତ ଭିଡିଓ ଟିକୁ ବର୍ତ୍ତମାନ ସୁଦ୍ଧା ୪୩୭,୨୯୪ ଜଣ ଦେଖି ସାରିଥିବା ବେଳେ ୪.୯ ଟି ଲାଇକ ମଧ୍ୟ ମିଳିଛି । ଭିଡିଓକୁ ଅନୁଧ୍ୟାନ କରିବାରୁ ୫୭.୩୪ ସମୟରେ ଭାଇରାଲ ହେଉଥିବା ମନ୍ତବ୍ୟ ଟି ଶୁଣିବାକୁ ପାଇଲୁ । ଏପରିକି ୧୮ସେପ୍ଟେମ୍ବର ୨୦୨୩ରେ ଥ Quint ଏନେଇ ଏକ ଖବର ପ୍ରସାରଣ କରି ଉକ୍ତ ଭିଡିଓ ଟିକୁ ପ୍ରସାରିତ କରିଥିଵାର ଦେଖାଯାଇଛି । ୪.୦୮ ସମୟ ସାରଣୀରେ ଉକ୍ତ ଭିଡିଓଟିକୁ ଦେଖିବାକୁ ପାଇଲୁ । ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଭିଡିଓ ଟି ୨୦୨୩ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ । ଯେତେବେଳେ ଆମେ ଉକ୍ତ କି ୱାର୍ଡ ସହ ଅନୁସନ୍ଧାନ କଲୁ, ଏବିପିରେ ପ୍ରସାରିତ ଏକ ଖବର ଦେଖିବାକୁ ପାଇଥିଲୁ । ପ୍ରସାରିତ ଖବର ଅନୁଯାୟୀ " ଅରବିନ୍ଦ କେଜ୍ରିୱାଲ, ମଧ୍ୟପ୍ରଦେଶରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) କୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ସହ ଆମ ଆଦମୀ ପାର୍ଟିକୁ ଶାସନ କରିବାର ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି । ରାଜ୍ୟର ରେୱା ଜିଲ୍ଲାର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ସେ ଏହି ଜାତୀୟ ଦଳଗୁଡିକ ଉପରେ ଆକ୍ରମଣ କରି କହିଥିଲେ, 'ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି, ଆପଣ ଏହି ଦୁଇ ଦଳକୁ ଭୁଲିଯିବେ । ଏଥିସହ କହିଛନ୍ତି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଧାରଣାକୁ ମୁ ବିରୋଧ କରୁଛି I ଏଥିସହ ସେ କହିଛନ୍ତି ଯେ ଦେଶକୁ 'ଗୋଟିଏ ରାଷ୍ଟ୍ର, ଗୋଟିଏ ଶିକ୍ଷା (ସମସ୍ତଙ୍କ ପାଇଁ ସମାନ ଶିକ୍ଷା) ଏବଂ' ଗୋଟିଏ ରାଷ୍ଟ୍ର, ଗୋଟିଏ ଚିକିତ୍ସା '(ଧନୀ କିମ୍ବା ଗରିବ, ସମସ୍ତଙ୍କ ପାଇଁ ସମାନ ବ୍ୟବହାର) ଆବଶ୍ୟକ । ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଉକ୍ତ ଭାଇରାଲ ଭିଡିଓଟି ବର୍ତ୍ତମାନ ଦିନର ନୁହେଁ । 'ୱାନ ନେସନ,ୱାନ ଇଲେକ୍ସନ' କୁ ନେଇ କେଜରିୱାଲଙ୍କ ମନ୍ତବ୍ୟ ୨୦୨୩ ମସିହାର ।
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software